ସଂକ୍ଷେପରେ ଆଜିର ତାଜା ଖବର - Tuesday, 13 July 2021

OTVରେ ଏ ସଂପର୍କିତ ଖବର ପ୍ରସାରଣ ପରେ ପ୍ରଶାସନ ଆଗଭର ହୋଇଛି

ନବରଙ୍ଗପୁର: ମାସେ ହେଲା ସାପକାମୁଡ଼ାରେ ଏକ ନାବାଳିକା ଛଟପଟ ହେଉଛି । OTVରେ ଏ ସଂପର୍କିତ ଖବର ପ୍ରସାରଣ ପରେ ପ୍ରଶାସନ ଆଗଭର ହୋଇଛି । ଝିଅଟିକୁ ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । କୁନିଝିଅର ଚିକିତ୍ସା ପାଇଁ ଏକ ୪ ଜଣିଆ ଟିମ୍ ଗଠନ ହୋଇଛି ।

ଚିକିତ୍ସା ପାଇଁ ରେଡକ୍ରସ୍ ପକ୍ଷରୁ ୧୦ ହଜାର ଟଙ୍କା ମଂଜୁର ହୋଇଛି । ବାଲିଝର ଗାଁର ଝିଅଟିକୁ ମାସେ ତଳେ ଏକ ନାଗସାପ କାମୁଡ଼ି ଦେଇଥିଲା । ଅର୍ଥାଭାବରୁ ଚିକିତ୍ସା କରିନପାରିବାରୁ ଝିଅଟିର ହାତ ପଚିବା ଆରମ୍ଭ କଲାଣି ।

ସାପ କାମୁଡ଼ିବା ପରେ ଯନ୍ତ୍ରଣାରେ ବିତୁଛି କୁନି ଝିଅର ଜୀବନ

୯ ବର୍ଷର କୁନିଝିଅ ମଞ୍ଜୁଳା ଓ ତାକୁ କାମୁଡ଼ି ଥିବା ନାଗ କାହାଣୀର ଏଥିଲା ଗୋଟିଏ ଭାଗ। ପ୍ରାୟ ମାସେ ତଳେ ମଞ୍ଜୁଳା ଘର ପାଖ ଗଛ କୋରଡ଼ରୁ ପକ୍ଷୀ ଧରୁଥିବା ବେଳେ ସାପଟି ତାକୁ ଚୋଟ ମାରିଥିଲା। More

୫ ବର୍ଷର ଶିଶୁପୁତ୍ରକୁ ହତ୍ୟା କଲା ମା’

ଘରୋଇ କଳିରୁ ଜଘନ୍ୟ କାଣ୍ଡ ୫ ବର୍ଷର ଶିଶୁପୁତ୍ରକୁ ହତ୍ୟା ପରେ ମାଆର ଆତ୍ମହତ୍ୟା ଉଦ୍ୟମ । ଗୁରୁତର ମାଆ ମେଡିକାଲରେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଜଗନ୍ନାଥପୁର ଗାଁରେ । More

ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ଓଡ଼ିଶା ଆଗରେ

ରାଜ୍ୟରେ ମହାବିପତ୍ତି ଭାବେ ଉଭା ହେଲାଣି ବଜ୍ରପାତ । ଏମିତିକି ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ସବୁଠୁ ଆଗରେ ବି ଓଡ଼ିଶା । କେବଳ ସେତିକି ନୁହେଁ ଗଲା ବର୍ଷକ ଭିତରେ ରାଜ୍ୟରେ ବଜ୍ରପାତ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ବି ଚିନ୍ତାର କାରଣ ପାଲଟିଛି । More

ପୋଡ଼ି ହୋଇ ବନ ସଂରକ୍ଷକଙ୍କ ମୃତ୍ୟୁ ଘଟଣାରେ ବଢ଼ୁଛି ସନ୍ଦେହ, ପତ୍ନୀଙ୍କୁ ପରିବାରର ଆଙ୍ଗୁଳି ନିର୍ଦେଶ

ସନ୍ଦେହ ଘେରରେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ । ଗତକାଲି ରାତିରେ ସରକାରୀ ବାସଭବନରେ ପତ୍ନୀଙ୍କ ସହ ଥିବା ବେଳେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିବା ସୌମ୍ୟରଞ୍ଜନଙ୍କ ଆଜି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । More

ରାଜ୍ୟରେ ଅଭାବ ରହିବନି ଟିକା, ମହଜୁଦ୍‌ ବାଦ୍ ପୁଣି ଆସିଲା କୋଭାକ୍ସିନ

ରାଜ୍ୟକୁ ଆସିଲା ଆଉ ୩୮ ହଜାର କୋଭାକ୍ସିନ୍ ଟିକା । ଗତକାଲି ୩ ଲକ୍ଷ ୧୬ ହଜାର ୪୫୦ ଡୋଜ କୋଭିସିଲ୍ଡ ଟିକା ଆସିଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିସିଲ୍ଡ ଟିକା ୩ ଲକ୍ଷ ୪୯ ହଜାର ୯୩୦ ଡୋଜ ରହିଥିବା ବେଳେ ୩ ଲକ୍ଷ ୯ ହଜାର ୫୩୦ କୋଭାକ୍ସିନ୍ ଟିକା ମହଜୁଦ ଅଛି । More

ଏଥର ବି ବୋଲ୍‌ବମ୍ ଉପରେ ରୋକ୍ ଲଗାଇଲେ ରାଜ୍ୟ ସରକାର

ଚଳିତ ବର୍ଷ ମଧ୍ୟ ବୋଲ୍‌ବମ୍ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ କୌଣସି ଧାର୍ମିକ ସ୍ଥାନ କି ଜଳାଶୟରୁ ପାଣି ଉଠାଇ ପାରିବେନି କାଉଡ଼ିଆ More

ଗତବର୍ଷ ଭଳି ଏ ବର୍ଷ ବି ବୋଲ୍‌ବମ୍ ଉପରେ ଲାଗିଲା କଟକଣା

ଗତବର୍ଷ ଭଳି ଏ ବର୍ଷ ବି ବୋଲ୍‌ବମ୍ ଉପରେ ଲାଗିଲା କଟକଣା । ବୋଲବମ୍‌ରେ କଟକଣା ନେଇ SRCଙ୍କ ପକ୍ଷରୁ ନିର୍ଦ୍ଦେଶନାମା । କରୋନା ପାଇଁ ବୋଲବମ ଉପରେ କଟକଣା ଲଗାଇଲେ ସରକାର । କୌଣସି ଧାର୍ମିକ ସ୍ଥାନରୁ ଜଳ ଉଠାଇ ପାରିବେନି କାଉଡ଼ିଆ । ସର୍ବସାଧାରଣ ରାସ୍ତାରେ ପାଣିଧରି ଯାଇପାରିବେନି କାଉଡ଼ିଆ । ପାଣି ନେଇ କାଉଡ଼ିଆମାନେ କୌଣସି ଶିବ ମନ୍ଦିରକୁ ଯାଇପାରିବେନି ।

୫ ବର୍ଷ ଶିଶୁପୁତ୍ରର ତଣ୍ଟିଚିପି ମାରିଦେଲା ମା’

ଆନନ୍ଦପୁର: ୫ ବର୍ଷ ଶିଶୁପୁତ୍ରର ତଣ୍ଟିଚିପି ମାରିଦେଲା ମା’ । ଶାଶୁ ସହ କଳହରୁ ରାଗରେ ଶିଶୁ ପୁତ୍ରକୁ ମାରିଦେଲା ମା’ । ପୁଅକୁ ମାରିଦେବା ପରେ ନିଜେ ବିଷ ପିଇ ଗୁରୁତର । ନନ୍ଦିପଦା ଥାନା ଜଗନ୍ନାଥପୁର ଗାଁରେ ଅଭାବନୀୟ ଘଟଣା ।

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୫ ଜଣଙ୍କ ମୃତ୍ୟୁ

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୫ ଜଣଙ୍କ ମୃତ୍ୟୁ । ମୟୂରଭଂଜ ଜିଲ୍ଲାରେ ୪ ଏବଂ ଢେଙ୍କାନାଳ ଜିଲ୍ଲାରେ ଜଣେ ମୃତ । ମୟୂରଭଂଜ ଚାନ୍ଦୁଆ ଥାନା ବାଘୁଆଶୋଳ ଗାଁରେ ୩ ଜଣଙ୍କ ମୃତ୍ୟୁ । ଛେଳି ଚରାଇବାକୁ ଯାଇଥିବା ୨ ନାବାଳକ ଓ ଜଣେ ନାବାଳିକା ମୃତ । ବର୍ଷା ହେବାରୁ ଗଛ ତଳେ ଆଶ୍ରୟ ନେଇଥିଲା ବେଳେ ବଜ୍ରପାତ ।

୩ ଜଣଙ୍କ ସହ ୧୮ଟି ଛେଳି ମଧ୍ୟ ମରିଯାଇଥିବା ସୂଚନା । ଶୁଳିଆପଦା ଥାନା ବଡ଼ମାଚଣା ଗାଁରେ ବଜ୍ରପାତରେ ଜଣେ ମହିଳା ମୃତ । ଢେଙ୍କାନାଳ ପରଜଙ୍ଗ ଥାନା ମହୁଲିଆପଶି ଗାଁରେ ଜଣେ ମୃତ, ୩ ଗୁରୁତର ।

ଟୋକିଓ ଯିବାକୁ ଥିବା ଭାରତୀୟ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

ଟୋକିଓ ଯିବାକୁ ଥିବା ଭାରତୀୟ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ । ଭିଡିଓ କନଫରେନ୍ସ ମାଧ୍ୟମରେ ଖେଳାଳିଙ୍କୁ ଶୁଭାଶିଷ ଦେଲେ ପ୍ରଧାନମନ୍ତ୍ରୀ । ଭିସିରେ ଖେଳାଳିଙ୍କ ସହ ଉପସ୍ଥିତ ପରିଜନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ । ଖେଳାଳିଙ୍କୁ ସେମାନଙ୍କ ପ୍ରସ୍ତୁତି ସଂପର୍କରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ।

ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କ ସମସ୍ୟା ଓ ପ୍ରସ୍ତୁତି ସଂପର୍କରେ ପଚାରିଲେ । ଖେଳାଳିଙ୍କୁ ଦେଶର ଗୌରବ ବଢ଼ାଇବାକୁ କହିଲେ ପ୍ରଧାନମନ୍ତ୍ରୀ ।

୩ୟ ଲହର ଆସିଗଲାଣି କହିଲେ ଡାକ୍ତର ଭିକେ ପଲ୍

କିଛି ଦେଶରେ ୩ୟ ଲହର ଆସିଗଲାଣି କହିଲେ ଡାକ୍ତର ଭିକେ ପଲ୍ । ପ୍ରେସମିଟରେ ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭିକେ ପଲ୍‌ଙ୍କ ସୂଚନା । ଦୁନିଆରେ ତୃତୀୟ ଲହର ଆସିଗଲାଣି ବୋଲି କହିଛନ୍ତି ଡାକ୍ତର ପଲ୍ । ବ୍ରିଟେନ, ରୁଷିଆ, ବାଂଲାଦେଶ, ଇଣ୍ଡୋନେସିଆରେ କେସ୍ ବଢୁଛି ।

୩ୟ ଲହର କେବେ ଆସିବ ତାକୁ ନେଇ ଦେଶରେ ଏବେ ବେଶୀ ଚର୍ଚ୍ଚା । କିନ୍ତୁ କିଭଳି ତୃତୀୟ ଲହର ଆସିନପାରିବ ତାକୁ ନେଇ ଚର୍ଚ୍ଚା ହେବା ଉଚିତ । ତୃତୀୟ ଲହର ମନକୁ ମନ ଆସିଯିବନି, ଯଦି ଆମେ ନଆଣିବା ଆସିବନି । ଆମେ ସତର୍କ ହେଲେ, କୋଭିଡ୍‌ ନିୟମ ମାନିଲେ ତୃତୀୟ ଲହର ଅଟକିବ । ତୃତୀୟ ଲହର ଆସିବା, ନଆସିବା ଆମ ଉପରେ ନିର୍ଭର କରେ ବୋଲି କହିଛନ୍ତି ଡାକ୍ତର ପଲ୍ ।

ଦେଶର ୫ଟି ସର୍ବାଧିକ ସଂକ୍ରମିତ ରାଜ୍ୟମାନଙ୍କ ଭିତରେ ଓଡ଼ିଶା

ଦେଶର ୫ଟି ସର୍ବାଧିକ ସଂକ୍ରମିତ ରାଜ୍ୟମାନଙ୍କ ଭିତରେ ଓଡ଼ିଶା । କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା । ଜୁନ୍ ଏବଂ ଜୁଲାଇରେ ଦେଶର ମୋଟ ସଂକ୍ରମଣରେ ଓଡ଼ିଶାର ସ୍ଥାନ ପଞ୍ଚମ । ଜୁଲାଇରେ ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୩୦.୩% । ମହାରାଷ୍ଟ୍ର ଦ୍ୱିତୀୟ ୨୦.୮%, ୮.୫% ସହ ତାମିଲନାଡୁ ତୃତୀୟ । ଆନ୍ଧ୍ର ୭.୩%ରେ ଚତୁର୍ଥ ଏବଂ ୬.୫% ସଂକ୍ରମିତ ସହ ଓଡ଼ିଶା ପଞ୍ଚମ ।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ NHରେ ଫ୍ଲାଇ ଓଭର ନିର୍ମାଣ ନେଇ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଦେଲେ ଅପରାଜିତା

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ NHରେ ନିର୍ମାଣ ହେବ ଫ୍ଲାଇ ଓଭର । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରୟାସ କ୍ରମେ ହେବ ଫ୍ଲାଇ ଓଭର । ଏନେଇ ନୀତିନ୍ ଗଡ଼କରୀଙ୍କୁ ଭେଟି ଅନୁରୋଧ କରିଥିଲେ ସାଂସଦ ଅପରାଜିତା । ଗଡ଼କରୀ ଅନୁରୋଧ ରକ୍ଷା କରିଥିବାରୁ ଧନ୍ୟବାଦ ଜଣାଇଲେ ଅପରାଜିତା । ଫ୍ଲାଇ ଓଭର ସହ ତାପଙ୍ଗ ଓ ପଲା ତୋଟାପଡ଼ାରେ ନିର୍ମାଣ ହେବ ଅଣ୍ଡରପାସ୍ ।

ଦେଶର ୫୫ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି ।

ଦେଶର ୫୫ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି । ୫୫ ସର୍ବାଧିକ ସଂକ୍ରମିତ ଜିଲ୍ଲାମାନଙ୍କ ମଧ୍ୟରୁ ଓଡ଼ିଶାରୁ ଗୋଟିଏ । ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା । ରାଜସ୍ଥାନର ସର୍ବାଧିକ ୯ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ । କେରଳ, ମଣିପୁରରୁ ୮ ଲେଖାଏଁ, ମେଘାଳୟ ୭, ନାଗାଲାଣ୍ଡର ୫ ଜିଲ୍ଲା, ମିଜୋରାମର ୪, ସିକିମରେ ୩ଟି ଜିଲ୍ଲାରେ ପଜିଟିଭିଟି ୧୦%ରୁ ଅଧିକ ।

ସାପ କାମୁଡ଼ାକୁ ମାସେରୁ ଅଧିକ ସମୟ ଗଲାଣି, ତଥାପି ବନ୍ଦି ପଡ଼ିଛି ସାପ

ସାପ କାମୁଡ଼ାକୁ ମାସେରୁ ଅଧିକ ସମୟ ବିତିଥିବାରୁ ଝିଅର ହାତ ନଷ୍ଟ ହେବାକୁ ବସିଛି । ଅର୍ଥ ଅଭାବରୁ ତାଙ୍କୁ ଉନ୍ନତ ଚିକିତ୍ସା ମିଳିପାରିନାହିଁ। ପରିବାର ଲୋକେ ଚିକିତ୍ସା ଲାଗି ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ମଂଜୁଳାକୁ କାମୁଡିଥିବା ନାଗ ସାପଟିକୁ ଧରି ଏବେବି ପରିବାର ଲୋକେ ଘରେ ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ଚିକିତ୍ସା ଲାଗି ତାଙ୍କୁ ସମସ୍ତ ସୁବିଧାସୁଯୋଗ ଦିଆଯିବ ବୋଲି କହିଛନ୍ତି ରାଇଘର ବିଡିଓ। More

ଆସନ୍ତାକାଲିଠୁ ବିଜେପିର ବିଦ୍ୟୁତ ପ୍ରତିବାଦ

ଆସନ୍ତାକାଲିଠୁ ବିଜେପିର ବିଦ୍ୟୁତ ପ୍ରତିବାଦ । ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ୍ ନେଇ କାଲିଠୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ଆନ୍ଦୋଳନ କରିବ ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି । ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ବିଦ୍ୟୁତ କଂପାନୀ ମନଇଚ୍ଛା ବିଜୁଳି କାଟୁଛନ୍ତି । ତାସହ କରୋନା କାଳରେ ଲୋକଙ୍କ ଉପରେ ବିଦ୍ୟୁତ ଦରବୃଦ୍ଧି ଲଦି ଦିଆଯାଇଛି । ଯାହାର ପ୍ରତିବାଦ ସ୍ୱରୁପ ବିଜେପି ସବୁ ବିଦ୍ୟୁତ ଅଫିସ ଆଗରେ ଆନ୍ଦୋଳନ କରିବାକୁ ଘୋଷଣା କରିଛି । ତା ସହ ରାଜ୍ୟ ସାମ୍ନା କରିଥିବା ବିଭିନ୍ନ ବାତ୍ୟା ପରେ ଭିତ୍ତିଭୂମି ସଜଡ଼ିବା ପାଇଁ କେନ୍ଦ୍ରରୁ ଆସିଥିବା ଟଙ୍କା ରାଜ୍ୟ ସରକାର କେତେ ଖର୍ଚ୍ଚ କରିଛନ୍ତି ତାର ହିସାବ ମାଗିଛି ବିଜେପି । ଏନେଇ ସରକାର ଶ୍ୱେତପତ୍ର ପ୍ରକାଶ କରିବାକୁ ବିଜେପି ସଭାପତି ସମୀର ମହାନ୍ତି ଦାବି କରିଛନ୍ତି । ତେବେ ଏନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଆରମ୍ଭ ହୋଇଛି ଶ୍ରୀମନ୍ଦିର ନାଟମଣ୍ଡପର ଲେଜର୍ ସ୍କାନିଂ

ଆରମ୍ଭ ହୋଇଛି ଶ୍ରୀମନ୍ଦିର ନାଟମଣ୍ଡପର ଲେଜର୍ ସ୍କାନିଂ । ମୁମ୍ବାଇରୁ ଆସିଥିବା ୪ ଜଣିଆ ଟିମ୍ ଦ୍ୱାରା ନାଟମଣ୍ଡପର ଲେଜର୍ ସ୍କାନିଂ କରାଯାଉଛି । ଏହା ପରେ ଜଗମୋହନ, ଭୋଗମଣ୍ଡପର କରାଯିବ ଲେଜର୍ ସ୍କାନିଂ, କିନ୍ତୁ ଗର୍ଭଗୃହର କରାଯିବ ନାହିଁ । ଲେଜର ସ୍କାନିଂ ଦ୍ୱାରା କୌଣସି ଜାଗାରେ ଫାଟ ଥିଲେ ତାହା ସ୍ପଷ୍ଟ ହୋଇପାରିବ । ଏଏସଆଇ ଅଧିକାରୀଙ୍କ ଉପସ୍ଥିତିରେ ଏହି ସ୍କାନିଂ ଚାଲିଛି । ଆଜି ଶ୍ରୀମନ୍ଦିର ଭିତରେ ଏଏସଆଇ ପକ୍ଷରୁ ଭାରା ବନ୍ଧା ଯାଇଛି । ସେପଟେ ଶ୍ରୀମନ୍ଦିର ଚାରି ଦ୍ୱାର ରୂପା ଛାଉଣୀ ପ୍ରସଙ୍ଗରେ ପ୍ରଥମେ ବେହରଣ ଦ୍ୱାରକୁ ରୂପା ଛାଉଣି କରାଯିବ । ପରୀକ୍ଷାମୂଳକ ଭାବେ ତିନି ଦୁଆରର ହେବ ରୂପା ଛାଉଣୀ । ବର୍ମାଟିକ କାଠରେ ଦୁଆର ତିଆରି କରିଯାଉଛି ।

୧୫ରେ ଓଡ଼ିଶା ବନ୍ଦ

ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ରେ ବାମ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଦିନ ୧୨ଟା ଯାଏଁ ସାରା ଓଡ଼ିଶା ବନ୍ଦ କରିବାକୁ ଡାକରା ଦେଇଛି ବାମ ଦଳ। ବନ୍ଦକୁ ସଫଳ କରିବାକୁ ଆଜି ଭୁବନେଶ୍ୱରରେ ବାମ ଦଳ ପକ୍ଷରୁ ରାଲିର ଆୟୋଜନ କରାଯାଇଥିଲା। ବାମପନ୍ଥୀ ସଂଗଠନ ସିପିଆଇ, ସିପିଏମ୍, AITUC, BKMU ଓ AIKS ସଂଗଠନ ପକ୍ଷରୁ ମିଳିତ ଭାବେ ଏହି ବନ୍ଦ ଡାକରା ଦିଆଯାଇଛି। More

ଦୈନିକ ସଂକ୍ରମଣ ହାରକୁ ଦେଖି ଅନଲକ୍‌ ନିଷ୍ପତ୍ତି ନିଆଯିବ

ଲୋକ ଢିଲା ହେବା ଅନୁଚିତ୍।  ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ ମଧ୍ୟ କଟକଣା ରହିବା ଦରକାର।  ଆମକୁ ସଚେତନ ରହିବା ଦରକାର, ନହେଲେ ବିପଦ ପୁଣି ବଢ଼ିବ ବୋଲି ଚେତାବନୀ ଦେଇଛନ୍ତି ଡିଏମ୍ଇଟି । More

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା; ସନ୍ଦେହଘେରରେ ପତ୍ନୀ

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ACFOଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ସୌମ୍ୟ ରଞ୍ଜନଙ୍କ ବାପା। ପୁଅର ମୃତ୍ୟୁ ପାଇଁ ବୋହୂକୁ ଦାୟୀ କଲେ। More

ନେତାଜୀ ବସ୍ ଟର୍ମିନାଲ ପାଇଁ ଜୋରସୋରରେ ଚାଲିଛି କାମ : ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ

ବରଦଖଲ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ସରିବା ପରେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ୨୦ ଏକକ ସ୍ଥାନରେ ଠିଆ ହେବାକୁ ଥିବା ଏହି ନୂଆ ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଦୀର୍ଘ ବର୍ଷ ଧରି ବାଦାମବାଡ଼ି ବସଷ୍ଟାଣ୍ଡରେ ହେଉଥିବା ସମସ୍ୟା ଦୂର ହେବ ବୋଲି ଆଶା ରଖିଛନ୍ତି କଟକବାସୀ । More

ନୟାଗଡ଼: ନୟାଗଡ଼ ନାବାଳିକା ପରୀ ମୃତ୍ୟୁ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ ।  ଅଭିଯୋଗକାରିଣୀ ତଥା ନାବାଳିକାଙ୍କ ମା’ ସୌଦାମିନୀ ସାହୁଙ୍କ ଆବେଦନ ଉପରେ ଶୁଣାଣି ହେବ । ଜଷ୍ଟିସ ଏ. ଏମ୍ ଖାନଓ୍ୱିଲକରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଏହି ମାମଲାର ପକ୍ଷ ରଖିବେ । ଅପରପକ୍ଷେ ବରିଷ୍ଠ ଆଇନଜୀବୀ ମହେଶ ଜେଠମଲାନୀ ସୌଦାମିନୀ ସାହୁଙ୍କ ଓକିଲ ଭାବେ ପକ୍ଷ ରଖିବେ । ସୌଦାମିନୀ ସାହୁ ପୂର୍ବରୁ ଏସ୍ଆଇଟି ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ମାମଲାର ଏକ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ରେଞ୍ଜର ଓ ଫରେଷ୍ଟରକୁ ଅଟକ ରଖିଲେ ଗ୍ରାମବାସୀ

 ସୁନ୍ଦରଗଡ଼ : ହାତୀ ଘର ଭାଙ୍ଗିବା ଘଟଣାରେ ରେଞ୍ଜର ଓ ଫରେଷ୍ଟରକୁ ଚାରି ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ । ସୁନ୍ଦରଗଡ଼ ଜିଲ୍ଲା ମାଲଦା ପଞ୍ଚାୟତର ମୁଟୁକୁଦର ଓ ପଟବେଢ଼ା ଗାଁରେ ହାତୀପଲ ବାରମ୍ବାର ଆସି ଘର ଭାଙ୍ଗୁଥିବାରୁ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।  ବନ ବିଭାଗ ପଦକ୍ଷେପ ନେଉନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଗ୍ରାମବାସୀ କହିଛନ୍ତି । ସ୍ଥିତି ଅନୁଧ୍ୟାନ ପାଇଁ କୋଇଡା ରେଞ୍ଜର କାଜଲ ନାୟକ ଓ ସ୍ଥାନୀୟ ଫେରେଷ୍ଟର ସଂପୃକ୍ତ ଗାଁକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ୪ ଘଣ୍ଟା ଅଟକ ରଖିଥିଲେ । ସ୍ଥାନୀୟ ସରପଞ୍ଚ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ଅଟକ ବନ ଅଧିକାରୀଙ୍କୁ ଲୋକେ ଛାଡ଼ିଥିଲେ । ଗଲା ପାଞ୍ଚ ଦିନରେ  ହାତୀପଲ ଏହି ଅଞ୍ଚଳରେ ୧୫ଟି ଘର ଭାଙ୍ଗିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ବନ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ  

ଅଲିମ୍ପିକ୍ସ ଖେଳାଳିଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବା ସମସ୍ତ ଭାରତୀୟ ଆଥଲେଟ୍‌ଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ। ଆଜି ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡ଼ାବିତଙ୍କ ସହ କଥା ହୋଇ ଦେଶର ୧୩୦ କୋଟି ଜନତାଙ୍କ ପକ୍ଷରୁ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇବେ । ମୋଦି ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଗତ ୯ ତାରିଖରେ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବା ଭାରତୀୟ ଖେଳାଳିଙ୍କ ଯିବା ଆସିବା, ରହିବା ସହ ଟିକାକରଣ ବ୍ୟବସ୍ଥା ପ୍ରସ୍ତୁତିର ସମୀକ୍ଷା  କରିଥିଲେ ପ୍ରଧାନମନ୍ତ୍ରୀ। ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଟୋକିଓରେ ହେବ ଅଲିମ୍ପିକ୍ସ।  ୧୮ଟି ବର୍ଗରେ ୧୨୦ ଜଣ ଭାରତୀୟ ଖେଳାଳି ଭାଗ ନେବାକୁ ଯୋଗ୍ୟତା ହାସଲ କରିଛନ୍ତି।

ଆମେରିକାରେ ପାଳିତ ହେଲା ରଥଯାତ୍ରା

ୱାଶିଂଟନ: ଆମେରିକାରେ ଗଡ଼ିଲା ରଥ। ଆମେରିକା ଟେକ୍ସାସର ରୋଜେନବର୍ଗ ସହରରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟ ପାଳିଛନ୍ତି ଦାରୁବ୍ରହ୍ମଙ୍କ ରଥଯାତ୍ରା । ସକାଳୁ ମହାପ୍ରଭୁଙ୍କ ରୀତିନୀତି ପରେ ପହଣ୍ଡି, ଛେରାପହଁରା ହୋଇଥିଲା। ଏହାପରେ ଘଣ୍ଟ ଘଣ୍ଟାର ନାଦ ଭିତରେ ସମସ୍ତେ ମିଶି ରଥ ଟାଣିଥିଲ। ରଥ ଟଣା ପରେ ମହାଆଳତି କରାଯାଇ ଶେଷରେ ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ଅବସରରେ ରଥ ସାମ୍ନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଓଡ଼ିଆ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, ଆରତୀ ମିଶ୍ର, ପ୍ରଣତୀ ପରିଡ଼ା ପ୍ରମୁଖ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିଥିଲେ।

ଆଜି ଶ୍ରୀମନ୍ଦିରର ହେବ ଲେଜର ସ୍କାନିଂ

ପୁରୀ: ଆଜି ଶ୍ରୀମନ୍ଦିରର ହେବ ଲେଜର ସ୍କାନିଂ । କେବଳ ଜଗମୋହନ, ନାଟ ମଣ୍ଡପ ଓ ଭୋଗମଣ୍ଡପର ଲେଜର ସ୍କାନିଂ କରାଯିବ। କିନ୍ତୁ ଗର୍ଭଗୃହର ଲେଜର ସ୍କାନିଂ କରାଯିବ ନାହିଁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇନାହିଁ । ଲେଜର ସ୍କାନିଂ ପାଇଁ ସେବାୟତଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ॥ ସ୍କାନିଂ ପରେ ଯଦି ଜଣାପଡ଼େ, କେଉଁଠି ଫାଟ ଅଛି, ତାର ମରାମତି କରାଯିବ  । ମହାପ୍ରଭୁ ଏବେ ଜନ୍ମବେଦୀକୁ ଯାଇଥିବାରୁ ଆଜିଠାରୁ ASI ବୈଷୟିକ କମିଟି ଅନୁଧ୍ୟାନ କରିବ ଓ କମିଟିର ପରାମର୍ଶ ଅନୁଯାୟୀ ମରାମତି କରାଯିବା ସହ ଲେଜର ସ୍କାନିଂ କରାଯିବ । ଏଥିପାଇଁ ଗତ ଶନିବାର ଦିନ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୁପରିଣ୍ଟେଣ୍ଡଣ୍ଟ ଆର୍କିଓଲଜିଷ୍ଟ ଅରୁଣ ମଲ୍ଲିକ ଓ ଇଞ୍ଜିନିୟରିଂ ଟିମ୍ ଶ୍ରୀମନ୍ଦିର ସ୍ଥିତିର ଅନୁଧ୍ୟାନ କରିଥିଲେ । ଲେଜରସ୍କାନିଂ ଦ୍ୱାରା କୌଣସି ଜାଗାରେ ଫାଟ ଥିଲେ ତାହା ସ୍ପଷ୍ଟ ହୋଇପାରିବ । ସେହି ଅନୁସାରେ କାମ ହେବ ବୋଲି କୁହାଯାଇଛି ।

ସମୁଦ୍ରରେ ବୁଡ଼ି ଯାଉଥିବା ମହିଳାଙ୍କୁ ଉଦ୍ଧାର କଲେ ଫଟୋଗ୍ରାଫର

 ମୁମ୍ବାଇ: ନିଶ୍ଚିତ ମୃତ୍ୟୁ ମୁଖରୁ ଜଣେ ମହିଳାଙ୍କୁ ସମୁଦ୍ରରୁ ଉଦ୍ଧାର କରିଛନ୍ତି ଫଟୋଗ୍ରାଫର। ଘଟଣା ଘଟିଛି ମୁମ୍ବାଇରେ।  ଗତକାଲି ଜଣେ ମହିଳା ପର୍ଯ୍ୟଟକ ମୁମ୍ବାଇର ଗେଟ୍ ୱେ ଅଫ୍ ଇଣ୍ଡିଆ ନିକଟରେ ବୁଲାବୁଲି କରୁଥିଲେ।  ନିକଟରେ ଥିବା ସେଫ୍ଟଟି ଓ୍ୱାଲରେ ବସିଥିବା ବେଳେ ଅଚାନକ ନିୟନ୍ତ୍ରଣ ହରାଇଥିଲେ । କେହି କିଛି ଭାବିବା ପୂର୍ବରୁ ସଂପୃକ୍ତ ମହିଳା ଜଣଙ୍କ ସମୁଦ୍ରକୁ ଖସି ପଡ଼ିଥିଲ।  ଜୀବନ ବିକଳରେ ଉଦ୍ଧାର ପାଇଁ ଚିତ୍କାର କରୁଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଫଟୋଗ୍ରାଫର ମହିଳା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ର ମଧ୍ୟକୁ ଲମ୍ଫ ଦେଇଥିଲେ।  କିଛି ସମୟ ଧରି ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଫଟୋଗ୍ରାଫର ଜଣକ ବେଶ୍ ପରିଶ୍ରମ କରିଥିଲେ। ଶେଷରେ ସେ ମହିଳାଙ୍କୁ ସମୁଦ୍ରରୁ ଉଦ୍ଧାର ବଞ୍ଚାଇବାରେ ସଫଳ ହୋଇଥିଲେ।  ଘଟଣାସ୍ଥଳରେ ଅନ୍ୟ ପର୍ଯ୍ୟଟକମାନେ ବେଶ୍ ଭିଡ଼ ଜମାଇଥିଲେ । ଏପରିକି ଉଦ୍ଧାର ବେଳେ ରଶି ବଢ଼ାଇ ଉପରକୁ ଆସିବାରେ ମଧ୍ୟ ସେମାନେ ସହଯୋଗ କରିଥିଲେ ।  ଫଟୋଗ୍ରାଫରଙ୍କ ସାହସିକତାକୁ ସମସ୍ତେ ବେଶ୍ ପ୍ରଶଂସା କରୁଛନ୍ତି ।.
 

ବ୍ରହ୍ମପୁର ମେଡିକାଲରେ ଡାକ୍ତର- ରୋଗୀ ସମ୍ପର୍କୀୟ ହାତାହାତି

ବ୍ରହ୍ମପୁର: ବ୍ରହ୍ମପୁର ଏମକେଏସିଜି ମେଡିକାଲରେ ଡାକ୍ତର- ରୋଗୀ ସମ୍ପର୍କୀୟ ହାତାହାତି  । ଡାକ୍ତରଙ୍କ ଚିକିତ୍ସାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଆକ୍ଷେପ କରିବା ପରେ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଡାକ୍ତରଙ୍କ ଅଭିଯୋଗ ପରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ବୈଦ୍ୟନାଥପୁର ଥାନାରେ ଅଟକ ରଖାଯାଇଛି ।  ଅନ୍ୟପଟେ ରୋଗୀ ସମ୍ପର୍କୀୟଙ୍କ ପକ୍ଷରୁ ମଧ୍ୟ ବୈଦ୍ୟନାଥପୁର ଥାନାରେ ପାଲଟା ଅଭିଯୋଗ ହୋଇଛି। ଏମକେଏସିଜି ମେଡିସିନ୍ ୱାର୍ଡ ପିଏମ୍ଆର ବିଲ୍ଡିଂର ୯୧୮ ନମ୍ବର ବେଡ୍‌ରେ ଜଣେ ମହିଳା ରୋଗୀଙ୍କୁ ପକ୍ଷାଘାତ ଯୋଗୁଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସମ୍ପର୍କୀୟ ଗୋବିନ୍ଦ ସାହୁ ଓ ତାଙ୍କ ପତ୍ନୀ କ୍ରିଷ୍ଣା ପହଞ୍ଚି କର୍ତ୍ତବ୍ୟରତ ଡାକ୍ତରଙ୍କୁ ଚିକିତ୍ସା ନେଇ କିଛି କହିଥିଲେ  । ଡାକ୍ତର ଏ ନେଇ ପଚାରିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ସହ ଧସ୍ତାଧସ୍ତି ହୋଇଥିଲା  । ଗୋବିନ୍ଦ ନିଜ ହାତରେ ଧରିଥିବା ହେଲମେଟ୍‌ରେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।  ସେପଟେ ଗୋବିନ୍ଦଙ୍କ ପତ୍ନୀ କ୍ରିଷ୍ଣାଙ୍କୁ ଡାକ୍ତର ଦୁର୍ବ୍ୟବହାର ଓ ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗ ହୋଇଛି।

ନିଆଁରେ ପୋଡି ହୋଇ ଫରେଷ୍ଟ ଅଫିସରଙ୍କ ମୃତ୍ୟୁ

ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର।ଆଜି ତାଙ୍କର ମୃତ୍ୟୁ ଘଟିଛି। ୬ ମାସ ତଳେ ବିବାହ କରିଥିବା ବନ ଅଧିକାରୀ କିପରି ନିଆଁରେ ପୋଡି ହେଲେ ତାହାର କାରଣ ଏ ଯାଏ ଅସ୍ପଷ୍ଟ ରହିଛି। More

ଖୋର୍ଦ୍ଧା-ନୟାଗଡ଼ ରାଜପଥ ସମ୍ପ୍ରସାରଣ କାମରେ ଦୁର୍ନୀତି ଅଭିଯୋଗ

ଅବଧିର ଢେର୍ ଦିନ ବିତିଥିଲେବି ସରିପାରୁନି ରାସ୍ତାକାମ । ଖୋର୍ଦ୍ଧା-ନୟାଗଡ଼ ରାଜପଥ ସମ୍ପ୍ରସାରଣ କାମରେ ଯାବତୀୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଟେଣ୍ଡର ନେଇଥିବା ଠିକାସଂସ୍ଥା ବିରୋଧରେ ଅସନ୍ତୋଷ ଜାହିର୍ କରିଛନ୍ତି ଲୋକେ । ରଣପୁର ବ୍ଲକ ରାଜସୁନାଖଳା ବଜାର ଅଂଚଳରେ ଡ୍ରେନ୍ କାମ ସଠିକ୍ ଭାବେ ହୋଇନଥିବାବେଳେ ମାସେ ଭିତରେ କିଛି ଭାଙ୍ଗିଯାଇଥିବା ଲୋକେ କହିଛନ୍ତି । More

ଆସନ୍ତାକାଲି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆସନ୍ତାକାଲି କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି  । ଲୋକସଭାରେ କିଏ ହେବ କଂଗ୍ରେସର ନେତା, ସେହି ନିଷ୍ପତ୍ତି ଏହି ବୈଠକରେ ହୋଇପାରେ।  ଚର୍ଚ୍ଚା ହେଉଛି,  ସଂସଦର ମୌସୁମୀ ଅଧିବେଶନ ଆଗରୁ ଅଧୀର ରଂଜନ ଚୌଧୁରୀଙ୍କୁ ଲୋକସଭାରେ କଂଗ୍ରେସର ନେତା ପଦରୁ ହଟାଇବେ ସୋନିଆ ଗାନ୍ଧି  । ପୁରା ସ୍ୱାଧୀନତା ସତ୍ତ୍ୱେ ପଶ୍ଚିମବଙ୍ଗ ନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନ, ମମତା ବାନାର୍ଜୀଙ୍କ ସହିତ ସଂପର୍କ ସୁଧାରିବାକୁ ଓ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ପଦ ନୀତି ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି  । ରାହୁଲ ଗାନ୍ଧି ଏହି ପଦ ପାଇଁ ଇଚ୍ଛୁକ ନ ଥିବା ଜଣାପଡ଼ିଛି । କାରଣ ଆନୁଷ୍ଠାନିକ ଭାବେ ବିରୋଧୀ ଦଳ ନେତାର ପଦ ମିଳିବ ନାହିଁ  । ତେଣୁ ରେସ୍‌ରେ ଅଛନ୍ତି ଶଶି ଥରୁର ଓ ମନୀଷ ତିଓ୍ୱାରି । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ୫୨ଟି ସିଟ୍ ପାଇଛି, ଯାହାକି ମୋଟ ସିଟର ୧୦ ପ୍ରତିଶତ ନୁହେଁ । ତେଣୁ ଆନୁଷ୍ଠାନିକ ଭାବେ କଂଗ୍ରେସକୁ ବିରୋଧୀ ଦଳ ନେତାର ମାନ୍ୟତା ମିଳିନାହିଁ।

କମୁନି ମୃତ୍ୟୁ ସଂଖ୍ୟା; ପୁଣି ଆଖି ବୁଜିଲେ ୬୮, ଚିହ୍ନଟ ହେଲେ ୧,୯୩୦ ସଂକ୍ରମିତ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟା କମୁନି। ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ଚିନ୍ତାର କାରଣ ହୋଇଛି। ଏଠାରେ ମୃତ୍ୟୁ ସଂଖ୍ୟା ଅଧିକ ଥିବାବେଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି। More

ପୁରୀରୁ ୧୪୪ ଧାରା ପ୍ରତ୍ୟାହାର, ଆଡ଼ମ ମଣ୍ଡପ ବିଜେ ପହଣ୍ଡି ପାଇଁ କଟକଣା ଜାରି

କୁମ୍ଭାରପଡା ସାହିର ମିଶ୍ର ଲେନ ଦେଇ ବଡଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡଶଙ୍ଖ ପର୍ଯ୍ୟନ୍ତ ଏହି କଟକଣା ଆସନ୍ତାକାଲି ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । More

ଶରଧାବାଲିରେ ଲାଗିଛି ଶ୍ରୀଜିଉଙ୍କ ତିନି ରଥ : ଆଜି ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହେବ ପରେ ୩ ଠାକୁର ପହଣ୍ଡି କରି ଆଡ଼ପ ମଣ୍ଡପକୁ ଯିବେ । ଆଡ଼ପ ମଣ୍ଡପରୁ ଆଜିଠୁ ଦର୍ଶନ ଦେବେ ଭଗବାନ । More

ଓଡ଼ିଶାର ବିଭିନ୍ନ ସ୍ଥାନରେ ବରଫପାତ

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ପାରଦ କମିବା ସହିତ କିଛି ସ୍ଥାନରେ ବରଫପାତ ମଧ୍ୟ ହେଉଛି। କେନ୍ଦୁଝର ଜିଲ୍ଲା ବାଉରିପଦା ଓ କାଞ୍ଜିପାଣି ଅଞ୍ଚଳରେ ଆଜି ବରଫ ଆସ୍ତରଣ ଦେଖିବାକୁ ମିଳିଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। କୋଇଡା, ଟେନ୍ସା, ଡେଙ୍ଗୁଲା, କଲମଙ୍ଗ, କଳାଟା, ମାଲଦା ଓ ସାନ ଇନ୍ଦୁପୁର ପ୍ରଭୁତି ଅଞ୍ଚଳରେ ଗାଡ଼ି, ଘାସ ଗାଲିଚା ଉପରେ ବରଫର ଆସ୍ତରଣ ପଡ଼ିଥିବା ଦେଖିବାକୁ […] More

‘ମେଡାଲ୍‌ ହାତରେ ଧରିବା ବେଳେ ଆଖିରୁ ଲୁହ ବାହାରି ଆସିଥିଲା’

କଟକ: ‘ଯେତେବେଳେ ମୁଁ ମେଡାଲ୍‌କୁ ହାତରେ ଧରିଲି ସେହି ସମୟରେ ମୋ ଆଖିରେ ଲୁହ ଆସି ଯାଇଥିଲା। ଦେଶ ପାଇଁ ଗୌରବ ଆଣିଛି ଭାବି ମୁଁ କାନ୍ଦି ପକାଇଥିଲି। ଏ ଲୁହ ଖୁସିର ଲୁହ ଥିଲା’। ଏମିତି କିଛି କହିଛନ୍ତି Musclemania Asia ୨୦୧୯ ନାଚୁରାଲ୍‌ ଚାମ୍ପିଅନ୍‌ଶିପ୍‌ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରିଥିବା ଓଡ଼ିଆ ପୁଅ କୁଲ୍‌ଦୀପ ସାମଲ। ଚଳିତ ବର୍ଷ ଡିସେମ୍ବର ୧୪ରେ ସିଙ୍ଗାପୁରରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେ ପୁରୁଷ […] More

OHPC ଜିଏମ୍‌ ନିଖୋଜ, ଥାନାରେ ସ୍ତ୍ରୀଙ୍କ ଅଭିଯୋଗ

ଧର୍ମଗଡ଼: ଅଫିସ ଯାଉଛି କହି ଘରୁ ବାହାରିଗଲେ। ହେଲେ ୨ ଦିନ ହେଲା ମିଳୁନି ପତ୍ତା। ନି‌ଖୋଜ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲା ମୁଖିଗୁଡା ସ୍ଥିତ ଓଏଚ୍‌ପିସି କାର୍ଯ୍ୟାଳୟର ଇଲେକ୍ଟ୍ରି ବିଭାଗର ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର। ନାରାୟଣଙ୍କ ନିଖୋଜ ନେଇ ତାଙ୍କ ପତ୍ନୀ ସୁରେଖା ମେହେର ଗତକାଲି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ ବି ଏଯାଏ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ। ନାରାୟଣଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, […] More

‘ପଲକ’ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ସାଧନା ପବ୍ଲିକ ସ୍କୁଲ ପରିସରରେ ଓଡ଼ିଆ ସାହିତ୍ୟ ପତ୍ରିକା ‘ପଲକ’ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ତଥା କବି ଧନଞ୍ଜୟ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତଟ ରେଳପଥର ଜନସମ୍ପର୍କ ଅଧିକାରୀ ତଥା ସାହିତ୍ୟିକ ନିରାକାର ଦାଶ ମୁଖ୍ୟ ବକ୍ତା, ଶୁଭସୂର୍ଯ୍ୟର ସମ୍ପାଦକ ଡଃ ନିଖିଳେଶ […] More

ଭୁବନେଶ୍ୱରରେ ସିଲ୍ ହେବ ୨୯ଟି କଲ୍ୟାଣ ମଣ୍ଡପ

ଭୁବନେଶ୍ୱର: ବେଆଇନ ନିର୍ମାଣ ଯୋଗୁ ଭୁବନେଶ୍ୱରରେ ୨୯ଟି କଲ୍ୟାଣ ମଣ୍ଡପ ସିଲ୍ ହେବ।  ଏନେଇ ବିଏମ୍‌ସି ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଏହି ସବୁ ମଣ୍ଡପ ଗୁଡ଼ିକର ଟ୍ରେଡ୍ ଲାଇସେନ୍ସ, ହୋଲ୍ଡିଂ ଟ୍ୟାକ୍ସ, ବିଲ୍ଡିଂ ପ୍ଲାନ୍‌, ଆବର୍ଜନା ପରିଚାଳନା ବ୍ୟବସ୍ଥା ନ ଥିବା ସୂଚନା ମିଳିଛି। ଏଥିସହ ମଣ୍ଡପ ସିଲ୍ ପାଇଁ ଏକ ଯୁଗ୍ନ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି। More