Advertisment

ଯାଜପୁରରୁ ଆରମ୍ଭ ହେଲା ବେଆଇନ୍ ଖଣି ଉପରେ ଆକ୍ସନ୍, ଖୋଲିବ ଡଙ୍କାରୀ ଗୁମର

ଆରମ୍ଭ ହେଲା ବେଆଇନ ଖଣି ଉପରେ ଆକ୍ସନ। ତଦନ୍ତ ପାଇଁ ଗଠିତ ଟିମ୍ କଲା ଖାଦନରେ ଜୋରଦାର ରେଡ୍।

undefined

Marathon Raid in Several Mines

Advertisment

ବିଧାୟକଙ୍କ ଅଭିଯୋଗ ପରେ ଆକ୍ସନ ମୋଡରେ ଖଣି ବିଭାଗ । ଆରମ୍ଭ ହେଲା ଖୋଳତାଡ଼ । ଯାଜପୁରର ଖଣି, ଖାଦାନ ଉପରେ ମାରାଥନ ରେଡ୍ । ଧର୍ମଶାଳାର ଡଙ୍କାରୀ, ଚଢେଇଧରା, ଲୁଣିବର ଖଣି ଅଞ୍ଚଳରେ ଆଜି ଚଢାଉ କରିଛି ଖଣି ବିଭାଗର ଏକ ସ୍ୱତନ୍ତ୍ର ଟିମ୍ । ବିଧାୟକଙ୍କ ଅଭିଯୋଗ ଅନୁସାରେ- ସଂପୃକ୍ତ ଅଞ୍ଚଳରେ କେତୋଟି ବେଆଇନ ଖଣି ଚାଲିଛି, ଲିଜ୍‌ପ୍ରାପ୍ତ ଖଣି ଗୁଡ଼ିକ ନିୟମ ପାଳନ କରିଛନ୍ତି କି ନାହିଁ, କେଉଁମାନେ ଏକ୍ସେସ ମାଇନିଂ କରିଛନ୍ତି, ପରବେଶ ମଞ୍ଜୁରୀ ଅଛି କି ନାହିଁ, ଏସବୁର ଯାଞ୍ଚ କରିଛନ୍ତି ଖଣି ବିଭାଗର ଅଧିକାରୀମାନେ । ଏପରିକି ଯାଞ୍ଚ ବେଳେ ଗ୍ରାଉଣ୍ଡରେ ନିଜେ ଅଭିଯୋଗକାରୀ ଧର୍ମଶାଳାର ବିଧାୟକ ହିମାଂଶୁ ସାହୁ ଅଧିକାରୀମାନଙ୍କୁ ବୁଲି ବୁଲି ବିବାଦୀୟ ଖଣି ସବୁ ଦେଖାଇଛନ୍ତି ।

Advertisment

ଜୁନ୍ ୨୮ ତାରିଖରେ ଖଣି ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଧର୍ମଶାଳା ଅଞ୍ଚଳରେ ଏକାଧିକ ବେଆଇନ ଖଣି ଚାଲିଥିବା କଥା ଉଲ୍ଲେଖ କରିଥିଲେ ବିଧାୟକ। ତାଙ୍କ ଅଭିଯୋଗ ପରେ ଖଣି ନିର୍ଦ୍ଦେଶକ ଏକ କମିଟି ଗଠନ କରିଥିଲେ। ଏହି ଟିମ୍ ଆଜି ବିଭିନ୍ନ ଖଣି ଖାଦାନରେ ଚଢାଉ କରି ପ୍ରାଥମିକ ରିପୋର୍ଟ ଦେବ । ପରବର୍ତ୍ତୀ ସମୟରେ ସଂପୂର୍ଣ୍ଣ ତଦନ୍ତ ହେବ ବୋଲି କହିଛନ୍ତି ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ।

ବଡ଼ କଥା ହେଲା, ଧର୍ମଶାଳା ଅଞ୍ଚଳରେ ବେଆଇନ ଖଣି ନୂଆ କଥା ନୁହେଁ । ପୂର୍ବରୁ ବି ତଦନ୍ତ ହୋଇଛି, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । କାହିଁକି ନା ନିଜେ ଖଣି ମାଫିଆଙ୍କୁ ସୁରକ୍ଷା ଦେବାକୁ ଯାଇ ନ୍ୟାୟଳୟ ଯାଇଛନ୍ତି ପୂର୍ବ ସରକାର । ୨୦୧୬ ମସିହାରେ ଡଙ୍କାରୀ ଖଣି ଦୁର୍ନୀତି ଅଭିଯୋଗରେ ଖଣି ମାଲିକ ଶ୍ରୀବତ୍ସ ଜେନାଙ୍କ ଉପରେ ୫୮ କୋଟି ଟଙ୍କାର ଫାଇନ ଲଗାଇଥିଲେ ଜିଲ୍ଲାପାଳ । ହେଲେ ପରବର୍ତ୍ତୀ ସମୟରେ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଥିଲେ । କିନ୍ତୁ ସ୍ଥାନୀୟ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଏନଜିଟିର ଦ୍ୱାରସ୍ଥ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏନ୍‌ଜିଟି ।

Advertisment

୨୦୧୮ ଅକ୍ଟୋବର ୧୫ରେ ଡଙ୍କାରୀରେ ତଦନ୍ତ ଆରମ୍ଭ କରିଥିଲା କମିଟି। ଆଉ ତଦନ୍ତ ପରେ ରାଜ୍ୟ ସରକାରଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲେ ଏନଜିଟି । କିନ୍ତୁ ସୁପ୍ରିମକୋର୍ଟ ଯାଇ ଏହା ଉପରେ ରହିତା ଦେଶ ଆଣିଥିଲେ ତତ୍କାଳୀନ ସରକାର । ଗତ ଜୁଲାଇ ମାସରେ ରହିତାଦେଶ ଉଠିବା ପରେ ଏନଜିଟିରେ ମାମଲା ଚାଲିଛି। କିନ୍ତୁ ବଡ କଥା ହେଲା ଡଙ୍କାରୀ ଖଣି ମାଲିକଙ୍କ ଉପରେ ଜିଲ୍ଲାପାଳ ଲଗାଇଥିବା ଜରିମାନା କାହିଁକି ଆଦାୟ କଲେନି ସରକାର ? ଯାହାକୁ ନେଇ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି ଯେ ତତ୍କାଳୀନ ସରକାର ଏବଂ ପ୍ରଶାସନର ପ୍ରୋତ୍ସାହନରେ ବର୍ଷ ବର୍ଷ ଧରି ଧର୍ମଶାଳାରେ ଚାଲୁଥିଲା ଖଣି ମାଫିଆଙ୍କ ରାଜ୍।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଥିବା ବେଳେ ଚଣ୍ଡିଖୋଲର ଡଙ୍କାରୀଠାରେ ୬ ହଜାର ୫୦୦ କୋଟି ବ୍ୟୟରେ ଏକ ଭୂତଳ ତୈଳ ସଂରକ୍ଷଣ କେନ୍ଦ୍ର କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର । ୨୦୧୭ ମସିହାରେ କେନ୍ଦ୍ର ବଜେଟ୍‌ରେ ଏଥିପାଇଁ ବ୍ୟୟବରାଦ ହେବା ସହ ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଚର୍ଚ୍ଚା ହୁଏ ଖଣି ମାଫିଆଙ୍କ ଲବିରେ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ଏଯାଏଁ ପ୍ରକଳ୍ପ କାମ ଆରମ୍ଭ ହୋଇ ପାରିନି ।

Advertisment

Mines Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ