Odisha Budget Session 2025: ରାଜ୍ୟପାଳଙ୍କ ଅଭିଭାଷଣ; 'ଓଡ଼ିଆ ଅସ୍ମିତାର ବିକାଶ ଦିଗରେ କାର୍ଯ୍ୟ କରୁଛି ମୋ ସରକାର'

୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ। ପ୍ରଥମ ଦୁଇ ବର୍ଷରେ ୬୫,୦୦୦ ପଦବୀ ପୂରଣ ହେବ। ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦,୦୦୦ ନିଯୁକ୍ତି ଦିଆଯିବ । ୨୦୨୪-୨୫ରେ ୨୪ ହଜାରରୁ ଅଧିକ ପଦବୀ ପୂରଣ ହୋଇସାରିଛି।

ବଜେଟ୍ ଅଧିବେଶନ

ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ଓଡ଼ିଶା ବିଧାନସଭାର ତୃତୀୟ ଅଧିବେଶନ। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ । ଏହାପରେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ବିଧାୟକ ବିଜୟ ମହାନ୍ତି ଓ ସଦନ ନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅଭିଭାଷଣରେ ରାଜ୍ୟପାଳ ଓଡ଼ିଶାର ଖଣିଜ ସଂପଦ ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଦୁର୍ଗମ ପାହାଡ଼ ତଳେ ମୂଲ୍ୟବାନ ଖଣିଜ ପଦାର୍ଥର ବିଶାଳ ଭଣ୍ଡାର ରହିଛି, ଯାହା ଏହାର ଶିଳ୍ପ ଶକ୍ତି ଏବଂ ଅର୍ଥନୈତିକ ପ୍ରତିଶ୍ରୁତିର ନୀରବ ପ୍ରମାଣ । ଆମର ଲୋକମାନେ ହିଁ ଆମର ସବୁଠାରୁ ବଡ଼ ସମ୍ପତ୍ତି; ଆମ କାରିଗରମାନେ ପଥର ଓ ବସ୍ତ୍ରରେ ଯାଦୁକରୀ ସ୍ପର୍ଶ ଦିଅନ୍ତି, କୃଷକମାନେ ପୃଥିବୀରୁ ଜୀବନ ସୃଷ୍ଟି କରନ୍ତି ।

୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ପରିବର୍ତ୍ତନକୁ ବାଛିଛନ୍ତି । ସରକାର ଏହି ପବିତ୍ର ଗୃହରେ "ସବ୍ କା ସାଥ, ସବ୍ କା ବିକାଶ, ସବ୍ କା ବିଶ୍ବାସ ଏବଂ ସବ୍ କା ପ୍ରୟାସ" ନୀତି ଆଧାରିତ ଏହାର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ । ଦାୟିତ୍ଵ ଗ୍ରହଣ କରିବାର ମାତ୍ର ୮ ମାସ ବିତିଛି ଏବଂ ଏହି ସ୍ବଳ୍ପ ସମୟ ମଧ୍ୟରେ ସରକାର ବିଭିନ୍ନ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଅନେକ ଯୋଜନା ପ୍ରଣୟନ କରିଛନ୍ତି । ରାଜ୍ୟ ତଥା ଦେଶର ସ୍ବାର୍ଥ ପାଇଁ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି ।

ରାଜ୍ୟର ପ୍ରାୟ ଏକ କୋଟି ମହିଳାଙ୍କ ହିତସାଧନ ପାଇଁ ସରକାର "ସୁଭଦ୍ରା" କାର୍ଯ୍ୟକାରୀ କରିଛନ୍ତି। ଧାନ ପାଇଁ ଏମଏସପି ଉପରେ କ୍ରିଣ୍ଟାଲ ପିଛା ଅଧିକ ୮୦୦ ଟଙ୍କା ଇନପୁଟ୍ ସହାୟତା ପ୍ରଦାନ କରିବା ପାଇଁ "ସମୃଦ୍ଧ କୃଷକ ଯୋଜନା” ଆରମ୍ଭ କରିଛନ୍ତି। ଏଥିସହ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର ଖୋଲିବା ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।

୨୦୨୪ ନଭେମ୍ବରରେ ଆରକ୍ଷୀ ମହାନିର୍ଦ୍ଦେଶକ ଓ ମହାନିରୀକ୍ଷକ ସମ୍ମିଳନୀ ଆୟୋଜନ ଏବଂ ୨୦୨୫ ଜାନୁଆରୀ ମାସରେ ସିଙ୍ଗାପୁର ଜନରାଜ୍ୟର ରାଷ୍ଟ୍ରପତିଙ୍କ ଗସ୍ତ, ୧୮ତମ ପ୍ରବାସୀ ଭାରତୀୟ ଦିବସ, ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଆୟୋଜନ ପାଇଁ ସରକାରଙ୍କ ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ ।୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଅର୍ଥନୀତି ସହିତ ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ରଖିଛନ୍ତି ସରକାର। ଏଥିସହ 'ଭିଜନ ୨୦୩୬' ପାଇଁ ୩ ଲକ୍ଷରୁ ଅଧିକ ପ୍ରସ୍ତାବ ମିଳିଛି ।

ବିକଶିତ ଭାରତ ୨୦୪୭ ପାଇଁ ବିକଶିତ ଓଡ଼ିଶା ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ ସରକାରଙ୍କର ବିସ୍ତୃତ ଯୋଜନା ରହିଛି, ଯେଉଁଥିରେ ଭାରତର ଅର୍ଥନୀତିକୁ ଓଡ଼ିଶାର ୧.୫ ଟ୍ରିଲିୟନ ଡଲାର ଯୋଗଦାନର ଆଭିମୁଖ୍ୟ ରହିଛି । ଓଡ଼ିଶା ଏକ କୃଷିଭିଭିକ ରାଜ୍ୟ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ ଓଡିଶା ନିଜର ସମୃଦ୍ଧ କୃଷି ଐତିହ୍ୟ ଏବଂ ପାରମ୍ପରିକ ଚାଷ ପଦ୍ଧତି ବଜାୟ ରଖୁଛି । ଏହି କ୍ଷେତ୍ରର ଅଗ୍ରଗତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ-କିଷାନ ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରି କୃଷକ କଲ୍ୟାଣକୁ ସୁଦୃଢ଼ କରିବା ପାଇଁ, ସରକାର ଯତ୍ନବାନ ଅଛନ୍ତି ।

ଜଳବାୟୁ ବିପଦରୁ କୃଷକମାନଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ, ରବି ଋତୁ ପାଇଁ ସରକାର ୧.୩୬ ଲକ୍ଷ ଚାଷୀଙ୍କୁ ପଞ୍ଜିକୃତ କରି ଫସଲ ବୀମା ଭୁକ୍ତତାକୁ ସୁନିଶ୍ଚିତ କରିଛନ୍ତି । ଦାରିଙ୍ଗବାଡି ଓ ସ୍ବାଭିମାନ ଅଞ୍ଚଳ ଭଳି କ୍ଷେତ୍ରରେ “ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ” କରିଆରେ ଜୈବିକ ଚାଷକୁ ଅଗ୍ରାଧିକାର ଭିତ୍ତିରେ ପ୍ରୋତ୍ସାହିତ କରାଯାଉଛି । କୃଷି କ୍ଷେତ୍ରରେ ସାମିଲ ମହିଳାମାନଙ୍କୁ ସଶକ୍ତ କରିବା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରି ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରତିଶ୍ରୁତିବଦ୍ଧ ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ଋଣ ପ୍ରଦାନକୁ ସୁଗମ କରି କୃଷି ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି ସରକାର । ସେହିପରି ମତ୍ସ୍ୟ ଚାଷ ଓ ଆକ୍ସାକଲଚର୍ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । "ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନା'' ହାତକୁ ନିଆଯାଇଛି। ସଘନ ମାଛଚାଷ ପାଇଁ ବାୟୋ-ଫ୍ଲକ୍ ଟେକ୍ନୋଲୋଜି ମାଛ ଚାଷରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି।

ଗୋଲ୍ ଫର୍ ମ୍ୟାନେଜମେଣ୍ଟ ଆଣ୍ଡ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ" (ଗୋମାତା) ଯୋଜନା ଅଧୀନରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ (ଏମଭିୟୁ) ମାଧ୍ୟମରେ ପ୍ରାଣୀ ଚିକିତ୍ସା ଅନୁଷ୍ଠାନରେ ବ୍ୟାପକ ପ୍ରାଣୀ ଚିକିତ୍ସା ସେ ସେବା ପ୍ରଦାନ କରାଯାଉଛି।ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା (ଏମପିକେୱାଇ) ଅଧୀନରେ ବୁଲା ଗୋରୁଗାଈମାନଙ୍କୁ ଘରୋଇ ଗୋଶାଳାରେ ରଖି ଖାଦ୍ୟ ଦେବାର ବ୍ୟବସ୍ଥା ହୋଇଛି।ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ପଞ୍ଚମ ଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯାଇଛି ।

ଅଧିକ ପଢନ୍ତୁ: ଖୁସି ଖବର ଦେଲେ ସରକାର; ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା

ବଲାଙ୍ଗୀରର ଲୋୟର ସୁକତେଲ ପ୍ରକଳ୍ପ, ନୟାଗଡ଼ର ଜଳସେଚନ ପ୍ରକଳ୍ପ ଓ ବରଗଡ଼ର ଗଙ୍ଗାଧର ମେହେର ପ୍ରକଳ୍ପ ଭଳି ପ୍ରମୁଖ ଜଳସେଚନ ପ୍ରକଳ୍ପର ଆବଣ୍ଟନ ବ୍ୟବସ୍ଥାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । କଳାହାଣ୍ଡି ଜିଲ୍ଲାର ୫ ହଜାର ହେକ୍ଟର ଜମିକୁ ନିଶ୍ଚିତ ଜଳସେଚନ ଏବଂ ପାନୀୟ ଜଳ ଯୋଗାଣ ପାଇଁ ସାନ୍ଦୁଲ ବ୍ୟାରେଜ ପ୍ରକଳ୍ପ ଅଧୀନରେ ୟୁଜିପିଏଲ୍ ବଣ୍ଟନ ବ୍ୟବସ୍ଥା ନିର୍ମାଣ ଚାଲିଛି । ଉଲ୍ଲେଖନୀୟ ଯେ, ପାର୍ବତୀ ଗିରି ମେଗା ଉଠା ଜଳସେଚନ ଯୋଜନାରେ ୨୦୫ଟି ପ୍ରକଳ୍ପ ଶେଷ ହୋଇ ୨.୬ ଲକ୍ଷ ହେକ୍ଟର ଆୟକଟ ଅଞ୍ଚଳ ସୃଷ୍ଟି ହୋଇଥିବା ବେଳେ ୧୭୦ଟି ଅତିରିକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ।

ଜଳ ସଂରକ୍ଷଣ ବୃଦ୍ଧି ପାଇଁ "ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଟର" ଯୋଜନାରେ ୭୨ଟି ପ୍ରକଳ୍ପ ମଧ୍ୟରୁ ୬ଟି ନିର୍ମାଣ ଶେଷ ହୋଇଥିବା ବେଳେ ୨୦୨୫-୨୬ ସୁଦ୍ଧା ଆଉ ୨୩ଟି ପ୍ରକଳ୍ପ ସମ୍ପୂର୍ଣ ହେବାକୁ ଯାଉଛି । "ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା” ମାଧ୍ୟମରେ ୧୫୮ଟି ଚେକ୍ ଡ୍ୟାମ୍ ସମ୍ପୂର୍ଣ୍ଣ ହୋଇଛି ଏବଂ ୨୦୯ଟି ନିର୍ମାଣାଧୀନ ଥିବା ବେଳେ "ଟାଙ୍କି ଓ ଏମ୍‌ଆଇପିର ଉନ୍ନତି" ଯୋଜନାରେ ୩୧୬ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି)ର ପୁନରୁଦ୍ଧାର କରାଯାଇଛି ଏବଂ ଅନ୍ୟ ୧୮୮ଟିର କାର୍ଯ୍ୟ ଆଗେଇ ଚାଲିଛି ।

ଜଳବାୟୁ ନିୟନ୍ତ୍ରଣ ଓ ସ୍ଥିରତାକୁ ଦୃଷ୍ଟିରେ ରଖ୍ ସରକାର ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲ୍ଲାରେ ୧୯୩ କିଲୋମିଟର ଲୁଣାବନ୍ଧକୁ ଅନ୍ତର୍ଭୁକ୍ତ କରି "ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ସହନଶୀଳ ଲୁଣାବନ୍ଧ ପ୍ରକଳ୍ପ" ହାତକୁ ନେଇଛନ୍ତି, ଯାହା ମଧ୍ୟରୁ ୯୬ କିଲୋମିଟର ସମ୍ପୂର୍ଣ ହୋଇସାରି ସାରିଛି । ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ। ପ୍ରଥମ ଦୁଇ ବର୍ଷରେ ୬୫,୦୦୦ ପଦବୀ ପୂରଣ ହେବ। ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦,୦୦୦ ନିଯୁକ୍ତି ଦିଆଯିବ । ୨୦୨୪-୨୫ରେ ୨୪ ହଜାରରୁ ଅଧିକ ପଦବୀ ପୂରଣ ହୋଇସାରିଛି।

ଅଧିକ ପଢନ୍ତୁ: ଭକ୍ତଙ୍କ ଆଡକୁ ଶ୍ରୀକାନ୍ତ ଜେନା ମାରିଲେ ତେରେଛା ବାଣ; କାହିଁକି ଭକ୍ତ ଦାସଙ୍କୁ ପିସିସି ମଙ୍ଗୁଆଳ କଲା AICC ?