Advertisment

ଆଣ୍ଟିବାୟୋଟିକ୍ କାହିଁକି ଲେଖୁଛନ୍ତି ଡାକ୍ତର...ଏଣିକି କାରଣ ଲେଖିବାକୁ ନିର୍ଦ୍ଦେଶ

ଔଷଧର ଅପବ୍ୟବହାରକୁ ରୋକିବା ପାଇଁ ସରକାରଙ୍କ ନୂଆ ନିର୍ଦ୍ଦେଶ । ବର୍ତ୍ତମାନ ଡାକ୍ତରମାନେ ଯେକୌଣସି ଆଣ୍ଟିବାୟୋଟିକ୍ ଲେଖିବା ବେଳେ ତାହା କେଉଁଥି ପାଇଁ ବ୍ୟବହାରଯୋଗ୍ୟ ତାହା ମଧ୍ୟ ଲେଖିବେ ବୋଲି ଜଣା ପଡ଼ିଛି ।

ଅଦ୍ୟତନ ହୋଇଛି
Medicine Prescription New Guidlines For Doctors

Medicine Prescription

Advertisment

ଔଷଧର ଅପବ୍ୟବହାରକୁ ରୋକିବା ପାଇଁ ସରକାରଙ୍କ ନୂଆ ନିର୍ଦ୍ଦେଶ । ଆଣ୍ଟିବାୟୋଟିକ୍, ଆଣ୍ଟିସେପ୍ଟିକ୍ ଓ ଆଣ୍ଟିଫଙ୍ଗାଲ୍ ଭଳି ଔଷଧର ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଘୋଷଣାନାମା ।

Advertisment

ବର୍ତ୍ତମାନ ଡାକ୍ତରମାନେ ଯେକୌଣସି ଔଷଧ ଲେଖିବା ବେଳେ ତାହା କେଉଁଥି ପାଇଁ ବ୍ୟବହାରଯୋଗ୍ୟ ତାହା ମଧ୍ୟ ଲେଖିବେ ବୋଲି ଜଣା ପଡ଼ିଛି । ଏନେଇ DGHS ବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡାଇରେକ୍ଟର ଘୋଷଣା କରିଛନ୍ତି । ଏନେଇ ଏକ ବିବୃତ୍ତି ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ।

ଡାକ୍ତରମାନେ ପ୍ରେସକ୍ରିପସନ ଲେଖିବା ବେଳେ ଔଷଧର ବ୍ୟବହାର ଲେଖିବାକୁ ବାଧ୍ୟ । ଆଣ୍ଟିବାୟୋଟିକ୍ସର ନାମକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ସହ ଡାକ୍ତରମାନେ ଏଥର ଏହାର ବ୍ୟବହାର ଏବଂ ବ୍ୟବହାରର କାରଣ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ଭାବେ ଲେଖିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

Advertisment

ଅଧିକ ପଢ଼ନ୍ତୁ: ଡାକ୍ତରଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ କଡ଼ା ନିର୍ଦ୍ଦେଶ...

ଦେଶରେ ଆଣ୍ଟିବାୟୋଟିକ୍‌ର ଅପବ୍ୟବହାର ଏବଂ ଦେଶରେ ରୋଗୀଙ୍କ ମଧ୍ୟରେ ଆଣ୍ଟିମାଇକ୍ରୋବିୟାଲ୍ ପ୍ରତିରୋଧ (AMR) ଶକ୍ତି ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇବା ପରେ ଏପରି କରିବାରୁ ସରକାରଙ୍କ ତରଫରୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । କିଛି ଦିନ ପୂର୍ବେ DGHS ଡାକ୍ତର ଅତୁଲ ଗୋଏଲ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ସ୍ପଷ୍ଟ ଭାବେ ପ୍ରେସକ୍ରିପସନ ଲେଖିବାକୁ ଡାକ୍ତରମାନଙ୍କୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲା ।

ଡ୍ରଗ୍ସ ଏବଂ କସମେଟିକ୍ସ ନିୟମର କାର୍ଯ୍ୟସୂଚୀ ଅନୁସାରେ ଯେକୌଣସି ଔଷଧର H ଏବଂ H1 କାର୍ଯ୍ୟକାରୀ କରିବା ଏବଂ କେବଳ ଡାକ୍ତରଙ୍କ ଦ୍ୱାରା ଲେଖା ଯାଇଥିବା ବୈଧ ପ୍ରେସକ୍ରିପସନ ଦେଖିକି ହିଁ ଆଣ୍ଟିବାୟୋଟିକ୍ ବିକ୍ରୟ କରିବା ପାଇଁ ଔଷଧ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ସମଗ୍ର ଦେଶରେ ଡାକ୍ତରମାନଙ୍କ ପାଇଁ ଏପରି ନିର୍ଦ୍ଦେଶ ଜାରି ହୋଇଛି ।

Advertisment

ଅନ୍ୟପଟେ ବିଭିନ୍ନ ଔଷଧର ଅପବ୍ୟବହାର ଦ୍ୱାରା ଶରୀରରେ AMR ବଢ଼ୁଛି । ଫଳରେ ବିଭିନ୍ନ ପ୍ରକାର ରୋଗ ହେଉଛି । ଆଜିକାଲି ବଢ଼ୁଥିବା ହୃଦଘାତ ମଧ୍ୟ ଏଥିପାଇଁ ହେଉଥିବା ଜଣା ପଡ଼ିଛି ।

Doctors Health Union Ministry Antibiotics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ