ସଂକ୍ଷେପରେ ଆଜିର ତାଜା ଖବର - Thursday, 22 July 2021

ନିଆଁ ଲାଗିବା ପୂର୍ବରୁ ସେ ଚେତାଶୂନ୍ୟ ନଥିଲେ ତ ସୌମ୍ୟରଞ୍ଜନ?

ପ୍ରାଥମିକ ଯାଞ୍ଚ ବେଳେ ଆଜି କ୍ରାଇମବ୍ରାଞ୍ଚ ଡିଏସ୍‌ପି ସ୍ପଷ୍ଟ କରିଛନ୍ତି- ଘର କବାଟରେ ପୋଡ଼ା ଚିହ୍ନ ରହିଛି, ମଶା ନେଟ୍‌ରେ ନିଆଁ ଲାଗିଛି। ହେଲେ ଘଟଣା ପରର ଏ ଚିତ୍ର କହୁଛି- ଘର ଭିତରେ ଆଉ ସବୁ ଆସବାବ ଠିକ୍ ଅଛି। More

ସୁନାବେଶରେ ଜଗନ୍ନାଥ ପିନ୍ଧିଥିଲେ ଭଙ୍ଗା କିରୀଟ

ପୂର୍ବରୁ ୨୦୧୦ ମସିହାରେ ବି ଭାଙ୍ଗିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ସୁବର୍ଣ୍ଣ କିରୀଟ, ଯାହାକୁ ମରାମତି କରାଯାଇ ପୁଣି ଠାକୁରଙ୍କୁ ଲାଗି ହେଉଛି। ଶ୍ରୀମନ୍ଦିର ଗବେଷକଙ୍କ ମତରେ ସୁନାବେଶରେ ଲାଗି ହେଉଥିବା କିରୀଟ ଓ ଅଳଙ୍କାରଗୁଡ଼ିକ ଶହ ଶହ ବର୍ଷ ପୁରୁଣା। More

ଜୟପାଟଣା ଥାନା ରକ୍ତବୋଡେନ ସଂରକ୍ଷିତ ଜଙ୍ଗଲରୁ ମୃତଦେହ ଉଦ୍ଧାର

ସନ୍ଦେହଜନକ ଅବସ୍ଥାରେ ଜୟପାଟଣା ଥାନା ରକ୍ତବୋଡେନ ସଂରକ୍ଷିତ ଜଙ୍ଗଲରୁ ମିଳିଛି ମୃତଦେହ । ଭଏଁରିପାଲି ଗାଁର ବାଲାର ନାଗ, ଏହି ଜଙ୍ଗଲରେ ଶ୍ରମିକ ଭାବେ କାମ କରୁଥିଲେ । More

୨୩ ଜିଲ୍ଲାରେ ପ୍ରବଳ ବର୍ଷିବ

୨୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ । More

୨୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଓ୍ବାର୍ଣ୍ଣିଂ

୨୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଓ୍ବାର୍ଣ୍ଣିଂ । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ସମ୍ବଲପୁର ଓ ସୁବର୍ଣ୍ଣପୁରକୁ ୱାର୍ଣ୍ଣିଂ ।

ଆଉ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ଗଞ୍ଜାମ, ଦେବଗଡ଼, ବଲାଙ୍ଗିର, କଳାହାଣ୍ଡି, ମାଲକାନଗିରି, କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ।

ଦୁବାଇରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା : ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଇରାଶି ଗାଁର ଭିକାରୀ ଚରଣ ପଣ୍ଡାଙ୍କ ସାନ ପୁଅ ବିଭୁଧେନ୍ଦ୍ର ପଣ୍ଡା। ପରିବାର ପୋଷଣ ପାଇଁ ସୁଦୂର ଦୁବାଇକୁ ଦାଦନ ଖଟିବାକୁ ଯାଇଥିଲେ More

ଆଜି ଶ୍ରୀଜିଉଙ୍କ ଅଧରପଣା

ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହେବ । ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ ଓ଼ଡ଼ିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥାଏ More

ସ୍କୁଲ ଖୋଲିବାରେ ବାଧକ ସାଜିବନି ଟିକାକରଣ: ମନ୍ତ୍ରୀ

୨୬ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଦଶମ  ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଥିଲେ। More

କୁଆଖାଇ ନଦୀ ପଠାରେ ମିଳିଲା ମୃତଦେହ, ବାଲି ତଳେ ପୋତା ଯାଇଥିଲା

କୁଆଖାଇ ନଦୀ ପଠାରେ ଗତକାଲି ସନ୍ଧ୍ୟାରେ ଏକ ମୃତଦେହ ଉଦ୍ଧାର କରାଯାଇଥିଲା। ଯଦିଓ ମୃତକଙ୍କ ପରିଚୟ ମିଳିପାରି ନାହିଁ ତେବେ ମୃତଦେହ ଜଣେ ପୁରୁଷଙ୍କ ବୋଲି ଜଣାପଡ଼ିଛି। More

କରୋନାର କରୁଣ କାହାଣୀ : ସ୍ତ୍ରୀ ଚାଲିଗଲା ପରେ ଦିନ ମଜୁରିଆ ବାପା ଉପରେ ଦୁଇ ଛୁଆଙ୍କ ଦାୟିତ୍ୱ

ଦିନ ମଜୁରିଆ ଭାବେ କାମ କରନ୍ତି ଅକ୍ଷୟ । ଯେତିକି ରୋଜଗାର ହୁଏ, ସେଥିରେ ପରିବାର ଚଳିଯାଏ । କୋଭିଡରେ ପଡି ସ୍ତ୍ରୀ ଶଶୀକଳା ଆର ପାରିକୁ ଚାଲିଲେ ପରେ ଏବେ ୨ ଟି ଛୋଟ ଛୁଆଙ୍କ ଦାୟିତ୍ୱ ଅକ୍ଷୟଙ୍କ ଉପରେ More

ମୃତ ସୌମ୍ୟଙ୍କ ସରକାରୀ ବାସଭବନରେ ଡିଆଇଜି

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ମୃତ ସୌମ୍ୟଙ୍କ ସରକାରୀ ବାସଭବନରେ ଡିଆଇଜି । ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ସରଜମିନ ତଦନ୍ତ । ସକାଳେ କ୍ରାଇମବ୍ରାଞ୍ଚ ଟିମ୍ ବାସଭବନରେ ଛାନଭିନ କରିଥିଲା । ପରେ ଛାନଭିନ ନେଇ ଡିଆଇଜିଙ୍କୁ ବିବରଣୀ ଦେଇଥିଲା ଟିମ୍

ବିଦ୍ୟାଭାରତୀଙ୍କ ବଲାଙ୍ଗିର ଲିଙ୍କ୍ ପରେ ସାମ୍ନାକୁ ଆସିଲା ଆଉ ଏକ ହାତଲେଖା ଚିଠି

ପୂର୍ବରୁ ଦୁଇ ଦୁଇଟି ହାତଲେଖା ଚିଠି ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ହାତ ଲେଖା ଚିଠି ସାମ୍ନାକୁ ଆସିଛି। ପୂର୍ବରୁ ସାମ୍ନାକୁ ଆସିଥିବା ୨ଟି ଚିଠି ମଧ୍ୟରୁ ଗୋଟିଏ ସୌମ୍ୟଙ୍କ ଡାଏରୀର ବୋଲି କୁହାଯାଉଥିବା ବେଳେ ଅନ୍ୟ ଏକ ଲେଖା ନିଜେ ବିଦ୍ୟାଭାରତୀ ଅର୍ଥାତ୍‌ ସୌମ୍ୟଙ୍କ ପତ୍ନୀ ଲେଖିଥିବା କହୁଛନ୍ତି । More

ସୌମ୍ୟଙ୍କ କ୍ୱାର୍ଟର୍ସ ଛାନଭିନ କଲା କ୍ରାଇମବ୍ରାଞ୍ଚ, ମିଳିଲା ଗୁରୁତ୍ୱପୂର୍ଣ୍ଣ ସୁରାକ୍‌

ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଛି।  କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ଘରେ ପହଞ୍ଚି ଯାଞ୍ଚ କରିବା ପରେ ହାତରେ ଲାଗିଛି ଏମିତି ସୁରାକ୍‌। More

ସାମ୍ନାକୁ ଆସିଲା ବିଦ୍ୟାଭାରତୀଙ୍କ ବଲାଙ୍ଗିର ଲିଙ୍କ୍ : ଏପ୍ରିଲ ୧୧ ,୨୦୨୧ରେ ହଷ୍ଟେଲରେ ଲଞ୍ଚ୍ ସ୍ପୋନସରିଂ କରିଥିଲେ ମୃତକଙ୍କ ସ୍ତ୍ରୀ

ଚଳିତ ଏପ୍ରିଲ ୩ରୁ ୧୩ ଯାଏ ସେଠାକୁ ପରୀକ୍ଷା ଦେବାକୁ ଯାଇଥିଲେ ମୃତ ଏସିଏଫଙ୍କ ପତ୍ନୀ । ପରୀକ୍ଷା ସରିବା ପରେ ବାହାଘର ହୋଇଥିବାରୁ ସାଙ୍ଗମାନଙ୍କୁ ଲଞ୍ଚ୍ ଦେବାକୁ ଚାହିଁଥିଲେ । ତେବେ ହଷ୍ଟେଲରେ ଭୋଜି ମନା, କେବଳ ଖର୍ଚ୍ଚ ସ୍ପୋନସରିଂ ପାଇଁ କହିଥିଲେ ଇନଷ୍ଟିଚ୍ୟୁଟ ମୁଖ୍ୟ । ଆଉ ତା’ପରେ ଅନୁମତି କ୍ରମେ ସାଙ୍ଗସାଥୀଙ୍କୁ ଲଞ୍ଚ୍ ଦେଇଥିଲେ More

ଜବତ ହେଲା ୨୦ ଲକ୍ଷର ବ୍ରାଉନସୁଗାର

ଜଳେଶ୍ୱର: ଜଳେଶ୍ୱର ଅବକାରି ବିଭାଗ ଦ୍ୱାରା ଜବତ ହେଲା ୨୦ ଲକ୍ଷର ବ୍ରାଉନସୁଗାର।  ଏହାସହ ଜଣେ ଯୁବକକୁ ଗିରଫ କରିଛି ବିଭାଗ। ଅଭିଯୁକ୍ତ ବାରିପଦା ଟାଉନ ଥାନା ଅଂଚଳର ସଂଜୟ ସିଂ ବୋଲି ଜଣାପଡିଛି। ସୂଚନା ମୁତାବକ, ସଂଜୟ ପଶ୍ଚିମବଙ୍ଗରୁ ବାରିପଦା ଶୁନଗଡିଆ ଅଂଚଳକୁ ଯାଉଥିବାବେଳେ ଚଳନ୍ତି ବାଇପାସ୍ ନିକଟରେ ଅବକାରୀ ପାଟ୍ରୋଲିଂ ଟିମ୍ର ସନ୍ଦେହ ହେବାରୁ ଅଟକାଇଥିଲେ। ଯାଂଚ କରିବାରୁ ତାଙ୍କ ପାଖରୁ ୨ଶହ ଗ୍ରାମର ବ୍ରାଉନ୍ ସୁଗାର ଜବତ ହୋଇଛି॥  ..

ନନ୍ଦନକାନନରେ ନୂଆ ଅତିଥି 

ଭୁବନେଶ୍ୱର: ନନ୍ଦନକାନନରେ ନୂଆ ଅତିଥି  । ସିଂହୀ ବିଜୁଳି ୩ ଶାବକଙ୍କୁ ଜନ୍ମ ଦେଇଛି।  ଏହି ୩ ଶାବକଙ୍କ ସହ ନନ୍ଦନକାନରେ ସିଂହ ସଂଖ୍ୟା ୧୮କୁ ପହଞ୍ଚିଛି ।  ପ୍ରଥମ ଥର ପାଇଁ ମା ହୋଇଛି ସିଂହୀ ବିଜୁଳି । ସିଂହୀ ବିଜୁଳିର ଗର୍ଭବତୀ ହେବା ପରେ ତା ଉପରେ ନନ୍ଦନକାନନ କର୍ତ୍ତୃୃପକ୍ଷଙ୍କ ପକ୍ଷରୁ ନଜର ରଖାଯାଇଥିଲା। ଏହା ପୂର୍ବରୁ ଜୁଲାଇ ୨୦୧୫ରେ ସିଂହୀ କଳ୍ପନା ମା’ ହୋଇଥିଲା।  ମାର୍ଚ୍ଚ ୨୦୧୭ରେ ଜିତ ନାମକ ସିଂହ ଜନ୍ମଗ୍ରହଣ କରିଥିଲା । ଏହି ଦୁଇ ସିଂହଙ୍କ ଜନ୍ମ ସହ ଲାଳନପାଲନ ଉପରେ ନଜର ରଖିଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ

ଦିନକରେ ସାରା ଦେଶରେ ୫୦୭ ଆକ୍ରାନ୍ତ ଆଖି ବୁଜିଲେ

ନୂଆଦିଲ୍ଲୀ: ଦେଶରେ ଖସିବାରେ ଲାଗିଛି କରୋନା ମୃତ୍ୟୁହାର।  ଦିନକରେ ସାରା ଦେଶରେ ୫୦୭ ଆକ୍ରାନ୍ତଙ୍କ ଜୀବନ ଯାଇଥିବା ବେଳେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୪୧ ହଜାର ୩୮୩ ପଜିଟିଭ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଏହି ସମୟ ମଧ୍ୟରେ ସୁସ୍ଥ ହୋଇଛନ୍ତି ୩୮ ହଜାର ୬୫୨ ଜଣ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୮ ହଜାର ୯୮୭କୁ ବୃଦ୍ଧି ପାଇଥିବା ବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୨ ଲକ୍ଷ ୫୭ ହଜାର ଉପରେ ପହଞ୍ଚିଛି ।  ବର୍ତ୍ତମାନ ଆକ୍ଟିଭ କେସ୍ ରହିଛି ୪ ଲକ୍ଷ ଉପରେ । ଏ ପର୍ଯ୍ୟନ୍ତ ୪୧ କୋଟି ୭୮ ଲକ୍ଷ ୫୧ ହଜାର ଡୋଜ୍ ଟିକାକରଣ ହୋଇଛି ।

ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

ଭଦ୍ରକ: ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା।  ଭଦ୍ରକ ଜାନୁଗଂଜ ସ୍ଥିତ ଶନି ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି ହୋଇଛି । ଗତକାଲି ରାତିରେ ମନ୍ଦିର ଗ୍ରୀଲ୍ ତାଲା ଭାଙ୍ଗି ଲୁଟ୍ କରିଛନ୍ତି ଦୁର୍ବୃତ୍ତ, ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି। ମନ୍ଦିରର ଦାନବାକ୍ସକୁ ଭାଙ୍ଗି ଟଙ୍କା ନେବା ପରେ ବାକ୍ସକୁ ବାହାରେ ଫୋପାଡି ଦେଇଛନ୍ତି ଦୁର୍ବୃତ୍ତ। ଏଥିସହ ଠାକୁରଙ୍କ ମୁକୁଟ ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟ ହୋଇଥିବା ଜଣାପଡିଛି । । ଆଜି ସକାଳେ କିଛି ଲୋକ ମନ୍ଦିର ଆସିଥିବାବେଳେ ଦାନବାକ୍ସ ବାହାରେ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ।  ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଂଚି ତଦନ୍ତ କରୁଛି। 

ଲକଡାଉନ୍ ସମୟର ସଦୁପଯୋଗ : ଭଳିକି ଭଳି ଫଳ ଓ ପନିପରିବାରେ ହସୁଛି ରାଜେନ୍ଦ୍ରଙ୍କ ବଗିଚା

ରାଜେନ୍ଦ୍ରଙ୍କ ପରିବା ଉଦ୍ୟାନ ଭରିଯାଇଛି, ଜହ୍ନି, କଲରା, ଭେଣ୍ଡି, ଝୁଡଙ୍ଗ, ଶିମ୍ବ, ବିନ୍ସ, କାକୁଡି । ପୁଞ୍ଜାପୁଞ୍ଜା ଝୁଡଙ୍ଗ,କଲରା, ଭେଣ୍ଡି ଗଛରେ ଶୋଭା ପାଉଥିବା ବେଳେ ଛୋଟିଆ ଛୋଟିଆ କଲମୀ ଗଛରେ ପିଜୁଳି, ସପେତା,କାଗିଜି ଝୁଲୁଛି । More

ବିଦ୍ୟା-ମମତାଙ୍କ ମଧ୍ୟରେ ରହିଛି ପୁରୁଣା ସମ୍ପର୍କ

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାରେ ପୁଣି ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି। ମମତା-ବିଦ୍ୟାଙ୍କ ମଧ୍ୟରେ ରହିଛି ପୁରୁଣା ସମ୍ପର୍କ। ଏକଥା ନିଜେ କହିଲେ ମମତାଙ୍କ ଶ୍ୱଶୁର। ତେବେ କି ସମ୍ପର୍କ ରହିଛି ଉଭୟଙ୍କ ମଧ୍ୟରେ ? More

ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର; ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଦୁଇ ଦୁଇଟି ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ୨୭ ତାରିଖ ଯାଏ ବର୍ଷା ସମ୍ଭାବନା More

ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗକୁ ସଂସଦରେ ଉଠାଇବେ ବିଜେପି ସାଂସଦ 

ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗକୁ ସଂସଦରେ ଉଠାଇବେ ରାଜ୍ୟ ବିଜେପି ସାଂସଦ  । PMAYରେ ରାଜ୍ୟରେ ୧୨ ଲକ୍ଷ ଘର ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଇଛି ଏବଂ ୧୨ ହଜାର କୋଟି ଟଙ୍କା ଅନିୟମିତତା ହୋଇଛି ବୋଲି ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା  । ଫଳରେ ବହୁ ଗରିବ ଲୋକ ଏବେ ବି ଚାଳଛପର ଘରେ ରହୁଛନ୍ତି । ଏଥିସହ ରାଜ୍ୟରେ ବଢ଼ୁଥିବା ଶିକ୍ଷିତ ବେକାରୀ, ପିଏମ୍ ଗରିବ କଲ୍ୟାଣ ଯୋଜନା ଲୋକଙ୍କ ଠାରେ ନ ପହଞ୍ଚିବା, କାଳିଆ ଯୋଜନା ଘୋଟାଲା ଆଦି ପ୍ରସଙ୍ଗକୁ ନେଇ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି  । ଏଥିସହ ଏହି ସବୁ ପ୍ରସଙ୍ଗକୁ ରାଜ୍ୟ ବିଜେପି ଲୋକଙ୍କ ପାଖକୁ ନେବ ଏବଂ ରାଜ୍ୟ ବିଜେପି ସାଂସଦମାନେ ଚଳିତ ଅଧିବେଶନରେ ସଂସଦରେ ଉଠାଇବେ ବୋଲି କହିଛନ୍ତି  । ତେବେ ଏନେଇ ରାଜ୍ୟ ସରକାର କିମ୍ବା ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

ନଦୀ ପଠାରୁ ଉଦ୍ଧାର ହେଲା ଅଜଣା ମୃତଦେହ

 ଭୁବନେଶ୍ୱର: ନଦୀ ପଠାରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ।  ଭୁବନେଶ୍ୱର ଉପକଣ୍ଠ ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଛକ ବାଲିଯାତ୍ରା ପଡ଼ିଆ କୁଆଖାଇ ପଠାରେ ମୃତଦେହକୁ ବାଲିରେ ପୋତା ହୋଇଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ମିଳିନାହି।  ବାଲିରେ ପୋତା ହୋଇଥିବା ମୃତଦେହର ହାତ ଓ ଗୋଡ଼ ବାହାରକୁ ଦେଖାଯାଉଛି । ପାଖ ଗାଁ ଲୋକେ ନଈପଠାକୁ ଅପରାହ୍ନରେ ଆସିଥିବା ବେଳେ ମୃତଶରୀର ଦେଖି ପୋଲିସକୁ ଖବର ଦେଇଥିଲେ।  ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।  ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ଖେଳିଯାଇଥିବା ବେଳେ ଆଜି ମୃତଦେହର ପଞ୍ଚନାମା ହେବ ବୋଲି ସୂଚନା ମିଳିଛି।

ପୁଣି ଜବତ ହେଲା ବାଘ ଛାଲ

ଦେବଗଡ଼: ପୁଣି ଜବତ  ହେଲା ବାଘ ଛାଲ । କଲରାପତରିଆ ବାଘ ଛାଲ କାରବାର ଅଭିଯୋଗରେ ୪ ଡଣଙ୍କୁ ଗିରଫ କରିଛି ଦେବଗଡ଼ ବନବିଭାଗ । ଗିରଫ ବ୍ୟକ୍ତିମାନେ ସମ୍ବଲପୁର ଜିଲ୍ଲା ଜମନକିରା ଓ ନାକଟିଦେଉଳ ଥାନା ଅଂଚଳର। ବାଘ ଛାଲକୁ ବିକ୍ରି କରିବାକୁ ଉଦ୍ୟମ କରୁଥିବାବେଳେ ସୂଚନା ପାଇଁ ଅଭିଯୁକ୍ତଙ୍କୁ ଧରିଥିଲା ବନବିଭାଗ । ନାକଟିଦେଉଳରୁ ରିଆମାଳ ଯାଉଥିବାବେଳେ ତାଙ୍କୁ ପିଛା କରି ସିନ୍ଦୁରକଲି ଜଙ୍ଗଲ ନିକଟରେ ସମସ୍ତଙ୍କୁ କାବୁ କରିଥିଲା । ସ୍ୱତନ୍ତ୍ର ସ୍କ୍ୱାଡ୍  କଲରାପତରିଆ ବାଘ ଛାଲକୁ ଅନ୍ୟତ୍ର ବିକ୍ରି କରିବାକୁ ସେମାନେ ଚେଷ୍ଟା କରୁଥିବା ବେଲେ ସ୍ୱତନ୍ତ୍ର ଟିମ ହାବୁଡରେ ପଡିଥିଲେ।

ବ୍ରହ୍ମପୁରରେ ଧରାପଡ଼ିଲେ ଝାଡ଼ଖଣ୍ଡୀ ହାଇୱେ ଲୁଟେରା ଗ୍ୟାଙ୍ଗ୍ 

 ବ୍ରହ୍ମପୁର: ବ୍ରହ୍ମପୁରରେ ଧରାପଡ଼ିଲେ ଝାଡ଼ଖଣ୍ଡୀ ହାଇୱେ ଲୁଟେରା ଗ୍ୟାଙ୍ଗ୍  । ଭୁବନେଶ୍ୱର ଉପକଣ୍ଠ ବାଳକାଟିର ଜଣେ ଓ ଝାଡ଼ଖଣ୍ଡର ୮ ଜଣଙ୍କୁ ମିଶାଇ ମୋଟ ୯ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ଗୋଟିଏ ଅଟୋରିକ୍ସା, ୩୨ଟି ମୋବାଇଲ୍, ଗୋଟିଏ ଦେଶୀ ରିଭଲଭର, ୩ଟି ଗୁଳି, ୩ଟି ବୋମା, ଖଣ୍ଡା ଓ ଲୁହା ରଡ୍ ଜବତ ହୋଇଛି।  ସେମାନେ ଜାତୀୟ ରାଜପଥ ଦେଇ ଯାଆସ କରୁଥିବା ଲୋକଙ୍କୁ ଲୁଟ୍ କରୁଥିବା ଜଣାପଡ଼ିଛି  ।

NH-୧୬ ଖଜୁରିଆ ଓଭର ବ୍ରିଜ ନିକଟରେ କିଛି ଦୁର୍ବୃତ୍ତ ଏକାଠି ହୋଇ ଡକାୟତି ଯୋଜନା କରୁଥିବା ଖବର ପାଇବା ପରେ, ଗୋସାଣି ନୂଆଗାଁ ଓ ବୈଦ୍ୟନାଥପୁର ଥାନା ପୁଲିସ ଟିମ୍ ସେଠାରେ ପହଞ୍ଚି ସେମାନଙ୍କୁ କାବୁ କରିଥିଲା  । ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି।  ପୂର୍ବରୁ ମଧ୍ୟ ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି  

ସୁନାବେଶରେ ଅଘଟଣ; ଖସିଗଲା ମହାପ୍ରଭୁଙ୍କ କିରିଟିର କିଆ

ମହଣ ମହଣ ସୁନାରେ ସଜ୍ଜିତ ହୋଇ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ। ଏପଟେ ଘଟିଲା ଅଘଟଣ। ମହାପ୍ରଭୁଙ୍କ କିରିଟିରୁ ଖସିଗଲା ଗୋଟିଏ କିଆ। More

ପୁଣି  ୧,୯୪୮ କରୋନା ପଜିଟିଭ ଚିହ୍ନଟ, ୬୭ ଆଖି ବୁଜିଲେ

ରାଜ୍ୟରେ କରୋନା ସଂକ୍ରମଣ ହାର ସ୍ଥିର ରହିଛି। ଦୈନିକ ୨ ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ୬୦ ତଳକୁ ଖସୁନି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧,୯୪୮ କରୋନା ପଜିଟିଭ ବାହାରିଛନ୍ତି।   More

କୁମ୍ଭୀରଠୁ ବଞ୍ଚିବା ପାଇଁ ନୂଆ ପ୍ରସ୍ତୁତି; ଗାଁ ଲୋକେ ତିଆରି କଲେ ଏମିତି ବାଉଁଶ ବାଡ଼

ବର୍ଷା ଦିନ ଆସିଲେ ମାଡିଆସେ ଆତଙ୍କ। କୁମ୍ଭୀର ଆତଙ୍କ। ତେଣୁ କୁମ୍ଭୀର ପାଇଁ ତିଆରି ହେଉଛି ବାଉଁଶ ବାଡ। ହେଲେ ସତରେ କ’ଣ ଏହି ବାଡ ତାଙ୍କୁ ଦେବ ସୁରକ୍ଷା ଦେବ ! More

ଅନନ୍ୟ ସୌଭାଗ୍ୟ ପାଇ ଧନ୍ୟ ମଣୁଥିଲେ ନିଜକୁ, ଭଜୁ ଥିଲେ ଜଗା ନାମକୁ

ରଥ ରଜ୍ଜୁ କାନ୍ଧରେ ଯେତେବେଳେ ଆନନ୍ଦ ଲାଗିବନି । ସେଇଥି ପାଇଁ ତ ଖାତିର ନଥିଲା ଡହ ଡହ ଖରାକୁ କି ଡର ନଥିଲା ମୂଷଳ ଧାରାର ବର୍ଷାକୁ । ରଜ୍ଜୁ ଟାଣୁଥିଲେ, ରଥ ଗଡୁଥିଲା । More

ରାଜ୍ୟରେ କମୁଛି, ହେଲେ ଭୁବନେଶ୍ୱର ଓ କଟକରେ ଚିନ୍ତାଜନକ ସ୍ଥିତିରେ କରୋନା

ରାଜ୍ୟରେ କମୁଛି, ହେଲେ ଭୁବନେଶ୍ୱର ଓ କଟକରେ ଚିନ୍ତାଜନକ ସ୍ଥିତିରେ କରୋନା । ବିଶେଷ କରି ଆଇସିୟୁ ଓ ଭେଣ୍ଟିଲେଟରରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି । More

ICMR ଡିଜିଙ୍କ ପରାମର୍ଶ ପରେ, ପ୍ରାଥମିକ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେବେ କି ସରକାର ?

ଆଇସିଏମ୍‌ର୍ ଡିଜିଙ୍କ ପରାମର୍ଶ ପରେ, ପ୍ରାଥମିକ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେବେ କି ସରକାର ? ଚତୁର୍ଥ ସେରୋ ସର୍ଭେ ରିପୋର୍ଟ ଅନୁସାରେ, ବୟସ୍କଙ୍କଠାରୁ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ । More

‘ବାହା ହେବାକୁ ପ୍ରସ୍ତାବ ଦେଲି ହେଲେ ସେ ମାନିଳାନି, ତେଣୁ ତଣ୍ଟି କାଟିଦେଲି’

ସ୍ୱାମୀକୁ ଛାଡ଼ି ମୋତେ ବାହା ହେବାକୁ ପ୍ରସ୍ତାବ ଦେଲି । ମୁଣ୍ଡରେ ସିନ୍ଦୂର ଦେଲି । ରାଜି ନହେବାରୁ ଜୀବନ ନେଲି । ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟା ମାମଲାରେ ପୋଲିସ ଆଗରେ ଏଭଳି ଚାଞ୍ଚଲ୍ୟକର ବୟାନ ରଖିଛି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । More

ଖୋଲୁଛି ଗୁମର, ବଢ଼ୁଛି ସସ୍‌ପେନ୍ସ.. ଏବେ ବି ଜଣାପଡ଼ିନି କେମିତି ହେଲା ମୃତ୍ୟୁ

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଯେତେ ଖୋଳିଲେ ସେତେ ବାହାରୁଛି । ଯେତିକି ବାହାରିଲେ ସେତିକି ସସ୍‌ପେନ୍ସ ବଢୁଛି । ଆଜି ପୁଣି ସାମ୍ନାକୁ ଆସିଛି ଆଉ ଏକ ହାତଲେଖା । More