Advertisment

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା, ପ୍ରଭାବରେ କାଲିଠୁ ଓଡ଼ିଶାରେ ବର୍ଷା

ବଙ୍ଗୋପସାଗରରେ ବାତ୍ୟା ଆସୁଛି। ଚେନ୍ନାଇ ଠାରୁ ୪୫୦ କିମି ଦୂରରୁ ଆଗକୁ ବଢୁଛି। ଆନ୍ଧ୍ର-ତାମିଲନାଡୁ ମଝିରେ ମଙ୍ଗଳବାର ମାଡ଼ ହେବ। ହେଲେ ତା ପ୍ରଭାବରେ ଓଡ଼ିଶାରେ କିନ୍ତୁ କାଲିଠୁ ବର୍ଷା ଆରମ୍ଭ ହୋଇଯିବ।

Heavy Rain In Odisha

Heavy Rain In Odisha

Advertisment

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଗଭୀର ଅବପାତ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ମାଡ଼ି ଆସୁଛି। ୨୪ ଘଣ୍ଟାରେ ନେବ ସାଇକ୍ଲୋନର ରୂପ। ଏହା ୪ ତାରିଖରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହେବ। ୫ରେ ନେଲୋର-ମଛଲିପଟ୍ଟନମ୍ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ଆଇଏମଡି ଜାରି କରିଥିବା ଇଏ ସାମ୍ଭାବ୍ୟ ବାତ୍ୟାର ଗତିପଥ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ୧୦୦ କିମି ରହିପାରେ । ତେଣେ ତାମିଲନାଡୁରେ ବର୍ଷା କାଚୁଛି ତ ଏଣେ ଓଡ଼ିଶାକୁ ଛନକା ପଶିଛି। ଆସନ୍ତାକାଲିଠୁ ୭ ତାରିଖ ଯାଏଁ ରାଜ୍ୟରେ ଅଦିନିଆ ବର୍ଷା ନେଇ ବି ସତର୍କ କଲାଣି ପାଣିପାଗ ବିଭାଗ। ଚେତାବନୀ ଦେଇଛି- ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ସେଦିନ ୫ ଜିଲ୍ଲା ଗଂଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ଏମିତିକି ସେହିଦିନ ୧୧୫.୬ ମିଲିମିଟରରୁ ୨୦୪.୪ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ମଙ୍ଗଳବାର ପାଇଁ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୪ ତାରିଖରୁ ମତ୍ସ୍ୟଜୀଜୀଙ୍କୁ ସମ୍ପୂର୍ଣ୍ଣ ସମୁଦ୍ର ବାରଣ କରାଯାଇଥିବାବେଳେ ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି।

Advertisment

ଧାନ ଅମଳବେଳରେ ଚାଷୀଙ୍କୁ ବର୍ଷା ଭୟ। ଇଏ ଗଂଜାମ ଜିଲ୍ଲା ଆସ୍କାର ଚିତ୍ର। ଗଲା ସନ ଧାନ ଧୋଇ ଯାଇଥିଲା, ଆଉ ଏବେ ପାଚିଲା ଧାନକୁ ବର୍ଷା ଦାଉ ସାଧିବା ଡର। ତରତର ହୋଇ ଚାଷୀ ଧାନ କାଟି ନେଉଛନ୍ତି। ସମାନ ଦୃଶ୍ୟ ଖଲ୍ଲିକୋଟ ଅଞ୍ଚଳରେ। ବର୍ଷା ନା ଶୁଣିବା ପରଠୁ ଚାଷୀ ଛାତିରେ ଛନକା ପଶିଛି। ତେଣେ ଅଦିନିଆ ବର୍ଷା ସମ୍ଭାବନାକୁ ଦେଖି ରାଜ୍ୟ କୃଷି ବିଭାଗ ବି ଦେଇଛି ଫସଲ ସୁରକ୍ଷା ପରାମର୍ଶ। କହିଛି- କଟା ଧାନ ଜମିରେ ଶୁଖାନ୍ତୁ ନାହିଁ। କଟା ଧାନ ଅମଳ ସମ୍ଭବ ନହେଲେ ପଲିଥିନ୍ ଘୋଡ଼ାଇ ରଖନ୍ତୁ। ମଣ୍ଡିରେ ଧାନକୁ ସୁରକ୍ଷିତ ଅବସ୍ଥାରେ ରଖନ୍ତୁ।

ଅମଳ ଉପଯୋଗୀ କପା, ମାଣ୍ଡିଆ ଓ ଅନ୍ୟାନ୍ୟ ରବି ଫସଲକୁ ବି ଯଥାସମ୍ଭବ ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ। ପନିପରିବା ଫସଲକୁ ବି ଯଥାସମ୍ଭବ ପଚିବା ସ୍ଥିତିରୁ ବଞ୍ଚାଇ ରଖନ୍ତୁ। ଏଣେ ସମ୍ଭାବ୍ୟ ବର୍ଷା ମୁକାବିଲା ନେଇ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ଆଜି ବିଭାଗୀୟ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି। ଆଜିଠାରୁ ଆସନ୍ତା ୬ ତାରିଖ ଯାଏଁ ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲାର ସମସ୍ତ ଫିଲଡ ଅଫିସରଙ୍କ ଛୁଟି ବାତିଲ୍ କରାଯାଇଛି। ଏଣେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ମଣ୍ଡିରେ ଧାନ ବିକ୍ରି କରୁଥିବା ଚାଷୀଙ୍କୁ ୪୮ ଘଣ୍ଟା ଭିତରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment
Odisha Heavy Rainfall Cyclones
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ