ସଂକ୍ଷେପରେ ଆଜିର ତାଜା ଖବର - Sunday, 11 July 2021

ରତ୍ନମଣ୍ଡପର ହେବ ନାହିଁ ଲେଜର ସ୍କାନିଂ

ଶ୍ରୀଗୁଣ୍ଡିଚା ଯାତ୍ରା ପରେ ହେବ ଶ୍ରୀମନ୍ଦିରର ଲେଜର ସ୍କାନିଂ । ଏଏସ୍‌ଆଇ ବୈଷୟିକ କମିଟି ଦ୍ୱାରା ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଆଦିର ଅନୁଧ୍ୟାନ କରାଯିିବ ଶ୍ରୀଗୁଣ୍ଡିଚା ପରଦିନ । More

କାଲି ଘୋଷଯାତ୍ରା: ଆଜି ପୁରୀରେ ହେଉଛି ବର୍ଷା

କେବଳ ଏତିକି ନୁହେଁ ବରଂ ଶ୍ରୀଜିଉଙ୍କ ଆଜି ଅନେକ ନୀତିକାନ୍ତି ରହିଛି। ସୂଚନା ଅନୁସାରେ, ଆଜି ରାତିରୁ ହିଁ ଠାକୁରଙ୍କ ଦେହରେ ସେନା ପଟ୍ଟାଲାଗି ହେବ। ଏହି କାମ ସମୟ ସାପେକ୍ଷ ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି। ଏହାସହ ଆସନ୍ତାକାଲି ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ନୀତିକାନ୍ତି ସବୁ ସରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି। ଏପଟେ, ଶ୍ରୀଜିଉଙ୍କ ଟାହିଆ ମଧ୍ୟ ପ୍ରସ୍ତୁତ ହେବାରେ ଲାଗିଛି। ତେବେ ମୋଟ୍‌ ଉପରେ ବର୍ଷା ବି ବାଧକ ସାଜିପାରିନାହିଁ ରଥ କାମରେ। More

ଏମ୍‌ସରେ ଆହତ ଯବାନଙ୍କୁ ଭେଟିଲେ ଡିଜିପି

କନ୍ଧମାଳ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଗୁରୁତର ଦୁଇ ଯବାନ ସୁସ୍ଥ ଅଛନ୍ତି । ଭୁବନେଶ୍ୱର ଏମ୍‌ସର ବିଶେଷଜ୍ଞ ଡାକ୍ତର ସେମାନଙ୍କ ଚିକିତ୍ସା କରୁଛନ୍ତି । More

କରୋନା ଉଜାଡ଼ିଦେଲା ସଂସାର: ବାପା ଛେଉଣ୍ଡ ହୋଇଗଲେ ପିଲା

ଉଚ୍ଛନ୍ନ ହୋଇଯାଇଛି ପରିବାର, ଉଜୁଡ଼ି ଯାଇଛି ସଂସାର। ସାତ ଜନ୍ମର ସାଥୀ ହେବାର ପ୍ରତିଶ୍ରୁତି ଦେଇଥିବା ମଣିଷଟିଏ ଆଜି ଅତୀତ। ତାଙ୍କୁ ଝୁରି ଝୁରି ଆଖିରୁ ଲୁହ ମରିଗଲାଣି, ଅସମ୍ଭାଳ କୋହରେ ଛାତି ବି ପଥର ହୋଇଗଲାଣି ।ଅବୋଧ ଟିକି ପିଲାଟି ବି ବୁଝିବ କିପରି? ବାପାର ଫଟୋ ଦେଖୁଛି, ଅବୁଝା ଭାବରେ ନୀରବ ରହୁଛି। ଝିଅ ଟିକିଏ ବଡ଼ ହେଲାଣି ବୋଲି ଜାଣିପାରୁଛି ବାପା ଆଉ ଫେରିବନି। ଛାତିକୁ ରୁନ୍ଧି ପକାଉଥିବା ଏହି ଘଟଣା ହେଉଛି ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ହରିପୁର ଗାଁର More

ଓଡ଼ିଆଙ୍କ ଆଶା ପୂରଣ କରିପାରିବେ ତ ଅଶ୍ୱିନୀ?

ରେଳମନ୍ତ୍ରୀ ହେବାପରେ ଅଶ୍ୱିନୀଙ୍କଠାରୁ ବଢ଼ିଲା ଓଡ଼ିଶାର ଆଶା। କାରଣ ଅଶ୍ୱିନୀ ବୈଷ୍ଣବଙ୍କ କର୍ମଭୂମି ଓଡ଼ିଶା। ଏଠାରୁ ହିଁ ବିଜେପି-ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ସେ। ତେଣୁ ରାଜ୍ୟବାସୀଙ୍କ ଆଶା, ରେଳବାଇ କ୍ଷେତ୍ରରେ ବର୍ଷବର୍ଷ ଧରି ଓଡ଼ିଶା ଯେଉଁ ଅବହେଳାର ଶିକାର ହୋଇଆସିଛି ସେଥିରେ ଲାଗିବ ବ୍ରେକ୍ More

ରାତି ପାହିଲେ ଘୋଷଯାତ୍ରା: ପତିତଜନଙ୍କୁ ଉଦ୍ଧାର କରିବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତେ...

ପୁରୀ ବଡ଼ଦାଣ୍ଡରେ ରଥ ଗଡ଼ିବ, କିନ୍ତୁ ରଥାରୁଢ଼ ଦିଅଁ କି ତାଙ୍କ ଦିବ୍ୟରଥକୁ ଚର୍ମ ନେତ୍ରରେ ଦେଖି ପାରିବନି ଭକ୍ତ। ଭକ୍ତଟିଏ ପାଇଁ ୟାଠୁ ବଳି କଷ୍ଟ ଆଉ କଣ ବା ହେଇପାରେ? ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ନବଦିନାତ୍ମ ଯାତ୍ରା ଲାଗି ସଜେଇ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ହେଲେ ଉଣା କେବଳ ଭକ୍ତର ସେ ଦୁଇ ଚର୍ମନେତ୍ର ଓ ରଥାରୁଢ଼ ତିନିଠାକୁରଙ୍କ ସେ ଚକାନୟନ ମଧ୍ୟରେ ଅପୂର୍ବ ମିଳନର ଦୃଶ୍ୟ। କରୋନା କଟକଣା ଭିତରେ ଏ ବର୍ଷ ବି ହେବ ରଥଯାତ୍ରା More

ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ । କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ।  More

ଏଣିକି ପୁରୀ ବିଚ୍‌ରେ ମିଳିବ ମଦ, ରହିବାକୁ ହେବ ଘର; ଓଟିଡିସି କରିବ ବ୍ୟବସ୍ଥା

ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର More

ରାଜ୍ୟରେ ୫ ଜିଲ୍ଲାରେ କମୁନି ସଂକ୍ରମଣ

ରାଜ୍ୟରେ ୫ ଜିଲ୍ଲାରେ ସଂକ୍ରମଣ କମୁନି । କଟକ, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, ପୁରୀ ଭଳି ଜିଲ୍ଲାରେ ସଂକ୍ରମଣ କମିବାର ନାଁ  ଧରୁନି । ଲାମ୍ବାଡ଼ା ଓ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ୩ୟ ଲହରର କାରଣ ହୋଇପାରେ । More

ରାଜ୍ୟର କରୋନା ସ୍ଥିତି ନେଇ ରିପୋର୍ଟ ଦେଲା କେନ୍ଦ୍ରୀୟ ଟିମ୍‌

ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଦ୍ୱିତୀୟ ଲହରୀରେ ସଂକ୍ରମଣ ଧୀରେ ଧୀରେ ଖସୁଛି । ଗତ ମାସ ୧୫ ତାରିଖ ପର ଠାରୁ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାରକୁ ଖସି ଆସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୨୮୨ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୩୧୫ ଜଣ ଜିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୯୬୭ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨କୁ ବୃଦ୍ଧି । ପାଖାପାଖି ୯ ଦିନ ହେବ ୨ ହଜାର ଉପରେ ରହିଛି ସଂକ୍ରମଣ । More

କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ବଢି ଚାଲିଛି ହାତୀ ଉପଦ୍ରବ : ଆତଙ୍କିତ ଗ୍ରାମବାସୀ

ଏହି ହାତୀ ପଲ କରଞ୍ଜିଆ ରେଞ୍ଜର ମହୁଲିଆସୁଳି,ରାଉତାଲିପାଟ,ତୁଟି ସାହି ,ହଳଦିଆ, କାଶିଆ ପୋଖରିଆ,ଶିରମଣିପୁର,ଘରମାବେଡା, ସୁନାପୋଷି ଅଞ୍ଚଳରେ ଉତ୍ପାତ ଜାରି ରଖିଛନ୍ତି। ଯାହା ଫଳରେ ଉଭୟ ଗାଁର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନବିଭାଗର ନାନାଦି ପ୍ରୟାସ ସତ୍ତ୍ୱେ ହାତୀ ପୁନର୍ବାର ଆସୁଥିବା ବିଭାଗ ସୂଚନା ଦେଇଛି More

ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜି, ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ କ୍ରିଷନ କୁମାର

ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ପୁରୀ ଗୋପବନ୍ଧୁ ଆୟୁର୍ବେଦ ହସ୍ପିଟାଲ ପରିସରରେ ଏହି ସମୀକ୍ଷା ବୈଠକ ବସିଥିଲା । ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ପୁରୀ ଏସ୍‌ପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ରଥଯାତ୍ରା ସୁରକ୍ଷା ନେଇ ବ୍ୟାପକ ଆଲୋଚନା ହୋଇଥିଲା । More

ଏହି ସ୍ଥାନରୁ ତୁଳସୀ ଗଲେ ମହାପ୍ରଭୁଙ୍କର ହୁଏ ନୀତିକାନ୍ତି

ନାମ ସଂକୀର୍ତନ ଚାଲିଛି । ରାମ ନାମରେ ଫାଟି ପଡ଼ୁଛି ଗଗନ ପବନ। ସମସ୍ତଙ୍କ ମୁହଁରେ କେବଳ ସୁବୁଛି ହରିନାମ। ନାମ ସଂକୀର୍ତନରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ନିକଟ ବାଲିଗାଁରେ ଥିବା ଭକ୍ତ ଶିରୋମଣୀ ଦାସିଆ ବାଉରୀଙ୍କ ପୀଠରେ । ଭକ୍ତ ଦାସିଆଙ୍କ ଛୋଟ କୁଡ଼ିଆଟି ପରିଣତ ହୋଇଛି ଏକ ଆଶ୍ରମରେ । ଯେଉଁଠି ରହିଛି ଦାସିଆଙ୍କ ସମାଧି ପୀଠ । ପୀଠର ମୂଖ୍ୟ ସ୍ଥଳକୁ ଛାଡ଼ିଦେଲେ ରହିଛି ଏକ ତୁଳସୀ ଉଦ୍ୟାନ More

ନିଜର ମତ ଠିକ୍, ଅନ୍ୟର ମତ ଠିକ୍ ନୁହେଁ ଭାବିବା ଭୁଲ୍‌: ସୌମ୍ୟରଞ୍ଜନ

ନିଜ ପରିଚାଳନାରେ ଥିବା ଦୈନିକ ସମ୍ବାଦପତ୍ର ସମ୍ବାଦରେ ଆଲେଖ୍ୟ ପ୍ରକାଶ କରିବା ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି । More

ଗାଁରେ ଆସୁନି ନେଟ୍‌ୱାର୍କ, ପାହାଡ଼ ଉପରେ ପାଠ ପଢ଼ୁଛନ୍ତି ପିଲା

ଆଦିବାସୀ ଅଧ୍ୟୁସିତ ବଣ ପାହାଡ ଘେରା କୁଚିଣ୍ଡା ଉପଖଣ୍ଡର ଶିରିଡ ଗାଁରେ ଅପହଂଚ ମୋବାଇଲ ନେଟୱାର୍କ। । ଇଂଟରନେଟ ସେବା ଉପଲବ୍ଧ ହେଉନଥିବାରୁ ଚାଷୀଙ୍କ ଧାନ ବିକ୍ରି ଠାରୁ ଆରମ୍ଭ କରି ଗ୍ରାମର ଉନ୍ନୟନ ମୂଳକ କାମ, ପୋଷ୍ଟ ଅଫିସ କାମ କି ଛାତ୍ର ଛାତ୍ରୀଙ୍କ ପାଠପଢା ସବୁ ବାଧାପ୍ରାପ୍ତ ହେଉଛି । କଥା ହେବା ଠାରୁ ଆରମ୍ଭ କରି ନେଟ ସେବା ପାଇଁ ଗାଁ ମୁଣ୍ଡ ସ୍ଥିତ ପଥୁରିଆ ପାହାଡ ସାହା ଭରସା ଏବେ ପାଲଟିଛି । More

ଉଦ୍ଧାର ହେଲେ ଅପହୃତ ଯୁବକ, ଚାକିରି ନାଁରେ ଠକୁଥିଲେ

ଚାକିରି ନାଁରେ ଲୋକଙ୍କୁ ଠକୁ ଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଚନ୍ଦକା ଥାନା ପୋଲିସ୍‌ ଅପହୃତଙ୍କୁ ଖୋର୍ଦ୍ଧାର ଏକ ଫାର୍ମ ହାଉସରୁ ଉଦ୍ଧାର କରିଛି। More

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସାମ୍ନାରେ ଲାଗିଲା ୩ ରଥ

ସିଂହଦ୍ୱାର ସାମ୍ନାରେ ଲାଗିଛି ୩ ରଥ। ଆଜି ଶ୍ରୀମନ୍ଦିରରୁ ଆଜ୍ଞାମାଳ ରଥଖଳାକୁ ବିଜେ ହେବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସାମ୍ନାକୁ ଅଣାଯାଇଥିଲ। ତା’ ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜକୁ ସେବାୟତମାନେ ଟାଣି ଟାଣି ସିଂହଦ୍ୱାର ସାମ୍ନାକୁ ଆଣିଥିଲେ। More

ଜଗଦୀଶଙ୍କୁ ଭିନ୍ନ ପରିଚୟ ଦେଇଛି ଫାଇଟର କୁକୁଡ଼ା ଚାଷ : ଗୋଟିଏ କୁକୁଡ଼ାର ମୂଲ୍ୟ ୬ରୁ ୧୦ ହଜାର

ପେଶାରେ ଜଣେ ବେସରକାରୀ ସଂସ୍ଥାର କର୍ମଚାରୀ, ହେଲେ ନିଶା ଚାଷ ପ୍ରଣାଳୀରେ କିଛି ନୂଆ କରି ଦେଖାଇବା। ଇଣ୍ଟରନେଟରେ ଚାଷ ପାଇଁ ନୂଆ କୌଶଳ ଖୋଜୁ ଖୋଜୁ ଦେଖିଥିଲେ ତାମିଲନାଡୁର ଦାମୀ ଫାଇଟର କୁକୁଡ଼ା । ଫାଇଟର କୁକୁଡ଼ା ସମ୍ପର୍କରେ ଜାଣିବା ପରେ ବିଳମ୍ବ ନକରି ଆରମ୍ଭ କଲେ କୁକୁଡ଼ା ଚାଷ, ଯାହା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । କୁକୁଡ଼ା ଚାଷ ସହ ଛେଳି ଚାଷ କରି ସେ ଆଜି ଶିକ୍ଷିତ ବେକାରୀଙ୍କ ପାଇଁ ସାଜିଛନ୍ତି ଉଦାହରଣ। More

ଦମଦାର ଡାନ୍ସ ସାଙ୍ଗକୁ ଜବରଦସ୍ତ ଏକ୍ସପ୍ରେସନ୍ : ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ଯାଉଛନ୍ତି ବାରିପଦାର ଦୁଇ ଝିଅ

ଓଡ଼ିଶା ପାଇଁ ପୁଣି ଗର୍ବ ଆଣିଲେ ବାରିପଦାର ଦୁଇ କୁନି ଝିଅ । ନିଜ ନାଚର ଯାଦୁରେ କିମିଆଁ କରି ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ଯାଉଛନ୍ତି ବାରିପଦାର ଦୁଇ ଝିଅ । ଜୁନିଅର ମଡେଲ ଇଣ୍ଟରନେସନାଲ ରାଇଜିଂ ଷ୍ଟାର ଅଫ ଇଣ୍ଡିଆର ଟାଇଟଲ୍ ଜିତିବା ପରେ ଏବେ ଅନ୍ତର୍ଜାତୀୟ ଟ୍ୟାଲେଣ୍ଡ ଶୋରେ ପ୍ରତିଯୋଗିତା କରିବେ ଅର୍ଚ୍ଚିତା ଓ ଦିବ୍ୟାଙ୍ଗନା । More

ରେକର୍ଡ ହେଲା ସୁରଙ୍କ ୩ୟ ଗୀତ

ଓଡିଶା ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଧାୟକ ସୁର ରାଉତରାୟ ଏବେ ପୁଣି ସଂଗୀତକୁ ନେଇ ଚର୍ଚ୍ଚାରେ। ପୂର୍ବରୁ ସେ ଦୁଇଟି ଓଡ଼ିଆ ଗୀତରେ କଣ୍ଠ ଦାନ କରି ଥିବାବେଳେ ଏବେ ଆଉ ଏକ ଗୀତରେ କଣ୍ଠଦାନ କରିଛନ୍ତି। ଶନିବାର ରେକର୍ଡିଂ ହୋଇଛି ତାଙ୍କର ତୃତୀୟ ସଂଗୀତ l ଏହି ଗୀତରେ ସୁର ରାଉତରାୟ ନିଜ ଷ୍ଟାଇଲର ଡାଇଲଗ ମାଡିଚାଲ ଶୁଣିବାକୁ ମିଳିବ। ଏହି ଡୁଏଟ ଗୀତଟିରେ ସୁରଙ୍କ ସହିତ କଣ୍ଠଦାନ କରିଛନ୍ତି ମୋନାଲି ମଧୁସ୍ମିତା l ଏହାର ଗୀତିକାର ବିଭୁତି ସ୍ୱାଇଁ ଥିବାବେଳେ ସଂଗୀତ ସଜାଇଛନ୍ତି ରଶ୍ମି ରଞ୍ଜନ ପଣ୍ଡା l ତେବେ ପାଠ ପଢିବା ପାଇଁ ଏହି ଗୀତରେ ବାର୍ତ୍ତାକୁ ନେଇ ସୁର ରାଉତରାୟ କହିଛନ୍ତି, ସରକାରୀ ସ୍କୁଲ ହେଉ ବା ବେସରକାରୀ ସ୍କୁଲ ହେଉ ପଢ଼ିଚାଲ, ମାଡିଚାଲ l

ପୋଲିସ୍ ଷ୍ଟେସନ୍ ନିକଟରୁ ନାବାଳିକା ଓ ନାବାଳକ ଉଦ୍ଧାର

ଭୁବନେଶ୍ୱର ତମାଣ୍ଡୋ ପୋଲିସ୍ ଷ୍ଟେସନ୍ ନିକଟରୁ ୩ଜଣ ନାବାଳିକା ଏବଂ ଜଣେ ନାବାଳକ ଉଦ୍ଧାର ହୋଇଛନ୍ତି। ୪ଜଣ ଗଛ ତଳେ ବସିଥିବା ବେଳେ ଚାଇନ୍ଡ ଲାଇନ୍ ସେମାନଙ୍କୁ ଉଦ୍ଧାର କରିଛି। ଉଦ୍ଧାର ପିଲାମାନେ ଏମ୍ସ ହସ୍ପିଟାଲ୍ ନିକଟରେ ରହୁଥିବା ସୂଚନା ମିଳିଛି। ୮ମାସ ପୂର୍ବରୁ ପିଲାମାନଙ୍କୁ ସେମାନଙ୍କର ମା’ ଛାଡି ଚାଲିଯାଇଥିଲେ। ପିଲାମାନଙ୍କର ବାପା ମଧ୍ୟ ସେମାନଙ୍କ ନେବାରୁ ଆସିନଥିବା ଉଦ୍ଧାର ପିଲାଙ୍କ ପାଖରୁ ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ପାଇ ଚାଇଲ୍ଡ ଲାଇନ୍ ପିଲାମାନଙ୍କୁ ଉଦ୍ଧାର କରିଛି। ପିଲାମାନଙ୍କୁ  VJSS ଆଶ୍ରୟସ୍ଥଳ ଏବଂ ରୁଚିକା ଓପନ୍ ଆଶ୍ରୟସ୍ଥଳରେ ରଖାଯାଇଛି।

ପୁଣି ଏକ ଛୋଟ ରଥ ର୍ନିମାଣ କରି ଚର୍ଚ୍ଚାରେ ଶିଳ୍ପୀ ସୁବଳ ମହାରଣା

ପୁଣି ଏକ ଛୋଟ ରଥ ର୍ନିମାଣ କଲେ ଶିଳ୍ପୀ ସୁବଳ ମହାରଣା। ରଥର ଉଚ୍ଚତା ୧.୫ସେମି, ଚଉଡ଼ା ୧.୪ ସେ.ମି.। ନିମ୍ବ, ବେଲ, ତୁଳସାୀ ଓ ଗୁଆ କାଠରେ ସେ ଏହି ରଥ ନିର୍ମାଣ କରିଛନ୍ତି। ରଥର ଓଜନ ୧୪୦ ମିଲିଗ୍ରାମ ରହିଥିବା ବେଳେ ଶିଳ୍ପୀ ସୁବଳ ମହାରଣା ଏହାକୁ ୧୫ରୁ ୨୦ ଘଣ୍ଟା ମଧ୍ୟରେ ନିର୍ମାଣ କରିଛନ୍ତି।  ଏହା ପୂର୍ବରୁ ସୁବଳ ମହାରଣା ସବୁଠାରୁ ଛୋଟ ରଥ ନିର୍ମାଣ କରିଥିଲେ। ଏହାର  ଉଚ୍ଚତା ୨.୩ ସେ.ମି. ରହିଥିବା ବେଳେ ଓସାର୧.୯ ସେମି ରହିଥିଲା। ଛୋଟ ରଥ ନିର୍ମାଣ କରି ସେ World Book of Records, Asia Book of Records, India Book of Records, Incredible Books of Record, Wonder Books of Recordରେ ସ୍ଥାନ ପାଇଥିଲେ।  ଏବେ ପୁଣି ସବୁଠାରୁ ଛୋଟ ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି। 

ହୀରାକୁଦ ଡ୍ୟାମରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଖୋଲା ଯାଇଛି। More

କରୋନା ଛଡ଼ାଇନେଲା ଜୀବନ-ଜୀବିକା : ସଙ୍କଟରେ ମୃଦଙ୍ଗବାଦ୍ୟ କାରିଗର

ଲୋକକଳା, ଲୋକ ସଂସ୍କୃତି ତଥା ଲୋକବାଦ୍ୟକୁ ବଂଚାଇବାପାଇଁ ସରକାରୀ ସ୍ତରରେ ବିଭିନ୍ନ ଉତ୍ସବ ଆୟୋଜନା ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ହେଲେ ଏଥିପାଇଁ ଯେଉଁ ବାଦ୍ୟ ଦରକାର ସେ ବାଦ୍ୟର କାରିଗରମାନେ ଏବେ ଅବହେଳିତ ଅବସ୍ଥାରେ । କରୋନା ମହାମାରୀ ଛଡେଇ ନେଇଛି ସେମାନଙ୍କ ଜୀବନ ଜୀବିବା । ଲକଡାଉନ, ସଟଡାଉନ ହେବା ଫଳରେ ସେମାନଙ୍କ ବାଦ୍ୟ ଯନ୍ତ୍ର ବକ୍ରି ହେଉନଥିବାରୁ ଏବେ ଚିନ୍ତ୍ରାରେ ଏହି ମୃଦଙ୍ଗ ବାଦ୍ୟ କାରିଗର। More

ଏସ୍‌ପିଙ୍କ ବଦଳିକୁ ପ୍ରତିବାଦ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ଏକାଠି ହେଲେ ଶତାଧିକ ଗ୍ରାମବାସୀ

ଏସ୍‌ପିଙ୍କ ବଦଳିକୁ ପ୍ରତିବାଦ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରିଙ୍କ ବଦଳିକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଏକାଠି ହୋଇ ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କରିଛନ୍ତି।   More

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ୨୨୮୨ ପଜିଟିଭ୍ ଚିହ୍ନଟ, ୬୫ ମୃତ

ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଦ୍ୱିତୀୟ ଲହରୀରେ ସଂକ୍ରମଣ ଧୀରେ ଧୀରେ ଖସୁଛି । ଗତ ମାସ ୧୫ ତାରିଖ ପର ଠାରୁ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାରକୁ ଖସି ଆସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୨୮୨ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୩୧୫ ଜଣ ଜିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୯୬୭ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୭୨କୁ ବୃଦ୍ଧି । ପାଖାପାଖି ୯ ଦିନ ହେବ ୨ ହଜାର ଉପରେ ରହିଛି ସଂକ୍ରମଣ । More

ରାୟଗଡ଼ାବାସୀଙ୍କ ପାଇଁ ଦୁଃଖ ପାଲଟିଛି ନାଗାବଳୀ ନଦୀ: ଗତିପଥ ବଦଳୁଥିବାରୁ ସଙ୍କଟରେ ଜୀବନ-ଜୀବିକା

ବର୍ଷାଦିନ ଆସିଲେ ନିଦ ହଜିଯାଉଛି । ନଦୀ ଫୁଲିଲେ ବଢୁଛି ଚିନ୍ତା । ଗାଁ ଆଡକୁ ମାଡି ଆସୁଛି ବିପଦ । ରାୟଗଡ଼ା ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ଥିବା ଅଣ୍ଟାରିଗୁଡା ଗାଁ । ଏଠି ଲୋକଙ୍କ ପାଇଁ ଦୁଃଖ ସାଜିଛି ନାଗାବଳୀ ନଦୀ । ଲଗାଣ ବର୍ଷା ହେଲେ ନଦୀ ଫୁଲୁଥିବା ବେଳେ କୂଳ ଖାଇ ମାଟି ଅତଡା ଖସୁଛି । ପ୍ରତିବର୍ଷ ନଦୀ ଗତିପଥ ପରିବର୍ତ୍ତନ କରି ଗାଁ ଆଡ଼କୁ ମାଡି ମାଡ଼ି ଆସୁଛି । ଫଳରେ ଲୀନ ହେବାକୁ ବସିଲାଣି ଲୋକଙ୍କ ଘରଦ୍ୱାର, ଚାଷଜମି । ସ୍ଥାୟୀ ସମାଧାନ ନେଇ ଗାଁଲୋକେ ପ୍ରଶାସନକୁ ଜଣାଇଥିଲେବି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । More

ବୁଡ଼ି ଯିବ କି ବାଘ ବଂଶ ? କଳାହାଣ୍ଡିରୁ ବଡ଼ ଧରଣର ବାଘ ଛାଲ ରାକେଟର ପର୍ଦ୍ଦାଫାସ୍

ଗତ ଦୁଇ ଦିନ ହେଲା କଳାହାଣ୍ଡି ଜିଲ୍ଲାରେ ଲଗାତର ଭାବେ ଜବତ ହେବାରେ ଲାଗିଛି ବାଘ ଛାଲ ସହ ନଖ ଏବଂ ଦାନ୍ତ । ଗତକାଲି ପୁଣି ଥରେ ଆଉ ୪ଟି ବାଘଛାଲକୁ ଜବତ କରିଛି ପୋଲିସ ଏବଂ ବନବିଭାଗର ମିଳିତ ଟିମ୍ । ବଫଲା ଗାଁର ରଙ୍ଗାଚରଣ ଭୋଇ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏହି ୪ଟି ବାଘ ଛାଲ ଜବତ ହୋଇଛି । ଏହାକୁ ମିଶାଇ ଗତ ଦୁଇଦିନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଉତ୍ତର ଓ ଦକ୍ଷିଣ ବନଖଣ୍ଡରୁ ଜବତ ହେଲାଣି ୯ଟି ବାଘ ଛାଲ । କଳାହାଣ୍ଡି ଉତ୍ତର ବନଖଣ୍ଡ ଡିଏଫ୍ଓ ନିତିଶ କୁମାର ଏହି ସୂଚନା ଦେଇଛନ୍ତି । ତାସହ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି । More

ରଥ, ପଥ ପ୍ରସ୍ତୁତ

ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ । ଆଜି ସକାଳ ଧୂପ ସରିଲେ ରଥଖଳାକୁ ବିଜେ ହେବ ଆଜ୍ଞମାଳ । ଏହା ପରେ ସିଂହଦ୍ୱାର ସାମ୍ନାରେ ବିଜେ ହେବେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ । ଏପଟେ ଆଜି ରାତି ୮ଟାରୁ ୪୮ ଘଣ୍ଟା ଲାଗି ପୁରୀ ସହରରେ ଲାଗିବ କର୍ଫ୍ୟୁ । ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ ରଖିବାକୁ ପୁରୀ ବାସିନ୍ଦାଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ । More

ଘର ବାହାରେ ଶୋଇଥିବା ବେଳେ ଯୁବକଙ୍କ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ

ସମ୍ୱଲପୁର: ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ତିଲେଇମାଲରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତ ତାଙ୍କ ମୁଣ୍ଡ କାଟି ନେଇଯାଇ ଫେରାର ହୋଇଯାଇଛନ୍ତି। ମୃତକଙ୍କ ନାଁ ସତ୍ୟନାରାୟଣ ମୁଣ୍ଡା। ପରିବାର ଲୋକେ ମୁଣ୍ଡବିହୀନ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ସୂଚନା ଅନୁସାରେ, ଗତକାଲି ରାତିରେ ଅସହ୍ୟ ଗୁଳୁଗୁଳି ହେଉଥିବାରୁ ସତ୍ୟନାରାୟଣ ଘର ବାହାରେ ଖଟିଆରେ ମାଶାରୀ ଟାଙ୍ଗି ଶୋଇଥିଲେ। ହେଲେ ଆଜି ଭୋରୁ ତାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିବାକୁ […] More

ଆଜି ମୋଦି-ନବୀନ ଭେଟ

ଭୁବନେଶ୍ୱର: ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟଙ୍କ ସାକ୍ଷାତରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବ। ବାତ୍ୟା ‘ଫୋନି’ କ୍ଷୟକ୍ଷତି ସଂପର୍କରେ ଆଲୋଚନା ସହିତ କେନ୍ଦ୍ରର ସହାୟତା ପ୍ରସଙ୍ଗରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ସହ ସାକ୍ଷାତ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବେ ମୁଖ୍ୟମନ୍ତ୍ରୀ। ଏହାସହ ୧୫ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗଦେବେ। ମୋଦି ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ […] More

ଗିରଫ ହେଲା ସାନ ଭାଇର ହତ୍ୟାକାରୀ ବଡ଼ ଭାଇ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଅତଳାଗଡ଼ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ କମିଶନରେଟ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତର ନାଁ ମାମୁଲୁ ଓରଫ ସ୍ରଷ୍ଟା ରାଉତରାୟ। ଆଜି ସକାଳୁ ପୁଲିସ୍‌ ସ୍ରଷ୍ଟାକୁ କଟକର ଫୁଲନଖରା ଅଞ୍ଚଳରୁ ଗିରଫ କରିଛି। ପାରିବାରିକ ଗଣ୍ଡଗୋଳକୁ ନେଇ ବଡ଼ଭାଇ ସ୍ରଷ୍ଟା ସାନଭାଇ ପ୍ରୀତମକୁ ହତ୍ୟା କରିଥିଲା। ସିସିଟିଭି ଫୁଟେଜ ଦେଖିବା ପରେ ହତ୍ୟାକାରୀ ସ୍ରଷ୍ଟା ଚିହ୍ନଟ କରାଯାଇଥିଲା। ଏହାପରେ ତାକୁ ଧରିବା ପାଇଁ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। […] More

ରାଇସ୍‌ ମିଲ୍‌ କାନ୍ଥ ଭୁଶୁଡ଼ି ୪ ମୃତ, ୭ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ ଅଳସୁଆ ହାଟ ନିକଟରେ ଥିବା ଏକ ପରିତ୍ୟକ୍ତ ରାଇସ୍‌ ମିଲ୍‌ର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୭ ଜଣ ଗୁରୁତର ଭାବେ ଆହତ ହୋଇଛି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ ଆହତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଚାଇଁପୁରର ସଂଗ୍ରାମ ସାହୁ, ଗେଙ୍ଗୁଟିଆର ରାମଚନ୍ଦ୍ର ସାହୁ, ଗୁରୁଜଙ୍ଗର ଅଭିମନ୍ୟୁ ବିଶ୍ୱାଳ ଓ […] More

ନାଚ, ଗୀତରେ ଦୁଲୁକୁଛି ସମ୍ବଲପୁର ସହର: ଚାଲିଛି ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ

ସମ୍ୱଲପୁର/ଭୁବନେଶ୍ୱର: ଚାଲିଛି ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନର ଶୋଭାଯାତ୍ରା। ସେଥିପାଇଁ ଦୁଲୁକୁଛି ସମ୍ବଲପୁର ସହର। ନାଚ, ଗୀତ ଓ ବାଜାର ତାଳରେ ପୂରା ପରିବେଶ କମ୍ପୁଛି। ବିବାହ ସଂପନ୍ନ ହେବା ପରେ ଶିବ-ପାର୍ବତୀ ମନ୍ଦିରକୁ ଫେରୁଛନ୍ତି। ସାଙ୍ଗରେ ବିରାଟ ପଟୁଆର ରହିଛି। ଗତ ରାତିରୁ ହିଁ ଏହି ଶୋଭାଯାତ୍ରା ବାହାରିଛି। ଏଥିରେ ହଜାର ହଜାର ଭକ୍ତ ତା’ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ଓ ଆଧୁନିକ ନାଚ ଗୀତର ଦର୍ଶକ ମଜା ଉଠାଉଛନ୍ତି। ପୌରାଣିକ ବିଶ୍ୱାସ ଅନୁସାରେ, ଶିବ-ପାର୍ବତୀଙ୍କ […] More