ସଂକ୍ଷେପରେ ଆଜିର ତାଜା ଖବର - Thursday, 08 July 2021

ରସିକିଆ ବିଲ୍‌ଡରଙ୍କ ରୋଚକ ପ୍ରେମ କାହାଣୀ, ଯୌତୁକରେ ଆଣୁଛନ୍ତି ମର୍ସିଡିଜ୍ ! ତା’ପରେ..

ରାଜଧାନୀର ଜଣେ ରସିକିଆ ବିଲ୍‌ଡରଙ୍କ ରୋଚକ କାହାଣୀ । ଯାହାଙ୍କ ପାଇଁ ବିବାହ ଏକ ବେପାର । ସୁଖ ସଂସାରର ସ୍ୱପ୍ନ ଦେଖୁଥିବା ଯୁବତୀଙ୍କୁ ବିବାହ ବନ୍ଧନରେ ଛନ୍ଦୁଥିଲେ ଜାଣିଶୁଣି । More

ଓଡ଼ିଶାରେ ବି ତଳ-ଉପର ଦୋଳି ଖେଳୁଛି ସଂକ୍ରମଣ, ମୃତ୍ୟୂ ସଂଖ୍ୟା ବି ନିୟନ୍ତ୍ରଣ ବାହାରେ

କରୋନାର ଦ୍ୱିତୀୟ ଲହରର କୋପ ନ ଯାଉଣୁ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବଢ଼ିଲାଣି ଚିନ୍ତା । ତେଣୁ ସ୍ଥିତିର ମୁକାବିଲା ଲାଗି ଆଗୁଆ ପଦକ୍ଷେପ ସ୍ୱରୂପ ଟିକାକରଣ, ତିନି ମାସିଆ ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଏବେ ରାଜ୍ୟ ସରକାରଙ୍କ ଜୋର୍ । More

ଓଡ଼ିଶା ଅଲମ୍ପିଆନ୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଜିତିଲେ ୬ କୋଟି

ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଓଡ଼ିଶା ଆଥଲେଟଙ୍କ ପାଇଁ ଖୁସି ଖବର । ସେମାନଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  More

ସନ୍ଧ୍ୟାରେ ଶପଥ ଗ୍ରହଣ, ରାତିରେ ବିଭାଗ ବଣ୍ଟନ ଓ ସକାଳୁ ଦାୟିତ୍ୱ ଗ୍ରହଣ

ସନ୍ଧ୍ୟାରେ ଶପଥ ଗ୍ରହଣ । ରାତିରେ ବିଭାଗ ବଣ୍ଟନ ଓ ସକାଳୁ ସକାଳୁ ଦାୟିତ୍ୱ ଗ୍ରହଣ । ଆଜି ଦିନ ତମାମ ନିଜ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବହୁ ନବନିଯୁକ୍ତ କେନ୍ଦ୍ରମନ୍ତ୍ରୀ । More

ବସ୍‌ ମାଲିକ ସଂଘର ବୈଠକ ପରେ ବଡ଼ ନିଷ୍ପତି, ଦାବି ପୁରଣ ନହେଲେ ଗଡ଼ିବନି ବସ୍‌ !

ରାଜ୍ୟ ବସ ମାଲିକ ସଙ୍ଘର ଏକଜ୍ୟୁଟିଭ ବଡି ବୈଠକରେ ନିଷ୍ପତ୍ତି l ସରକାରଙ୍କ ନିକଟରେ ରଖିବା ବଡ଼ ଦାବି । More

ରଥଯାତ୍ରା: ସମୀକ୍ଷା ବୈଠକ କଲେ ମୁଖ୍ୟମନ୍ତ୍ରୀ

ଏଥିସହ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ଏବଂ ରଥଯାତ୍ରାର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ବୈଠକରେ ଆଇନ, ଗଣଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀଙ୍କ ସମେତ ପୋଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି ସାମିଲ ହୋଇଥିଲେ। ଗତବର୍ଷ ଭଳି ଏବର୍ଷ ମଧ୍ୟ ପୁରୀରେ ବିନାଭକ୍ତରେ ରଥଯାତ୍ରା ହେବାକୁ ଯାଉଛି। More

ମରିଗଲା ମାନବିକତା ! ପାଖ ପଡ଼ୋଶୀ ବି ଆସିଲେନି, ମୃତଦେହକୁ କାନ୍ଧ ଦେଲେନି

ମରିଗଲା ମାନବିକତା । ପାଖ ପଡ଼ୋଶୀ ବି ଦେଲେନି କାନ୍ଧ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ରେଢାଖୋଲ ଉପଖଣ୍ଡ ଚାରମାଳ ଥାନା ବାରବାଙ୍କ ଗାଁରେ । More

“ସୌନ୍ଦର୍ଯ୍ୟକରଣ ପୂର୍ବରୁ ଆମକୁ ଥଇଥାନ କର”

କରୋନା କଟକଣା ଯୋଗୁଁ ବେଶ କିଛିଦିନ ନୀରବତା ପରେ ଏବେ କୋଣାର୍କର ପାରିପାର୍ଶ୍ଵିକ ବିକାଶ ପାଇଁ ସରକାର ତତ୍ପର ହୋଇପଡିଛନ୍ତି। ଜାତୀୟ ରାଜପଥ ବିଭାଗ ଦ୍ଵାରା ୩୬ କୋଟି ଟଙ୍କା ବ୍ୟୟରେ ଚନ୍ଦ୍ରଭାଗାରୁ କୋଣାର୍କ ଓ କୋଣାର୍କ ଲାବଣ୍ୟ ଲଜଠାରୁ ଆଶ୍ରମ ସ୍କୁଲ ପର୍ଯ୍ୟନ୍ତ ୪ କିଲୋମିଟର ୫୦୦ ମିଟର ଲମ୍ବରେ ନିର୍ମାଣ ହେବାକୁ ଥିବା ୬ ଲେନ ରୋଡ ଓ ଲାବଣ୍ୟ ଲଜ ଛକଠାରୁ ସୂର୍ଯ୍ୟମନ୍ଦିର ପଛ ଦେଇ ୧୪୭୦ ମିଟର ଲମ୍ବ ପ୍ରସ୍ତାବିତ ୨ ଲେନ ବିଶିଷ୍ଟ ରିଙ୍ଗ ରୋଡ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି More

ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ପୁରିଛି ୫ ବର୍ଷ, ହେଲେ ଏବେ ବି ମିଳିନି ନ୍ୟାୟ

ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ପୁରିଛି ୫ ବର୍ଷ । ଏହି ଦିନି ସୁରକ୍ଷା କର୍ମୀଙ୍କ ଗୁଳିରେ ୧୩ ମାସର ଶିଶୁ ସମେତ ୫ଜଣ ନିରୀହଙ୍କ ଯାଇଥିଲା ଜୀବନ । More

୭ବର୍ଷର ଶିଶୁକୁ ନିର୍ଯାତନା ଘଟଣା : ଔଷଧ ଓ ଖାଦ୍ୟ ଦେବା ସହ ଯତ୍ନ ନେଉଛି ଚାଇଲ୍ଡ ହେଲ୍ପ ଲାଇନ

ବାଲିପାଟଣା ଅଂଚଳରେ ଜଣେ ୭ବର୍ଷର ଶିଶୁକୁ ସାବତ ମା ଓ ବାପା ନିର୍ଯାତନା ଦେବା ସହ ପେଟପୁରା ଖାଇବାକୁ ଦେଉ ନଥିଲେ । ବାପାର ସୈତାନୀ କାଣ୍ଡ ସମ୍ପର୍କରେ ଶୁଣିଲେ ଆଖିରେ ଲୁହ ଆସିଯିବ । କେତେବେଳେ ତାକୁ ଗରମ ପାଣିରେ ବୁଡାଇ ଦିଆ ଯାଉଥିଲା ଆଇ କେତେବେଳେ ନିର୍ଘାତ ମାଡ଼ ପଟୁଥିଲେ ତ ଆଉ କେତେବେଳେ ଖାଇବାକୁ ଦିଆଯାଇଥିଲା ବାସି ଭାତ । More

ଆଦିବାସୀ ବହୁଳ ଜିଲ୍ଲାରୁ ପାର୍ଲାମେଣ୍ଟ୍ : ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଶେଶ୍ୱର ଟୁଡୁ

ଦାୟିତ୍ୱ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଜଳଶକ୍ତି ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ମନ୍ତ୍ରାଳୟରେ ସ୍ୱାଗତ କରିଥିଲେ । ଦାୟିତ୍ୱ ଗ୍ରହଣ ସମୟରେ ଜଳଶକ୍ତି ବିଭାଗର ଅନ୍ୟ କର୍ମଚାରୀ ଓ ସଦସ୍ୟ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦାୟିତ୍ୱ ଗ୍ରହଣ ପରେ ତାଙ୍କର ଗାଁରେ ଖୁସିର ଲହରୀ ଖେଳିଯାଇଛି । More

ବଡ଼ ସାଇବର ଠକେଇ ପର୍ଦ୍ଦାଫାସ୍, ୩୯ ଲକ୍ଷରୁ ଫେରିଲା ୨୫ ଲକ୍ଷ

ବଡ଼ ସାଇବର ଠକେଇ ପର୍ଦ୍ଦାଫାସ୍ କଲା କମିଶନରେଟ ପୋଲିସ । ଠକେଇ ହୋଇଥିବା ୩୯ ଲକ୍ଷରୁ ୨୫ ଲକ୍ଷ ଫେରିବାରେ ସଫଳ । ଘଟଣା ସଂପର୍କରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା More

ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସେପଟେ, ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଗତକାଲି ମହାପ୍ରଭୁଙ୍କ ସରିଛି ଖଳି ପ୍ରସାଦ ଲାଗି ନୀତି। ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ବିଳମ୍ବିତ ରାତିରେ ଖଳିକୁ ଦଇତାପତିମାନେ ଲାଗି କରିଛନ୍ତି। ଏହି ଦିବ୍ୟ ପ୍ରଲେପକୁ ରୁପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଛନ୍ତି। ଭିତର ଖଳି ଲାଗି ପୂର୍ବରୁ ମହାପ୍ରଭୁଙ୍କର ଘଣା ଲାଗି ଗୋପନ ନୀତି ସମ୍ପନ୍ନ କରାଯାଇଥିଲା। More

ପଖାଳ ବଢ଼ାଏ ରୋଗ ପ୍ରତିରୋଧକ ଶକ୍ତି

ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହି ପଖାଳ ଅନେକ ଉପାଦେୟ ବୋଲି ଗବେଷଣାରେ ଜଣାଇଛନ୍ତି । ଏହି ତୋରାଣୀ ପିଇବା ଦ୍ୱାରା ଶରୀରରେ ଅପପୁଷ୍ଟିର ଅଭାବ ଦୂର ହୋଇପାରିବ ବୋଲି ଜଣାପଡିଛି । ପଖାଳରର ତୋରାଣୀରେ ଏସଇଏଫଏ ଉପାଦାନ ଥିବା ସହ ଲାକ୍ଟୋବାସିଲସ୍ ସଂକ୍ରମଣ ସହ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ ।  ବିଶେଷ କରି ଫୁସଫୁସ୍ ଓ ଅନ୍ତନଳୀ ସଂକ୍ରମଣ ବିରୋଧରେ ଭଲ କାମ ଦିଏ ଓଡ଼ିଆଙ୍କ ଅତି ପ୍ରିୟ ପଖାଳ । More

ଅଶ୍ୱିନୀ ମୋର ବ୍ୟାଚ୍‌ମେଟ୍‌ ସହ ଭଲ ସାଙ୍ଗ: ସାଂସଦ ଅପରାଜିତା

କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଓଡିଶାର ସ୍ଥାନ ପାଇଥିବା ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । More

ରସକିଆ ବିଲଡ଼ର୍‌, ବାରମ୍ବାର ମିଛ କହି ଅନେକ ଝିଅଙ୍କୁ ହୋଇଥିଲା ବାହା

ନିଜକୁ ବିଲଡର କହି ଲକ୍ଷାଧିକ ଟଙ୍କାର ଯୌତୁକ ନେଉଥିଲା। ପରେ ସେମାନଙ୍କୁ ଯୌତୁକ ନିର୍ଯାତନା ଦେଇ ଘରୁ ତଡ଼ି ଦେଉଥିଲା ପ୍ରିୟବ୍ରତ। ପ୍ରୟିବ୍ରତ ସହ ତାର ପରିବାର ଲୋକେ ମଧ୍ୟ ଏଥିରେ ସଂପୃକ୍ତ ଥିଲେ ବୋଲି ୨ ଯୁବତୀ ଅଭିଯୋଗ କରିଛନ୍ତି। More

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ମୋର ବ୍ୟାଚ୍‌ ମେଟ୍‌ । ମୋର ଭଲ ବନ୍ଧୁ: ସାଂସଦ ଅପରାଜିତା

କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଓଡିଶାର ସ୍ଥାନ ପାଇଥିବା ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ  ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ପ୍ରିୟ ସାଙ୍ଗ ସହ ବ୍ୟାଚ ମେଟ୍ ଥିଲେ  ଅନ୍ୟପକ୍ଷରେ ବିଶେଶ୍ୱର ଟୁଡୁଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି  ଓଡିଶାର ଦୁଇଜଣଙ୍କୁ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଏବଂ ଓଡିଶାର ଲୋକମାନଙ୍କ ସହ ଅଛନ୍ତି ବୋଲି ଏଥିରୁ ପରିଲକ୍ଷିତ ହେଉଥଥିବା କହିଛନ୍ତି ଭୁବନେଶ୍ୱର ସାଂସଦ ।

କରୋନା ପାଇଁ ଜୀବିକା ହରାଇଲେଣି କାରିଗର

ଏଠି କାଠ ଦେହରେ ସଂଚାର ହୁଏ ପ୍ରାଣ ।ଶିଳ୍ପୀର ନିହାଣ ସ୍ପର୍ଶରେ ଜୀବନ୍ତ ହୁଏ କାଠରେ ତିଆରି ହେଉଥିବା ବିଭିନ୍ନ କଳା । କାହିଁ କେଉଁ ପୁରୁଷ ଅମଳରୁ ପାରମ୍ପରିକ କଳାକୁ ବଂଚାଇ ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୁଆଁପଡାର ମହାରଣା ପରିବାର। ନିର୍ଜିବ କାଠ ଦେହରେ ସୁକ୍ଷ୍ମ ଖୁଦେଇ କରି ନିଜର କଳା ଯାଦୁରେ ପ୍ରକାଶ କରିଆସୁଛନ୍ତି ଏଇ ସ୍ୱାମୀ ସ୍ତ୍ରୀ । କେବଳ ସୁବର୍ଣ୍ଣପୁର ଜିଲ୍ଲା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଏମାନଙ୍କ ହାତରେ ତିଆରି ହେଉଥିବା ମୁର୍ତି ବିକ୍ରୟ କରି ବେଶ୍ ଭଲ ଦୁଇପଇସା ଲାଭ ପାଇଥାନ୍ତି ।ହେଲେ କରୋନା ମହାମାରୀ ପାଇଁ ଏମାନଙ୍କ ଉପରେ ଚଡକ ପଡିଛି । More

ଆର ପାରିରେ ସ୍ୱାମୀ, ଘର ଚଳାଇବା ପାଇଁ ଗାଁ ଗାଁ ବୁଲି ସାଇକେଲରେ ଶାଢୀ ବିକୁଛନ୍ତି ମହିଳା

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଂଚାୟତର କୃଷ୍ଣନଗର ପଟଣା ଗାଁର ଶୁଭଲକ୍ଷ୍ମୀ ଓଝା । ପରିବାର କହିଲେ ଦୁଇ ପୁଅ । ମଧୁମେହ ରୋଗରେ ଆକ୍ରାନ୍ତହୋଇ ମହେଶ୍ୱର ଦୁଇବର୍ଷ ତଳେ ଆରପାରିକୁ ଚାଲିଗଲେ । ଧାର ଉଦ୍ଧାର କରି ଚିକିତ୍ସା କରିଥିଲେ ବି ସ୍ୱାମୀକୁ ବଂଚାଇ ପାରିନଥିଲେ ଶୁଭଲକ୍ଷ୍ମୀ । ସାନପୁଅ ଜନ୍ମରୁ ପୋଲିଓ ରୋଗରେ ଆକ୍ରାନ୍ତ । ସାରାଦିନ ବିଛଣାରେ ଶୋଇ ରୁହେ । ତେବେ ପିଲା ମାନଙ୍କ ମୁହଁକୁ ଚାହିଁ ଛାତିର କୋହ ଓ ଆଖିର ଲୁହକୁ ଚାପି ରଖି ସେ ଆଗକୁ ବଢିବାର ପଣ କରିଲେ । More

ପୁଅ ନାଁରେ ମାଆର ଗୁରୁତର ଅଭିଯୋଗ, ବୋହୂକୁ ମାରି ଦେଇଛି ପୁଅ

ପୁଅ ନାଁରେ ମାଆର ଗୁରୁତର ଅଭିଯୋଗ । ବୋହୂକୁ ମାରି ଦେଇଛି ପୁଅ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନାରେ ଏହି ଅଭିଯୋଗ କରିଛନ୍ତି ବାଲିପାଟଣା ଗାଁର ଜଣେ ମହିଳା । ପରକୀୟା ପ୍ରୀତିକୁ ନେଇ ଜଣେ ପଡ଼ୋଶୀ ମହିଳା ସହିତ ମିଶି, ପୁଅ ଏହି ହତ୍ୟାକାଣ୍ଡ କରିଥିବା ମହିଳା ଜଣକ କହିଛନ୍ତି । ଆଜି ସକାଳୁ ଘର ଭିତରୁ ବୋହୂର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ପୁଅକୁ ଏଥିପାଇଁ ଦାୟୀ କରିଛନ୍ତି ମାଆ । କହିଛନ୍ତି, ବୋହୂକୁ ପୁଅ ହିଁ ହତ୍ୟା କରିଛି । ଏହା ଆତ୍ମହତ୍ୟା ନୁହେଁ, ବୋହୂର ହତ୍ୟା ପଛରେ ପୁଅ ସହିତ ଜଣେ ପଡ଼ୋଶୀ ମହିଳା ଥିବା ମାଆ ଅଭିଯୋଗ କରିଛନ୍ତି ।

ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକ୍‌ଚର୍‌ ବ୍ୟବସ୍ଥା ଲୋକାର୍ପଣ

ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି ଇ-ଲେକ୍‌ଚର୍‌ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି। More

ପୁଣି କରଞ୍ଜିଆ ବନଖଣ୍ଡ ଅଞ୍ଚଳକୁ ଲେଉଟିଲେ ଝାଡ଼ଖଣ୍ଡୀ ହାତୀପଲ

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି କରଞ୍ଜିଆ ବନଖଣ୍ଡ ଅଞ୍ଚଳକୁ ଲେଉଟିଲେ ଝାଡ଼ଖଣ୍ଡୀ ହାତୀପଲ। ହାତୀପଲରେ ଛୋଟ ବଡ଼ ୧୮ ହାତୀ ଅଛନ୍ତି। ଗତ ରାତିରେ କେନ୍ଦୁଝର ପଟୁ ବୈତରଣୀ ନଦୀପାର ହୋଇ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ୧୮ ଟିକିଆ ହାତୀପଲ ପ୍ରବେଶ କରିଛନ୍ତି। ଆଜି କରଞ୍ଜିଆ ରେଞ୍ଜର ପାର୍ବତୀପୁର ଆମ୍ବତୋଟାରେ ହାତୀପଲଙ୍କୁ ଦେଖିବାକୁ ମିଳିଛି। ହାତୀପଲ ଦେଖି ଆଖ ପାଖ ଗାଁ ଲୋକେ ଏବେ ଆତଙ୍କିତ ହୋଇ ପଡ଼ିଛନ୍ତି। ବର୍ତ୍ତମାନ ବିଲରେ ଧାନ ଫସଲ ନ ଥିବାରୁ  ହାତୀ ଗାଁ ମୁହାଁ ହେଉଥିବାରୁ ଲୋକେ ଭୟଭୀତ ହୋଇଛନ୍ତି। ଅନ୍ୟପଟେ ବନ ବିଭାଗ ହାତୀ ଉପରେ ନଜର ରଖୁଛି। ଯେପରି ହାତୀମାନେ ଜନ ବସ୍ତି ଆଡକୁ ନ ଆସନ୍ତି ଓ ଚାଷ ଯେପରି ନଷ୍ଟ ନହୁଏ ସେଥିପ୍ରତି ବନ ବିଭାଗ ନଜର ରଖିଥିବା କୁହାଯାଇଛି। 

ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କୁ ଅଭିନନ୍ଦନ ଜଣାଇଲେ ସାଂସଦ ଅପରାଜିତା ଷଡଙ୍ଗୀ

କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଓଡିଶାର ସ୍ଥାନ ପାଇଥିବା ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ପ୍ରିୟ ସାଙ୍ଗ ସହ ବ୍ୟାଚ୍‌ ମେଟ୍ ଥିଲେ। ଅନ୍ୟପକ୍ଷରେ, ବିଶେଶ୍ୱର ଟୁଡୁଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି। ଓଡିଶାର ଦୁଇଜଣଙ୍କୁ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଏବଂ ଓଡିଶାର ଲୋକମାନଙ୍କ ସହ ଅଛନ୍ତି ବୋଲି ଏଥିରୁ ପରିଲକ୍ଷିତ ହେଉଥିବା ଭୁବନେଶ୍ୱର ସାଂସଦ କହିଛନ୍ତି।

ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ ୫୦୦୦ ଟଙ୍କା ଲେଖାଏ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ

ରାଜ୍ୟର ୬୪ ହଜାର ୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ ୫୦୦୦ ଟଙ୍କା ଲେଖାଏ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡର ଦ୍ୱିତୀୟ ଲହରରେ ଏହି ଆଦିମ ଜନଜାତି ପରିବାରଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି।  ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ଟଙ୍କା ପଠାଯାଇଛି।  ସେହିପରି ୬୦ ହଜାର ଏସ୍‌ସି, ଏସ୍‌ଟି ଛାତ୍ରଛାତ୍ରୀଙ୍କୁ ଏପ୍ରିଲ, ମେ ଓ ଜୁନ ମାସ ପାଇଁ ଏକକାଳୀନ ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତି ଦିଆଯାଇଛି। ଝିଅମାନଙ୍କ ପାଇଁ ୨୪ ଶହ ଟଙ୍କା ଓ ପୁଅମାନଙ୍କ ପାଇଁ ୨ ହଜାର ୨୫୦ ଟଙ୍କା ଦିଆଯାଇଛି। ସମୁଦାୟ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ। 

ଅକ୍ଟୋବର-ନଭେମ୍ବରରେ ରାଜ୍ୟରେ ଆସିପାରେ କରୋନାର ତୃତୀୟ ଲହର

ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ରାଜ୍ୟରେ ତୃତୀୟ ଲହର ଆସିପାରେ। ଏଥିରେ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କା କରାଯାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। More

ଟିକାକରଣ କେନ୍ଦ୍ରରେ ଲାଇନରେ ଲାଗିବେନି ଗର୍ଭବତୀ : ତିଆରି ହେବ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ

ଟିକା ନେବାକୁ ଆସୁଥିବା ଗର୍ଭବତୀ ଧାଡ଼ିରେ ଛିଡ଼ା ହେବେ ନାହିଁ । ଏଣୁ ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ତିଆରି କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ତା ସହିତ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବ । ଗର୍ଭବତୀମାନେ ଟିକା ନେଲେ ଫଳପ୍ରଦ ହେବ ବୋଲି ସେମାନଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି । ତା ସହିତ ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ । More

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି; ଭୁବନେଶ୍ୱର ପାନ୍ଥନିବାସ ବିଜେପିର ଧାରଣା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ପ୍ରତିବାଦରେ ରାଜ୍ୟ ବିଜେପିର ଆନ୍ଦୋଳନ। ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ଗତକାଲିଠାରୁ ତିନିଦିନିଆ ଆନ୍ଦୋଳନ ଆରମ୍ଭ ହୋଇଛି । ଭୁବନେଶ୍ୱର ପାନ୍ଥନିବାସ ଆଗରେ ଭୁବନେଶ୍ୱର ବିଜେପି ପକ୍ଷରୁ ଏହି ବିକ୍ଷୋଭ କରାଯାଉଛି । ବାବୁ ସିଂଙ୍କ ନେତୃତ୍ୱରେ ବ୍ୟାନର ଓ ପ୍ଲାକାର୍ଡ ଧରି କର୍ମୀମାନେ ବ୍ଲକ ଅଫିସ ଆଗରେ ବିକ୍ଷୋଭ କରୁଛନ୍ତି। ଦଳର ଅଭିଯୋଗ ଯେ, ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି । କେଉଁଠି ଅଯୋଗ୍ୟ ହିତାଧିକାରୀଙ୍କ ବାପାଙ୍କ ନାଁରେ ଘର ଦିଆଯାଇଛି ତ କେଉଁଠି ଗୁହାଳ ପାଇଁ  ଅର୍ଥ ଦିଆଯାଇଛି।.

ପାରମ୍ପରିକ ଅସ୍ତ୍ର ଧରି ରାସ୍ତା ଉପରେ ବସିଲେ ଗ୍ରାମବାସୀ

ନୟାଗଡ: ରାସ୍ତା ନିର୍ମାଣ ପାଇଁ ଜୋର ଧରିଲା ଦାବି।  ବଳଭଦ୍ରପୁର- ଢିପାମାଳ ରାସ୍ତା ନିର୍ମାଣ ପାଇଁ ନୟାଗଡ ଗୁଡୁପାଙ୍ଗି ଓ ୧୭ ଖଣ୍ଡ ମୌଜାର ଲୋକମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି।  ଦାବି ପୂରଣ ପାଇଁ ଲୋକମାନେ ରାସ୍ତାରେ ବସି ରହିବା ସହ ଖୋର୍ଦ୍ଧା-ବଲାଙ୍ଗିର NH ୫୭ ବନ୍ଦ କରିଛନ୍ତି। ଗ୍ରାମବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାସ୍ତା ଉପରେ ବସିଛନ୍ତି।  ଏଥିଯୋଗୁଁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି।  ପୂର୍ବରୁ ମଧ୍ୟ ରାସ୍ତା ନିର୍ମାଣ ପାଇଁ ସେମାନେ ପ୍ରତିବାଦ କରିଥିଲେ। ଶାନ୍ତି କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ଡାକି ଏହାର ସମାଧାନ ପାଇଁ ଉଦ୍ୟମ ହୋଇଥିଲା  ବାରମ୍ବାର ଆଲୋଚନା ପରେ ମଧ୍ୟ ସମାଧାନ ନ ହେବାରୁ ଲୋକମାନେ ଜାତୀୟ ରାଜପଥ ବନ୍ଦ କରିଛନ୍ତି 

ଆଜି ହେବ ଶ୍ରୀଜିଉଙ୍କ ବନକ ଲାଗି

 ପୁରୀ: ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ।  ଗତକାଲି ମହାପ୍ରଭୁଙ୍କ ସରିଛି ଖଳି ପ୍ରସାଦ ଲାଗି ନୀତି। କାଲି ସନ୍ଧ୍ୟାରେ ଘଣ୍ଟ, ଛତା, କାହାଳି ସହ ଖଳି ପ୍ରସାଦ ସୁଦ୍ଧ ସୁଆର ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା।   ସୁଦ୍ଧ ସୁଆର ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ବିଳମ୍ବିତ ରାତିରେ ଖଳିକୁ ଦଇତାପତିମାନେ ଲାଗି କରିଛନ୍ତି ।  ଏହି ଦିବ୍ୟ ପ୍ରଲେପକୁ ରୁପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଛନ୍ତି । ଭିତର ଖଳି ଲାଗି ପୂର୍ବରୁ ମହାପ୍ରଭୁଙ୍କର ଘଣା ଲାଗି ଗୋପନ ନୀତି ସମ୍ପନ୍ନ କରାଯାଇଥିଲା। 

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ:ଆସନ୍ତା ୧୨ତାରିଖରେ ରଥଯାତ୍ରା । ଏ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି। ରଥଯାତ୍ରା ପ୍ରସ୍ତୁତି ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏହି ବୈଠକରେ ବିଭିନ୍ନ ବିଭାଗର ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ, ପୁରୀ ଜିଲ୍ଲାପାଳ ଓ ଏସ୍ପି ମଧ୍ୟ ଯୋଗ ଦେବେ  ଶୃଙ୍ଖଳିତ ରଥଯାତ୍ରା ଉପରେ ଗୁରୁତ୍ୱ ଦିଆଯିବ।  ସେପଟେ ଯେଉଁ ସେବାୟତମାନେ ରଥଯାତ୍ରାରେ ଭାଗ ନେବେ, ସେମାନଙ୍କର କୋଭିଡ ଟେଷ୍ଟ କରାଯାଉଛି।

୭ବର୍ଷର ଶିଶୁକୁ ନିର୍ଯାତନା

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ୭ବର୍ଷର ଶିଶୁକୁ ନିର୍ଯାତନା ଘଟଣାରେ ଚାଇଲଡ ଲାଇନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଶିଶୁକୁ ଓଷଧ ଓ ଖାଦ୍ୟ ଦେବା ସହ ଆବଶ୍ୟକ ଯତ୍ନ ନିଆଯାଉଛି।  ଶିଶୁଟିକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ନିର୍ଯାତନା ସମ୍ପର୍କରେ ଶିଶୁଙ୍କ ଅଜାଙ୍କ ପକ୍ଷରୁ ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି।  ବାଲିପାଟଣା ଅଂଚଳରେ ଜଣେ ୭ବର୍ଷର ଶିଶୁକୁ ସାବତ ମା ଓ ବାପା ନିର୍ଯାତନା ଦେବା ସହ ପେଟପୁରା ଖାଇବାକୁ ଦେଉ ନଥିଲେ।  ଏଥିଯୋଗୁଁ ଶିଶୁଟି ଅପପୁଷ୍ଟିର ଶିକାର ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ଚାଇଲଡଲାଇନ ଘଟଣରେ ହସ୍ତକ୍ଷେପ କରିଥିଲା। 

ସାଧାରଣ ଲୋକଙ୍କ ପାଖରେ ଯେପରି ରେଳ ମନ୍ତ୍ରାଳୟ ସୁଫଳ ପହଞ୍ଚି ପାରିବ ସେଥିପାଇଁ କାମ କରିବି-ଅଶ୍ୱିନୀ ବୈଷ୍ଣବ

ମୋଦୀ ମନ୍ତ୍ରିମଣ୍ଡଳୀରେ ଏବେ  ଅନେକ ନୂଆ ମୁହଁ। ଏହି ନୂଆ ମୁହଁ ମଧ୍ୟରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୁଇ ଜଣ ସାଂସଦ। ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ମନ୍ତ୍ରୀ। ଉଭୟେ ପ୍ରଥମ ଥର ସାଂସଦ ସାଙ୍ଗକୁ ମିନିଷ୍ଟର ହେବାର ସୁଯୋଗ ପାଇଛନ୍ତି। More

ଅନାଥ କୁନି ଝିଅକୁ କୋଳେଇ ନେଇଥିଲେ, କନ୍ୟା ଦାନ କଲେ

ମହାମାରୀ ସମୟରେ ସତୀଚଉରା ମଶାଣିରେ ଶହଶହ କରୋନା ମୃତବ୍ୟକ୍ତିଙ୍କ ଶବଦାହ କରି ଚର୍ଚ୍ଚାକୁ ଆସିଥିଲେ କଟକର ବିଭୂତି ରାୟ। ଏବେ ପୁଣି ଏକ ନିଆରା କାର୍ଯ୍ୟ କରି ସେ ଚର୍ଚ୍ଚାକୁ ଆସିଛନ୍ତି । More

ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ

ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ, ଦାୟିତ୍ୱ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ। ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଅଶ୍ୱିନୀ ବୈଷ୍ଣବ କହିଲେ-ରେଳ ମନ୍ତ୍ରାଳୟକୁ ନେଇ ମୋଦିଙ୍କ ବଡ଼ ଭିଜନ ରହିଛି। ମୋଦିଙ୍କ ଭିଜନକୁ କାର୍ଯ୍ୟକାରୀ କରିବି

ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। More

 ରାଜ୍ୟରେ ଚିହ୍ନଟ ହେଲେ ୨,୫୪୨ ନୂଆ କରୋନା ସଂକ୍ରମିତ; ୫୫ ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଆଉ ୨୫୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୧୫ରେ ପହଞ୍ଚିଛି। More

ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର ପୁଲଓ୍ୱାମାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର; ଗତ ୨୪ ଘଣ୍ଟାରେ ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ନିହତ

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ

୮୭ ବର୍ଷ ବୟସରେ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ, ସିମ୍‌ଲାରେ ଭୋର୍ ୩ଟା ୪୦ରେ ଦେହାନ୍ତ; ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ବୀରଭଦ୍ର ସିଂହ। 

ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା ରେଳ ମନ୍ତ୍ରଣାଳୟ ଦାୟିତ୍ୱ

ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା କେନ୍ଦ୍ର ରେଳ ମନ୍ତ୍ରଣାଳୟର ଦାୟିତ୍ୱ। ନୂଆ କରି ସାଂସଦ ହେଲେ, ଏବେ କେନ୍ଦ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ହେଲେ। ଆଉ ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ବି ପାଇଲେ। More

ୟୁଟ୍ୟୁବ୍‌ରେ ପାଠ ପଢ଼ାଯାଉଛି. ହେଲେ କେତେ ପିଲା ପାଉଛନ୍ତି ଶିକ୍ଷା?

ମହାମାରୀ ଯୋଗୁଁ ୟୁ-ଟ୍ୟୁବ୍‌ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। କିନ୍ତୁ ରାଜ୍ୟର ବହୁ ଉପାନ୍ତ ଅଞ୍ଚଳରେ ଏହି ଅନ୍ଲାଇନ୍ ଶିକ୍ଷାରେ ବାଧକ ସାଜିଛି ଭିତ୍ତିଭୂମିର ଅଭାବ। ଏଭଳି ସ୍ଥିତିରେ ଅନ୍ଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ନିକଟକୁ ଯାଇ କମ୍ୟୁନିଟି ଶିକ୍ଷାଦାନ ବ୍ୟବସ୍ଥା ଆପଣେଇଛି ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗ। ଅପରପକ୍ଷରେ ଏବେ ଏସ୍ସିଇଆର୍ଟି ନିର୍ଦ୍ଦେଶାଳୟର ଅଲ୍ଟରନେଟ୍ ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ୍ ଜରିଆରେ ପ୍ରାୟ ଲକ୍ଷେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅଫଲାଇନ୍ ଶିକ୍ଷା ପାଇଁ ବି ପ୍ରୟାସ ଆରମ୍ଭ ହୋଇଛି। More

ଏମିତି ବାପା କାହାକୁ ନମିଳୁ...

ଭୁବନେଶ୍ୱର ଉପକଣ୍ଠରେ କୁନି ପିଲାଟିକୁ ଲୋମଟାଙ୍କୁରା ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି। ଦ୍ୱିତୀୟ ପତ୍ନୀ ସହ ମିଶି ଖୋଦ୍ ବାପାଟିଏ କଅଁଳ ପିଲାଟିକୁ ଅମାନବୀୟ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି। କେବେ ଶିକୁଳିରେ ବାନ୍ଧି ମାଡ଼ ତ ଆଉ କେବେ ଗରମ ପାଣିରେ ହାତ ବୁଡ଼ାଇ ଦଣ୍ଡ ଦେଇଛି More

କେନ୍ଦ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ

ରାଷ୍ଟ୍ରପତି ଭବନରେ ଶପଥ ନେଉଛନ୍ତି ମୋଦି ସରକାରର ମନ୍ତ୍ରୀ। ଓଡ଼ିଶାରୁ କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ। ଶ୍ରୀ ବୈଷ୍ଣବ ରାଜ୍ୟସଭାରୁ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି More

SCB ମେଡ଼ିକାଲରେ ଲାଗିବ ୯ ECMO ମେସିନ୍‌

କଟକ ଏସସିବି ମେଡିକାଲରେ ଲାଗିବ ୯ ଇକମୋ ମେସିନ୍।ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ଓଡ଼ିଶାକୁ ୯ଟି ଇକମୋ ମେସିନ୍‌ ଆସିବ। ଆସିବାକୁ ଥିବା ସମସ୍ତ ମେସିନ୍‌ ଏସସିବିରେ ହିଁ ଲାଗିବ More