Advertisment

ରାଜ୍ୟରେ ଭୁଶୁଡ଼ିବାକୁ ଯାଉଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା

ଚିନ୍ତାରେ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ମହାମାରୀ ଓ ଅନ୍ୟ ଅଭାବ ଅସୁବିଧା ପାଇଁ ଧୀରେ ଧୀରେ ପାଠରୁ ଦୂରଉଛନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ। ପାଠପଢ଼ା ଓ ପିଲାଙ୍କ ମଧ୍ୟରେ ମହାମାରୀ କରୋନା ବିଶାଳ ବ୍ୟବଧାନ ସୃଷ୍ଚି କରିବା ପରେ ସଙ୍କଟରେ ରହିଛି ପ୍ରାଥମିକ ଶିକ୍ଷା।

ଅଦ୍ୟତନ ହୋଇଛି
The state's primary education system is in collapse

The state's primary education system is in collapse

Advertisment

ଭୁବନେଶ୍ୱର : ପାଠ ଓ ପିଲାଙ୍କ ମଧ୍ୟରେ ମହାମାରୀ ସାଜିଛି କି ପାଚେରୀ। କାରଣ ଅଭାବ ଅସୁବିଧା ଭିତରେ ସ୍କୁଲ ଛାଡୁଛନ୍ତି ଛାତ୍ରଛାତ୍ରୀ। ମହାମାରୀ ସମୟରେ ସରକାରଙ୍କ ଅନ୍‌ଲାଇନ୍‌ ଶିକ୍ଷା ଭିତ୍ତିଭୂମିର ପୋଲ୍ ଖୋଲିଛି ବିଧାନସଭାରେ ମନ୍ତ୍ରୀଙ୍କ ତଥ୍ୟ । ତଥ୍ୟ କହୁଛି, ୮ ହଜାର ପିଲା ପାଠ ପଢାରୁ ମୁହଁ ଫେରାଇଲେଣି। ତେବେ ଉପାନ୍ତ ନୁହେଁ ଉପକୂଳରେ ବି ସଂଖ୍ୟା ଢେର୍ ଅଧିକ, ଯାହାକୁ ନେଇ ସରକାରଙ୍କ ବଢିଛି ଚିନ୍ତା। ଅନ୍ୟ ପଟେ ଡ୍ରପ ଆଉଟ୍ ପିଲାଙ୍କୁ ଆଉ ଥରେ ଶ୍ରେଣୀକୁ ଫେରାଇବାକୁ ଶିକ୍ଷା ବିଭାଗ ବହୁ କାର୍ଯ୍ୟକ୍ରମ ହାତକୁ ନେଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ।

Advertisment

ରାଜ୍ୟରେ ଭୁଶୁଡ଼ିବାକୁ ଯାଉଛି କି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ମହାମାରୀ ଓ ଅନ୍ୟ ଅଭାବ ଅସୁବିଧା ପାଇଁ ଧୀରେ ଧିରେ ପାଠରୁ ଦୂରଉଛନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ। ପାଠପଢ଼ା ଓ ପିଲାଙ୍କ ମଧ୍ୟରେ ମହାମାରୀ କରୋନା ବିଶାଳ ବ୍ୟବଧାନ ସୃଷ୍ଚି କରିବା ପରେ ସଙ୍କଟରେ ରହିଛି ପ୍ରାଥମିକ ଶିକ୍ଷା। ସୁନ୍ଦରଗଡ଼ କୋଇଡାର ତଥ୍ୟ କହୁଛି, ପ୍ରତିବର୍ଷ ଏଠାରୁ ୪ ଶହ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ୁଛନ୍ତି । ଖଣିର ରାଜଧାନୀ କୁହାଯାଉଥିବା ଏ ଅଞ୍ଚଳରେ ଗମନାଗମନ ଅସୁବିଧା, ପାରିବାରିକ ବାଧ୍ୟବାଧକତା ଏବଂ ସଚେତନତା ଅଭାବରୁ ପିଲାମାନେ ଅଧାରୁ ପାଠ ଛାଡ଼ୁଥିବା ଅଭିଯୋଗ ହୋଇଛି। ସେପଟେ କେବଳ କୋଇଡ଼ା ନୁହେଁ, ରାଜ୍ୟର ପ୍ରାୟ ସବୁ ପଛୁଆ ଅଞ୍ଚଳରେ ମହାମାରୀ ସମୟରେ ସ୍ଥିତି ପ୍ରାୟ ସମାନ ଦେଖାଯାଏ।

ଏପଟେ ପିଲାମାନେ ଅଧାରୁ ପାଛପଢ଼ା ଛାଡ଼ିବା ନେଇ ରାଜ୍ୟର ଡ୍ରପ୍ ଆଉଟ୍ ସ୍ଥିତି ସମ୍ପର୍କରେ ବିଧାନସଭାରେ ତଥ୍ୟ ରଖିଛନ୍ତି ଖୋଦ୍ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ୨୦୧୯-୨୦ରେ ରାଜ୍ୟର ୮ ହଜାର ୧୬୮ ଜଣ ପିଲା ଅଧାରୁ ପାଠ ଛାଡ଼ିଲେଣି। ୟା ଭିତରୁ ନୂଆପଡ଼ାରୁ ସର୍ବାଧିକ ୮୯୬ ଜଣ, କେନ୍ଦୁଝରରୁ ୬୮୧, ଖୋର୍ଦ୍ଧାରୁ ୬୦୩, ଗଞ୍ଜାମରୁ ୫୮୩, ସୁନ୍ଦରଗଡ଼ରୁ ୫୨୬ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତ॥ ମନ୍ତ୍ରୀ କହିଛନ୍ତି, ମହାମାରୀ ସମୟରେ ପଛୁଆ ଅଞ୍ଚଳର ଆବାସିକ ବିଦ୍ୟାଳୟରେ ହଷ୍ଟେଲ୍‌ ବନ୍ଦ ରହିବାରୁ ହଷ୍ଟେଲ୍‌ ଛାଡିଥିବା ପିଲା ଆଉ ଫେରୁ ନାହାନ୍ତି । ଏଥିପାଇଁ ବିଭାଗ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

ମହାମାରୀ କରୋନା ପାଇଁ ଗଲା ଦୁଇ ବର୍ଷ ହେବ ସ୍କୁଲ୍‌ ବନ୍ଦ ରହିବା କାରଣରୁ ବର୍ଷ ୨୦୧୯-୨୦ ରେ ଯଦି ସ୍କୁଲ୍ ପାଠପଢ଼ା ଛାଡୁଥିବା ପିଲାଙ୍କ ସଂଖ୍ୟା ୮ ହଜାରରୁ ଅଧିକ, ତେବେ ୨୦୨୦-୨୧ ସୁଦ୍ଧା ଏ ସଂଖ୍ୟା ଯେ ନ ବଢ଼ିବ ସେଥିରେ ସନ୍ଦେହ ନାହିଁ। ତେଣୁ ଆଗକୁ ଗଣଶିକ୍ଷା ବିଭାଗ ଏ ସମସ୍ୟାକୁ କେମିତି ମୁକାବିଲା କରିବ, ତାକୁ ନେଇ ଚିନ୍ତା ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ