Astrospeak
  • Live TV
  • Read In English

ପଶ୍ଚିମବଙ୍ଗ ରାସ୍ତାରେ ଯାଉଛି ଓଡ଼ିଶା: ଅପରାଜିତା

ଆକ୍ରମଣର ଶୀକାର ଆହତଙ୍କୁ ଭେଟିଛନ୍ତି ବିଜେପି ସାଂସଦ।

MP Aparajita Sarangi
MP Aparajita Sarangi

ଭୁବନେଶ୍ୱର ମହାନଗରରେ ପ୍ରାକ୍ ନିର୍ବାଚନୀ ହିଂସା ଥାନା ସାମନାରେ ୫ ଭାଇଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ ହୋଇଛି। ଲୁହା ରଡ୍ ଓ ଠେଙ୍ଗାରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଗତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ୩୩ ନମ୍ବର ଓ୍ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥିନୀ ଧରିତ୍ରୀ ଜେନାଙ୍କ ସ୍ୱାମୀ, ଦେଢ଼ଶୁର ଓ ଦିଅରଙ୍କ ସହ ଆଉ ୨ ଜଣଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ଗୁରୁତର ଅବସ୍ଥାରେ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣରେ ୩୩ ନମ୍ବର ଓ୍ୱାର୍ଡର ବିରୋଧୀ ଦଳର ପ୍ରାର୍ଥିନୀଙ୍କ ସ୍ୱାମୀ, ୩୨ ନମ୍ବର ଓ୍ୱାର୍ଡର ବିଜେଡି ପ୍ରାର୍ଥୀ ଏବଂ ଆଉ ୬୦ ଜଣ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି।

ସେପଟେ ଆକ୍ରମଣର ଶୀକାର ଆହତଙ୍କୁ ଭେଟିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ହସ୍ପିଟାଲ ଯାଇ ଆହତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ସାକ୍ଷାତ କରିଛନ୍ତି। ଅପରାଜିତା ଅଭିଯୋଗ କରିଛନ୍ତି, ଓଡ଼ିଶାରେ ସରକାରୀ ଦଳର ହିଂସା ବଢିଚାଲିଛି ଏବଂ ଓଡ଼ିଶା, ପଶ୍ଚିମବଙ୍ଗ ରାସ୍ତାରେ ଯାଉଛି। ୨୪ ଘଣ୍ଟା ଭିତରେ ଯଦି ଦୋଷୀଙ୍କୁ ଗିରଫ ନକରାଯାଏ ତେବେ ଆସନ୍ତାକାଲି କମିଶନରେଟ ପୋଲିସ ଅଫିସ ସମ୍ମୁଖରେ ବିଜେପି ଧାରଣା ଦେବ ବୋଲି ସେ କହିଛନ୍ତି।

ତେବେ ବିଜେଡି ସାଂସଦ ଅମର ପଟ୍ଟନାୟକ ଜବାବ ରଖି କହିଛନ୍ତି, ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ପଶ୍ଚିମବଙ୍ଗ ସହ ଓଡିଶାକୁ ତୁଳନା କରାଯିବା ହାସ୍ୟାସ୍ପଦ।