ସଂକ୍ଷେପରେ ଆଜିର ତାଜା ଖବର - Friday, 16 July 2021

ଆଶ୍ୱସ୍ତି ଆଣିଲା ଆଂଶିକ ଲକଡାଉନ୍, ତଥାପି ରହିଲା ଦୁଃଖ

ପାର୍ଲର ଓ ଜିମ୍ ମାଲିକ କିନ୍ତୁ ଖୁସ୍। କିନ୍ତୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍ ନଚଳାଇବାକୁ ନିଷ୍ପତ୍ତି ନେଇଛି ସଂଘ। More

କୁଡ଼ିଆ ଘରେ ବିଜୁଛି ଅନେକଙ୍କ ଜୀବନ, କାରଗଜପତ୍ର ଥାଇ ବି ମିଳୁନି ଆବାସ

ଛଣ ଉଡି ବତା ଦେଖାଯାଉଛି । କୁଡିଆ ଘରର ଚାଳ ନାହିଁ କହିଲେ ଚଳେ । ପଲିଥିନ ଘୋଡ଼ାଇ ନୂଆଣିଆ ଭଙ୍ଗା ଦଦରା ଘରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି କୌଶଲ୍ୟା । More

ପାହାଡ଼ ସାଜିଛି ସ୍କୁଲ ଆଉ ତାର ଚଟ୍ଟାଣ ପାଲଟିଛି କ୍ଲାସ ରୁମ୍

କରୋନା ପାଇଁ ବର୍ଷେ ହେଲା ସ୍କୁଲ ବନ୍ଦ । ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନରେ ପାଠପଢା ବ୍ୟବସ୍ଥା କରିଛନ୍ତି । ହେଲେ ପିଲାଙ୍କ ଶିକ୍ଷାଦାନରେ ସମସ୍ୟା ସାଜିଛି ନେଟୱାର୍କ । More

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ୫ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍ !

ରୋଷେୟା ମନ୍ମଥ କୁମ୍ଭଙ୍କୁ ପଚରାଉଚରା କରିଥିଲା ପୋଲିସ। କିନ୍ତୁ ତଦନ୍ତର ସ୍କାନର୍‌ରେ ଥିବା ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଏଯାଏଁ ପଚରାଉଚରା କରିନଥିବା କୁହାଯାଉଛି। More

ଓପେରା ମିସ୍ ଇଣ୍ଡିଆର ରନର୍ସଅପ ମୁକୁଟ ପିନ୍ଧିଲେ ମୟୁରଭଞ୍ଜର ଝିଅ

ସର୍ବଭାରତୀୟ ସ୍ତରର ଦୁଇ ଶହରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ରନର୍ସଅପ୍ ହେବାର ସୈାଭାଗ୍ୟ ପାଇଛନ୍ତି। ସେ ଅପେରା ମିସ୍ ଇଣ୍ଡିଆ ଫାଇନାଲକୁ ମନୋନୀତ ହୋଇଥିଲେ। ସେଥିରୁ ପ୍ରିୟଙ୍କା ଜଣେ ଜାତୀୟ ସୁନ୍ଦରୀ ଭାବେ ପରିଚୟ ପାଇଛନ୍ତି। More

ରାଜ୍ୟ ପାଇଁ କେନ୍ଦ୍ର ୯୫% ଟିକା ଦେବାକୁ ନବୀନଙ୍କ ଦାବି

ମୋଦି କହିଛନ୍ତି ଯେ ଦେଶରେ ଧୀରେ ଧୀରେ ସଂକ୍ରମଣ କମୁଛି କିନ୍ତୁ ଏବେ ବି ସଚେତନ ହୋଇ ରହିବାର ଆବଶ୍ୟକତା ରହିଛି। କାରଣ ଟିକିଏ ଅସାବଧାନ ହେଲେ ଦେଶରେ ପୁଣି ଥରେ ସଂକ୍ରମଣ ବଢ଼ିବ। More

କରୋନା କାଳରେ ଡେଙ୍ଗୁକୁ ନେଇ ବଢ଼ିଲା ଚିନ୍ତା

ସେହିପରି ଘରୋଇ ମେଡିକାଲରେ ଟେଷ୍ଟ ବେଳେ ସଠିକ ମାନଦଣ୍ଡକୁ ଧ୍ୟାନ ଦିଆ ଯାଉନାହିଁ ବୋଲି ସେ କହିଛନ୍ତି । ଡେଙ୍ଗୁ ଟେଷ୍ଟ ପାଇଁ କ୍ୟାପିଟାଲ ମେଡିକାଲ, RMRC, AIIMS ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଙ୍ଗ ବ୍ୟବସ୍ଥା ରହିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସେ କହିଛନ୍ତି। More

୧୧୫ କୋଟି ଟଙ୍କାର GST ଠକିଥିଲେ, ଧରାପଡ଼ିଲେ

ରାଜ୍ୟରେ ବଡ଼ ଧରଣର ଜିଏସ୍‌ଟି ଠକେଇ । ୧୧୫ କୋଟି ଟଙ୍କା GST ଠକେଇର ପର୍ଦ୍ଦାଫାସ କରିଛି ରାଜ୍ୟ ଜିଏସ୍‌ଟି ବିଭାଗ। More

ଆସନ୍ତା ୨୦ରେ ସମସ୍ତ FCI ଗୋଦାମ ସାମ୍ନାରେ ଧାରଣା ଦେବ ବିଜେଡି

ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଆସନ୍ତା ୨୦ରେ ସମସ୍ତ FCI ଗୋଦାମ ସାମ୍ନାରେ ଧାରଣା ଦେବ ବିଜେଡି। ଧାନ କିଣା ନେଇ ବିଜେପି ଲୋକଙ୍କୁ ବିଭ୍ରାନ୍ତ କରୁଛି ବୋଲି ଶାସକ ଦଳ ଅଭିଯୋଗ କରିଛି। ଓଡ଼ିଶାର ୭୬ ପ୍ରତିଶତ ଚାଷୀ। ଏମାନଙ୍କ ଆୟ କିପରି ଦ୍ୱିଗୁଣିତ ହେବ ସେଥିପାଇଁ ସରକାର ସବୁବେଳେ ଚେଷ୍ଟା କରୁଛନ୍ତି। କେନ୍ଦ୍ର ଦ୍ୱାରା ସ୍ଥିରୀକୃତ MSP ଅନୁଯାୟୀ, ଧାନ କିଣା ଯାଉଛି। ଟୋକେନ୍ ବ୍ୟବସ୍ଥାକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ କଳାବଜାରୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ବିଜେଡି କହିଛି। ଧାନ କିଣା ବାବଦକୁ ଏଯାଏ ୬ ହଜାର ୫ଶହ ୭୦ କୋଟି କେନ୍ଦ୍ରରୁ ମିଳିନି ବୋଲି କହିଛି ଶାସକ ଦଳ। ଏହାସହ ଖରିଫରେ ଧାନ କିଣା ସେପ୍ଟେମ୍ବର ଯାଏ କେନ୍ଦ୍ର ବଢ଼ାଉ ବୋଲି ବିଜେଡି ଦାବି କରିଛି।  

ଲାଇନଚ୍ୟୁତ ହେଲା ମାଲଗାଡ଼ି

ପାରାଦୀପ: ପାରାଦୀପ ପିପିଏଲ୍ ମୁଖ୍ୟଫାଟକ ସମ୍ମୁଖରେ ମାଲଗାଡ଼ି ଲାଇନଚ୍ୟୁତ ହୋଇଛି। ବିଳମ୍ବିତ ରାତ୍ରୀରେ ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି  । ପିପିଏଲ୍ ସାରକାରଖାନାକୁ ଜିପସମ୍ ନେବାକୁ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି  । ତେବେ କେମିତି ଟ୍ରେନ୍ ଲାଇନଚ୍ୟୁତ ହେଲା ତାହାର କାରଣ ଜଣା ପଡିନାହିଁ  । ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛନ୍ତି।  ଲାଇନଚ୍ୟୁତ ହୋଇଥିବା ବଗି ଗୁଡିକୁ ଉଠାଇବା କାର୍ଯ୍ୟ ଚାଲିଛି । ତେବେ ଏହି ଲାଇନ୍ ପିିଏଲ୍‌ର ନିଜସ୍ୱ ହୋଇଥିବାରୁ ଅନ୍ୟ ଟ୍ରେନ୍ ଯାତାୟତରେ କୌଣସି ବାଧା ଉପୁଜି ନାହିଁ  ।

ନିଆଁ ଲାଗିବା ବେଳେ କେଉଁଠି ଥିଲେ ବନ ସଂରକ୍ଷକଙ୍କ ପତ୍ନୀ ?

ଘଟଣା ଦିନ କଣ ସବୁ ହୋଇଥିଲା ? କିପରି ନିଆଁ ଲାଗିଲା ? ନିଆଁ ଲାଗିବା ବେଳେ ପତ୍ନୀ ବିଦ୍ୟାଭାରତୀ କେଉଁଠି ଥିଲେ ? ସେ ସବୁ ଦିଗକୁ ତଦନ୍ତ ପରିସରକୁ ନିଆଯିବ।  More

ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟିକାକରଣ

କୋ ୱିନ ଆପ୍‌ର ସ୍ୱତନ୍ତ୍ର ସାଇଟ୍‌ରେ ଗର୍ଭବତୀଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ କରାଯାଇପାରିବ । ବର୍ତ୍ତମାନ ସୁଦ୍ଧା ମୋଟ ୧ କୋଟି ୩୮ ଲକ୍ଷ ୯ ହଜାର ୭୫୬ ଡୋଜ୍ ଟିକାକରଣ ସରିଛି। ଏବେ ରାଜ୍ୟରେ ୪ ଲକ୍ଷ ୬୧ ହଜାର କୋଭିସିଲଡ୍‌ ଟିକା ମହଜୁଦ ରହିଛି । More

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଛନ୍ତି  । ଭୋଟ ଗଣତି ବୁଥ ସ୍ତରରେ ହେବା ପରିବର୍ତ୍ତେ  ବ୍ଲକ ସ୍ତରରେ କରିବାକୁ ନିଷ୍ପତ୍ତି ହୋଇଛି  । ଏଥିପାଇଁ ଅଧିକ ଭୋଟ ବାକ୍ସର ଆବଶ୍ୟକତା ପଡ଼ିବ।  ରାଜ୍ୟ ପାଇଁ ପ୍ରାୟ ୯୨ ହଜାର ଭୋଟ୍ ବାକ୍ସର ଆବଶ୍ୟକ ପଡ଼ିବ।  କମିଶନ ଜିଲ୍ଲା ଗୁଡ଼ିକରେ ଥିବା ଭୋଟ ବାକ୍ସର ତଥ୍ୟ ମାଗିଛନ୍ତି । ତେବେ ଯେଉଁ ତଥ୍ୟ ଦିଆଯାଇଛି ତାହା ସଠିକ୍ ନଥିବାରୁ ପୁଣି ଥରେ ତଥ୍ୟ ଦେବାକୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି କମିଶନ ।  ଆସନ୍ତା ୨୬ ତାରିଖ ସୁଦ୍ଧା ତାଲିକା ପ୍ରଦାନ ପାଇଁ କୁହାଯାଇଛି।  ବ୍ଲକ୍ ସ୍ତରରେ ଭୋଟ ଗଣତି ହେଲେ ଅଧିକ ବାକ୍ସର ଆବଶ୍ୟକତା ପଡ଼ିପାରେ।   ତେଣୁ ସଠିକ୍ ତାଲିକା ଦେଲେ ଅଧିକ ଭୋଟ ବାକ୍ସ ପାଇଁ ପଦକ୍ଷେପ ନିଆଯିବ ବୋଲି କମିଶନ ଚିଠିରେ ଉଲ୍ଲେଖ କରିଛନ୍ତି।

ଆଜି ହେରାପଞ୍ଚମୀ; ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ରଥଯାତ୍ରା ପରମ୍ପରାର ଏହା ଏକ ଅଂଶ। ଭାଇଭଉଣୀଙ୍କୁ ଧରି ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଚାଲି ଆସିଲେ ବୋଲି ରାଗିଛନ୍ତି ମହାଲକ୍ଷ୍ମୀ। ସାଧାରଣ ସ୍ତ୍ରୀଙ୍କ ପରି ରାଗରେ ଗରଗର ହୋଇ ଆସି ଭାଙ୍ଗି ଦେବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ... More

୨ ଯୁବକଙ୍କୁ ନିର୍ମମ ହତ୍ୟା; ବିଚ୍ ରାସ୍ତାରେ ପଡ଼ିଛି ଜଣଙ୍କ ମୃତଦେହ, ହୋଟେଲ୍ କଡ଼ରୁ ମିଳିଲା ଅନ୍ୟ ଜଣଙ୍କ ମୃତଦେହ

ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ହୋଟେଲ କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।  More

ନୂଆପଡ଼ା ସହରରେ ଭାଲୁ ଆତଙ୍କ

ନୂଆପଡ଼ା: ନୂଆପଡ଼ା ସହରରେ ଭାଲୁ ଆତଙ୍କ । ଗତକାଲି ରାତିରେ ଜିଲ୍ଲାପାଳଙ୍କ ବାସଭବନକୁ ଏକ ଭାଲୁ ପଶି ଆସିଥିଲା  । ରାତି ପ୍ରାୟ ୯ଟାରେ ଏହି ଭାଲୁଟି ଇନ୍ଦିରା କଲୋନିରୁ ବାହାରି ମିନି ଷ୍ଟାଡିୟମ ସମ୍ମୁଖରେ ଥିବା ହନୁମାନ ମନ୍ଦିର ପରିସରକୁ ଚାଲି ଆସିଥିଲା । ସେଠାରେ ଏକ ବୁଦା ମୂଳେ ବହୁ ସମୟ ଲୁଚି ରହିଥିଲା। ପରେ  ଭାଲୁଟିକୁ  ନୂଆପଡ଼ା ମଝିରେ ଯାଇଥିବା ଜାତୀୟ ରାଜପଥ ୩୫୩ କଡ଼ରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ସମୟରେ କିଛି ଲୋକ ମୋବାଇଲରେ ଭାଲୁର ଦୃଶ୍ୟ  କଏଦ କରି ରଖିଥିଲେ।  ବନ ବିଭାଗର କର୍ମଚାରୀ ଆସି ଭାଲୁକୁ ପାଖ ଜଙ୍ଗଲକୁ ଘଉଡ଼ାଇ ଦେଇଛନ୍ତି । ଏଥିରେ ନିୟୋଜିତ ହୋଇଥିଲେ ୧୦ ଜଣ ବନ କର୍ମଚାର॥  ରାତି ୩ଟା ଯାଏ ଚାଲିଥିଲା ଅପରେସନ । ଶେଷରେ ଭାଲୁଟି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଛି   

ସୀମାରେ ଏନକାଉଣ୍ଟର; ୨ ଆତଙ୍କୀ ନିପାତ

ଶ୍ରୀନଗର: ପୁଣି ଥରେ ଉପତ୍ୟକାରେ ସେନା-ଆତଙ୍କବାଦୀ ମୁହାଁମୁହିଁ। ଶ୍ରୀନଗର ଦାନମାର ଅଞ୍ଚଳରେ କିଛି ଆତଙ୍କୀଙ୍କ ସହ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ହୋଇଛି।  ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଦୁଇ ଆତଙ୍କୀ ଲସ୍କର-ଏ ତୋଏବା ସଂଗଠନର ବୋଲି ଚିହ୍ନଟ ହୋଇଛନ୍ତି। କିଛି ଆତଙ୍କୀ ଲୁଚିଥିବା ନେଇ ଗତକାଲି ମଧ୍ୟ ରାତିରେ ଦାନମାର ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଟିମ୍‌କୁ ସୂଚନା ମିଳିଥିଲା। ଏହାପରେ ଉକ୍ତ ଅଞ୍ଚଳକୁ କର୍ଡନ୍ କରାଯାଇ ସେମାନଙ୍କୁ ଆତ୍ମ ସମର୍ପଣ ପାଇଁ କୁହାଯାଇଥିଲା। ତେବେ ଏହି ସମୟରେ ଫୋର୍ସ ଉପରକୁ ଆଖି ବୁଜା ଗୁଳି କରିଥିଲେ ଆତଙ୍କବାଦୀ। ଯାହାର ଜବାବ ଦେବା ସହ ଦୁଇ ଜଣ ଏଲ୍ଇଟି ଆତଙ୍କବାଦୀଙ୍କୁ ନିହତ କରାଯାଇଛି। ଏବେ ବି ଅଞ୍ଚଳରେ ସର୍ଚ୍ଚ ଚାଲିଛି। କିଛି ଆତଙ୍କବାଦୀ ଏବେ ବି ଲୁଚି ରହିଥିବା ଅନୁମାନ କରାଯାଉଛି।

ଓଡ଼ିଶା ସମେତ ୬ଟି ରାଜ୍ୟର କୋଭିଡ ସ୍ଥିତି ସମ୍ପର୍କରେ ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶା ସମେତ ୬ଟି ରାଜ୍ୟର କୋଭିଡ ସ୍ଥିତି ସମ୍ପର୍କରେ ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରାଜ୍ୟଗୁଡ଼ିକ ହେଲା ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ।  ଏହି ସବୁ ରାଜ୍ୟରେ କରୋନା ସ୍ଥିତି ଅପେକ୍ଷାକୃତ ଗମ୍ଭୀର ଥିବାରୁ ଓ ହ୍ରାସ ପାଉନଥିବାରୁ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ ମୋଦି।  କରୋନାର ମୁକାବିଲା ପାଇଁ କିଛି ରଣନୀତି ସହିତ ପରାମର୍ଶ ଦେଇପାରନ୍ତି ପ୍ରଧାନମନ୍ତ୍ରୀ।  ଭିଡିଓ କନ୍‌ଫରେନ୍ସିଂରେ ଏହି ଆଲୋଚନା ହେବ।  କିଛି ଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ସୂଚନା ଦେଇଥିଲେ ଯେ, ଦେଶର ପାଞ୍ଚଟି ସର୍ବାଧିକ ସଂକ୍ରମିତ ରାଜ୍ୟ ଭିତରେ ଓଡ଼ିଶା ରହିଛି ।  ଜୁନ୍ ଓ ଜୁଲାଇରେ ଦେଶର ମୋଟ ସଂକ୍ରମଣରେ ଓଡ଼ିଶାର ସ୍ଥାନ ପଞ୍ଚମ ବୋଲି ସେ ସୂଚନା ଦେଇଥିଲେ। ଜୁଲାଇରେ ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୩୦.୩%, ମହାରାଷ୍ଟ୍ର ୨୦.୮% ଏବଂ ତାମିଲନାଡୁରେ ୮.୫%, ଆନ୍ଧ୍ରରେ ୭.୩% ସଂକ୍ରମିତ ଥିବା ବେଳେ ଓଡ଼ିଶାରେ ୬.୫% ପ୍ରତିଶତ ଆକ୍ରାନ୍ତ ଅଛନ୍ତି  

ପେକ୍ସ ସଂପାଦକଙ୍କ ଘରେ ଭିଜିଲାନ୍ସ ରେଡ୍

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ଡୁବୁଲା ପେକ୍ସ ସଂପାଦକ ମସୁତ୍ ମହମ୍ମଦଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିବା ସୂଚନା ମିଳିଛି  । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ । ସଂପାଦକଙ୍କ ବଲାଙ୍ଗିର ସାଲେପାଲିଠାରେ ଥିବା ଘର ଏବଂ ଡୁବୁଲା ପେକ୍ସ ଅଫିସରେ ଏକକାଳୀନ ଚଢଉ ଜାରି ରହିଛି ।  ଚଢଉରେ ବଲାଙ୍ଗିର,ସୋନପୁର, ବରଗଡ ଏଂ ସମ୍ବଲପୁରର ଭିଜିଲାନ୍ସ ଡିଭିଜନର ଟିମ ସାମିଲ ଅଛନ୍ତି । ପେକ୍ସ ସଂପାଦକଙ୍କ ବାସଭବନ, ବ୍ୟାଙ୍ଗ ଆକାଉଣ୍ଟ, ସ୍ଥାବର ଅସ୍ଥାବର ସଂପତ୍ତି ସବୁକିଛିକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି ଭିଜିଲାନ୍ସ  । ରେଡ୍ ପରେ ସମ୍ପତ୍ତିର ଆକଳନ କରାଯାଉଛି ।

ଆଜିଠୁ ସାରା ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ; ଖୋଲିଲା ଜିମ୍‌, ପାର୍ଲର

ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଥିବା ବେଳେ ଆଜିଠୁ ସାରା ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ ହୋଇଛି। ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ଆଜିଠୁ ସାରା ରାଜ୍ୟରେ ବସ୍ ଚଳାଚଳ ଆରମ୍ଭ ହୋଇଛି। More

୨ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ; ମୃତ୍ୟୁ ସଂଖ୍ୟା ବି ୬୦ ଉପରେ

ରାଜ୍ୟରେ ଦୈନିକ ସଂକ୍ରମଣ ୨ ହଜାର ତଳକୁ ଖସୁ ନ ଥିବାବେଳେ ମୃତ୍ୟୁ ସଂଖ୍ୟା ବି ଖସୁନି। ଏହା ଭିତରେ କରୋନା କଟକଣାକୁ କୋହଳ କରାଯାଇଛି। ଫଳରେ ଲୋକଙ୍କ ଅମାନିଆ ଭାବ ବି ବଢି ଯାଇଛି। More

ରାଜଧାନୀରେ ଏହି ସବୁ ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ୍‌

ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା କମୁଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମୁନି। ବିଶେଷ କରି ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ସମସ୍ତଙ୍କ ଚିନ୍ତା ବଢାଇଛି। ଏପରି ସ୍ଥିତିରେ ରାଜଧାନୀର ଦୁଇଟି ଅଞ୍ଚଳରେ କଣ୍ଟେନମେଣ୍ଣ ଜୋନ୍‌ ଘୋଷଣା କରାଯାଇଛି। More

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ

ଖରିଫ ଧାନ ସଂଗ୍ରହ ପାଇଁ ଆଜିଠାରୁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଚାଷୀ ନିଜର ବିଷଦ ବିବରଣୀ ସହ ସମିତିରୁ ପଞ୍ଜିକରଣ ଫର୍ମ ସଂଗ୍ରହ କରିବେ । More

ଯେତେ ଖୋଳିଲେ ସେତେ ବାହାରୁଛି, କେତେ ବାଟ ଲମ୍ବିଛି ପ୍ରଧାନମନ୍ତ୍ରୀ ଆବାସର ଦୁର୍ନୀତି ଚେର?

ଟଙ୍କା ତ ମିଳିଲାନି ବରଂ ବାଟମାରଣା ହୋଇଥିବା ଶୁଣିଲେ। ତେବେ ସେହି ଗାଁର ଏହି ସଫଟେଓ୍ୱର ଇଂଜିନିୟ ସୁବ୍ରତ ପରିଡ଼ାଙ୍କର ୨ ମହଲା ଘର ଅଛି, ହେଲେ ତାଙ୍କ ନାଁରେ କୁଆଡ଼େ ୧ଲକ୍ଷ ୨୦ ହଜାର ଟଙ୍କା ପିଏମ୍ ଆବାସ ଯୋଜନାରେ ଆସିଛି। ସେ ତ ଟଙ୍କାଟିଏ ପାଇନାହାନ୍ତି। ତେଣୁ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଭିଜିଲାନ୍ସ ବିଭାଗ ପର୍ଯ୍ୟନ୍ତ ଜଣାଇଥିବା କହିଛନ୍ତି। ସେପଟେ, ଆଳି ବିଡିଓ କହିଛନ୍ତି କିଛି ଲିଖିତ ଅଭିଯୋଗ ଆସିଲେ ଦେଖିବେ। More

ସୁଧୁରୁନି କଟକ, ଭୁବନେଶ୍ୱରର କୋଭିଡ୍ ସ୍ଥିତି

ମୋଟ୍ ପଜିଟିଭ୍ କେସ୍‌ର ପ୍ରାୟ ୪୦ ପ୍ରତିଶତ କେବଳ କଟକ ଓ ଭୁବନେଶ୍ୱରରୁ ଚିହ୍ନଟ ହେଉଥିବା ମୁଖ୍ୟଶାସନ ସଚିବ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ରାଜଧାନୀ ଭୁବନେଶ୍ୱରରୁ ବେଶ୍ ଅଧିକ ପଜିଟିଭ୍ ବାହାରୁଛନ୍ତି।  More

କେମିତି ମଲେ ଏସିଏଫ୍ ସୌମ୍ୟରଂଜନ ମହାପାତ୍ର?

ଆଉ ରୋଷେୟାକୁ ଜେରା କରିଛି ପୋଲିସ । ତେବେ ରୋଷେୟା ମନ୍ମଥ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସହ କେମିତି ନିଆଁ ଲାଗିଲା ଜାଣିନଥିବା କହିଛନ୍ତି। ଚିତ୍କାର ଶୁଣି ସୌମ୍ୟରଂଜନଙ୍କୁ ଉଦ୍ଧାର ପାଇଁ ସେ ଦୌଡ଼ିଯାଇଥିଲେ। ଆସନ୍ତାକାଲି ଡିଏଫ୍ଓଙ୍କୁ ଜେରା କରିବ ଗଜପତି ପୋଲିସ। More

ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼

ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼ ଘୋଷଣା । ବସ୍ ଉପରୁ ଟିକସ ଛାଡ଼ ଘୋଷଣା କଲା ରାଜ୍ୟ ପରିବହନ ବିଭାଗ । କରୋନା ପାଇଁ ବସ୍ ଚଳାଚଳରେ ବ୍ୟାଘାତ ଯୋଗୁଁ ଟିକସ ଛାଡ଼ ନିଷ୍ପତି ନିଆଯାଇଛି । More