Advertisment

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ । କଟକ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିଛି ଜିଓଟେକ୍ନିକାଲ ଇନଭେଷ୍ଟିଗେସନ। ପ୍ରାରମ୍ଭିକ ଭାବେ ୪ କିଲୋମିଟର ରାସ୍ତାର ମାଟି ନମୁନା ସଂଗ୍ରହ ଚାଲିଛି। ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ DPR ଦେବା ପରେ ପ୍ରକଳ୍ପ ଲାଗି ପଡ଼ିବ ଭିତ୍ତିପ୍ରସ୍ତର

ଅଦ୍ୟତନ ହୋଇଛି
Metro rail project

Metro rail project

Advertisment

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ । କଟକ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିଛି ଜିଓଟେକ୍ନିକାଲ ଇନଭେଷ୍ଟିଗେସନ । ପ୍ରାରମ୍ଭିକ ଭାବେ ୪ କିଲୋମିଟର ରାସ୍ତାର ମାଟି ନମୁନା ସଂଗ୍ରହ ଚାଲିଛି । ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ DPR ଦେବା ପରେ ପ୍ରକଳ୍ପ ଲାଗି ଭିତ୍ତିପ୍ରସ୍ତର ପଡ଼ିବ। 

Advertisment

ବାସ୍ତବ ଆଡ଼କୁ ମୁହାଁଉଛି କି ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ ? ଟୁଇନ ସିଟିବାସୀଙ୍କୁ ମିଳିବ ତ’ ମେଟ୍ରୋ ଯାତାୟତର ସୁବିଧା ? କାରଣ ଏ ଭିତରେ ଆଉ ପାଦେ ଆଗେଇଛି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ। ଡିପିଆର୍ ପ୍ରସ୍ତୁତକାରୀ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ- DMRC ପକ୍ଷରୁ ଆରମ୍ଭ ହୋଇଛି ପ୍ରାରମ୍ଭିକ ସର୍ଭେ । DMRCର ଏକ ଟେକ୍ନିକାଲ ଟିମ୍ ଭୁବନେଶ୍ୱରରେ ପହଞ୍ଚି ତ୍ରିଶୁଳିଆଠାରୁ ନନ୍ଦନକାନନ ମଧ୍ୟରେ ୪ଟି ସ୍ଥାନରେ ଆରମ୍ଭ କରିଛି ଜିଓଟେକ୍ନିକାଲ ଇନଭେଷ୍ଟିଗେସନ । ପ୍ରତି ୧ କିଲୋମିଟର ବ୍ୟବଧାନରେ ସଂଗ୍ରହ ହେଉଛି ମାଟି ନମୁନା ।

ରାଜସ୍ଥାନରୁ ଆସିଥିବା ଏହି ଟିମ୍ ସ୍ବତନ୍ତ୍ର ମେସିନ ଜରିଆରେ ପ୍ରତି ଦେଢ଼ ମିଟର ଗଭୀରତା ବ୍ୟବଧାନରେ ୩୦ ମିଟର ଗଭୀର ଯାଏଁ ମାଟି ନମୁନା ସଂଗ୍ରହ କରୁଛନ୍ତି । ମେଟ୍ରୋ ପ୍ରକଳ୍ପ ପିଲାର ଧରି ରଖିବାରେ ଏହି ମାଟି କେତେ ସମର୍ଥ ହେବ, ତାହା ପରୀକ୍ଷା ହେବ। ସେଥିପାଇଁ ମାଟି ନମୁନା ସଂଗ୍ରହ ପରେ ସେଗୁଡ଼ିକୁ ଟେକ୍ନିକାଲ ଟିମ୍ ଯାଞ୍ଚ କରିବା ସହ ରାଜସ୍ଥାନ ଜୟପୁରରେ ଥିବା ଏକ ଲ୍ୟାବକୁ ପଠାଉଛନ୍ତି ।

Advertisment

ଯୋଜନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଯୋଡ଼ିହେବ ମେଟ୍ରୋ ଲାଇନ । ପ୍ରାୟ ୨୬ କିଲୋମିଟର ମେଟ୍ରୋ ଲାଇନ ପାଇଁ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ପାଖାପାଖି ୪୫୦ଟି ପିଲାର ଉପରେ ଛିଡ଼ା ହେବ ମେଟ୍ରୋ ଟ୍ରାକ୍ । ବିମାନ ବନ୍ଦରରୁ ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ପ୍ରକଳ୍ପ ପାଇଁ ମାଷ୍ଟର କ୍ୟାଣ୍ଟିନ୍, ବାଣୀବିହାର, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପଟିଆ, ନନ୍ଦନକାନନ ଭଳି ସ୍ଥାନରେ ୭ରୁ ୮ଟି ଷ୍ଟେସନ ରହିବ । ମେଟ୍ରୋ ପ୍ରକଳ୍ପ ବାସ୍ତବ ରୂପ ନେଲେ ଭୁବନେଶ୍ବରରୁ କଟକ ମାତ୍ର ୧୫ ମିନିଟ ଓ ପୁରୀକୁ ୩୦ ମିନିଟରେ ପହଞ୍ଚି ହେବ । ଭୁବନେଶ୍ବର ମେଟ୍ରୋ ଲାଗି ଡିପିଆର୍ ପ୍ରସ୍ତୁତ ହେବା ପରେ ୩ ବର୍ଷ ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର ।

Metro Rail Project
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ