ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କ ଦ୍ବନ୍ଦ; କେଉଁ ହାରରେ ମିଳିବ ଧାନ ଫସଲର କ୍ଷତି ପୂରଣ ?

କେଉଁ ହାରରେ ମିଳିବ ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ଖରିଫ ଧାନ ଫସଲର କ୍ଷତି ପୂରଣ ? ନୂଆ ନା ପୁରଣା ? ଏହାକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦ୍ରାପଡା ଭଳି ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀ।

Farmers Demand Compensation

ବାତ୍ୟା ‘ଦାନା’ ଓ ପରବର୍ତ୍ତୀ ବନ୍ୟା ଯୋଗୁ କ୍ଷତି ହୋଇଥିବା ଧାନଚାଷର କ୍ଷତିପୂରଣ କେମିତି ଆକଳନ ହେବ ?  ଆକଳନ ପରେ ପୁରୁଣା ରେଟରେ କ୍ଷତିପୂରଣ ପାଇବେ ନାଁ ଫସଲର ଆଂଶିକ କ୍ଷତି ଦେଖାଇ ନୂଆ ଏମଏସପି ଧାର୍ଯ୍ୟ ଅନୁଯାୟୀ କ୍ଷତି ପୂରଣ ମିଳିବ ? ଏହାକୁ ନେଇ ବତ୍ୟା ପ୍ରଭାବିତ ଜିଲ୍ଲାର ହଜାର ହଜାର ଚାଷୀ। ସେପଟେ ଆସନ୍ତା ୨ ତାରିଖ ଭିତରେ କ୍ଷୟକ୍ଷତିର ଆକଳନ ପାଇଁ ସରକାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେଉଁ ହାରରେ ମିଳିବ ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ଖରିଫ ଧାନ ଫସଲର କ୍ଷତି ପୂରଣ ? ନୂଆ ନା ପୁରଣା ? ଏହାକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦ୍ରାପଡା ଭଳି ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀ। ନୂଆ ସରକାର ନୂଆ ଏମଏସପି ହାରରେ ଧାନ ସଂଗ୍ରହ କରିବାପାଇଁ ସ୍ଥିର କରିଥିବାରୁ ମନରେ ଅନେକ ଆଶା ନେଇ ଚାଷୀ ଧାନଚାଷ କରିଥିଲା । ଧାନବି ଭଲ ହୋଇଥିଲା । ମାତ୍ର ଠିକ୍ ଧାନ ଥୋଡ ସମୟରେ  ପବନ ମାଡ ଓ ଜଳ ଜମାଟ ଯୋଗୁ ଧରାଶାୟୀ ହୋଇଗଲା ଫସଲ। ତଥାପି ସଂପୂର୍ଣ୍ଣ କ୍ଷତି ହୋଇନଥିବା କ୍ଷେତରୁ ଚାଷୀ ପୁରା ଅମଳ ନକଲେବି ୪ରୁ ୫ କୁଣ୍ଟାଲ ଧାନ ପାଇଲେ ୧୨ରୁ ୧୫ ହଜାର ଟଙ୍କା ପାଇବ । ଆଉ ଯଦି ସରକାରୀ ବାବୁମାନେ ତାକୁ ସଂପୂର୍ଣ୍ଣ କ୍ଷତି କିମ୍ବା ଆଂଶିକ କ୍ଷତି ଦେଖାନ୍ତି ତାହେଲେ ଅତିବେଶୀରେ ୬ ହଜାର ୫ଶହ ଟଙ୍କା ପାଇବ । ସରକାରୀ ବାବୁ ମାନେ କେମିତି ଆକଳନ କରୁଛନ୍ତି ତାହା ବି ଚାଷୀଙ୍କୁ ଜଣାନାହିଁ । ତେଣୁ ଚାଷୀଙ୍କ ମନରେ ଲାଗିରହିଛି ଦ୍ବନ୍ଦ୍ବ ଓ ଆଶଙ୍କା।

ନୂଆ ଏମଏସପି ଲାଗୁ ଅନୁଯାୟୀ କୁଇଣ୍ଟାଲ ପିଛା ଚାଷିଙ୍କଠାରୁ ୩୧ଶହ ଟଙ୍କାରେ ସରକାର ଆସନ୍ତା ମାସରୁ ଧାନ କିଣିବାପାଇଁ ଯାଉଛନ୍ତି । ପୂର୍ବରୁ ଏମଏସପି କମ ଥିବାରୁ ଚାଷି ସମ୍ପୂର୍ଣ୍ଣ କ୍ଷତି ହୋଇଥିବା ଦେଖାଇ ଉଚିତ୍ କ୍ଷତିପୂରଣ ପାଉଥିଲା । ଏବେ କିନ୍ତୁ ଚାଷୀ ସରକାରଙ୍କୁ କ୍ଷତି ଦେଖାଇବେ ନାଁ ଅମଳ ଯାଏ ଅପେକ୍ଷା କରିବେ ତାକୁ ନେଇବି ଚିନ୍ତାରେ । ସେପଟେ କୃଷିମନ୍ତ୍ରୀ କହିଛନ୍ତି ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଗ୍ରାଉଣ୍ଡରେ ଜିଓ ଟ୍ୟାଗିଙ୍ଗରେ କ୍ଷୟକ୍ଷତିର ଆକଳନ କରିବାପାଇଁ।  ଏସାଅରସିଙ୍କୁ ରିପୋର୍ଟ ଦେବାପରେ ନୂଆ ରେଟରେ ଚାଷିଙ୍କୁ କ୍ଷତିପୂରଣ ମିଳିବ ।

 
ରାଜ୍ୟରେ ଅଧିକାଂଶ ଭୂମିହୀନ ଚାଷି ଭାଗଚାଷ କରୁଛନ୍ତି। ଯଦି କ୍ଷୟକ୍ଷତିର ଆକଳନ ହୁଏ ତେବେ ଜମି ମାଲିକ କ୍ଷତିପୂରଣ ଟଙ୍କା ପାଇବେ। ଏପରିସ୍ଥଳେ ଭାଗଚାଷି କଣ ପାଇବେ ତାକୁ ନେଇ ଉଠିଛି ପ୍ରଶ୍ନ ।