Advertisment

Hindu Tradition: କାହିଁକି ଦୁଇ ହାତ ଯୋଡି ନମସ୍କାର କରାଯାଏ, ଗୁରୁଜନଙ୍କ ପାଦ ସ୍ପର୍ଶ କରାଯାଏ

ସନାତନ ଧର୍ମରେ ଅନେକ କିଛି ପରମ୍ପରା ରହିଛି। ସେ ବିବାହ ହେଉ କି ଜନ୍ମ ବା ମୃତ୍ୟୁକୁ ନେଇ ଅନେକ ସାମାଜିକ ବ୍ୟବସ୍ଥା କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ଏଠାରେ କିନ୍ତୁ ପ୍ରଶ୍ନ ଉଠେ ଯେ ଆଜିର ଏହି ଆଧୁନିକ ଯୁଗରେ ଏ ସବୁର ବା ଆବଶ୍ୟକତା କ’ଣ? ଆଜିର ସମୟରେ ଆମେ ଏହାକୁ କାହିଁକି ପାଳନ କରିବା?

ଅଦ୍ୟତନ ହୋଇଛି
Hindu social tradition and scientific reasons behind it

Hindu social tradition and scientific reasons behind it

Advertisment

ହିନ୍ଦୁ ସମାଜ ବା ସନାତନ ଧର୍ମରେ ଅନେକ କିଛି ପରମ୍ପରା ରହିଛି। ସେ ବିବାହ ହେଉ କି ଜନ୍ମ ବା ମୃତ୍ୟୁକୁ ନେଇ ଅନେକ ସାମାଜିକ ବ୍ୟବସ୍ଥା କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ସମସ୍ତ ହିନ୍ଦୁ ମଧ୍ୟ ଏହି ପ୍ରଥା ଅନୁସରଣ କରନ୍ତି।

Advertisment

ଏଠାରେ କିନ୍ତୁ ପ୍ରଶ୍ନ ଉଠେ ଯେ ଆଜିର ଏହି ଆଧୁନିକ ଯୁଗରେ ଏ ସବୁର ବା ଆବଶ୍ୟକତା କ’ଣ? ଆଜିର ସମୟରେ ଆମେ ଏହାକୁ କାହିଁକି ପାଳନ କରିବା? ଆମେ ଜାଣିବାକୁ ଚେଷ୍ଟା କରିବୁ ଏହି ପରମ୍ପରାଗୁଡ଼ିକର କାରଣ କ’ଣ? ଏହି ସମସ୍ତ ହିନ୍ଦୁ ସାମାଜିକ ପ୍ରଥା ପଛରେ କ’ଣ ବୈଜ୍ଞାନିକ କାରଣ ରହିଛି? ତେବେ ଆସନ୍ତୁ ଏମିତି କିଛି ପରମ୍ପରା ଓ ଏହା ପଛରେ ଥିବା ବୈଜ୍ଞାନିକ କାରଣ ବିଷୟରେ ଜାଣିନେବା।

ଦୁଇ ହାତ ଯୋଡି ନମସ୍କାର କରିବା:

ହିନ୍ଦୁ ପରମ୍ପରା ଏବଂ ଭାରତୀୟ ସଂସ୍କୃତି ଅନୁଯାୟୀ, ଯେତେବେଳେ ଆମେ କାହାକୁ ଭେଟିଥାଉ, ଆମେ ସେମାନଙ୍କୁ ଦୁଇ ହାତ ଯୋଡି ନମସ୍କାର କରିଥାଉ। ପୂଜାରେ କିମ୍ବା ଭଗବାନଙ୍କ ସାମ୍ନାରେ ବସି ଅନେକ ସମୟରେ ହାତ ମଧ୍ୟ ଯୋଡିଥାଉ। ଏହା ସହ ଯେତେବେଳେ ଆମେ କାହା ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଚାହୁଁ ସେତେବେଳେ ମଧ୍ୟ ଦୁଇ ହାତ ଯୋଡିଥାଉ।

Advertisment

ଅଧିକ ପଢ଼ନ୍ତୁ: ଟାୟାର୍‌ରେ କାହିଁକି ଲେଖାଥାଏ L ରୁ Y; ଜାଣନ୍ତୁ ଆପଣଙ୍କ ଟାୟାର ବେଗର କ୍ଷମତା

ଏହା ପଛର ବୈଜ୍ଞାନିକ କାରଣ :

ଯେତେବେଳେ ଦୁଇ ହାତ ଯୋଡିହୁଏ ସେତେବେଳେ ଦୁଇ ହାତର ସମସ୍ତ ଆଙ୍ଗୁଠିର ଅଗ୍ରଭାଗ ପରସ୍ପର ସହ ଯୋଡିହୁଏ। ଫଳରେ ସେସବୁ ଉପରେ ଚାପ ପଡେ। ଏହି ଚାପ ଆକ୍ୟୁପ୍ରେସର ଭାବରେ କାମ କରେ। ଆକ୍ୟୁପ୍ରେସର ଥେରାପି ଅନୁଯାୟୀ ଏହା ଆମ ଆଖି, କାନ ଏବଂ ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ, ଫଳରେ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ଆମେ ଦୀର୍ଘ ଦିନ ଧରି ମନେରଖିଥାଉ।

Advertisment

ବିବାହ ବେଳେ ହଳଦୀ ଲଗାଇବା:

ହିନ୍ଦୁ ବିବାହରେ ବର ଏବଂ କନ୍ୟାଙ୍କୁ ବିବାହ ପୂର୍ବରୁ ହଳଦୀ ଲଗାଯାଏ। ଏହାକୁ ହଳଦୀ ସମାରୋହ କୁହାଯାଏ। କିନ୍ତୁ ହଳଦୀ କାହିଁକି ବ୍ୟବହାର କରାଯାଏ? ଏହା ପଛରେ କ’ଣ ରହିଛି ତର୍କ?

ବୈଜ୍ଞାନିକ କାରଣ:

ଏହା ଏକ ଜଣାଶୁଣା ସତ୍ୟ ଯେ ହଳଦୀ ଏକ ଭଲ ଆଣ୍ଟିବାୟୋଟିକ୍। କ୍ୟାନ୍ସର ଭଳି ରୋଗକୁ ଭଲ କରିବା ପାଇଁ ହଳଦୀ ପାଖରେ ମଧ୍ୟ ଶକ୍ତି ଅଛି। ଦ୍ୱିତୀୟ କାରଣ ହେଉଛି ହଳଦୀ ମଧ୍ୟ ଚର୍ମକୁ ସୁନ୍ଦର କରିଥାଏ। ହଳଦୀ ଲଗାଇବା ଦ୍ୱାରା ବର ଏବଂ କନ୍ୟାର ଚର୍ମରେ ଗ୍ଲୋ ଆସେ ଏବଂ ଜୀବାଣୁମୁକ୍ତ ରୁହେ।

ବର୍ଷା ଦିନେ ବିବାହ ବନ୍ଦ:

ଅଧିକାଂଶ ଦିନ ବର୍ଷା ଋତୁରେ ବିବାହ ପାଇଁ ଶୁଭ ସମୟ ନ ଥାଏ। କିନ୍ତୁ ଏହା ପଛର କାରଣ କ’ଣ? ଆସନ୍ତୁ ଜାଣିବା।

ବୈଜ୍ଞାନିକ କାରଣ:

ବର୍ଷ ଋତୁ ହେଉଛି ବର୍ଷର ସବୁଠାରୁ ଦୁର୍ବଳ ସମୟ। ଜଳବାୟୁ ପରିବର୍ତ୍ତନ ହେତୁ ଜଣେ ବ୍ୟକ୍ତି ସହଜରେ ଅସୁସ୍ଥ ହୋଇପାରେ। ବର୍ଷା ସମୟରେ ହଜମ ଶକ୍ତି ଏବଂ ପ୍ରତିରକ୍ଷା ଶକ୍ତି ଦୁର୍ବଳ ହୋଇଯାଏ। ଏହି ସମୟରେ ଜଳ ଏବଂ ବାୟୁ ମାଧ୍ୟମରେ ରୋଗ ବ୍ୟାପିବାର ଆଶଙ୍କା ଅଧିକ। ଏହି କାରଣରୁ ବିବାହ, ପାରିବାରିକ ଉତ୍ସବ ଏବଂ ଅନ୍ୟାନ୍ୟ ସାମ୍ପ୍ରଦାୟିକ କାର୍ଯ୍ୟକଳାପ ଏହି ଋତୁରେ ହେବାକୁ ହିନ୍ଦୁ ସମାଜ ବିରୋଧ କରେ।

ପାଦ ସ୍ପର୍ଶ କାହିଁକି କରାଯାଏ:

ଆମେ ଆମର ବଡ ଏବଂ ଗୁରୁଜନମାନଙ୍କୁ ସମ୍ମାନ ଦେବା ନେଇ ପାଦ ସ୍ପର୍ଶ କରୁ। ପାଦ ସ୍ପର୍ଶ କରିବା ଭାରତୀୟ ରୀତିନୀତିର ଏକ ଅଂଶ। ଯାହା ଯୁଗ ଯୁଗ ଧରି ଚାଲିଆସିଛି। ଏହି ସଂସ୍କାର ପିଲାମାନଙ୍କୁ ମଧ୍ୟ ଦିଆଯାଏ ଯାହା ଦ୍ୱାରା ସେମାନେ ମଧ୍ୟ ସେମାନଙ୍କର ବଡ ଏବଂ ଗୁରୁଜନମାନଙ୍କୁ ସମ୍ମାନ କରିବେ।

ବୈଜ୍ଞାନିକ କାରଣ:

ପ୍ରତ୍ୟେକ ମଣିଷର ଶରୀରରେ ମସ୍ତିଷ୍କରୁ ପାଦ ଏବଂ ହାତ ପର୍ଯ୍ୟନ୍ତ ନିରନ୍ତର ଶକ୍ତି ସଞ୍ଚାର ହୁଏ। ଯାହାକୁ ବ୍ରହ୍ମାଣ୍ଡୀୟ ଶକ୍ତି କୁହାଯାଏ। ଯେତେବେଳେ ଆମେ କାହାର ପାଦ ଛୁଇଁଥାଉ, ସେହି ବ୍ୟକ୍ତିଙ୍କ ପାଦରୁ ଶକ୍ତି ଆମ ଶରୀରକୁ ସଂଚାରିତ ହୋଇଥାଏ ଏବଂ ଆମ ହାତ ଦେଇ ଏହା ତାଙ୍କ ଶରୀରକୁ ଯାଇଥାଏ।

ଯେତେବେଳେ ସେହି ବ୍ୟକ୍ତି ଆଶୀର୍ବାଦ କରନ୍ତି ଏବଂ ଆମ ମୁଣ୍ଡରେ ହାତ ରଖନ୍ତି, ସେତେବେଳେ ସେହି ଶକ୍ତି ପୁଣିଥରେ ତାଙ୍କ ହାତ ଦେଇ ଆମ ଶରୀରକୁ ଆସେ। ଏହି ଉପାୟରେ, ପାଦ ଛୁଇଁଲେ ଆମେ ଅନ୍ୟ ଜଣଙ୍କର ଶକ୍ତି ପାଇଥାଉ। ଯେଉଁ କାରଣରୁ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ ଏବଂ ସକରାତ୍ମକ ଶକ୍ତି ଆମ ଭିତରେ ବିସ୍ତାର ହୁଏ। ଫଳରେ ମନକୁ ଶାନ୍ତି ମିଳେ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ