ଭୁବନେଶ୍ୱର: ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍ ମୂଲ୍ୟାୟନରେ ସ୍ୱଚ୍ଛତା ରଖିବାକୁ କଲେଜ୍ ଗୁଡ଼ିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶ ଦେଇଛି।ଶୀଘ୍ର ପ୍ରାକ୍ଟିକାଲ୍ ମୂଲ୍ୟାୟନ ସାରିବା ସହ ଏଥିରେ ସ୍ୱଚ୍ଛତା ରଖିବାକୁ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛି CHSE। ଚଳିତ ଥର ପ୍ରାକ୍ଟିକାଲ୍ ମାର୍କ ସହ ଗତ ବର୍ଷ ଗୁଡ଼ିକର ରେଜଲ୍ଟ ବି ଅନୁଧ୍ୟାନ କରାଯିବ। ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍ରେ କିପରି ପ୍ରଦର୍ଶନ ରହିଛି ଏହାକୁ ଅନୁଧ୍ୟାନ କରାଯାଇ ହାରାହାରି ତାଲିକା ପ୍ରସ୍ତୁତ ହେବ। ଯଦି, ଏଥିରେ କୌଣସି ଅସଙ୍ଗତି ନଜର ଆସେ ତେବେ ସଂପୃକ୍ତ କଲେଜକୁ କାରଣ ଦର୍ଶାଅ ନୋଟିସ୍ ଜାରି ହେବ। ଘରୋଇ କଲେଜ୍ କ୍ଷେତ୍ରରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯିବ। ସିଏଚ୍ଏସ୍ଇ ଚଳିତ ମାସ ଶେଷ ସୁଦ୍ଧା +2 ରେଜଲ୍ଟ ପ୍ରକାଶ କରିବା ନେଇ ଯୋଜନା ପ୍ରସ୍ତୁତ କରିଛି। ଏଥର ମାଟ୍ରିକ ଭଳି ମୂଲ୍ୟାୟନ୍ ପ୍ରଦ୍ଧତି ଆପଣାଇଛି CHSE।
ଭୁବନେଶ୍ୱର: କଳ୍ପନା ଛକରେ ପୋଲିସକୁ ଧକ୍କା ଦେଲା ଅଟୋ। ଅଟୋ ଧକ୍କାରେ ହାବିଲଦାର ସରୋଜ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ଆହତ ହାବିଲଦାରଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ଚେକିଂ ବେଳେ ହାବିଲଦାରଙ୍କୁ ଧକ୍କା ଦେଇଥିଲା ଅଟୋ। ଲକ୍ଷ୍ମୀସାଗର ଥାନାରେ ଅଟୋ ଚାଳକ ଅଟକ ରଖି ପୋଲିସ୍ ପଚରାଉଚରା କରୁଛି।
ପୁରୀ ଶ୍ରୀମନ୍ଦିରର ହେବ ଲେଜର ସ୍କାନିଂ। ମନ୍ଦିରରେ ଫାଟ ଥିଲେ ହେବ ମରାମତି। ବିଶେଷକରି ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ଠାରୁ ASI ବୈଷୟିକ କମିଟି ଅନୁଧ୍ୟାନ କରିବ ଓ କମିଟର ପରାମର୍ଶ ଅନୁଯାୟୀ ମରାମତି କରାଯିବ ସହ ଲେଜର ସ୍କାନିଂ କରାଯିବ। ଏନେଇ ଆଜି ASI ପକ୍ଷରୁ ଶ୍ରୀମନ୍ଦିର ଅନୁଧ୍ୟାନ କରାଯାଇଛି। ଲେଜର ସ୍କାନିଂ ଦ୍ୱାରା କୌଣସି ଯାଗାରେ ଫାଟ ଥିଲେ ତାହା ସ୍ପଷ୍ଟ ହୋଇପାରିବ।
କରୋନା ମହାମାରୀ ଆସିଲା କେତେ ଲୋକଙ୍କ ଜୀବିକା ବୁଡାଇଲା ତ କେତେ ଲୋକଙ୍କ ଜୀବନ ନେଲା । ଏବେ ଅନେକ ପରିବାର ନିଜ ଆତ୍ମୀୟ ପରିଜନକୁ ହରାଇ ଦୁଃଖ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି । ଦୁଇ ଛୁଆକୁ ବାପଛେଉଣ୍ଡ କରିଦେଲା ଅଦୃଶ୍ୟ ଭାଇରସ୍ । ମହାମାରୀରେ ଆପଣାର ମଣିଷ ସବୁଦିନ ପାଇଁ ଆରପାରିକୁ ଚାଲିଗଲା । ସ୍ୱାମୀ ଚାଲିଯିବା ପରେ ଅସହାୟ ହୋଇଯାଇଛି ପୂରା ପରିବାର। ଦୁଇ ଶିଶୁଙ୍କୁ ଧରି ଏକ ବର୍ଷରୁ ଅଧିକ ଦିନ ହେଲା ଦୁଃଖ ସାଗରରେ ଜୀବନ ବିତାଉଛନ୍ତି ରଞ୍ଜୁ ଗୌଡ଼ । ଏବେ ସରକାରୀ ସହାୟତା ହିଁ ଏକ ମାତ୍ର ଭରସା । More
ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ବେଳେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। More
ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ; ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଗୁଳି ବିନିମୟ, ୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ଚାଲିଛି ଗୁଳି ବିନିମୟ। ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର ହୋଇଥିବା ସୂଚନା। ଗୁରୁତର ୨ ଯବାନଙ୍କୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର। ଗୁରୁତର ୨ ଯବାନଙ୍କୁ ଏୟାରଲିଫ୍ଟ କଲେ ଡିଜିପି। କୋରାପୁଟ ଗସ୍ତରେ ଥିବା ଡିଜିପି ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ନିଜ ହେଲିକପ୍ଟରରେ ୨ ଯବାନଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆଣୁଛନ୍ତି।
କଳାହାଣ୍ଡି ଜିଲ୍ଲାରେ ବାଘ ଛାଲ ରାକେଟର ପର୍ଦ୍ଦାଫାଶ ହୋଇଛି। ରାକେଟରେ ଥିବା ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ପାଖରୁ ୩ଟି ବାଘ ଛାଲ ଓ ୨ଟି ବାଘ ନଖ ଜବତ ହୋଇଛି। ଗିରଫ ୪ ଜଣ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି। ତେବେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବା ଲାଗି ବନ ବିଭାଗ ପ୍ରୟାସ ଜାରି ରଖିଛି।
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ହାତୀ ପଲ ଆତଙ୍କ। ହାତୀପଲରେ ଛୋଟବଡ ୧୮ଟି ହାତୀ ଥିବାରୁ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ହାତୀମାନେ ଦିନ ତମାମ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଗାଁ ମୁହାଁ ହେଉଛନ୍ତି। ଫଳରେ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହ ଲୋକଙ୍କ ଜୀବନ ଯାଉଛି। ଗତକାଲି ମହୁଲିଆସୁଳି, ରାଉତାଳିପାଟ, ତୁଟିସାହି, ପଣସ ଗାଁରେ ଘର ଭାଙ୍ଗିବା ସହ ଘରେ ଥିବା ଧାନଚାଉଳ ଖାଇ ଯାଉଛନ୍ତି ହାତୀ ପଲ। ହାତୀ ପଲକୁ ଜଗିବା ପାଇଁ ଗାଁ ଲୋକମାନେ ରାତିସାରା ଉଜାଗର ରହୁଛନ୍ତି। ୨ ମାସ ପୂର୍ବରୁ ହାତୀପଲ ଆସି ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଥିଲେ।
ଗର୍ଭବତୀଙ୍କୁ ଟିକାକରଣ ପାଇଁ ରାଜ୍ୟ ସରକାର SOP ଜାରି କରିଛନ୍ତି। ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି SOP ଜାରି ହୋଇଛି। More
ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ। ପୁରୀ ବ୍ୟତୀତ ଦେଶ, ବିଦେଶର ଅନେକ ସ୍ଥାନରେ ରଥଯାତ୍ରା ହୁଏ। ହେଲେ ଏଇ ସହରର ରଥଯାତ୍ରା ବହୁ ପୁରୁଣା। ପ୍ରାୟ ୫୯୦ ବର୍ଷର । ମୋଗଲ ଶାସନ ସମୟରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି। କୁହାଯାଏ, ମୋଗଲ ଶାସକ ଶଙ୍ଖ ଓ ଘଣ୍ଟ ବଜାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ଏହି ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଥିଲେ। More
ମଝିରେ ଆଉ ମାତ୍ର ଗୋଟିଏ ଦିନ। ଏହାପରେ ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀଜିଉ। ଏଥିପାଇଁ ରଥ ଆଉ ପଥ ପ୍ରସ୍ତୁତ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। More
ମୁର୍ଖାମୀ କୁହନ୍ତୁ କିମ୍ବା ପାରମ୍ପରିକ ବିଶ୍ୱାସ। ଅନ୍ଧବିଶ୍ୱାସ ଅନ୍ଧଗଳିରୁ ମୁକୁଳି ପାରୁନି ମଣିଷ। ଗତ ମାସ ୧୯ ତାରିଖରେ ଯାହାର ଭୟଙ୍କର ପରିଣାମ ଦେଖିବାକୁ ମିଳିଥିଲା ଗଂଜାମ ଚମାଖଣ୍ଡିରେ। ଗୁଣିଗାରେଡ଼ି ସନ୍ଦେହରେ ତିନି ତିନି ଜଣଙ୍କୁ ଗାଁ ଲୋକେ ସଂଘବଦ୍ଧ ଭାବେ ମାଡ଼ ମାରିବା ସହ ପ୍ଲାସରେ ଦାନ୍ତ ଓପାଡ଼ି ଦେବା ସହ ବିଷ୍ଠା ବି ଖୁଆଇଲେ More
ପୁଅ ପାଇଁ ବଳିଦାନ ପରେ ଚିର ନିଦ୍ରାରେ ଶୋଇଛି ମାଆ। ସେ ଏମିତି ଅଫେରା ରାଇଜକୁ ଯାଇଛି ଯେ, ଆଉ ଫେରିବନି। ଆଉ ଏପଟେ ଏତେ କଅଁଳ ବୟସରୁ ସେ ଘଟଣା କଣ ସିନା ବୁଝିନି, ହେଲେ ମାଆକୁ ଖୋଜି ପାଇବାକୁ ଯେମିତି ଘୁରି ବୁଲୁଛି ତା କୁନି କୁନି ଆଖି। ବୟସ ମାତ୍ର ଦେଢ଼ ବର୍ଷ More
ଛଳଛଳ ଭକ୍ତର ଆଖି, ଯୋଡ଼ ହସ୍ତ ନବଯୌବନ ରୂପରେ କାଳିଆକୁ ଟିକେ ଦର୍ଶନର ଅସୁମାରି ଆବେଗ। ହେଲେ ଦୁଆର ବନ୍ଦ, ସିଂହଦ୍ୱାର ଗୁମୁଟରେ ବିରାଜିତ ପତିତପାବନଙ୍କ ସାନିଧ୍ୟରେ ସୀମିତ ଭକ୍ତ ସାମାନ୍ୟ ସାନ୍ତ୍ୱନା ସିନା ମିଳୁଛି ହେଲେ ତୃପ୍ତ ହେଉନି ମନ। ଆଜି ନେତ୍ରୋତ୍ସବ, ଅନବସର ସରିବା ପରେ ଦେଉଳ ଭିତରେ ନବଯୌବନ ରୂପରେ ଝଟକୁଛନ୍ତି ଜଗା, ବଳିଆଙ୍କ ସହ ଚତୁର୍ଦ୍ଧା ମୂରତି More
ଧାରଣା,ବିକ୍ଷୋଭ,ନାରାବାଜି। ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଂଘାତିକ ଦୁର୍ନୀତି ବିରୋଧରେ ବିଜେପିର ଗର୍ଜନ କରିଛି। ଗ୍ରାଉଣ୍ଡ ଜିରୋରେ ହଙ୍ଗାମା ମଚାଇଛି ଦଳ। ୩ ଦିନିଆ ଆନ୍ଦୋଳନକ୍ରମରେ ଆଜି ରାଜ୍ୟର ସବୁ ବ୍ଲକ ଅଫିସ ଆଗରେ ଦୁର୍ନୀତି ଓ ଅନିୟମିତତା ବିରୋଧରେ ଗର୍ଜିଛି ବିଜେପି। ତାସହ ଚେତାଇ ଦେଇଛି ରାଜ୍ୟ ସରକାରଙ୍କୁ ମଧ୍ୟ। ଆଉ ବଡ଼ମ୍ବା ନରସିଂପୁରର ବ୍ଲକ୍ ଘେରାଉ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି-ବିଜେଡି More
ସାମୟିକ ଆଶ୍ୱସ୍ତୀ ପରେ କରୋନା ସଂକ୍ରମଣକୁ ନେଇ ପୁଣି ଚିନ୍ତା ବଢିଛି। ଜୁନ୍ ମାସ ଶେଷ ଆଡ଼କୁ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ପରିଲକ୍ଷିତ ହୋଇଥିଲେ ମାତ୍ର ଜୁଲାଇ ଆରମ୍ଭରେ ହଠାତ୍ ବଦଳିଯାଇଛି ଟ୍ରେଣ୍ଡ୍। ଉପକୂଳର ୫ ଜିଲ୍ଲା ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ୱରରେ ପୁଣି ବଢିବାରେ ଲାଗିଛି ମହାମାରୀର କୋପ More