Advertisment

ଆଦିତ୍ୟ L-1 ମିଶନକୁ ଆଉ ଏକ ସଫଳତା,ସୂର୍ଯ୍ୟ ଠାରୁ ଦୂରତା କମିଲା

ଆଦିତ୍ୟ L-1 ମିଶନ ପାଇଁ ୧୧୦ଦିନ ସମୟ ଲାଗିବ.. ପୃଥିବୀ ପୃଷ୍ଠରୁ ୧୫ ଲକ୍ଷ କିମି ଦୂରରେ କକ୍ଷପଥରେ ବୁଲିବ

ଅଦ୍ୟତନ ହୋଇଛି
Aditya L1

Aditya L1

Advertisment

ସୂର୍ଯ୍ୟ ମିଶନକୁ ଆଉ ପାଦେ ଆଗକୁ ବଢ଼ିଲା ଭାରତ । ପୃଥିବୀର କକ୍ଷପଥ ଛାଡି L1 ପଏଣ୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ମିଶନ୍ ଆଦିତ୍ୟ । ଗତ ରାତି ପ୍ରାୟ ୨ଟା ବେଳେ ଇସ୍ରୋ ପକ୍ଷରୁ ସଫଳତାର ସହ ଆଦିତ୍ୟ L 1 କୁ ପୃଥିବୀର କକ୍ଷପଥରୁ ଅଲଗା କରାଯାଇଥିଲା । ଏହାପରେ ଆଦିତ୍ୟ L1କୁ ସୂର୍ଯ୍ୟର ଆହୁରି ନିକଟକୁ ପଠାଯାଇଥିଲା ।

Advertisment

ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଇସ୍ରୋ ସୂର୍ଯ୍ୟ ମିଶନ କାର୍ଯ୍ୟ ଆରମ୍ଭ କରିଦେଇଛି । ପ୍ରଥମ ଲାଗ୍ରେଞ୍ଜ ପଏଣ୍ଟକୁ ଯାତ୍ରା କରିବା ପୂର୍ବରୁ ମହାକାଶରେ ବୈଜ୍ଞାନିକ ତଥ୍ୟ ସଂଗ୍ରହ ଆରମ୍ଭ କରିଦେଇଛି ଆଦିତ୍ୟ L1 । ଇସ୍ରୋ ସୁପ୍ରା ଥର୍ମାଲ୍ ଆଣ୍ଡ୍ ଏନର୍ଜେଟିକ୍ ପାର୍ଟିକାଲ୍ ସ୍ପେକ୍ଟ୍ରୋମିଟର ବା STEPS ସିଷ୍ଟମକୁ ସକ୍ରିୟ କରି ଏହାର ତଥ୍ୟ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଛି । ଇସ୍ରୋ ପକ୍ଷରୁ ପୋଷ୍ଟ କରାଯାଇ ଏହି ସୂଚନା ଦିଆଯାଇଛି।

ଷ୍ଟେପ୍ସ ଯନ୍ତ୍ର ହେଉଛି ଆଦିତ୍ୟ ସୋଲାର ୱିଣ୍ଡ୍ ପାର୍ଟିକଲ୍ ଏକ୍ସପେରିମେଣ୍ଟ (ASPEX) ପେଲୋଡର ଏକ ଅଂଶ, ଯାହା ସୌର ଏବଂ ଇଣ୍ଟର ପ୍ଲାନେଟାରୀ ପ୍ରକ୍ରିୟା ଅଧ୍ୟୟନ ପାଇଁ ପ୍ରସ୍ତୁତ କରାଯାଇଛି। STEPS ଯନ୍ତ୍ରରେ ୬ଟି ସେନ୍ସର ରହିଛି। ଏହି ସେନ୍ସର ବିଭିନ୍ନ ଦିଗ ଉପରେ ଅଧ୍ୟୟନ କରିଥାଏ। ଷ୍ଟେପ୍ସ ଯନ୍ତ୍ରକୁ ଅହମ୍ମଦାବାଦର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (SAC) ର ସହଯୋଗରେ ଫିଜିକାଲ୍ ରିସର୍ଚ୍ଚ ଲାବୋରେଟୋରୀ (PRL)ରେ ବିକଶିତ କରାଯାଇଛି।...

Advertisment

ଆଦିତ୍ୟ L1ର ଏହି ମିଶନ ୧୧୦ ଦିନ ସମୟ ଲାଗିବ। ଏହି ୧୧୦ ଦିନ ଯାତ୍ରା କରି ଆଦିତ୍ୟ L1 ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂର L1 ପଏଣ୍ଟରେ ପହଞ୍ଚିବ। ଏହାପରେ ସେଠାରେ ହାଲୋ ଅର୍ବିଟରେ ପରିକ୍ରମା କରିବ । ସେଠାରୁ ସୂର୍ଯ୍ୟ ଏବଂ ପୃଥିବୀ ଉଭୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ପଠାଇବ । ଆଦିତ୍ୟ L1ରେ ୭ଟି ପେଲୋଡ ରହିଛି ।

ISRO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ