Advertisment

ମୋଦି ସରକାରଙ୍କ ବଡ଼ ଘୋଷଣା: ମେଡ଼ିକାଲ ପାଠ୍ୟକ୍ରମରେ OBCଙ୍କ ପାଇଁ ୨୭% ଓ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, ଦେଶର ପାଖାପାଖି ୫୫୦୦ ଛାତ୍ରଛାତ୍ରୀମାନେ ଲାଭ ପାଇବେ। ପ୍ରତ୍ୟେକ ବର୍ଷ ୧୫୦୦ ପଛୁଆ ବର୍ଗ (MBBS) ପାଇଁ ଓ ୨୫୦୦ ପଛୁଆ ବର୍ଗ ପିଲା ପୋଷ୍ଟଗ୍ରାଜୁଏଟ୍‌ରେ ନାମ ଲେଖାଇବା ବେଳେ ଏହାର ଲାଭ ଉଠାଇପାରିବେ। ଠିକ୍ ସେହିପରି ଆର୍ଥିକ ଅନଗ୍ରସର ପିଲାମାନେ (MBBS)ରେ ୫୫୦ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ରେ ୧୦୦୦ ଛାତ୍ରଛାତ୍ରୀ ଲାଭ ପାଇବେ। ଏଠାରେ କହିରଖୁଛୁ ଯେ, ସରକାରଙ୍କ ଅଧୀନରେ ଥିବା ମୋଟ ସିଟ୍ ମଧ୍ୟରୁ ୧୫ ପ୍ରତିଶତ ୟୁଜି (ସ୍ନାତକୋତ୍ତର) ଏବଂ ୫୦ ପ୍ରତିଶତ ପିଜି (ପୋଷ୍ଟ ଗ୍ରାଜୁଏଟ୍) ସିଟ୍ ଅଲ ଇଣ୍ଡିଆ କୋଟା ଅଧୀନରେ ରହିଛି।

ଅଦ୍ୟତନ ହୋଇଛି
ମୋଦି ସରକାରଙ୍କ ବଡ଼ ଘୋଷଣା: ମେଡ଼ିକାଲ ପାଠ୍ୟକ୍ରମରେ OBCଙ୍କ ପାଇଁ ୨୭% ଓ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ

reservation-for-obc

Advertisment

ନୂଆଦିଲ୍ଲୀ: ମେଡ଼ିକାଲରେ ପାଠ ପଢିବା ପାଇଁ ଇଚ୍ଛୁକ ଥିବା ପଛୁଆ ବର୍ଗ ପିଲାଙ୍କ ପାଇଁ ଖୁସିଖବର। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ, ପଛୁଆ ବର୍ଗ ଓ ଆର୍ଥିକ ଅନଗ୍ରସର ପିଲାଙ୍କ ଲାଗି ଏଣିକି ସଂରକ୍ଷଣ ରହିବ ସିଟ୍। (MBBS / MD / MS / Diploma / BDS / MDS) ପାଠ୍ୟକ୍ରମ ଲାଗି ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଏବଂ ଆର୍ଥିକ ଅନଗ୍ରସର ପିଲାଙ୍କ ଲାଗି ୧୦ ପ୍ରତିଶତ ସିଟ୍‌ ସଂରକ୍ଷଣ ରହିବ ବୋଲି ସୂଚନା ମିଳିଛି। ତେବେ ଏହି ନିଷ୍ପତ୍ତି ସାରା ଦେଶରେ ଲାଗୁ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିୟମ ୨୦୨୧-୨୦୨୨ ଶିକ୍ଷାବର୍ଷଠାରୁ ଲାଗୁ ହେବା ନେଇ ଜଣାପଡ଼ିଛି।

Advertisment

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, ଦେଶର ପାଖାପାଖି ୫୫୦୦ ଛାତ୍ରଛାତ୍ରୀମାନେ ଲାଭ ପାଇବେ। ପ୍ରତ୍ୟେକ ବର୍ଷ ୧୫୦୦ ପଛୁଆ ବର୍ଗ (MBBS) ପାଇଁ ଓ ୨୫୦୦ ପଛୁଆ ବର୍ଗ ପିଲା ପୋଷ୍ଟଗ୍ରାଜୁଏଟ୍‌ରେ ନାମ ଲେଖାଇବା ବେଳେ ଏହାର ଲାଭ ଉଠାଇପାରିବେ। ଠିକ୍ ସେହିପରି ଆର୍ଥିକ ଅନଗ୍ରସର ପିଲାମାନେ (MBBS)ରେ ୫୫୦ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ରେ ୧୦୦୦ ଛାତ୍ରଛାତ୍ରୀ ଲାଭ ପାଇବେ। ଏଠାରେ କହିରଖୁଛୁ ଯେ, ସରକାରଙ୍କ ଅଧୀନରେ ଥିବା ମୋଟ ସିଟ୍ ମଧ୍ୟରୁ ୧୫ ପ୍ରତିଶତ ୟୁଜି (ସ୍ନାତକୋତ୍ତର) ଏବଂ ୫୦ ପ୍ରତିଶତ ପିଜି (ପୋଷ୍ଟ ଗ୍ରାଜୁଏଟ୍) ସିଟ୍ ଅଲ ଇଣ୍ଡିଆ କୋଟା ଅଧୀନରେ ରହିଛି।

୨୦୦୭ ମସିହା ପର୍ଯ୍ୟନ୍ତ AIQ ଅନୁସାରେ କୌଣସି ନଥିଲା। କିନ୍ତୁ ୨୦୦୭ ମସିହାରେ ସୁପ୍ରିମକୋର୍ଟ ଏସ୍‌.ସିଙ୍କ ପାଇଁ ୧୫ ପ୍ରତିଶତ ଓ ଏସ୍‌.ଟିଙ୍କ ଲାଗି ୭.୫ ପ୍ରତିଶତ ସିଟ୍‌ ଆରକ୍ଷଣ ରଖିବା ଲାଗି ନିର୍ଦ୍ଦେଶନାମା ଜାରି କରିଥିଲେ। ଆଉ ଏହାପରେ ପଛୁଆ ବର୍ଗ ପିଲାମାନେ ମଧ୍ୟ ଏହାର ଲାଭ ପାଇବାକୁ ଲାଗିଥିଲେ। କିନ୍ତୁ ଏହି ସଂରକ୍ଷଣ ବ୍ୟବସ୍ଥା ଦେଶର କିଛି କଲେଜ୍‌ରେ ଲାଗୁ ହୋଇଥିବା ନେଇ ସୂଚନା ରହିଛି। ଆଉ ଏବେ ଏହା ସମସ୍ତ କଲେଜ୍‌ରେ ଲାଗୁ ହେବା ପରେ ପୂରା ଦେଶର ଶିକ୍ଷର୍ଥୀମାନେ ଏହାର ସିଧାସଳଖ ଲାଭ ପାଇବେ।

Advertisment

ପଛୁଆ ବର୍ଗ ଏବଂ EWS କୁ ସଂରକ୍ଷଣର ସୁବିଧା ପ୍ରଦାନ କରିବାକୁ କେନ୍ଦ୍ର ସରକାର ପୂର୍ବରୁ ପ୍ରତିଶ୍ରୁତି ଦେଇସାରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପିଏମ ମୋଦୀ ମଧ୍ୟ କିଛି ଦିନ ପୂର୍ବରୁ ଏକ ସମୀକ୍ଷା ବୈଠକ ମଧ୍ୟ କରିଥିଲେ। ଅଲ ଇଣ୍ଡିଆ କୋଟା ଅନ୍ତର୍ଗତ ଓବିସି ପାଇଁ ସଂରକ୍ଷଣର ଦାବି ଦୀର୍ଘ ଦିନ ଧରି ହୋଇଆସୁଥିଲା। ଆଉ ଗତ ୨୬ ତାରିଖରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା।

Narendra Modi India Reservation-for-obc
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ