ସଂକ୍ଷେପରେ ଆଜିର ତାଜା ଖବର - Sunday, 18 July 2021

ସୁରକ୍ଷା ବଳୟ ଭିତରେ ଖୋଲିବ ସ୍କୁଲ୍

ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ସହ  ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ଏସ୍ଓପି କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। More

କରୋନା ଲକ୍ଷଣକୁ ଲୁଚାଅନି, ଲୁକ୍କାୟିତ କେସ୍ ଯୋଗୁଁ ବଢିପାରେ ସଂକ୍ରମଣ !

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, କରୋନା ପିକ୍ ସମୟରେ ଅନେକ ଲୋକ ଲକ୍ଷଣ ଥାଇ ବି ପରୀକ୍ଷା କରାଇବାକୁ ଆସିନଥିଲେ। ନିଜେ ନିଜେ ଔଷଧ କିଣି ସେବନ କରୁଥିଲେ ଯାହାଦ୍ୱାରା ପ୍ରକୃତ ପଜିଟିଭ୍ କେସ୍ ସଂଖ୍ୟା ଜଣା ପଡୁନଥିଲା। More

ଓଡ଼ିଆ ‌ଅଲମ୍ପିଆନ୍‌ଙ୍କ ଲାଗି ପୁରସ୍କାର ଘୋଷଣା

ଓଡ଼ିଶାରୁ ୬ ଜଣ ଆଥଲେଟ୍ ଟୋକିଓ ଅଲିମ୍ପିକରେ ଭାଗ ନେଇଛନ୍ତି। ସ୍ୱର୍ଣ୍ଣ ବିଜେତା, ରୌପ୍ୟ ବିଜେତା ଏବଂ ବ୍ରୋଞ୍ଜ ଜିତିଲେ କେତେ ଟଙ୍କାର ପୁରସ୍କାର ମିଳିବ ଘୋଷଣା କଲା ଆସୋସିଏସନ  More

୨୧ରୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଟିକା

ଭୁବନେଶ୍ୱରରେ ଗର୍ଭବତୀଙ୍କୁ କୋଭାକ୍ସିନ ଟିକା ଦେବା ପାଇଁ ନିଷ୍ପତ୍ତି ହୋଇଛି । ଜୁଲାଇ ୨୧ରୁ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ କରାଯିବ । ସପ୍ତାହକୁ ଦୁଇ ଦିନ; ବୁଧବାର ଓ ଶନିବାର ଦିଆଯିବ ଗର୍ଭବତୀଙ୍କୁ ଟିକା। ବୁଧବାର ଓ ଶନିବାର ଦିନ ୧୧ରୁ ୧ଟା ମଧ୍ୟରେ ଗର୍ଭବତୀଙ୍କୁ ଟିକାକରଣ କରାଯିବ ।

ଟୋକିଓ ଅଲିମ୍ପିକ୍: OOAର ପୁରସ୍କାର ଘୋଷଣା

ଓଡ଼ିଆ ଆଥଲେଟଙ୍କ ଲାଗି ପୁରସ୍କାର ଘୋଷଣା କଲା ଓଡ଼ିଶା ଅଲିମ୍ପିକ ଆସୋସିଏସନ (OOA) । ସ୍ୱର୍ଣ୍ଣ ବିଜେତାଙ୍କୁ ୫ ଲକ୍ଷ, ରୌପ୍ୟ ବିଜେତାଙ୍କୁ ୩ ଲକ୍ଷ, ବ୍ରୋଞ୍ଜ ଜିତିଲେ ୧ ଲକ୍ଷ । ଓଡ଼ିଶାରୁ ୬ ଜଣ ଆଥଲେଟ୍ ଟୋକିଓ ଅଲିମ୍ପିକରେ ଭାଗ ନେଇଛନ୍ତି ।

୨୫ ବର୍ଷର ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବାପା

ବାରିପଦା: ବଡ଼ସାହି ଥାନା ନାଉପାଳ ନିକଟ ନରଣପୁରରେ ବୀଭତ୍ସ ହତ୍ୟା । ୨୫ ବର୍ଷର ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବାପା । ପୁଅକୁ ହତ୍ୟା କରିବା ପରେ ବାପା ଓ ସାବତ ମାଆ ଫେରାର ।

ଚିନ୍ତା ବଢ଼ାଉଛି ହିଡେନ୍ କେସ : କରୋନା ଲକ୍ଷଣ ଥିଲେ ବି ଟେଷ୍ଟ କରିବାକୁ ଆସୁନାହାନ୍ତି ଲୋକେ

କରୋନା ଲକ୍ଷଣ ଥିଲେ ବି ଟେଷ୍ଟ କରିବାକୁ ଆସୁନାହାନ୍ତି ଲୋକେ । ତେଣୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇପାରୁନାହିଁ । ଅନେକ ହିଡେନ୍ କେସ ରହୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । More

ମାଲକାନଗିରିରେ ୨ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

SPଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଥିବା ୨ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର More

କାନ୍ଧରେ ବହି ବସ୍ତାନୀ ବଦଳରେ ମଦ ବୋତଲ : ଭିଡିଓ ଭାଇରାଲ ପରେ ସମାଜସେବୀଙ୍କ ଉଦବେଗ

ଯେଉଁ ବୟସରେ କାନ୍ଧରେ ବହି ବସ୍ତାନୀ ରହିବା କଥା, ସେହି ବୟସରେ କାନ୍ଧରେ ମଦ ବୋତଲ ‍ବୋହୁଛି ଏକ ଛୋଟ ପିଲା । ସୁନ୍ଦରଗଡ ଜିଲ୍ଲାର ଖଣିଖାଦାନ ଭରା କୋଇଡା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । More

ଚାଷୀ ପାଇଁ ଆସିଗଲା “ସବଜିକୁଲର”: ଏଥର ଆଉ ନଷ୍ଟ ହେବ ନାହିଁ ପନିପରିବା

ଶୀତଳଭଣ୍ଡାର ଓଡିଶାର ଅନେକ ଗାଁ ପାଇଁ ଏବେ ଏକ ସ୍ୱପ୍ନ ପରି । ତଥାପି କୋରାପୁଟର ଚାଷୀଙ୍କ ପାଇଁ ଏବେ ସବଜିକୁଲର ସାଜିଛି ବିକଳ୍ପ ପନ୍ଥା । କୃଷକ ମାନେ ସେମାନଙ୍କର ଉତ୍ପାଦକୁ ଅଧିକ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିପାରୁଛନ୍ତି । ଯାହା ସେମାନଙ୍କୁ କ୍ଷତିର କଷ୍ଟରୁ ବଂଚାଉଛି ବୋଲି ଚାଷୀ କହିଛନ୍ତି । More

ପ୍ରଶାସନ ଶୁଣିଲା ନାହିଁ, ନିଜ ପିଲାଙ୍କ ପାଇଁ ଅଙ୍ଗନୱାଡ଼ି ତିଆରି କଲେ ମାଆ

ଦୀର୍ଘଦିନ ପିଲାଙ୍କ ପାଠ ପଢା ପର ପିଣ୍ଢାରେ ତ କାହାର ଘରେ ଚାଲେ ଏହି ଅଙ୍ଗନବାଡି କେନ୍ଦ୍ରର ପିଲାମାନେ ପାଠ ପଢୁଛନ୍ତି । ବର୍ଷା ହେଲେ ପାଠ ପଢାରେ ଡୋର ବନ୍ଧା ନହେଲା । ଧିରେ ଧିରେ କରୋନା ସ୍ଥିତିରେ ସୁଧାର ହେଉଛି । ତେଣୁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବାକୁ ଆଶା ଥିବା ବେଳେ ମାଆ ମାନେ ଏକତ୍ରିତ ହୋଇ ବୈଠକ କରି ନିଜେ ଆଦାୟ କରି ଟଙ୍କା ଦେଲେ ଓ ମାଟି ଖୋଳି ବାଉଁଶ ବାନ୍ଧି ଅଙ୍ଗନୱାଡ଼ି କେନ୍ଦ୍ର ତିଆରି କରି ଏକ ଉଦାହରଣ ସୃଷ୍ଟି କଲେ More

ରାଜ୍ୟରେ ଆଜି ୬୬ ଜଣଙ୍କ ମୁଣ୍ଡ ନେଲା କରୋନା

ଆଉ ୬୬ ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ୫ ହଜାର ଟପିଲା କରୋନାଜନିତ ମୃତ୍ୟୁ ସଂଖ୍ୟା । କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୫୮କୁ ବୃଦ୍ଧି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଆକ୍ରାନ୍ତଙ୍କ ମୃତ୍ୟୁ

ଘାଟିରୁ ଶହେ ଫୁଟ୍ ତଳକୁ ଖସିଲା ଟ୍ରକ୍

ବାରିପଦା: ବାଙ୍ଗିରିପୋଷି ଘାଟିରୁ ଶହେ ଫୁଟ୍ ତଳକୁ ଖସିଲା ଟ୍ରକ୍ ।ଡ୍ରାଇଭର ମୃତ, ଗୁରୁତର ଅବସ୍ଥାରେ ହେଲପର ଉଦ୍ଧାର । ଲୁହାପଥର ବୋଝେଇ ଟ୍ରକ କେନ୍ଦୁଝରରୁ କୋଲକାତା ଯାଉଥିଲା

ଆଜି ସର୍ବଦଳୀୟ ବୈଠକ

ସଂସଦ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ: ଅପରାହ୍ଣରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରିବେ ବାଚସ୍ପତି, ଶାନ୍ତିଶୃଙ୍ଖଳାର ସହ ଗୃହ ଚଲାଇବାକୁ ଉପରାଷ୍ଟ୍ରପତିଙ୍କ ସହ ବୈଠକରେ ବିରୋଧୀଙ୍କ ପ୍ରତିଶ୍ରୁତି

୨୫ ବର୍ଷର ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବାପା

ବାରିପଦା : ବଡ଼ସାହି ଥାନା ନାଉପାଳ ନିକଟ ନରଣପୁରରେ ବୀଭତ୍ସ ହତ୍ୟା । ୨୫ ବର୍ଷର ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବାପା । ପୁଅକୁ ହତ୍ୟା କରିବା ପରେ ବାପା ଓ ସାବତ ମାଆ ଫେରାର ।

ରାଜ୍ୟରେ ବଢୁଛି ସଂକ୍ରମଣ

ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୨୧୫ ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟିନରୁ ୧୨୭୨; ଲୋକାଲ କେସ୍- ୯୪୩ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୪ ହଜାର ୩୨୬କୁ ବୃଦ୍ଧି ।

“ମୋ ଭାଇକୁ ମାରିଦିଆଯାଇଛି, ସେ ଆତ୍ମହତ୍ୟା କରିନାହିଁ”

ତପନ ପଟ୍ଟନାୟକଙ୍କ ଉପସ୍ଥିତିରେ ତଦନ୍ତ କରାଯାଇଛି। ସୌମ୍ୟଙ୍କ ସହକର୍ମୀଙ୍କୁ ନେଇ ଡେମୋ କରିଥିଲା ପୋଲିସ। ତେବେ ମାମଲାରେ ସଂପୃକ୍ତ ନଥିବା ନେଇ ପୂର୍ବରୁ ସୌମ୍ୟଙ୍କ ସ୍ତ୍ରୀ, ରୋଷେୟା ମନ୍ମଥ କୁମ୍ଭ ଏବଂ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା କହିଛନ୍ତି। More

କୋହଳ ହେଲା କଟକଣା: ପଡ଼ିଆକୁ ଓହ୍ଲାଇଲେ ଖେଳାଳି

ଆଉଟ୍‌ଡୋର ସହ ଇନଡୋର ଗେମ୍ସକୁ ବି ମିଳିଛି ଅନୁମତି। ଏହାପରେ ଆରମ୍ଭ ହୋଇଯାଇଛି ଅଭ୍ୟାସ। ବ୍ୟାଡମିଣ୍ଟନ, କରାଟେ, ଜୁଡୋ, ତାଇକୋଣ୍ଡ ଏବଂ ସନ୍ତରଣ ବର୍ଗରେ ଖେଳାଳି ପ୍ରାକ୍ସିସକୁ ଫେରିଛନ୍ତି More

ସୁବର୍ଣ୍ଣପୁର ଜିଲ୍ଲା ସଂଗ୍ରାମପୁର ପଞ୍ଚାୟତ ମନରେଗାରେ ଦୁର୍ନୀତି

ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନ୍ତର୍ଗତ ହୋଇଛି ରାସ୍ତା କାମ । ସୁବର୍ଣ୍ଣପୁର ଜିଲ୍ଲା ସଂଗ୍ରାମପୁର ପଞ୍ଚାୟତର ଯୁବରାଜପୁର ଗାଁରୁ ଘାସିମାଲକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା କହିଲେ ନସରେ । More

ଲଗାତର ୪ ଦିନ ଧରି ରାଜ୍ୟ ବଢୁଛି କରୋନା ସଂକ୍ରମଣ : ୨୪ ଘଣ୍ଟାରେ ୨୨୧୫ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଲଗାତର ୪ ଦିନ ହେଲା ପୁଣି ବଢୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨ ହଜାର ୨୧୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କ୍ୱାରେଣ୍ଟିନରୁ ୧ ହଜାର ୨୭୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୯୪୩ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି More

୪୦ ବର୍ଷ ପରେ ପରିବାର ପାଖକୁ ଫେରିଲେ ଗଞ୍ଜାମର ସୀମାଞ୍ଚଳ : ଦାଦନ ଖଟିବାକୁ ଯାଇ ଭୁଲିଯାଇଥିଲେ ଠିକଣା

ସୀମାଞ୍ଚଳ ରଣା ବୟସ-୬୭ ଗାଁରେ ଡାକ ନାଁ ମୂଷା । ୪୦ ବର୍ଷ ତଳୁ ଯେଉଁ ନିଖୋଜ ମଣିଷର ନାଁଟିକୁ ଲୋକେ ଭୁଲି ଆସୁଥିଲେ, ଏବେ ତାଙ୍କୁ ନେଇ ଘରେ ଘରେ ଚର୍ଚ୍ଚା । ତେବେ ଏହା ପଛରେ ରହିଛି ବଡ଼ କାହାଣୀ । More

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି : ଆଜି ସୁଦ୍ଧା ବଡ଼ଦାଣ୍ଡର ହୋଟେଲ, ଲଜିଂ ବନ୍ଦ ପାଇଁ ନିର୍ଦ୍ଦେଶ

ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ବେଳେ ବି ପୁରୀ ସହରରେ ୧୪୪ ଧାରା ଜାରି କରାଯିବ । ଏହି ସମୟରେ ବଡ଼ଦାଣ୍ଡରେ ଥିବା ସବୁ କୋଠା ଘରର ଛାତ ଓ ବାଲକୋନିରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି More

ସରକାରୀ କ୍ୱାର୍ଟର୍‌ରୁ ମିଳିଲା ଲାପଟପ୍‌ ସହ ACF ସୌମ୍ୟରଂଜନଙ୍କ ହାତଲେଖା

୧୫ ତାରିଖ ପରେ ମୁକ୍ତ ହୋଇଯିବି ବୋଲି ବି ଲେଖାଯାଇଛି। ଅର୍ଥାତ ଅନ୍ୟତ୍ର ବଦଳି କରିଦିଆଯିବାର ଆଭାସ ପାଇବା ପରେ ଏକଥା ଲେଖିଥିଲେ କି ସୌମ୍ୟ? ଯାହାକୁ ଜବତ କରିଛି ପୋଲିସ।  More

ଦାନିଶଙ୍କୁ ଝୁରୁଛି ପେଣ୍ଡାଜାମ, ମନେ ପକାଉଛନ୍ତି ରିନା ଯାନୀ

କରୋନା ଟିକା କେମିତି ଏକ ଅପହଞ୍ଚ ଇଲାକାରେ ଲୋକଙ୍କ ହାତରେ ଲାଗୁଛି, ତାହାର ପୁରା ଘଟଣାକ୍ରମ କ୍ୟାମେରାରେ କଏଦ କରିବାକୁ କୋରାପୁଟ ଆସିଥିଲେ ଦାନିଶ More

୩ ରୁ ୪ ମାସ ରହିପାରେ ତୃତୀୟ ଲହରର ପ୍ରକୋପ

କୋଭିଡ୍ ଟିକା ନେବା ପରେ ରାଜ୍ୟରେ କେତେଜଣ ସଂକ୍ରମିତ ହୋଇଛନ୍ତି? ପ୍ରଥମ ଡୋଜ୍ ନେବା ପରେ କେତେ ଓ ଦ୍ୱିତୀୟ ଡୋଜ୍ ପରେ କେତେ, ସେ ସଂପର୍କରେ ତର୍ଜମା କରୁଛି ସ୍ୱାସ୍ଥ୍ୟ ବିଭାଗ ଟିମ୍। ସେପଟେ ଟିକା ନେବାପରେ ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନେ ଗୁରୁତର ହେଉନାହାନ୍ତି କିନ୍ତୁ ଅନ୍ୟମାନଙ୍କୁ ସଂକ୍ରମିତ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିବା ପରେ ଏବେ ବ୍ରେକ୍ ଥ୍ରୁ ଇନଫେକସନକୁ ନେଇ ଚିନ୍ତା ବଢ଼ିଛି More

ରାଜ୍ୟ ପାଇଁ ଗୌରବ ଆଣିଲେ ବାରିପଦାର ଝିଅ

ସୁନ୍ଦରୀ ପ୍ରତିଯୋଗିତା ଯେ ବଡ ବଡ଼ ମେଟ୍ରୋ ସହରର ଯୁବତୀଙ୍କ ହାତରେ ଆଉ ତାହା ନୁହଁ ବରଂ ଭାରତର ସୁନ୍ଦରୀ ଯୁବତୀ ପ୍ରତିଯୋଗିତାରେ ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହରର ଯୁବତୀଙ୍କ ମୁଣ୍ଡରେ ମଧ୍ୟ ମୁକୁଟ ପିନ୍ଧି ବାର ସୌଭାଗ୍ୟ ମିଳିଲାଣି More

ଅଗଷ୍ଟ ୨୨ ମଧ୍ୟରେ ମାଟ୍ରିକ ରେଜଲ୍ଟ

ଯେଉଁ ଛାତ୍ରଛାତ୍ରୀମାନେ ଅଫଲାଇନ୍‌ରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଛନ୍ତି, ସେମାନଙ୍କ ପରୀକ୍ଷାଫଳ ଅଗଷ୍ଟ ୨୨ ସୁଦ୍ଧା ବାହାର କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଯୋଜନା କରିଛି। More