Advertisment

କୋଭିଡ୍ ମହାମାରୀରେ ତ୍ରସ୍ତ ଚାକିରିଆ ଓ ମଧ୍ୟବିତ୍ତଙ୍କୁ ଟିକସ୍ ରିହାତି ମିଳିବ କି?

ସଂସଦରେ ୨୦୨୧-୨୨ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ ଅର୍ଥାତ୍ ଜିଡିପି ୮ରୁ ୮.୫ ପ୍ରତିଶତ ବଢିବା ନେଇ ଏଥିରେ ଆକଳନ କରାଯାଇଛି।

ଅଦ୍ୟତନ ହୋଇଛି
TOMORROW UNION BUDGET

TOMORROW UNION BUDGET

Advertisment

ନୂଆଦିଲ୍ଲୀ: ପ୍ରେସିଡେଣ୍ଟସ୍ ବଡି ଗାର୍ଡର ଅଶ୍ୱାରୋହୀ ଦଳର ବିଶାଳ ଶୋଭାଯାତ୍ରାରେ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ନୂଆଦିଲ୍ଲୀର ରାଇସିନା ହିଲ୍‌ରୁ ସାଉଥ୍ ବ୍ଲକ୍ ଓ ନର୍ଥ ବ୍ଲକ୍ ଦେଇ ବିଜୟ ଚୌକ ଆଉ ଲେଠୁ ଦେଇ ସଂସଦ ଭବନ ପର୍ଯ୍ୟନ୍ତ ଏହି ସମାରୋହ ହୋଇଥିଲା। ବଜେଟ୍ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ମହାମହିମ ରାଷ୍ଟ୍ରପତିଙ୍କୁ ଏମିତି ଉଚ୍ଛ୍ୱସିତ ପରିବେଶରେ ପାଛୋଟି ଆଣାଯାଇଥିଲା ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌କୁ।

Advertisment

ସାଧାରଣ ବଜେଟ୍ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରମ୍ପରା ଅନୁସାରେ ଆଜି ସଂସଦର ଉଭୟ ଗୃହକୁ ସମ୍ବୋଧନ କରିଥିଲେ। ସ୍ୱାଧୀନତାର ୭୫ ବର୍ଷ ଅବସରରେ ଦେଶର ବିକାଶ ଯାତ୍ରାରେ ଯୋଗଦାନ ଦୋଇଥିବା ସବୁ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଦେବା ସହ ସରକାରଙ୍କ ଆଗାମୀ ଯୋଜନା, ନୀତି ଓ ଏଜେଣ୍ଡା ସମ୍ପର୍କରେ ବିସ୍ତୃତ ଅଭିଭାଭଷଣ ରଖିଥିଲେ।

ଏପଟେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସଂସଦରେ ୨୦୨୧-୨୨ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ ଅର୍ଥାତ୍ ଜିଡିପି ୮ରୁ ୮.୫ ପ୍ରତିଶତ ବଢିବା ନେଇ ଏଥିରେ ଆକଳନ କରାଯାଇଛି।

Advertisment

ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨ ପ୍ରତିଶତ ହେବା ପୂର୍ବାନୁମାନ କରାଯାଇଥିବା ବେଳେ କୃଷି କ୍ଷେତ୍ରରେ ୩.୯ ପ୍ରତିଶତ, ସେବା କ୍ଷେତ୍ରରେ ୮.୨ ପ୍ରତିଶତ ଏବଂ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ହାର ୧୧.୮ ପ୍ରତିଶତ ରହିବ ବୋଲି ରିପୋର୍ଟରେ କୁହାଯାଇଛି।

ସେହିପରି ଦେଶର ଷ୍ଟାର୍ଟ-ଅପ୍ କ୍ଷେତ୍ରରେ ଆଖି ଦୃଶିଆ ଅଭିବୃଦ୍ଧି ହୋଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଷ୍ଟାର୍ଟ-ଅପ୍ ସଂଖ୍ୟା ୭୩୩ ଥିବା ବେଳେ ଏହା ୧୪ ହଜାରକୁ ବୃଦ୍ଧି ପାଇଛି। ଗତ ବର୍ଷ ତୁଳନାରେ ଏବର୍ଷ ଟିକସ ଆଦାୟ ୬୭ ପ୍ରତିଶତ ବଢିଛି ବୋଲି ଅର୍ଥନୈତିକ ପରାମର୍ଶଦାତା ମତ ଦେଇଛନ୍ତି।

Advertisment

ସେପଟେ ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାର୍ଲାମେଣ୍ଟରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। କୋଭିଡ୍ ମହାମାରୀରେ ତ୍ରସ୍ତ ଚାକିରିଆ ଓ ମଧ୍ୟବିତ୍ତବର୍ଗକୁ ଟିକସ୍‌ ରିହାତି ମିଳିବା ନେଇ ଆଶା କରାଯାଉଛି। ସେହିପରି କ୍ରିପ୍ଟୋ କରେନ୍ସି ନେଇ ଟିକସ ବ୍ୟବସ୍ଥା କ’ଣ ରହିବ ତା’ ଉପରେ ବି ନଜର ରହିଛି।

ପାରମ୍ପରିକ କୃଷି ଓ ଭିତ୍ତିଭୂମି ସାଙ୍ଗକୁ କରୋନା ମାଡ଼ରେ ବିପର୍ଯ୍ୟସ୍ତ ଶିକ୍ଷା ଓ ସେବା କ୍ଷେତ୍ର ଉପରେ ଅର୍ଥମନ୍ତ୍ରୀଙ୍କର ସ୍ୱତନ୍ତ୍ର ନଜର ରହିବ। ଭାରତକୁ ଇଣ୍ଡଷ୍ଟ୍ରିଆଲ୍‌ ହବ୍‌ରେ ପରିଣତ କରିବାକୁ ସରକାରଙ୍କ ଲକ୍ଷ୍ୟ ଥିବାରୁ ଦକ୍ଷତା ବିକାଶ, ଷ୍ଟାଟ୍-ଅପ୍, ସେମି କଣ୍ଡକ୍ଟର ଓ ବୈଦୁତ୍ୟିକ ଯାନ ଲାଗି ବ୍ୟାଟେରୀ ନିର୍ମାଣ ଭଳି ନୂଆ ଓ ରପ୍ତାନୀଭିତ୍ତିକ ଶିଳ୍ପ ଉପରେ ପ୍ରାଧାନ୍ୟ ଦିଆଯିବା ଆଶା କରାଯାଉଛି।

India News Union Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ