Advertisment

ଭୋଟ୍ ପୂର୍ବରୁ ପୁଣି ଆଶା ଓ ଅଙ୍ଗନୱାଡ଼ି ଦିଦିଙ୍କୁ ଦରମା ବୃଦ୍ଧି ଥୋପ ! ବିନା କେନ୍ଦ୍ର ସହାୟତାରେ କେମିତି ବଢ଼େଇବେ ଉଠିଲା ପ୍ରଶ୍ନ

ଏତେ ଦିନ ହେଲା ଶୁଣୁ ନଥିଲେ। ନିର୍ବାଚନ ବେଳେ ମନେ ପଡ଼ିଲେ। ପୁଣି ମିଳିଲା ପ୍ରତିଶ୍ରୁତି। ବିଜେଡିକୁ ଘାରିଲା କି ଭୋଟ୍ ବ୍ୟାଙ୍କ ଭାଙ୍ଗିବା ଭୟ? ଆଶା, ଅଙ୍ଗନୱାଡି କର୍ମୀ, ଏମବିକେ, ସିଆରପିଙ୍କ ଦରମା ବଢାଇବାକୁ ମିଳିଛି ପ୍ରତିଶ୍ରୁତି।

undefined

Anganwadi Politics

Advertisment

ସତରେ ବଢାଇବେ ନା ଖାଲି ନିର୍ବାଚନୀ ପ୍ରତିଶ୍ରୁତି । ଆଗରୁ ଭୂତେଇ ଦେଉଥିଲେ ଆଉ ଏବେ ନିର୍ବାଚନ ଆସିବାରୁ ମନେ ପଡ଼ିଲା ଆଶା, ଅଙ୍ଗନୱାଡି ଦିଦି, ଏମବିକେ, ସିଆରପି ଆଉ ବାର୍ଦ୍ଧକ୍ୟ ଭତ୍ତା କଥା। ଦୀର୍ଘ ଦିନ ଧରି ଆନ୍ଦୋଳନ ବେଳେ ଏମିତି ଅନେକ ଥର ପ୍ରତିଶ୍ରୁତି ମିଳିଛି, ହେଲେ କେବେ ପୂରଣ ହୋଇନି । ଯେଉଁଥିପାଇଁ ଏଥର ବି ଘୋଷଣା କାର୍ଯ୍ୟକାରୀ ହେବ କି ନାହିଁ ସନ୍ଦେହ ପ୍ରକଟ କରିଛନ୍ତି ଖୋଦ୍ ଅଙ୍ଗନୱାଡି ଦିଦ ଆଉ ଆଶା କର୍ମୀ। ଅନ୍ୟପଟେ ଏସବୁ ପାଇଁ କେନ୍ଦ୍ର ସରକାର ମଧ୍ୟ ସହାୟତା ଦେଉଥିବା ବେଳେ ବିନା କେନ୍ଦ୍ର ସହଯୋଗରେ ଦରମା ବଢାଇବାକୁ ପ୍ରତିଶ୍ରୁତି ପାଣିର ଗାର ବୋଲି କହିଛନ୍ତି ବିରୋଧୀ।

Advertisment

ଏତେ ଦିନ ହେଲା ଶୁଣୁ ନଥିଲେ। ନିର୍ବାଚନ ବେଳେ ମନେ ପଡ଼ିଲେ। ପୁଣି ମିଳିଲା ପ୍ରତିଶ୍ରୁତି। ବିଜେଡିକୁ ଘାରିଲା କି ଭୋଟ୍ ବ୍ୟାଙ୍କ ଭାଙ୍ଗିବା ଭୟ? ଆଶା, ଅଙ୍ଗନୱାଡି କର୍ମୀ, ଏମବିକେ, ସିଆରପିଙ୍କ ଦରମା ବଢାଇବାକୁ ମିଳିଛି ପ୍ରତିଶ୍ରୁତି। ଏହା ସହ ବାର୍ଦ୍ଧକ୍ୟ ଓ କଳାକାର ଭତ୍ତା ବଢାଇବାକୁ ବି ଘୋଷଣା । ଗତକାଲି ରାଇଘରରେ ଫାଇଭ ଟି ଅଧ୍ୟକ୍ଷ ପାଣ୍ଡିଆନ କିଛି ଏମିତି ଘୋଷଣା କରିଛନ୍ତି। ଏନେଇ ପ୍ରକ୍ରିୟା ଜାରି ରହିଛି, ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ମଧ୍ୟ ପ୍ରତିଶ୍ରୁତି ମିଳିଛି । ହେଲେ କାର୍ଯ୍ୟକାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ଅଙ୍ଗନୱାଡି ଦିଦି ଓ ପାଚିକା ସଂଘ। ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ ହୋଇ ନ ଥିବାରୁ ଏଥର ମଧ୍ୟ କାର୍ଯ୍ୟକାରୀ ହେବ କି ନାହିଁ ତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ବିଭିନ୍ନ ସଂଘ।

ରାଜ୍ୟରେ ପ୍ରାୟ ୧ ଲକ୍ଷ ୩୮ ହଜାର ଅଙ୍ଗନୱାଡି କର୍ମୀ ଓ ସହାୟିକା ଅଛନ୍ତି। ଅଙ୍ଗନୱାଡି ଦିଦିଙ୍କ ଦରମା ୭୫୦୦ ଟଙ୍କା ରହିଛି। ଯେଉଁଥିରେ କେନ୍ଦ୍ର ସରକାର ୪ ହଜାର ୫୦୦ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ମାତ୍ର ୩ ହଜାର ଟଙ୍କା ଦେଉଛନ୍ତି। ଆନ୍ଧ୍ର ଭଳି ଅନ୍ୟ ରାଜ୍ୟ ଗୁଡିକରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଟଙ୍କା ସହ ଯୋଡି ୧୦ରୁ ୧୧ ହଜାର ଯାଏଁ ଟଙ୍କା ଦେଉଛନ୍ତି। ଓଡ଼ିଶାରେ ସର୍ବନିମ୍ନ ଦରମା ୧୮ ହଜାର ଦାବି କରି ଢେର୍ ଦିନ ହେଲା ଆନ୍ଦୋଳନ କରି ଆସୁଛନ୍ତି।

Advertisment

ଅନ୍ୟପଟେ ଆଶାକର୍ମୀଙ୍କ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନରେ କେନ୍ଦ୍ର ସରକାର ୨ ହଜାର ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ଦେଉଛନ୍ତି ମାତ୍ର ୧ ହଜାର ଟଙ୍କା । ରାଜ୍ୟର ପ୍ରାୟ ୧ ଲକ୍ଷ ଆଶାକର୍ମୀ ୧୮ ହଜାର ଦରମା ଦାବି କରି ଅନେକ ଥର ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେହିପିର ମାତ୍ର ୧ ହଜାର ଟଙ୍କାରେ କାମ କରୁଥିବା ପାଚିକା ଦାବି କରୁଛନ୍ତି ୧୫ ହଜାର ଟଙ୍କା। ଅନ୍ୟ ପଟେ ରାଜ୍ୟରେ ପ୍ରାୟ ୫୩ ଲକ୍ଷ ଭତ୍ତା ହିତାଧିକାରୀ ଥିବା ବେଳେ ରାଜ୍ୟ ସରକାରଙ୍କ ମଧୁ ବାବୁ ପେନସନ ଯୋଜନାରେ ୩୨ ଲକ୍ଷ ୩୪ ହଜାର ହିତାଧିକାରୀ ଅଛନ୍ତି।

ସେହିପରି MBK, CRP ଭଳି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ବି ସ୍କିମ୍ ଅନୁୟାୟୀ ସହାୟତା ଦେଉଛନ୍ତି କେନ୍ଦ୍ର ସରକାର। ଏଣୁ କେନ୍ଦ୍ରକୁ ବାଦ୍ ଦେଇ ରାଜ୍ୟ ସରକାର ନିଜେ ଦରମା ବଢାଇବାକୁ ଘୋଷଣା କରିବା କେବଳ ନିର୍ବାଚନୀ ଥୋପ ନୁହେଁ ତ।

Advertisment

Odisha BJD BJP Anganwadi Workers 2024 General Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ