ସଂକ୍ଷେପରେ ଆଜିର ତାଜା ଖବର - Thursday, 15 July 2021

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ

ଖରିଫ ଧାନ ସଂଗ୍ରହ ପାଇଁ ଆଜିଠାରୁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଚାଷୀ ନିଜର ବିଷଦ ବିବରଣୀ ସହ ସମିତିରୁ ପଞ୍ଜିକରଣ ଫର୍ମ ସଂଗ୍ରହ କରିବେ । More

ଯେତେ ଖୋଳିଲେ ସେତେ ବାହାରୁଛି, କେତେ ବାଟ ଲମ୍ବିଛି ପ୍ରଧାନମନ୍ତ୍ରୀ ଆବାସର ଦୁର୍ନୀତି ଚେର?

ଟଙ୍କା ତ ମିଳିଲାନି ବରଂ ବାଟମାରଣା ହୋଇଥିବା ଶୁଣିଲେ। ତେବେ ସେହି ଗାଁର ଏହି ସଫଟେଓ୍ୱର ଇଂଜିନିୟ ସୁବ୍ରତ ପରିଡ଼ାଙ୍କର ୨ ମହଲା ଘର ଅଛି, ହେଲେ ତାଙ୍କ ନାଁରେ କୁଆଡ଼େ ୧ଲକ୍ଷ ୨୦ ହଜାର ଟଙ୍କା ପିଏମ୍ ଆବାସ ଯୋଜନାରେ ଆସିଛି। ସେ ତ ଟଙ୍କାଟିଏ ପାଇନାହାନ୍ତି। ତେଣୁ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଭିଜିଲାନ୍ସ ବିଭାଗ ପର୍ଯ୍ୟନ୍ତ ଜଣାଇଥିବା କହିଛନ୍ତି। ସେପଟେ, ଆଳି ବିଡିଓ କହିଛନ୍ତି କିଛି ଲିଖିତ ଅଭିଯୋଗ ଆସିଲେ ଦେଖିବେ। More

ସୁଧୁରୁନି କଟକ, ଭୁବନେଶ୍ୱରର କୋଭିଡ୍ ସ୍ଥିତି

ମୋଟ୍ ପଜିଟିଭ୍ କେସ୍‌ର ପ୍ରାୟ ୪୦ ପ୍ରତିଶତ କେବଳ କଟକ ଓ ଭୁବନେଶ୍ୱରରୁ ଚିହ୍ନଟ ହେଉଥିବା ମୁଖ୍ୟଶାସନ ସଚିବ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ରାଜଧାନୀ ଭୁବନେଶ୍ୱରରୁ ବେଶ୍ ଅଧିକ ପଜିଟିଭ୍ ବାହାରୁଛନ୍ତି।  More

+ ୨ ରେଜଲ୍ଟ ପ୍ରକାଶ ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତତ୍ପରତା

+ ୨ ରେଜଲ୍ଟ ପ୍ରକାଶ ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତତ୍ପରତା । ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ଲାଗି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପରତା । ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜ ମୁଖ୍ୟଙ୍କୁ ଚିଠି ଲେଖିଲା CHSE । ଠିକ୍ ସମୟରେ କଲେଜ କର୍ତ୍ତୃପକ୍ଷ ସଠିକ୍ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ ।

ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼

ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼ ଘୋଷଣା । ବସ୍ ଉପରୁ ଟିକସ ଛାଡ଼ ଘୋଷଣା କଲା ରାଜ୍ୟ ପରିବହନ ବିଭାଗ । କରୋନା ପାଇଁ ବସ୍ ଚଳାଚଳରେ ବ୍ୟାଘାତ ଯୋଗୁଁ ଟିକସ ଛାଡ଼ ନିଷ୍ପତି ନିଆଯାଇଛି । More

ଜୀବନ ଓ ଜୀବିକା ଗୁରୁତ୍ୱ ଦେଲେ ରାଜ୍ୟ ସରକାର

କୋଭିଡ୍ କଟକଣା ହେଲା କୋହଳ: ଜୀବନ ଓ ଜୀବିକା ଗୁରୁତ୍ୱ ଦେଲେ ରାଜ୍ୟ ସରକାର More

HSC ଅଫଲାଇନ ପରୀକ୍ଷା ଦେବାକୁ ୬୫୯୬ ପିଲାଙ୍କ ଆବେଦନ

ମାଟ୍ରିକ୍‌ରେ ଅଫ୍‌ଲାଇନ୍ ପରୀକ୍ଷା ଦେବା ଲାଗି ଆବେଦନ ତାରିଖ ଶେଷ । ଆବେଦନ ତାରିଖ ଶେଷ ସୁଦ୍ଧା ମୋଟ ୧୫,୧୫୫ ପିଲାଙ୍କ ଆବେଦନ ।
HSC ଅଫଲାଇନ ପରୀକ୍ଷା ଦେବାକୁ ୬୫୯୬ ପିଲାଙ୍କ ଆବେଦନ । ଅଫ୍ ଲାଇନ୍‌ରେ ରାଜ୍ୟ ଓପନ ସ୍କୁଲ ଲାଗି ୮୪୯୩ ପିଲାଙ୍କ ଆବେଦନ । ଅଫ୍ ଲାଇନ୍‌ରେ ମଧ୍ୟମା ପରୀକ୍ଷା ଦେବାକୁ ୬୬ ପିଲାଙ୍କ ଆବେଦନ

ଖଣ୍ଡଗିରି ଅଞ୍ଚଳରେ ମାଇକ୍ରୋ କଣ୍ଟେନମେଣ୍ଟ ଜାରି କଲା ବିଏମ୍‌ସି ।

କରୋନା ସଂକ୍ରମଣ ପାଇଁ ଭୁବନେଶ୍ୱରରେ ମାଇକ୍ରୋ କଣ୍ଟେନମେଣ୍ଟ । ଖଣ୍ଡଗିରି ଅଞ୍ଚଳରେ ମାଇକ୍ରୋ କଣ୍ଟେନମେଣ୍ଟ ଜାରି କଲା ବିଏମ୍‌ସି ।
ଖଣ୍ଡଗିରି ସତ୍ୟସାଇ ଏନକ୍ଲେଭ HIG ୧୧ରୁ ୬୧ ଯାଏଁ କଣ୍ଟେନମେଣ୍ଟ । ସଂପୃକ୍ତ ଅଞ୍ଚଳରେ କିଛି ପଜିଟିଭ ବାହାରିବାରୁ ବିଏମ୍‌ସିର ପଦକ୍ଷେପ ।

ବସ୍ ଉପରୁ ଟିକସ ଛାଡ଼ ଘୋଷଣା କଲା ରାଜ୍ୟ ପରିବହନ ବିଭାଗ

ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼ ଘୋଷଣା । ବସ୍ ଉପରୁ ଟିକସ ଛାଡ଼ ଘୋଷଣା କଲା ରାଜ୍ୟ ପରିବହନ ବିଭାଗ । କରୋନା ପାଇଁ ବସ୍ ଚଳାଚଳରେ ବ୍ୟାଘାତ ଯୋଗୁଁ ଟିକସ ଛାଡ଼ । ଷ୍ଟେଜ୍/କଣ୍ଟ୍ରା କ୍ୟାରେଜ ଓ ସ୍କୁଲ ବସମାନଙ୍କ ଉପରୁ ଟିକସ ଛାଡ଼ ଘୋଷଣା ।

ଛାତ ଉପରେ ଇସ୍କନ ଭକ୍ତଙ୍କୁ ରଥଯାତ୍ରା ଦେଖାଇବା ଅଭିଯୋଗ, ଅକ୍ଷୟ ପାତ୍ର ଫାଉଣ୍ଡେସନ ବିଲ୍ଡିଂ ସିଲ୍

ପୁରୀ: କଟକଣା ଉଲ୍ଲଙ୍ଘନ ନେଇ ଅକ୍ଷୟ ପାତ୍ର ଫାଉଣ୍ଡେସନ ବିଲ୍ଡିଂ ସିଲ୍ । ରଥଯାତ୍ରା ପାଇଁ ଲାଗୁ ହୋଇଥିବା କୋଭିଡ୍ SOP ଉଲ୍ଲଙ୍ଘନ ଅଭିଯୋଗ । ଛାତ ଉପରେ କିଛି ଇସ୍କନ ଭକ୍ତଙ୍କୁ ରଖି ରଥଯାତ୍ରା ଦେଖାଇବା ଅଭିଯୋଗ ।

ଗ୍ରୀନ୍‌ ରେ’ ଚିଟଫଣ୍ଡ ଠକେଇ ମାମଲାରେ ଆଉ ଦୁଇ ଗିରଫ

ଗ୍ରୀନ୍‌ ରେ’ ଚିଟଫଣ୍ଡ ଠକେଇ ମାମଲାରେ ଆଉ ଦୁଇ ଗିରଫ । ୨ ଜଣଙ୍କୁ ଗିରଫ କରିଛି ସିବିଆଇ ଟିମ୍ । ଗିରଫ ଦୁଇ ଜଣ ହେଲେ ଚିଟ୍‌ଫଣ୍ଡ କମ୍ପାନୀ ଗ୍ରୀନ୍‌ ରେ’ ମାଲିକଙ୍କ ୨ ଭାଇ ମୀର ଜମିର ଓ କାଲୋ । ଜଳେଶ୍ୱରରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଛି ସିବିଆଇ । ୨୦୧୭ରେ ଗ୍ରୀନ ରେ’ ମାଲିକ ମୀର ସହିରୁଦ୍ଦିନ ଓରଫ ଗୋରାକୁ ଗିରଫ କରିଥିଲା ସିବିଆଇ । ତଦନ୍ତରେ ତାଙ୍କର ୨ ଭାଇ ସଂପୃକ୍ତ ଥିବା ଜଣାପଡ଼ିବା ପରେ ଉଭୟଙ୍କୁ ଗିରଫ କରାଯାଇଛି ।

ଡବଲ ଡୋଜ୍ ଟିକା ନେଲା ପରେ ବି ପଜିଟିଭ ବାହାରୁଛନ୍ତି

ଗାଇଡଲାଇନ ଘୋଷଣା ଅବସରରେ ଚେତେଇ ଦେଲେ ମୁଖ୍ୟ ସଚିବ । ଏଯାଏଁ ବିପଦ ସଂପୂର୍ଣ୍ଣ ଯାଇନି ବୋଲି କହିଲେ ମୁଖ୍ୟ ଶାସନ ସଚିବ ।ଡବଲ ଡୋଜ୍ ଟିକା ନେଲା ପରେ ବି ପଜିଟିଭ ବାହାରୁଛନ୍ତି । ବିଶେଷକରି ଭୁବନେଶ୍ୱରରେ ଡବଲ ଡୋଜ୍ ପରେ ପଜିଟିଭ ବାହାରୁଛି । ଏଯାଏ ବିପଦ ଯାଇନି, ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ଯେତେ ସମୟ ବାହାରେ ରହିବା ମାସ୍କ ପିନ୍ଧିବା, ନିୟମ ମାନିବା । ଉଲ୍ଲଂଘନକାରୀଙ୍କ ପ୍ରତି ନଜର ରଖିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ନିୟମ ଯେଉଁଠି ପାଳନ ହେଉନଥିବ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଆବଶ୍ୟକ ପଡ଼ିଲେ ସିଲ୍ କରାଯିବ ଏବଂ ଲାଇସେନ୍ସ ବାତିଲ ହେବ ।

ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଂଘନ ନେଇ କାର୍ଯ୍ୟନୁଷ୍ଠାନ

ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଂଘନ ନେଇ କାର୍ଯ୍ୟନୁଷ୍ଠାନ । ୧୦ ଜଣ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା ପୋଲିସ । ହରିୟାଣାର ଗୋବିନ୍ଦକ୍ରିଷ୍ଣା ଦାସ ଓ ଅତୁଲକ୍ରିଷ୍ଣାଙ୍କ ସହ ୧୦ ଜଣ । ଗୋବିନ୍ଦ ଏବଂ ଅତୁଲଙ୍କୁ ଛାଡ଼ିଲେ ବାକି ୮ ଜଣ ପୁରୀ ସହର ବାସିନ୍ଦା । ଆଇନଗତ କାର୍ଯ୍ୟନୁଷ୍ଠାନ ଆରମ୍ଭ ନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ।

ଏବେ ଖୋଲିବ ନାହିଁ ସ୍କୁଲ ଓ କଲେଜ୍‌

କ୍ୟାଟେଗୋରୀ A ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର। More

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବିରୋଧୀ ଦଳର ନେତା ଓ ଉପନେତା

କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ତାଙ୍କୁ ଏବେ ଅକ୍ସିଜେନ୍ ସପୋର୍ଟର ଆବଶ୍ୟକତା ନାହିଁ। ତାଙ୍କର କିଡନୀ ଜନିତ ସମସ୍ୟା ଥିଲା ତାହାର ଏବେ ଚିକିତ୍ସା ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର ଅଧୀକ୍ଷକ କହିଛନ୍ତି। More

କାଲିଠୁ ରାଜ୍ୟରେ ସ୍ୱାଭାବିକ ଭାବରେ ଚଳାଚଳ କରିବ ବସ୍‌

ସେହିପିରି ସ୍କୁଲ, କଲେଜ, କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ। ବାର୍ ବନ୍ଦ ରହିବ କିନ୍ତୁ ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ। କାଟେଗୋରୀ ବି ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ ବୋଲି ସରକାର ସୂଚନା ଦେଇଛନ୍ତି। More

ଅଗଷ୍ଟ ୧ ଯାଏ ବଢ଼ିଲା ଓଡ଼ିଶାରେ ଆଂଶିକ ଲକ୍‌ଡାଉନ୍‌

ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ଏନେଇ ଆଜି ମୁଖ୍ୟ ସଚିବ ଘୋଷଣା କରିଛନ୍ତି।  More

ରାଜ୍ୟରେ ନିଅଣ୍ଟିଆ ବର୍ଷା : କେଉଁଠି ଜମି ଫାଟି ଆଁ କଲାଣି ତ ଆଉ କେଉଁଠି ତଳି ପକାଇ ପାରୁନି ଚାଷୀ

ବର୍ଷା ଅଭାବରୁ ମାଟି ଫାଟି ଆଁ କଲାଣି, ଯାହା ଯେତିକି ପାଣି ଥିଲା ସେତକରେ ଧାନ ରୁଆ ହେଇଥିଲା । ହେଲେ ଏବେ ତଳି ପଡ଼ିବା ପରେ ଚାଷ କେମିତି ଆଗେଇବ ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । More

ତିନି ରଥର ଚକ ଓ ପ୍ରଭାରେ ସାମାନ୍ୟ ଫାଟ

ପ୍ରତିବର୍ଷ ଦକ୍ଷିଣ ମୋଡ଼ ପୂର୍ବରୁ ତିନି ରଥକୁ ଭଲଭାବେ ଯାଞ୍ଚ କରାଯାଏ । ୧୭ ତାରିଖ ପ୍ରଭୁଙ୍କ ଦକ୍ଷିଣ ମୋଡ଼ ଥିବା ବେଳେ ଆଜି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରେଳ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ତିନି ରଥର ଯାଞ୍ଚ କରିଥିଲେ More

ଇୟରଫୋନ୍‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ଚାଲୁଥିଲେ, ଧକ୍କା ଦେଲା ଟ୍ରେନ୍‌

କାଳ ହେଲା ଇୟରଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ରେଲ୍‌ୱେ ଟ୍ରାକ୍‌ରେ ଚାଲିବା। ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କଟକ ଖାନନଗର ଅଞ୍ଚଳରେ ଗତକାଲି ଏହି ଘଟଣା ଥିବାବେଳେ ଆଜି ସକାଳେ ସମ୍ପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।  More

ପୋଡ଼ି ହୋଇ ବନ ସଂରକ୍ଷକଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼

ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ପରେ ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି ପୋଲିସ୍‌ ହତ୍ୟା ମାମଲା ରୁଜୁ କରିଛି।  More

ଅପରାହ୍ନ ୨ଟା ୩୦ରେ କହିବେ ମୁଖ୍ୟ ଶାସନ ସଚିବ : କୋଭିଡ ପରିଚାଳନା ନେଇ ଘୋଷଣା ହୋଇପାରେ ଆକ୍ସନ ପ୍ଲାନ

କୋଭିଡ ପରିଚାଳନା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ସିଏସ୍ ମୁଖ୍ୟ ଶାସନ ସଚିବ More

ଆଉ କେଉଁଠି ବନ୍ଧା ହେଉନି ସାଂସ୍କୃତିକ ରଙ୍ଗ ମଞ୍ଚ : ଦୁର୍ଦ୍ଦିନରେ ମେଲୋଡି କଳାକାରଙ୍କ ପରିବାର

ରୋଜଗାର ହରାଇ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି କଳାକାରଙ୍କ ପରିବାର । ଦିନେ ଯେଉଁମାନେ ମଞ୍ଚରେ ରଙ୍ଗବୋଳି ଦର୍ଶକ ଓ ଶ୍ରୋତାଙ୍କ ମନୋରଞ୍ଜନ କରୁଥିଲେ, ଏବେ ସେମାନେ ହାତବାନ୍ଧି ଘରେ ବସିଛନ୍ତି । More

ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କଲେ ରେଳମନ୍ତ୍ରୀ

ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୂର୍ବତଟ ରେଳପଥ ଅଧିନରେ ରାଜ୍ୟରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ କାମର ସମୀକ୍ଷା ସହ ନକ୍ସା ଦେଖିଛନ୍ତି ରେଳମନ୍ତ୍ରୀ। ଏହାସହ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଆଗକୁ ଓଡ଼ିଶାର ରେଳ ପ୍ରକଳ୍ପଗୁଡିକ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି। ବିଶେଷ ଭାବେ ରାଜ୍ୟରେ ଅଧପନ୍ତରିଆ ଭାବେ ଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କିପରି ତୁରନ୍ତ ସରିବ ତା ଉପରେ ଜୋର ଦିଆଯାଇପାରେ। 

ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ବଲାଙ୍ଗିର ଜିଲ୍ଲା ସୁଦପଡ଼ା ରେଲ୍‌ୱେ ଫାଟକ ନିକଟରେ ଥିବା ଧାରଣାରୁ ମୃତଦେହ ଉଦ୍ଧାର କରିଛି GRP। ମୃତ ବ୍ୟକ୍ତି ହେଲେ ସ୍ଥାନୀୟ ଶାନ୍ତିପଡ଼ାର ସାଧୁରାମ ଦୀପ୍‌।  ସେ ରେଲ୍‌ୱେରେ ଇଲେକ୍ଟ୍ରିସିଆନ୍‌ ଭାବେ କାମ କରୁଥିଲେ। ଟ୍ରେନ ଆଗକୁ ଡେଇଁ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ରେଲୱେ ପୋଲିସ। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚରା ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି ରେଲୱେ ପୋଲିସ କହିଛି।

ଘର ଭିତରୁ ମିଳିଲା ନବ ବିବାହିତ ଦମ୍ପତିଙ୍କ ଝୁଲନ୍ତା ମୃତଦେହ

ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ପ୍ରୀତିପୁର ପଞ୍ଚାୟତ ସୁନ୍ଦରପୁର ଗାଁରେ ଏହି ଘଟଣା ଘଟିଛି। ବର୍ଷକ ତଳେ ସେମାନଙ୍କର ବିବାହ ହୋଇଥିଲା। More

୨୪ ଘଣ୍ଟାରେ ୨ ହଜାର ୧୧୦ ସଂକ୍ରମିତ ଚିହ୍ନଟ, ରାଜ୍ୟରେ ଆଉ ୬୬ ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟା ମଧ୍ୟରେ ୨ ହଜାର ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୭ ହଜାର ୮୫୯ରେ ପହଞ୍ଚିଛି । More

ଭୁଲ୍‌ ପ୍ରମାଣିତ ହେଲା ସୂଚନା, ରାସ୍ତା ମଝିରେ ହଟହଟା ହେଲେ ଅବକାରୀ ଅଧିକାରୀ

ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଅବକାରୀ ଟିମ୍‌ ରାସ୍ତା ମଝିରେ ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ। ଏପରିକି ଗାଡ଼ିର କାଚ ମଧ୍ୟ ଭାଙ୍ଗି ଥିବା ଅଭିଯୋଗ ହୋଇଛି।  More

ଜନ୍ମରୁ ଦୃଷ୍ଟିବାଧିତ : ବିନା ଗୁରୁରେ ନାକରେ ଚମତ୍କାର ବଂଶୀ ବଜାନ୍ତି କୃଷ୍ଣଚନ୍ଦ୍ର

୭୦ ବର୍ଷୀୟ କୃଷ୍ଣଚନ୍ଦ୍ର କେବେବି ବଂଶୀ ଦେଖିନାହାଁନ୍ତି, କେବଳ ଯାହା ତାକୁ ଅନୁଭବ କରିଛନ୍ତି More

ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଦ୍ୱିତୀୟ ଦିନ:ସମ୍ପନ୍ନ ହେବ ବନକଲାଗି ନୀତି, ଝଲସିବେ ମହାବାହୁ

ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବ । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ବନ୍ଦ ଥିବାରୁ କେବଳ ସେବାୟତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ More

ଆଜି ବାମଦଳର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା : ତୈଳ ଓ ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧି ପ୍ରତିବାଦ

ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ବାମ ଦଳ More

ନିର୍ବାଚନ ଆସୁଛି, ରାଜନୀତି ବଢ଼ୁଛି

ଆବାସ କେଳେଙ୍କାରୀ ବିରୋଧରେ ରଣହୁଙ୍କାର ସରୁ ସରୁ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରସଙ୍ଗରେ ବିଜେପିର ଗର୍ଜନ। ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ୍ ସମସ୍ୟା ସହ ଶୁଳ୍କ ବୃଦ୍ଧି ଦାଉରେ ଛଟପଟ ଉପଭୋକ୍ତାଙ୍କ ଅସନ୍ତୋଷକୁ ଅସ୍ତ୍ର କରି ଦଳ ଆରମ୍ଭ କରିଛି ରାଜ୍ୟବ୍ୟାପୀ ପ୍ରତିବାଦ More

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ପୂର୍ବରୁ ବିଜେପିର ୮ ଦାବି

ଆସନ୍ତାକାଲିଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହେଉଛି ଚାଷୀଙ୍କ ପଞ୍ଜୀକରଣ । ତେବେ ଏହା ପୂର୍ବରୁ ଧାନ ସଂଗ୍ରହ ଯେଭଳି ସୁବିଧାରେ କରାଯିବ ସେ ନେଇ ରାଜ୍ୟ ସରକାରଙ୍କୁ ୮ ଦଫା ଦାବି ପତ୍ର ଦେଇଛି ବିଜେପି । More

ନୂଆ ଗାଇଡ୍‌ ଲାଇନ୍‌କୁ ଅପେକ୍ଷା

ଏଣେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଆଜି ସବୁ ରାଜ୍ୟକୁ ଚିଠି କରି କୋଭିଡ ଗାଇଡଲାଇନ୍‌ କଡ଼ାକଡ଼ି ଭାବେ ପାଳନ କରିବାକୁ ଅପିଲ୍ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ଲୋକମାନେ କୋଭିଡ୍ ନିୟମ ମାନୁନାହାଁନ୍ତି। ଲକଡାଉନ୍ କୋହଳ କରାଯାଇଥିବାରୁ ବିଭିନ୍ନ ସ୍ଥାନରେ ଭିଡ଼ ଜମୁଛି। ଏହାକୁ ନିୟନ୍ତ୍ରଣ କରିବାକୁ ରୋକଠୋକ୍‌ ଭାବେ କୁହାଯାଇଛି। More

ବୟସ ୭୦ ଟପିଲାଣି, ଆଖିକୁ ଦେଖାଯାଉନି ! ତଥାପି ପୁରୀ ଯାଇ କାଳିଆ ସାଆନ୍ତକୁ ଦର୍ଶନ କରିବାକୁ ମନ

ଜଗତ ନିୟନ୍ତା ଜଗନ୍ନାଥ ଭକ୍ତ ବଚ୍ଛଳ । ସେ ରତ୍ନ ସିଂହାସନରେ ବସୁଛନ୍ତି ସତ, ହେଲେ ଭକ୍ତ ଡାକ ଦେଲେ କୁଡ଼ିଆ ଘର ହେଉ ଅବା ଶ୍ମଶାନ, ସବୁଠି ବିଦ୍ୟମାନ ହୁଅନ୍ତି । More

କଟକଣା ଭିତରେ ତରଙ୍ଗର ସିରିଏଲ ସୁଟିଂ ଆରମ୍ଭ, କଳାକାର-ଦର୍ଶକ ଆଶ୍ୱସ୍ତ

ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରିନଥିଲେ ବି ଧିରେ ଧିରେ ସାଷ୍ଟମ ହେବାକୁ ଚେଷ୍ଟା କରୁଛି ମନୋରଂଜନ ଦୁନିଆ । କରୋନା କଟକଣା କୋହଳ ହେବା ପରେ ଗାଇଡ୍‌ଲାଇନ୍‌ ମାନି ଚାଲିଛି ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ତରଙ୍ଗର ସିରିଏଲ ସୁଟିଂ । More