ସଂକ୍ଷେପରେ ଆଜିର ତାଜା ଖବର - Monday, 12 July 2021

ହଠାତ୍‌ ନୂଆ କାର୍ଯ୍ୟାଳୟ ଚିନ୍ତା କାହିଁକି ? ବିଜେପି ସହ ପ୍ରତିଯୋଗୀତା ନା ଭବିଷ୍ୟତ ରାଜନୀତି ?

ପବିତ୍ର ରଥଯାତ୍ରାରେ ବିଜେଡିର ନୂଆ ଦଳୀୟ କାର୍ଯ୍ୟାଳୟର ଭୂମିପୂଜା । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଦେଇଛନ୍ତି । More

ଘରଘର ନାଦ ଶୁଣି ଥୟ ଧରିଲାନି ମନ, କିଏ ଗଳି ମୁହଁକୁ ତ କିଏ ଛାତକୁ ଧାଇଁଲା..

ପୁଣି କଡ଼ ଲେଉଟାଇଲା ଇତିହାସ । ଶ୍ରୀକ୍ଷେତ୍ରରେ ଆଉଥରେ ଭକ୍ତ ବିନା ଗଡ଼ିଲା ରଥ । More

ଏଥର ବି ବିନା ଭକ୍ତରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଘୋଷଯାତ୍ରାରେ ଗଲେ କାଳିଆ ସାଆନ୍ତ

କାଳିଆର ଦିବ୍ୟ ଲୀଳା । କରୋନା କାଳରେ ପୁଣି ବିନା ଭକ୍ତରେ ଭାବର ଠାକୁରଙ୍କ ଘୋଷଯାତ୍ରା । ଏଥର ବି ବିନା ଭକ୍ତରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଘୋଷଯାତ୍ରାରେ ଗଲେ କାଳିଆ ସାଆନ୍ତ । More

ଛତୁ ଯୋଗାଉଛି ରୋଜଗାର : ମାସକୁ ୪୦ ହଜାରରୁ ଅଧିକ ରୋଜଗାର କରୁଛନ୍ତି ଭାସ୍କର

ଲୋକେ ଆଜିକାଲି ଚାକିରି ପଛରେ ଧାଇଁ ଧାଇଁ ବାହାରକୁ ଚାଲିଯାଉଛନ୍ତି । କିନ୍ତୁ ନିଜର ପରିଶ୍ରମ ଓ ନିଷ୍ଠା ଯୋଗୁଁ ଛତୁ ମଞ୍ଜି ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି ଭାସ୍କର ପାତ୍ର । More

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ । ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ । ତାଲଧ୍ୱଜ, ଦର୍ପଦଳନ ପରେ ଶେଷରେ ପହଞ୍ଚିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ବିନା ଭକ୍ତରେ ତିନି ରଥକୁ ଟାଣି ଟାଣି ମାଉସୀ ଘର ନେଲେ ସେବାୟତ । କୋଭିଡ୍ କଟକଣା ଯୋଗୁଁ ଦିବ୍ୟସେବାରୁ ବଂଚିତ ହେଲେ ଭକ୍ତ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ଆଗରୁ ଆଜି ଆରମ୍ଭ ହୋଇଥିଲା ରଥଟଣା । More

ତେଜରାଜଙ୍କ ଇନକ୍ୟୁବେଟର୍ ମେସିନ୍ : ଅଣ୍ଡା ରଖିଦେଲେ ଆପେ ଆପେ ଫୁଟୁଛି ଚିଆଁ

ଲୁଥୁରବନ୍ଧ ଗାଁର ତେଜରାଜ ସାହୁ । ଅନେକ ପରିଶ୍ରମ ଓ ବୁଦ୍ଧି ଖଟାଇ ଅଣ୍ଡାରୁ ଚିଆଁ ଫୁଟାଇଛନ୍ତି ତେଜରାଜ ସାହୁ । ପ୍ରାୟ ଏକ ମାସ ପୂର୍ବରୁ ଘରେ ଥିବା ତାଙ୍କର ଏକ କୁକୁଡ଼ା ଅଣ୍ଡା ଦେବା ପରେ ମରି ଯାଇଥିଲା । ତେବେ ଅଣ୍ଡାରୁ ଚିଆଁ ଫୁଟାଇବାକୁ ଚିନ୍ତା କରିଥିଲେ ତେଜରାଜ । ଆଉ ଶେଷରେ ୟୁଟ୍ୟୁବରୁ ରାସ୍ତା ପାଇଥିଲେ । ଆମାଜନରୁ ଏକ କଣ୍ଟ୍ରୋଲର୍ ମଗାଇ ମାଛ ରଖାଯାଉଥିବା ଥର୍ମୋକୁଲ ବକ୍ସରେ ଫିଟିଙ୍ଗ କରିଥିଲେ । ବକ୍ସରେ ୧୦୦ ୱାଟର ୨ଟି ବଲ୍ବ ଲଗାଇବା ସହିତ ଥର୍ମୋଷ୍ଟାର୍ଟ ଲଗାଇ ପ୍ରଥମେ ୧୫ ଟି ଅଣ୍ଡା ରଖି ପରୀକ୍ଷା କରିଥିଲେ । ଦୀର୍ଘ ୨୦/୨୫ ଦିନ ରଖିବା ପରେ ଅଣ୍ଡାରୁ ପ୍ରଥମ ଛୁଆ ଫୁଟିଲା, ପରେ ଗୋଟି ଗୋଟି କରି ୭ ଟି ଛୁଆ ଅଣ୍ଡାରୁ ବାହାରିଛି । More

ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ରଥ

ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କରିଥିଲେ ମହାରାଜା। ପରେ ଦେବୀ ରଥରେ ଛେରା ପହଁରା କରିଛନ୍ତି ଗଜପତି। ମହାରାଜା ପ୍ରଥମେ ରଥ ଉପରେ ଶ୍ରୀଜିଉମାନଙ୍କର ଆଳତୀ କରିଥିଲେ। More

ଜଗନ୍ନାଥଙ୍କ ଅପାର କରୁଣା; ୧୮ ବର୍ଷ ପରେ ଫେରି ପାଇଲେ ବାକ୍‌ ଶକ୍ତି

ମହାପ୍ରଭୁଙ୍କର ଅଲୌକିକତା ବିଷୟରେ ଆଜି ଶୁଣିଲେ ଆମକୁ କାହାଣୀ ପରି ଲାଗୁଛି। ହେଲେ ଆଜି ବି ଏଇ କାହାଣୀ କାହାପଇଁ ସତ ହୋଇଛି। ମହାପ୍ରଭୁଙ୍କ ଅପାର କରୁଣା ଆଜି ମୁକକୁ ବାକ୍‌ ଶକ୍ତି ଫେରାଇ ଦେଇଛି.. More

ଛେରାପହଁରା ନୀତି କରୁଛନ୍ତି ମହାରାଜା

ତିନି ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜା। ବିଧି ଅନୁସାରେ ତିନିରଥରେ ଶ୍ରୀଜିଉମାନେ ବିରାଜମାନ କରିବା ପରେ ଗଜପତି ମହାରାଜା ତାମ୍ର ଯାନରେ ଆସି ଶ୍ରୀଜିଉଙ୍କ ସେବା କରିବାର ଅନନ୍ୟ ପରମ୍ପରା ରହିଛି। ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କରିଥିଲେ ମହାରାଜା। ପରେ ଦେବୀ ରଥରେ ଛେରା ପହଁରା କରିଛନ୍ତି ଗଜପତି। ମହାରାଜା ପ୍ରଥମେ ରଥ ଉପରେ ଶ୍ରୀଜିଉମାନଙ୍କର ଆଳତୀ କରିଥିଲେ More

୧୮୭୩ ରଥଯାତ୍ରାରେ ଗଜପତି ବି ଗଣିଥିଲେ ତଣ୍ଡ

ଏହା ୧୮୭୩ ମସିହା ପ୍ରାରମ୍ଭ କଥା। ବିଷୟ ଥିଲା ରଥଯାତ୍ରା ପରମ୍ପରାରେ ସଂସ୍କାର ଆଣିବା। କିନ୍ତୁ ଭିତରେ ଏ ପୁରାତନ ପରମ୍ପରାରେ ବ୍ୟାଘାତ ଆଣିବା ଲକ୍ଷ୍ୟ ନିହିତ ଥିଲା। ରଥର ଆକାର ବେଶ୍ ବଡ଼ ହୋଇଥିବାରୁ ଏହାକୁ ଟାଣିବା କଷ୍ଟକର ହୋଇପଡ଼ୁଥିବା ବର୍ଣ୍ଣନା କରାଯାଇ କୁହାଯାଇଥିଲା, ଏତେ ସଂଖ୍ୟାରେ ଲୋକ ପୁରୀରେ ନାହାନ୍ତି ଯେଉଁମାନେ ରଥ ଟାଣିବାରେ ସକ୍ଷମ ହେବେ। More

ରାଜ୍ୟରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୧୯୯୩ ଜଣ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ, ରାଜ୍ୟରେ ୧୯୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୧୫୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୮୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। More

ଶୂନ୍ୟ ପହଣ୍ଡିରେ ଆସିଲେ ଦେବୀ ସୁଭଦ୍ରା

ଯାତ୍ରା ପାଇଁ ଆସିଲେ ମାଆ। ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହୋଇଯାଇଛି ପହଣ୍ଡି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସୁଛନ୍ତି ବଡ଼ଦାଣ୍ଡକୁ। ଏପଟେ ଚାମର ପଡ଼ୁଛି, ଆଲଟ ହେଉଛି ତାହା ସାଙ୍ଗକୁ ବିଜେ କାହାଳୀ ବି ବାଜୁଛି। ଦେବୀ ସାଙ୍ଗରେ ହଳଦୀ ରଙ୍ଗର ଛତା ବି ଆସୁଛି । ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହୋଇସାରିଲେଣି। ପରେ ଆଗରେ ଚାଲିଛନ୍ତି ଶ୍ରୀବଳଭଦ୍ର ଏହାପଛକୁ ଦେବୀ ସୁଭଦ୍ରାଙ୍କର ଚାଲିଛି ପହଣ୍ଡି। More

ପଡ଼ୁଛି ଆଲଟ, ଚାମର: ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସୁଛି କାଳିଆ ସାଆନ୍ତ

ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇସାରିଛି। ଅପେକ୍ଷାର ଅନ୍ତ ହୋଇଛି। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ସାତ ପାହାଚରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥଙ୍କୁ ଟାହିଆ ଲାଗି କରାଯାଇଛି। ପରେ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେବେ ଶ୍ରୀ ଜଗନ୍ନାଥ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ମଙ୍ଗଳାର୍ପଣ ସରି ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ More

ମୁଣ୍ଡରେ ଟାହିଆ ଲାଗିଛି, ବଡ଼ଠାକୁରଙ୍କର ପହଣ୍ଡି ଚାଲିଛି

ଠାକୁରଙ୍କ ସାଙ୍ଗେ ଆସୁଛି କଳା ଛତ୍ର। ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହୋଇସାରିଲେଣି। ଏହାପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ର ଓ ସଭା ଶେଷରେ କାଳିଆ ହାତୀ ପହଣ୍ଡିରେ ଆସିବ More

ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି: ବଡ଼ଦାଣ୍ଡକୁ ବିଜେ ହେଲେ ସୁଦର୍ଶନ ମହାପ୍ରଭୁ

ଶ୍ରୀଜିଉଙ୍କର ଆରମ୍ଭ ହେଲା ପହଣ୍ଡି। ଅପେକ୍ଷାର ହେଲା ଅନ୍ତ। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ସୁଦର୍ଶନ। ସାତ ପାହାଚ ଓ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେଉଛନ୍ତି ସୁଦର୍ଶନ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ଶ୍ରୀଜିଉ। ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହେଲା ପହଣ୍ଡି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସିବେ ବଡ଼ଦାଣ୍ଡକୁ। ଚାମର ପଡ଼ୁଛି, ଆଲଟ ହେଉଛି ତାହା ସାଙ୍ଗକୁ ବିଜେ କାହାଳୀ ବି ବାଜୁଛି। More

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା: ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀଜିଉ

ପ୍ରଥମେ ସୁଦର୍ଶନ ମହାପ୍ରଭୁ, ପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ର ଓ ସଭା ଶେଷରେ କାଳିଆ ହାତୀ ପହଣ୍ଡିରେ ଆସିବ। ସାତ ପାହାଚ ନିକଟରେ ଦୁଇ ଭାଇଙ୍କୁ ଟାହିଆ ଲାଗି ହେବ। ଗୋଟିଏ ପୁଅ ନୃତ୍ୟରେ ପ୍ରକମ୍ପିତ ହେଉଥିବ ପୂରା ବଡ଼ଦାଣ୍ଡ। ସେପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ହେବ ବୋଲି ଆଶା ରଖାଯାଇଛି। ତେବେ ଦେଖାଯାଉ କେତେ ବେଳେ ଆସିବ ସେହି ଶୁଭ ମୁହର୍ତ୍ତ। More

ଗର୍ଭଗୃହର ହେବ ନାହିଁ ଲେଜର ସ୍କାନିଂ

ଶ୍ରୀଗୁଣ୍ଡିଚା ଯାତ୍ରା ପରେ ହେବ ଶ୍ରୀମନ୍ଦିରର ଲେଜର ସ୍କାନିଂ । ଏଏସ୍‌ଆଇ ବୈଷୟିକ କମିଟି ଦ୍ୱାରା ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଆଦିର ଅନୁଧ୍ୟାନ କରାଯିିବ ଶ୍ରୀଗୁଣ୍ଡିଚା ପରଦିନ । More

କାଲି ଘୋଷଯାତ୍ରା: ଆଜି ପୁରୀରେ ହେଉଛି ବର୍ଷା

କେବଳ ଏତିକି ନୁହେଁ ବରଂ ଶ୍ରୀଜିଉଙ୍କ ଆଜି ଅନେକ ନୀତିକାନ୍ତି ରହିଛି। ସୂଚନା ଅନୁସାରେ, ଆଜି ରାତିରୁ ହିଁ ଠାକୁରଙ୍କ ଦେହରେ ସେନା ପଟ୍ଟାଲାଗି ହେବ। ଏହି କାମ ସମୟ ସାପେକ୍ଷ ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି। ଏହାସହ ଆସନ୍ତାକାଲି ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ନୀତିକାନ୍ତି ସବୁ ସରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି। ଏପଟେ, ଶ୍ରୀଜିଉଙ୍କ ଟାହିଆ ମଧ୍ୟ ପ୍ରସ୍ତୁତ ହେବାରେ ଲାଗିଛି। ତେବେ ମୋଟ୍‌ ଉପରେ ବର୍ଷା ବି ବାଧକ ସାଜିପାରିନାହିଁ ରଥ କାମରେ। More

ଏମ୍‌ସରେ ଆହତ ଯବାନଙ୍କୁ ଭେଟିଲେ ଡିଜିପି

କନ୍ଧମାଳ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଗୁରୁତର ଦୁଇ ଯବାନ ସୁସ୍ଥ ଅଛନ୍ତି । ଭୁବନେଶ୍ୱର ଏମ୍‌ସର ବିଶେଷଜ୍ଞ ଡାକ୍ତର ସେମାନଙ୍କ ଚିକିତ୍ସା କରୁଛନ୍ତି । More

କରୋନା ଉଜାଡ଼ିଦେଲା ସଂସାର: ବାପା ଛେଉଣ୍ଡ ହୋଇଗଲେ ପିଲା

ଉଚ୍ଛନ୍ନ ହୋଇଯାଇଛି ପରିବାର, ଉଜୁଡ଼ି ଯାଇଛି ସଂସାର। ସାତ ଜନ୍ମର ସାଥୀ ହେବାର ପ୍ରତିଶ୍ରୁତି ଦେଇଥିବା ମଣିଷଟିଏ ଆଜି ଅତୀତ। ତାଙ୍କୁ ଝୁରି ଝୁରି ଆଖିରୁ ଲୁହ ମରିଗଲାଣି, ଅସମ୍ଭାଳ କୋହରେ ଛାତି ବି ପଥର ହୋଇଗଲାଣି ।ଅବୋଧ ଟିକି ପିଲାଟି ବି ବୁଝିବ କିପରି? ବାପାର ଫଟୋ ଦେଖୁଛି, ଅବୁଝା ଭାବରେ ନୀରବ ରହୁଛି। ଝିଅ ଟିକିଏ ବଡ଼ ହେଲାଣି ବୋଲି ଜାଣିପାରୁଛି ବାପା ଆଉ ଫେରିବନି। ଛାତିକୁ ରୁନ୍ଧି ପକାଉଥିବା ଏହି ଘଟଣା ହେଉଛି ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ହରିପୁର ଗାଁର More

ଓଡ଼ିଆଙ୍କ ଆଶା ପୂରଣ କରିପାରିବେ ତ ଅଶ୍ୱିନୀ?

ରେଳମନ୍ତ୍ରୀ ହେବାପରେ ଅଶ୍ୱିନୀଙ୍କଠାରୁ ବଢ଼ିଲା ଓଡ଼ିଶାର ଆଶା। କାରଣ ଅଶ୍ୱିନୀ ବୈଷ୍ଣବଙ୍କ କର୍ମଭୂମି ଓଡ଼ିଶା। ଏଠାରୁ ହିଁ ବିଜେପି-ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ସେ। ତେଣୁ ରାଜ୍ୟବାସୀଙ୍କ ଆଶା, ରେଳବାଇ କ୍ଷେତ୍ରରେ ବର୍ଷବର୍ଷ ଧରି ଓଡ଼ିଶା ଯେଉଁ ଅବହେଳାର ଶିକାର ହୋଇଆସିଛି ସେଥିରେ ଲାଗିବ ବ୍ରେକ୍ More