ସଂକ୍ଷେପରେ ଆଜିର ତାଜା ଖବର - Wednesday, 14 July 2021

୭୦୦ ଛାତ୍ରଛାତ୍ରୀ ସେମାନଙ୍କର ବାଟୁଳିକୁ ବନବିଭାଗକୁ ଦେଇଛନ୍ତି

ପକ୍ଷୀଙ୍କ ଜୀବନ ବଞ୍ଚାଇବାକୁ ବନବିଭାଗର ଅଭିନବ ପ୍ରୟାସ । ଛାତ୍ରଛାତ୍ରୀ ମାନେ ବ୍ୟବହାର କରୁଥିବା ସେମାନଙ୍କର ବାଟୁଳିକୁ ବନବିଭାଗକୁ ଦେଇଛନ୍ତି ମହାରାଷ୍ଟ୍ର ନାସିକର ବନ ବିଭାଗ । ୯୩ଟି ଗାଁରେ ଏହି ସଚେତନତା ଅଭଯାନ ଚଳାଇଛି । ପ୍ରାୟ ୭୦୦ ଛାତ୍ରଛାତ୍ରୀ ସେମାନଙ୍କର ବାଟୁଳିକୁ ବନବିଭାଗକୁ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ବିଭିନ୍ନ ସମୟରେ ପକ୍ଷୀ ଘଉଡାଇବା ଉଦ୍ଧେଶ୍ୟରେ ବାଟୁଳି ମାରିଥାନ୍ତି କିନ୍ତୁ ଏହା ଫଳରେ ବହୁ ପକ୍ଷୀଙ୍କ ମୃତ୍ୟୁ ଘଟିଥାଏ । ଏବେ ସ୍କୁଲ ଯାଉନଥିବାରୁ ଛାତ୍ରଛାତ୍ରୀ ଅନେକ ସମୟରେ ବାଟୁଳି ସାହାଯ୍ୟରେ ପକ୍ଷୀଙ୍କୁ ମାରୁଛନ୍ତି । ଏଥିପାଇଁ ବନବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଛାତ୍ରଛାତ୍ରୀଙ୍କୁ ବାଟୁଳି ବଦଳରେ ବିଭିନ୍ନ ଉପହାର ଦିଆଯାଉଛି । ଉଭୟ ପିଲା ଓ ଅଭିଭାବକ ମହଲରୁ ଏଭଳି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।

ଭୀଷଣ ବଜ୍ରପାତ ପରେ ବି ଅକ୍ଷୁର୍ଣ୍ଣ ଅବସ୍ଥାରେ ମନ୍ଦିର

ଭୀଷଣ ବଜ୍ରପାତ ପରେ ବି ଅକ୍ଷୁର୍ଣ୍ଣ ଅବସ୍ଥାରେ ମନ୍ଦିର । ସୁରତ ସହରର ପ୍ରସିଦ୍ଧ ଦ୍ୱାରାକାଧୀଶ ମନ୍ଦିରରେ ଦେଖିବକୁ ମିଳିଛି ଏଭଳି ଦୃଶ୍ୟ । ମନ୍ଦିର ଧ୍ୱଜା ଉପରେ ଏବଂ ଏହାର ମୁଖ୍ୟ ଭାଗରେ ବଜ୍ରପାତ ହୋଇଥିଲା । ତେବେ ଏଥିରେ ୫୨ ଗଜ ବାନାରେ ସାମାନ୍ୟ କ୍ଷତି ହୋଇଥିଲେ ମଧ୍ୟ ମନ୍ଦିରରେ କିଛି ବି ହୋଇନଥିବା ଜଣାପଡିଛି । ବଜ୍ରପାତ ଫଳରେ କେବେଳ ମନ୍ଦିରର କେତେକ ଭାଗ କଳା ପଡିଥିବା ଦେଖିବାକୁ ମିଳିଛି । ବଜ୍ରପାତ ପରେ ପ୍ରଶାସନ ପକ୍ଷରୁ ମନ୍ଦିରର ସମ୍ପୂର୍ଣ୍ଣ ଭାବେ ଯାଂଚ କରାଯାଇଥିଲା । ତେବେ କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । 

ଏଲପିଜି ସିଲିଣ୍ଡର, ପେଟ୍ରାଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ରାଜସ୍ଥାନ ଜୟପୁରରେ କଂଗ୍ରେସର ବିକ୍ଷୋଭ

ଉଜ୍ୱଳା ଯୋଜନାର ଏଲପିଜି ସିଲିଣ୍ଡର, ପେଟ୍ରାଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ରାଜସ୍ଥାନ ଜୟପୁରରେ କଂଗ୍ରେସର ବିକ୍ଷୋଭ । ସରକାର କହୁଛନ୍ତି ଉଜ୍ୱଳା ଯୋଜନାରେ ୧୦କୋଟି ସିଲିଣ୍ଡର ଦେଇଛନ୍ତି । କିନ୍ତୁ  ବିପିଏଲ, ଗରିବ ମହିଳା ୯୦୦ ଟଙ୍କାରେ କିଭଳି ସିଲିଣ୍ଡର କିଣିବେ ବୋଲି ପ୍ରଶ୍ନ କରିବା ସହ ଏଲପିଜି ସିଲିଣ୍ଡରକୁ ଦାହ କରିଛନ୍ତି କଂଗ୍ରେସ କର୍ମୀ । ଏହାସହ ତୈଳଦର ବୃଦ୍ଧି ପ୍ରତିବାଦରେ ଓଟଗାଡିରେ ବସି ପ୍ରତିବାଦ କରିଛି କଂଗ୍ରେସ୍ । ଯେଉଁଭଳି ଭାବରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି ଦେଶର ଜନତା ଏବେ ଓଟ ଓ ଶଗଡ ଗାଡିରେ ବସି ଯିବେ ବୋଲି କଂଗ୍ରେସ କହିଛି ।

ବୃଦ୍ଧାଙ୍କୁ ମାରି ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦେଲେ ଦମ୍ପତି

ଦିଲ୍ଲୀରେ ବୀଭତ୍ସ ହତ୍ୟାକାଣ୍ଡ । ଜଣେ ବୃଦ୍ଧାଙ୍କୁ ମାରି ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦେଲେ ଦମ୍ପତି । ଦିଲ୍ଲୀର ଦ୍ୱାରିକା ଅଞ୍ଚଲରୁ ଆସିଛି ଏଭଳି ଅଭିଯୋଗ । ପୋଲିସ କହିବା ଅନୁଯାୟୀ ବୃଦ୍ଧାଙ୍କ ପାଖରୁ ଦମ୍ପତି ଦେଢ ଲକ୍ଷ ଟଙ୍କା ଉଦ୍ଧାର ନେଇଥିଲେ । ତେବେ ଦୀର୍ଘ ଦିନ ବିତିଯାଇଥିଲେ ବି ଫେରାଉ ନଥିଲେ । ଟଙ୍କା ମାଗିବାରୁ ବୃଦ୍ଧାଙ୍କୁ ତଣ୍ଟି ଚିପି ମାରିଦେବା ପରେ ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି, ଗାଡିରେ ନେଇ ଭସାଇ ଦେଇଥିଲେ । ପୋଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି । ତେବେ ଏହି ଘଟଣାକୁ ନେଇ ପତ୍ନୀ କହିଛନ୍ତି ଯେ ସେ କୌଣସି ହତ୍ୟା କରିନାହାନ୍ତି ବରଂ ତାଙ୍କ ସ୍ୱାମୀଙ୍କୁ ସେ ଏହି ହତ୍ୟା ପାଇଁ ଦାୟୀ କରିଛନ୍ତି । ସେ ଏହି ହତ୍ୟା କରି ତାଙ୍କୁ ଓ ତାଙ୍କ ଝିଅକୁ ମଧ୍ୟ ହତ୍ୟା କରିବାକୁ 
ଉଦ୍ୟମ କରିଥିବା ପତ୍ନୀ ପାଲଟା ଅଭିଯୋଗ କରିଛନ୍ତି । ହତ୍ୟାର ଶିକାର ହୋଇଥିବା ୭୫ ବର୍ଷୀୟ ବୃଦ୍ଧା ସେମାନଙ୍କ ପଡୋଶୀ ଥିଲେ ।

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଦିଲ୍ଲୀ ସରକାରଙ୍କ କଡା କାର୍ଯାନୁଷ୍ଠାନ

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଦିଲ୍ଲୀ ସରକାରଙ୍କ କଡା କାର୍ଯାନୁଷ୍ଠାନ । ରାଜଧାନୀର ସୁଲତାନପୁର ମାର୍କେଟକୁ ସିଲ କରିଛି ଦିଲ୍ଲୀ ପ୍ରଶାସନ । ଏହାକୁ ନେଇ ସେଠାକାର ବ୍ୟବସାୟୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଲୋକ ନିୟମ ମାନୁନାହାନ୍ତି ଏଥିପାଇଁ ସରକାର ଆମକୁ କାହିଁକି ଦାୟୀ କରୁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସେହିପରି ସରକାର ପୋଲିସ ମୁତୟନ କରିବା କିମ୍ବା ଅଡ୍-ଇଭିନ ଫର୍ମୁଲାରେ ଦୋକାନ ଖୋଲିବାକୁ ଅନୁମତି ଦେବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି  ।
 

ଗୋଆରେ ବି ବିଜୁଳି କାର୍ଡ ଖେଳିଲେ ଅରବିନ୍ଦ କେଜରିୱାଲ

ପଞ୍ଜାବ ପରେ ଗୋଆରେ ବି ବିଜୁଳି କାର୍ଡ ଖେଳିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ । ଆସନ୍ତା ବର୍ଷ ଫେବୃଆରୀରେ ହେବାକୁ ଥିବା ରାଜ୍ୟ ର୍ନିବାଚନରେ ଯଦି ତାଙ୍କ ଦଳ ଆସେ ତେବେ ଗୋଆର ପ୍ରତ୍ୟେକ ପରିବାର ମାସକୁ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପାଇବେ ବୋଲି କହିଛନ୍ତି । ଯଦି ଦିଲ୍ଲୀର ଲୋକମାନେ ମାଗଣା ବିଦ୍ୟୁତ୍ ପାଇପାରିବେ, ତେବେ ଗୋଆର ଲୋକଙ୍କ ପାଇଁ କାହିଁକି ମାଗଣା ବିଦ୍ୟୁତ୍ ମିଳିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଗୋଆ ଏକ ବଳକା ଶକ୍ତି ରାଜ୍ୟ ହୋଇଥିଲେ ବି ରାଜ୍ୟରେ କାହିଁକି ଏଭଳି ହୋଇପାରିବ ନାହିଁ ବୋଲି ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି । ଦୁଇ ଦିନିଆ ଗୋଆ ଗସ୍ତରେ ଥିବା କେଜରିୱାଲ ଆଜି ଚାରୋଟି "ଗ୍ୟାରେଣ୍ଟି" ଉନ୍ମୋଚନ କରିଛନ୍ତି । ଯଦି ତାଙ୍କ ଦଳ ଗୋଆକୁ ଶାସନ କରିବାର ସୁଯୋଗ ପାଏ, ତେବେ ସମସ୍ତ ପୁରୁଣା ବିଦ୍ୟୁତ୍ ବିଲ୍ ଛାଡ କରିବାକୁ ପ୍ରତିଶୃତି ଦେଇଛନ୍ତି  କେଜରିୱାଲ । ଏଥି ସହିତ ଗୋଆରେ AAP ସରକାର ଗଠନ ହେବା ପରେ ୮୭ ପ୍ରତିଶତ ଗ୍ରାହକ ଜିରୋ ବିଦ୍ୟୁତ ବିଲ୍ ପାଇବା ଆରମ୍ଭ କରିବେ ବୋଲି ସେ ଭରସା ଦେଇଛନ୍ତି ।

ଭାରତ ଓ ପାକିସ୍ତାନ ସୀମାରେ ପୁଣି ଠାବ ହେଲା ଡ୍ରୋନ୍

ଭାରତ ଓ ପାକିସ୍ତାନ ସୀମାରେ ପୁଣି ଠାବ ହେଲା ଡ୍ରୋନ୍ । ବିଏସଏଫ ସୁତ୍ରରୁ ମିଳିଥିବା ସୂଚନା ଅନସାରେ ଗତ ରାତିରେ ଜମ୍ମୁର ଆର୍ନିଆ ସେକ୍ଟର ନିକଟସ୍ଥ ଅନ୍ତର୍ଜାତୀୟ ସୀମା ଉପରେ ଏକ ଲାଲ୍ ଆଲୋକ ଉଡ଼ୁଥିବା ଦେଖାଯାଇଥିଲା । ତେବେ ସତର୍କ ଥିବା ବିଏସଏଫ୍ ଯବାନମାନେ ଏହାକୁ ଡ୍ରୋନର ଆଲୋକ ବୋଲି ଜାଣିବା ପରେ ଛଅ ରାଉଣ୍ଡ ଗୁଳି ଚଳାଇଥିଲେ । ଫଳରେ ଡ୍ରୋନଟି ପୁଣି ପାକିସ୍ତାନ ସୀମା ଭିତରକୁ ଫେରିଯାଇଥିଲା ଏହା ପରେ ବିଏସଏଫ୍ ପକ୍ଷରୁ ତୁରନ୍ତ ନିକଟବର୍ତ୍ତୀ ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା । ତେବେ ଉକ୍ତ ଡ୍ରୋନର କୌଣସି ସଂଧାନ ମିଳିନଥିଲା ।

ଆଳିରେ ଦଳିତ ପରିବାରକୁ ଆକ୍ରମଣ ଘଟଣା, ବିଧାୟକଙ୍କ ଛତ୍ରଛାୟାରେ ଅଭିଯୁକ୍ତ ତେଣୁ ଧରୁନି ପୋଲିସ: ବିଜେପି

କେନ୍ଦ୍ରାପଡା ଆଳି ଅଂଚଳରେ ଦଳିତ ପରିବାରକୁ ଆକ୍ରମଣ ଘଟଣାରେ ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ । ଘଟଣାକୁ ୧୩ ଦିନ ବିତିଥିଲେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।ଆକ୍ରମଣକାରୀମାନେ ବିଜେଡି ସମର୍ଥକ ହୋଇଥିବା ବେଳେ ଆଳି ବିଧାୟକ ତଥା ବିଜେଡି ନେତା ପ୍ରତାପ ଦେବ ସେମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛି ବିଜେପି । ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ତରାଇ ପ୍ରେସମିଟ୍ କରି ଏନେଇ ଅଭିଯୋଗ କରିଛନ୍ତି । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ଯେଉଁ ସରପଞ୍ଚଙ୍କ ନାଁରେ ଅଭିଯୋଗ ଆସୁଛି, ସେ ଘଟଣାସ୍ଥଳରେ ନଥିଲେ । ଦଳିତ ମାନଙ୍କୁ ସୁରକ୍ଷା ଦେବା ପାଇଁ ଯେଉଁ ଆଇନ କରାଯାଇଛି, ସେହି ଆଳରେ ରାଜନୈତିକ ଦାଉ ସାଧିବା ପାଇଁ ସରପଞ୍ଚଙ୍କ ନାଁ ଯୋଡାଯାଇଛି ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ।

ଥମୁନି ଆନ୍ଧ୍ର-ଓଡ଼ିଶା ବିବାଦ । ଓଡ଼ିଶାର କୋଟିଆରେ ପୁଣି ମୁଣ୍ଡ ପୁରାଇଛି ଆନ୍ଧ୍ରପ୍ରଦେଶ

ଥମୁନି ଆନ୍ଧ୍ର-ଓଡ଼ିଶା ବିବାଦ । ଓଡ଼ିଶାର କୋଟିଆରେ ପୁଣି ମୁଣ୍ଡ ପୁରାଇଛି ଆନ୍ଧ୍ରପ୍ରଦେଶ । କୋଟିଆ ଅଂଚଳର ନେରେଡିବାଲସାରେ ଆସି ଲୋକଙ୍କ ସହ ଆଲୋଚନା କରିଛନ୍ତି ଆନ୍ଧ୍ରର ଅଧିକାରୀ । ନେରେଡିବାଲସାରେ ନିର୍ମିତ ପତିତପାବନ ମନ୍ଦିରରେ ଅନୁଧ୍ୟାନ କରିଛନ୍ତି ସାଲୁର ଉପଜିଲ୍ଲାପାଳ । ପତିତପାବନ ମନ୍ଦିରରେ ନିକଟରେ ଗ୍ରାମବାସୀଙ୍କୁ ଭେଟି ଆଲୋଚନା କରିବା ସହ ତାଙ୍କ ମତାମତ ନେଇ ସାଲୁର ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି । କିଛି ଦିନ ତଳେ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜଗନ୍ନାଥ ମନ୍ଦିର ପରାମର୍ଶରେ ନେରେଡିବାଲସାରେ ପୁରୁଣା ଦେବୀ ମନ୍ଦିରକୁ ଉଦ୍ଧାର କରି ଏକ ଅସ୍ଥାୟୀ ପତିତପାବନ ମନ୍ଦିର ନିର୍ମାଣ କରାଯାଇଥିଲା । ଏହା ପୂର୍ବରୁ ତାଡିବାଲସାରେ ବିଦ୍ୟାଳୟର ନିର୍ମାଣାଧିନ କୋଠାକୁ ବିରୋଧ କରିଥିଲା ଆନ୍ଧ୍ର ।

ରିଲିଜ୍ ହୋଇଛି ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ଥିମ୍ ସଙ୍ଗ

ରିଲିଜ୍ ହୋଇଛି ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ଥିମ୍ ସଙ୍ଗ । ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରେହମାନ୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।ହିନ୍ଦୁସ୍ତାନୀ ୱେର ଧୁମ୍‌ରେ ଏଥର ଖେଳାଳି ଓ ଭାରତୀୟ ଝୁମିବେ । ଆଜି ଗୀତକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର, ଏଆର୍ ରେହମାନ ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଭିଡିଓ କନ୍‌ଫରେନ୍ସିଂରେ ରହି ଉଦଘାଟନ କରିଥିଲେ ।

ନିର୍ବାଚନ ଆସୁଛି, ରାଜନୀତି ବଢ଼ୁଛି

ଆବାସ କେଳେଙ୍କାରୀ ବିରୋଧରେ ରଣହୁଙ୍କାର ସରୁ ସରୁ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରସଙ୍ଗରେ ବିଜେପିର ଗର୍ଜନ। ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ୍ ସମସ୍ୟା ସହ ଶୁଳ୍କ ବୃଦ୍ଧି ଦାଉରେ ଛଟପଟ ଉପଭୋକ୍ତାଙ୍କ ଅସନ୍ତୋଷକୁ ଅସ୍ତ୍ର କରି ଦଳ ଆରମ୍ଭ କରିଛି ରାଜ୍ୟବ୍ୟାପୀ ପ୍ରତିବାଦ More

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ପୂର୍ବରୁ ବିଜେପିର ୮ ଦାବି

ଆସନ୍ତାକାଲିଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହେଉଛି ଚାଷୀଙ୍କ ପଞ୍ଜୀକରଣ । ତେବେ ଏହା ପୂର୍ବରୁ ଧାନ ସଂଗ୍ରହ ଯେଭଳି ସୁବିଧାରେ କରାଯିବ ସେ ନେଇ ରାଜ୍ୟ ସରକାରଙ୍କୁ ୮ ଦଫା ଦାବି ପତ୍ର ଦେଇଛି ବିଜେପି । More

ଓଡ଼ିଶା ବନ୍ଦ ଡାକରା ଦୃଷ୍ଟିରୁ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନରେ କଟକଣା

ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦୃଷ୍ଟିରୁ ସରକାରୀ କାର୍ଯ୍ୟାଳୟରେ କଟକଣା । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନରେ କଟକଣା । ସମସ୍ତ କର୍ମଚାରୀ ୯.୩୦ ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ । ଲୋକସେବା ଭବନର ମୁଖ୍ୟ ଗେଟ୍ ୧୦ଟା ୧୫ରେ ବନ୍ଦ କରାଯିବ । କର୍ମଚାରୀମାନେ ସାଙ୍ଗରେ ଆଇ-କାର୍ଡ ଓ ପାସ୍ ଆଣିବାକୁ ନିର୍ଦ୍ଦେଶ

କଟକଣା ଭିତରେ ତରଙ୍ଗର ସିରିଏଲ ସୁଟିଂ ଆରମ୍ଭ, କଳାକାର-ଦର୍ଶକ ଆଶ୍ୱସ୍ତ

ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରିନଥିଲେ ବି ଧିରେ ଧିରେ ସାଷ୍ଟମ ହେବାକୁ ଚେଷ୍ଟା କରୁଛି ମନୋରଂଜନ ଦୁନିଆ । କରୋନା କଟକଣା କୋହଳ ହେବା ପରେ ଗାଇଡ୍‌ଲାଇନ୍‌ ମାନି ଚାଲିଛି ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ତରଙ୍ଗର ସିରିଏଲ ସୁଟିଂ । More

ଭାଇରଲ ଭିଡିଓରେ ପିସି ଭାଗବଣ୍ଟା ! କାହାର କେତେ ରେଟ୍‌, ସବୁ ଫିକ୍ସଡ୍‌..

ପାଞ୍ଚଟି T ବେଶି ଗୁରୁତ୍ୱପୂର୍ଣ୍ଣ, ନା ଗୋଟିଏ P ଓ ଗୋଟିଏ C । ଆମେ ଆପଣଙ୍କୁ ଇଂରାଜୀ ବର୍ଣ୍ଣ ପରିଚୟ କରାଉନୁ । ଆପଣଙ୍କୁ ପରିଚିତ କରାଉଛୁ ସରକାରୀ ବାବୁଙ୍କ ଉପୁରି ମୋହ ସହ । More

ଫାଦର୍ ଆବ୍ରାହମ୍‌ଙ୍କ ପରଲୋକ, ୭୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଫାଦର୍ ଆବ୍ରାହମ୍

ଫାଦର୍ ଆବ୍ରାହମ୍‌ଙ୍କ ପରଲୋକ । ୭୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଫାଦର୍ ଆବ୍ରାହମ୍ । ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ପ୍ରତିଷ୍ଠାତା ଡିନ୍ ଥିଲେ ସେ । ୧୯୮୯ରୁ ୧୯୯୪ ଓ ପରେ ୨୦୦୭ରୁ ୨୦୧୯ ଯାଏ  XLRIର ନିର୍ଦ୍ଦେଶକ ଥିଲେ । ଏହାସହ XIMB ବିଶ୍ୱବିଦ୍ୟାଳୟର ପରାମର୍ଶଦାତା କୁଳପତି, ନିର୍ଦ୍ଦେଶକ ଭଳି ଅନେକ ଗୁରୁଦାୟିତ୍ୱରେ ବି ଥିଲେ ଫାଦର୍ ଆବ୍ରାହମ୍ । ଏହାସହ XIM, NHRD, XIME, AIMS, IIMS ସମେତ ବିଶାଖାପାଟଣା, ଗୁରଗ୍ରାମ, ଅହମ୍ମଦାବାଦ୍‌ର ଏକାଧିକ ନାମୀ ଶିକ୍ଷାନୁଷ୍ଠାନରେ ଦକ୍ଷତା ସହ ନିଜ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଆମେରିକାନ ଓ ବ୍ରିଟିଶ ସାଇକୋଲୋଜି ସୋସାଇଟି ସହ ବି ସେ ଜଡ଼ିତ ଥିଲେ ।

ଆସନ୍ତାକାଲି ଠାରୁ ଭୁବନେଶ୍ୱର ଏମ୍‌ସରେ ମିଳିବ ଇକମୋ ସେବା

ଆସନ୍ତାକାଲି ଠାରୁ ଭୁବନେଶ୍ୱର ଏମ୍‌ସରେ ମିଳିବ ଇକମୋ ସେବା । ଭୁବନେଶ୍ୱର ଏମ୍‌ସର ନବମ ପ୍ରତିଷ୍ଠା ଦିବସ ଅବସରରେ ଆରମ୍ଭ ହେବ ।
ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏମ୍‌ସରେ ମିଳିବ ଇକମୋ ସେବା । କରୋନାରେ ଗୁରୁତର ଆକ୍ରାନ୍ତଙ୍କ ପାଇଁ ଜୀବନ ରକ୍ଷାକାରୀ ଇକମୋ ଚିକିତ୍ସା ।

ପୀୟୂଷ ଗୋୟଲଙ୍କୁ ବିଜେପିର ରାଜ୍ୟସଭା ସଂସଦୀୟ ଦଳ ନେତା ଘୋଷଣା

ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ବିଜେପିର ରାଜ୍ୟସଭା ସଂସଦୀୟ ଦଳ ନେତା ଘୋଷଣା କରାଯାଇଛି । ଥାଓ୍ବରଚନ୍ଦ ଗେହଲଟଙ୍କ ସ୍ଥାନରେ ତାଙ୍କୁ ଦାୟିତ୍ୱ ଦିଆଯାଇଛି । ଥାଓ୍ବରଚନ୍ଦ ଗେହଲଟ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ବିଜେପିର ରାଜ୍ୟସଭା ସଂସଦୀୟ ଦଳ ନେତା ପଦ ଖାଲି ପଡିଥିଲା । ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ପିୟୁଷ ଗୋଏଲଙ୍କ ଗୁରୁ ଦାୟିତ୍ୱ ରହିବ ।

ୱାସିମ୍‌ ଜାଫର ହେଲେ ଓଡ଼ିଶା ସିନିୟର୍ କ୍ରିକେଟ ଦଳର କୋଚ୍

ୱାସିମ୍‌ ଜାଫର ହେଲେ ଓଡ଼ିଶା ସିନିୟର୍ କ୍ରିକେଟ ଦଳର କୋଚ୍ । ୱାସିମ୍‌ଙ୍କ ନିଯୁକ୍ତି ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ସୂଚନା ।
୪୩ ବର୍ଷୀୟ ୱାସିମ୍‌ ୩୧ ଟେଷ୍ଟ, ୨ଟି ୱାନ୍‌ଡେ ଖେଳିଛନ୍ତି ।

ନିଲମ୍ବିତ କର୍ମଚାରୀଙ୍କ ଆକ୍ରମଣରେ ୪ ଆହତ

ବାଲେଶ୍ୱର: ନିଲମ୍ବିତ କର୍ମଚାରୀଙ୍କ ଆକ୍ରମଣରେ ୪ ଆହତ । ରେମୁଣା ଥାନା ଅନ୍ତର୍ଗତ ପେପର ମିଲ୍‌ରେ ନିଲମ୍ବିତ କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ । ପେପର ମିଲ୍ ଭିତରେ ପଶି ୪ ଜଣଙ୍କୁ ଖଣ୍ଡାରେ ହାଣି ପକାଇଲା ଯୁବକ । କମ୍ପାନୀର ଜଣେ ନିର୍ଦ୍ଦେଶକ, ମ୍ୟାନେଜର, ପିଅନ ଓ ଜଣେ କର୍ମଚାରୀ ଆହତ । ଗୁରୁତର ଭାବେ ଆହତ ପିଅନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର । ଉନ୍ମତ୍ତ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଲେ ଉପସ୍ଥିତ ଅନ୍ୟ କର୍ମଚାରୀ । ଆକ୍ରମଣର କାରଣ ଅସ୍ପଷ୍ଟ; କିଛିଦିନ ତଳେ ନିଲମ୍ବିତ ହୋଇଥିଲେ କର୍ମଚାରୀ ।

ବାପା କ୍ୟାନସର ଓ କରୋନାରେ ଚାଲିଗଲେ ମାଆ, ଏକୁଟିଆ ହୋଇଗଲା ୯ ବର୍ଷର କୁନି ଝିଅ...

ଗ୍ରାମବାସୀଙ୍କ ସହାୟତାରେ ଚିକିତ୍ସା ପାଇଁ ବାଲେଶ୍ୱର କୋଭିଡ୍ ହସପିଟାଲରେ ଭର୍ତ୍ତି ହେଲେ , ଏପଟେ କୁନି ଝିଅଟି ଘରେ ଏକୁଟିଆ ଅପେକ୍ଷା କରି ରହିଥିଲା ମା ହସପିଟାଲରୁ କେତେବେଳେ ଘରକୁ ଫେରିବ ? ମାତ୍ର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ରେବତୀ। More

ପରୀ ଅପହରଣ ଘଟଣାକୁ ପୂରିଲା ବର୍ଷେ: କେବେ ଦଣ୍ଡ ପାଇବ ପ୍ରକୃତ ଦୋଷୀ?

ମାତ୍ର ପୋଲିସ ଏକ ମିସିଙ୍ଗ କେସ କରି ଚୁପ ବସି ଯାଇଥିଲା। ତେବେ ନୟାଗଡ଼ ଏସପି ଏବଂ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ ଅଶୋକ । ହେଲେ ଅପହରଣର ୭ ଦିନ ପରେ ଗାଁ କୁ ପୋଲିସର ଡଗ ସ୍କ୍ୱାର୍ଡ ଆସିଥିଲା ସତ କିନ୍ତୁ କୌଣସି ସନ୍ଧାନ ପାଇ ନଥିଲା । ତେବେ ଡଗ ସ୍କ୍ୱାର୍ଡ ଯିବାର ପର ଦିନ ପରୀର ଗଳିତ , ଖଣ୍ଡବିଖଣ୍ଡିତ ମୃତ ଦେହ ଏକ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଅଶୋକଙ୍କ ବାଡ଼ି ସଂଲଗ୍ନ ପୋଖରୀ କୂଳରୁ ମିଳିଥିଲା। More

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮% ହେଲା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା । ୧୧% ମହଙ୍ଗା ଭତ୍ତା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ । କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮% ହେଲା । ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୧ରୁ ଲାଗୁ ହେବ

ପୀୟୂଷ ଗୋୟଲ ହେଲେ ବିଜେପିର ରାଜ୍ୟସଭା ସଂସଦୀୟ ଦଳ ନେତା

ପୀୟୂଷ ଗୋୟଲ ହେଲେ ବିଜେପିର ରାଜ୍ୟସଭା ସଂସଦୀୟ ଦଳ ନେତା । ଥାୱରଚନ୍ଦ ଗେହଲଟଙ୍କ ସ୍ଥାନ ନେଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ।
ଗେହଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ପରେ ପଦ ଖାଲି ଥିଲା । 

କୋଭିଡ୍ କଟକଣା କଡ଼ାକଡ଼ି କରିବା ପାଇଁ ଚିଠିରେ ପରାମର୍ଶ

ସବୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି । କୋଭିଡ୍ କଟକଣା କଡ଼ାକଡ଼ି କରିବା ପାଇଁ ଚିଠିରେ ପରାମର୍ଶ । ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଉପରେ କଡ଼ା ନଜର ରଖିବେକୁ ଚିଠିରେ ନିର୍ଦ୍ଦେଶ । ସପିଂ ମଲ୍, ହାଟ, ବଜାର, ମାର୍କେଟ କମ୍ପ୍ଲେକ୍ସ ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ । ଭିଡ଼ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ । ମୁଖ୍ୟତଃ ହିଲ୍ ଷ୍ଟେସନ, ଯାତ୍ରୀ ପରିବହନ ଉପରେ ନଜର ରଖିବାକୁ ଅଧିକ ଗୁରୁତ୍ୱଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କଟକଣା ଉଲ୍ଲଙ୍ଘନ ହେବା ସ୍ଥାନରେ ଦୃଢ ପଦକ୍ଷେପ ନେବାକୁ କୁହାଯାଇଛି ।

ଆତ୍ମସମର୍ପଣ କଲେ ଟପ୍ ମାଓନନେତା

ଟପ୍ ମାଓନନେତା ରଞ୍ଜିତ ଆତ୍ମସମର୍ପଣ କରିଛନ୍ତି। ତେଲେଙ୍ଗାନା ପୋଲିସ ଡିଜି ମହେନ୍ଦ୍ର ରେଡ୍ଡୀଙ୍କ ନିକଟରେ ସେ ଆତ୍ମସମର୍ପଣ କରିଛନ୍ତି। ଟପ୍ ମାଓନେତା ରଞ୍ଜିତ  ସେଣ୍ଟ୍ରାଲ କମିଟି ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିଲେ। ଦଣ୍ଡକରଣ୍ୟ ସ୍ପେଶାଲ ଜୋନାଲ କମିଟି ମାଓ ସଙ୍ଗଠନର ମୁଖ୍ୟ ହେଉଛନ୍ତି ରଞ୍ଜିତ। ଟପ ମାଓ ନେତା ତଥା ସେଣ୍ଟ୍ରାଲ କମିଟି ସଦସ୍ୟ ରମନ୍ନାର ପୁଅ ହେଉଛନ୍ତି ରଞ୍ଜିତ। ୨୦୧୯ରେ ରମନ୍ନା ରୋଗରେ ପଡି ମୃତ୍ୟୁ ହୋଇ ଘଟିଥିଲା। କିଛି ଦିନ ପୂର୍ବେ ଦଣ୍ଡକାରଣ୍ୟ ଡିଭିଜନର ହାର୍ଡକୋର ମାଓବାଦୀ ବିନୋଦ କଶ୍ୟପର ମୃତ୍ୟୁ ପରେ ରଞ୍ଜିତର ଆତ୍ମସମର୍ପଣ କରିଛନ୍ତି। 

ଓଟକୁ ଜଙ୍ଗଲରେ ଛାଡି ମାଲିକ ଛୁ : ଖାଇବା ବିହୁନେ ମରିଗଲା ନିରୀହ ଜୀବ

ସ୍ୱାର୍ଥ ସରିଗଲା ପରେ ପର କରିଦେଲା ସ୍ୱାର୍ଥପର ମଣିଷ । ନୀରିହ ପଶୁ ପାଇଁ ହଜିଗଲା ମାନବିକତା... । ଏଭଳି ଏକ ହୃଦୟ ବିଦାରକ ଓ ଅମାନବିକତାର ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମାନାପଲ୍ଲୀ ଛାଞ୍ଚୁଣୀଆ ଜଙ୍ଗଲରେ । ଓଟକୁ ଜଙ୍ଗଲରେ ଛାଡ଼ି ଛୁ ମାରିଛି ମଣିଷ । ଓଟ ଯିଏ ନିସ୍ୱାର୍ଥ ପର ଭାବେ ତାର ମାଲିକକୁ ଜୀବନ ସାରା ରୋଜଗାର ଦେଇ ଆସୁଥିଲା, ଆଜି ସେ ଅଲୋଡ଼ା ହୋଇଗଲା । More

ଘର ଭିତରୁ ମିଳିଲା ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଓ ୩୪ ଲକ୍ଷରୁ ଅଧିକ ଟଙ୍କା

ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ଘରୁ ୫୫୦ ଗ୍ରାମ ବ୍ରାଉନସୁଗର ଜତବ ହୋଇଛି। ଏହାସହ ୩୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। More

ବୁଣାକାରଙ୍କୁ ଘାରିଛି କୌଳିକ ବୃତ୍ତି ହରାଇବା ଚିନ୍ତା : ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଲୁଗା ବୁଣା ଯନ୍ତ୍ରାଂଶ

ଦିନେ କାରିଗରଙ୍କୁ କାମରୁ ଫୁରସତ୍ ମିଳୁନଥିଲା । ଭଳିକି ଭଳି ଶାଢୀ, ଲୁଙ୍ଗି, ଗାମୁଛା ତିଆରି ହୋଇ ବିକ୍ରି ପାଇଁ ଯାଉଥିଲା॥ କିନ୍ତୁ ଏବେ ଧୂଳି ଧୁସରିତ ହୋଇ ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଲୁଗା ବୁଣା ସାମଗ୍ରୀ ଗୁଡିକ । More

ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ବିଜେପିର ଆନ୍ଦୋଳନ

ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ବିଜେପିର ଆନ୍ଦୋଳନ। ବିଦ୍ୟୁତ୍‌ ଦର ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ୍‌ କାଟ୍ ନେଇ ଆନ୍ଦୋଳନ ଆରମ୍ଭ କରିଛି ବିଜେପି। 
ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ସବୁ ବିଦ୍ୟୁତ୍‌ ଅଫିସ ଆଗରେ ବିଜେପି ଆନ୍ଦୋଳନ କରିବ। ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ବିଦ୍ୟୁତ୍‌ କମ୍ପାନୀ ମନଇଚ୍ଛା ବିଦ୍ୟୁତ୍‌ କାଟୁଛନ୍ତି। ତା’ସହ କରୋନା କାଳରେ ଲୋକଙ୍କ ଉପରେ ବିଦ୍ୟୁତ୍‌ ଦର ବୃଦ୍ଧି ଲଦି ଦିଆଯାଇଛି। ଯାହାର ପ୍ରତିବାଦ ସ୍ୱରୁପ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି। 

‘କଟକ, ଭୁବନେଶ୍ୱର, ବାଲେଶ୍ୱର, ମୟୂରଭଞ୍ଜରେ ସଂକ୍ରମଣ ଅଧିକ ରହୁଛି’

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ତୃତୀୟ ଲହର ଆସୁ କି ନ ଆସୁ ସର୍ଭେଲାନ୍ସ ଓ ଟିକାକରଣ ଜାରି ରହିବ। କଟକ, ଭୁବନେଶ୍ୱର, ବାଲେଶ୍ୱର, ମୟୂରଭଞ୍ଜରେ ସଂକ୍ରମଣ ଅଧିକ ରହୁଛି। କଟକ, ଭୁବନେଶ୍ୱରରେ କିଭଳି ସଂକ୍ରମଣ କମିବ, ସେନେଇ ପଦକ୍ଷେପ ନିଆଯାଉଛି।ନୂଆପଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। କିନ୍ତୁ ନଜର ରଖାଯାଇଛି। ମହାମାରୀରେ ଏମିତି ୱେଭ୍‌ ଆସେ, ତେବେ ମ୍ୟୁଟେସନ ଯୋଗୁ ସଂକ୍ରମଣ ନ କମି ବଢ଼ୁଛି। ସରକାରଙ୍କୁ ତଥ୍ୟ ଦିଆଯାଉଛି, ସରକାର ଯଥା ସମୟରେ ପଦକ୍ଷେପ ନେବେ।

ତେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା

ତେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା। ତେଲ ଓ ରନ୍ଧନ ଗ୍ୟାସର ଅତ୍ୟଧିକ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିଛି ରାଜ୍ୟ କଂଗ୍ରେସ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଶତାଧିକ ସଂଖ୍ୟାରେ କଂଗ୍ରେସ କର୍ମୀ ଏକାଠି ହୋଇ ଶୋଭାଯାତ୍ରା କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି କର୍ମୀ। ଏଥିରେ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ, ସୁର ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ। 

କଟକଣା ମୁକ୍ତ ହେବ କି ସାରା ରାଜ୍ୟ ? ନା ପୁଣିଥରେ ଲାଗୁ ହେବ ଆଂଶିକ କଟକଣା ?

ଜୁଲାଇ ୧୬ରେ ସରୁଛି ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ କଟକଣା ଅବଧି। ତେବେ ଜୁଲାଇ ୧୬ ପରେ କଟକଣାମୁକ୍ତ ହେବ କି ରାଜ୍ୟ ? ସମ୍ପୂର୍ଣ୍ଣ ଅନ୍‌ଲକ୍‌ ନା କାଟାଗୋରୀ A, B ଫର୍ମୁଲାରେ ଜାରି ରହିବ କଟକଣା ? ଏହା ଉପରେ ସମସ୍ତଙ୍କ ନଜର ରହିିଛି। More

ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା

ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଆଜି କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ବର୍ଷା ହାଜର ହୋଇଛନ୍ତି।  More

ଓଡ଼ିଶାରେ ଲୁଚିଛନ୍ତି ବାଙ୍ଗଲାଦେଶୀ ଆତଙ୍କବାଦୀ

କୋଲକାତାରୁ ୩ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ । କୋଲକାତା STF ଦ୍ୱାରା ୩ ଜଣ ଜମାତ-ଉଲ ମୁଜାହିଦ୍ଦିନ ସଦସ୍ୟ ଧରାପଡ଼ିଛନ୍ତି । ସେମାନଙ୍କର ଓଡ଼ିଶା ଲିଙ୍କ ଥିବା ଜଣାପଡ଼ିଛି । More

ଜୁଆ ଆଡ୍ଡାରେ ଚଢ଼ଉ ବେଳେ ଶିକ୍ଷକଙ୍କ ସମେତ ୫ ଗିରଫ

ଜୁଆ ଖେଳି ଜଣେ ଶିକ୍ଷକଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି। ଅନୁଗୁଳ ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରାବନ୍ଧ ଗାଁର ଏକ ଜୁଆ ଆଡ୍ଡା ଉପରେ ଛେଣ୍ଡିପଦା ପୋଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମାନେ ହେଲେ ଶିକ୍ଷକ ମଳୟ ପ୍ରଧାନ, କାର୍ତ୍ତିକେଶ୍ୱର ସାହୁ, ନିଲକମଲ ସାହୁ , ଶଶଧର ସାହୁ ଓ ରଞ୍ଜିତ ସାହୁ। ଛେଣ୍ଡିପଦା ଥାନା ଏସଆଇ ଅଜୟ କୁମାର ସାହୁ ପାଟ୍ରୋଲିଂ କରୁଥିବା ବେଳେ ସନ୍ତରାବନ୍ଧ ଗାଁର ଲକ୍ଷ୍ମୀ ଠାକୁରାଣୀ ମଣ୍ଡପରେ ଜୁଆ ଆଡ୍ଡା ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ। ଏହି ଚଢାଉ ବେଳେ ପୋଲିସକୁ ଦେଖି କିଛି ଜୁଆଡି ଫେରାର ହୋଇଯାଇଥିଲେ। ୫ ଜଣଙ୍କୁ ଗିରଫ କରିବା ସହିତ ଘଟଣାସ୍ଥଳରୁ ପୋଲିସ ଏକ ବାଇକ୍, ତାସ କାର୍ଡ ଓ ୫ ହଜାର ଟଙ୍କା ଜବତ କରିଥିଲା।

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତା ଅବରୋଧ

ଦୁର୍ଘଟଣାରୁ ଜଣଙ୍କ ମୃତ୍ୟୁକୁ ନେଇ ରାସ୍ତା ଅବରୋଧ। କଳାହାଣ୍ଡି ଜିଲ୍ଲା କୋକସରା କେନାଲ ପୋଲ ନିକଟରେ ଆଜି ଭୋରରୁ ଘଟିଥିଲା ଏକ ଦୁର୍ଘଟଣା। ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରାସ୍ତା କଡ଼ରେ ଯୁବକ ଜଣକ ଠିଆ ହୋଇଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ରାସ୍ତା ଅବରୋଧ କରି ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି। 

ନିର୍ଯାତନା ସହି ନପାରି ସେବାଶ୍ରମରୁ ଖସି ଆସିଲେ ୨ ନାବାଳକ, ରାତି ଅଧରେ ଚାଲିଲେ ୧୦ କି.ମି.

ନିର୍ଯାତନା ଦେଉଥିଲେ ସେବାଶ୍ରମ ମାଲିକ। ଖାଇବାକୁ ଠିକ୍‌ ଭାବେ ଦେଉ ନ ଥିଲେ। ଏପରିକି ଇଟା,ବାଲି ବୋହିବାକୁ ବାଧ୍ୟ କରୁଥିଲେ । କେବଳ ସେତିକି ନୁହେଁ, ବାସନ ମାଜିବାକୁ, ଲୁଗାସଫା ମଧ୍ୟ କରିବାକୁ ବି କହୁଥିଲେ। More

ବିଦେଶିନୀଙ୍କ କାଳିଆ ପ୍ରେମ : ପ୍ରାଞ୍ଜଳ ଭାବେ ଜଗନ୍ନାଥଙ୍କ ଜଣାଣ ଗାଉଛନ୍ତି ଜର୍ମାନୀରରୁ ଲୀଳାବତୀ

ଜର୍ମାନୀରୁ ଓଡ଼ିଶା ଆସି ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଚୈତନ୍ୟ ମିଶନରେ ରହୁଛନ୍ତି । ମଝିରେ ମଝିରେ ଶ୍ରୀକ୍ଷେତ୍ରକୁ ଆସି ପତିତପାବନଙ୍କୁ ଦର୍ଶନ ବି କରୁଛନ୍ତି । ତେବେ ବିଦେଶିନୀ ହୋଇଥିବାରୁ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ କରି ପାରୁନାହାନ୍ତି । More

୨୪ ଘଣ୍ଟାରେ ୨ ହଜାର ୭୪ ସଂକ୍ରମିତ ଚିହ୍ନଟ : ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯କୁ ବୃଦ୍ଧିକୁ ବୃଦ୍ଧି ପାଇଛି । More

ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଆଡ଼ପ ମଣ୍ଡପରେ ହେବ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି

ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥରେ ଦିନଟିଏ କାଟିବା ପରେ ଗତକାଲି ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପୂଜା ପାଉଛନ୍ତିଅ କାଳିଆ ସାଆନ୍ତଙ୍କ ସହ ଭାଇ ବଡ଼ଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରା । More

ନେତାଜୀ ବସ୍ ଟର୍ମିନାଲ ପାଇଁ ଜୋରସୋରରେ ଚାଲିଛି କାମ : ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ସରିବା ପରେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ୨୦ ଏକକ ସ୍ଥାନରେ ଠିଆ ହେବାକୁ ଥିବା ଏହି ନୂଆ ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଦୀର୍ଘ ବର୍ଷ ଧରି ବାଦାମବାଡ଼ି ବସଷ୍ଟାଣ୍ଡରେ ହେଉଥିବା ସମସ୍ୟା ଦୂର ହେବ ବୋଲି ଆଶା ରଖିଛନ୍ତି କଟକବାସୀ । More

ସାପ କାମୁଡ଼ା ଝିଅକୁ ନିଆଗଲା କଟକ; ଓଟିଭିରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ତତ୍ପରତା

ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ମଂଜୁଳାକୁ ଗତକାଲି ସାରେ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମଂଜୁଳାର ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ତୁରନ୍ତ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ଜିଲ୍ଲାପାଳ । More

ସଂକ୍ରମଣ କମୁଛି, ଉଠିବ କି ଲକଡାଉନ୍‌?

ମେ ୫ରୁ ଜୁଲାଇ ୧୩ ଦୁଇମାସରୁ ଅଧିକ ସମୟ ଧରି ରାଜ୍ୟରେ ଲାଗି ରହିଛି କୋଭିଡ୍ କଟକଣା। ଆଉ ଦୁଇ ଦିନ ପରେ ଶେଷ ହେବ ପଂଚମ ପର୍ଯ୍ୟାୟ ଆଂଶିକ ଲକଡାଉ‌ନ। ତା ପରେ କି ନିଷ୍ପତ୍ତି ନେବେ ରାଜ୍ୟ ସରକାର? ସଂପୂର୍ଣ୍ଣ ଅନଲକ୍‌ ପ୍ରକ୍ରିୟାକୁ ଯିବେ ନା ନା ପୁଣିଥରେ କାଟାଗୋରି A, B ଫର୍ମୁଲା ଅନୁଯାୟୀ କଟକଣା ଲଗାଇବେ, ତାକୁ ନେଇ ଚାଲିଛି ତର୍ଜମା। ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ଦୁଇ ହଜାର ତଳକୁ ଖସିଛି ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର୍ ବି ୩ ପ୍ରତିଶତ ପାଖକୁ ଆସିଲାଣି More

ପାଣିରେ ପଡ଼ିଲା କୋଟି କୋଟି ଟଙ୍କା: ରାସ୍ତା କଡ଼ରେ ଖତ ଖାଉଛି “ମୋ ସାଇକେଲ”

କବାଡ଼ି ଖାନାରେ ମୋ ସାଇକେଲ। କୁଢ଼ କୁଢ଼ ଗଦା ହୋଇଛି, ଖଣ୍ଡ ଖଣ୍ଡ କଟା ବି ଚାଲିଛି। କିଣା ହୋଇଥିଲା ୨୫ ହଜାରରେ ଆଉ ଏବେ ବିକା ହୋଇଛି ମାତ୍ର ୫ଶହରେ। ଏମିତି ଦୃଶ୍ୟ ଦେଖବାକୁ ମିଳିଛି ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ନିକଟ ଏକ କବାଡ଼ି ଦୋକାନରେ। ସାଧାରଣ ଲୋକର ପ୍ରଶ୍ନ-ଏଠି କାହିଁକି ଏତେ ସାଇକେଲ ? ଗଡ଼ିବା ସ୍ଥିତିରେ ଥାଇ ବି କଣ ପାଇଁ ଏମିତି ପରିତ୍ୟକ୍ତ ଅବସ୍ଥାରେ ? କବାଡ଼ି ଖାନା ମାଲିକଙ୍କ ଉତ୍ତର ବି ବଡ଼ ରୋଚକପୂର୍ଣ୍ଣ କହିଛନ୍ତି More

ସାପ କାମୁଡ଼ିବା ପରେ ଯନ୍ତ୍ରଣାରେ ବିତୁଛି କୁନି ଝିଅର ଜୀବନ

୯ ବର୍ଷର କୁନିଝିଅ ମଞ୍ଜୁଳା ଓ ତାକୁ କାମୁଡ଼ି ଥିବା ନାଗ କାହାଣୀର ଏଥିଲା ଗୋଟିଏ ଭାଗ। ପ୍ରାୟ ମାସେ ତଳେ ମଞ୍ଜୁଳା ଘର ପାଖ ଗଛ କୋରଡ଼ରୁ ପକ୍ଷୀ ଧରୁଥିବା ବେଳେ ସାପଟି ତାକୁ ଚୋଟ ମାରିଥିଲା। More

୫ ବର୍ଷର ଶିଶୁପୁତ୍ରକୁ ହତ୍ୟା କଲା ମା’

ଘରୋଇ କଳିରୁ ଜଘନ୍ୟ କାଣ୍ଡ ୫ ବର୍ଷର ଶିଶୁପୁତ୍ରକୁ ହତ୍ୟା ପରେ ମାଆର ଆତ୍ମହତ୍ୟା ଉଦ୍ୟମ । ଗୁରୁତର ମାଆ ମେଡିକାଲରେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଜଗନ୍ନାଥପୁର ଗାଁରେ । More

ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ଓଡ଼ିଶା ଆଗରେ

ରାଜ୍ୟରେ ମହାବିପତ୍ତି ଭାବେ ଉଭା ହେଲାଣି ବଜ୍ରପାତ । ଏମିତିକି ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ସବୁଠୁ ଆଗରେ ବି ଓଡ଼ିଶା । କେବଳ ସେତିକି ନୁହେଁ ଗଲା ବର୍ଷକ ଭିତରେ ରାଜ୍ୟରେ ବଜ୍ରପାତ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ବି ଚିନ୍ତାର କାରଣ ପାଲଟିଛି । More