Advertisment

କେବେ ଭାରତରେ ପିକ୍‌ ସ୍ତରରେ ପହଞ୍ଚିବ ଓମିକ୍ରନ୍‌ ? କ’ଣ ଏହାର ଲକ୍ଷଣ ?

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଓମିକ୍ରନ୍‌ କେବେ ପିକ୍‌ ସ୍ତରରେ ପହଞ୍ଚିବ ? କେତେଦିନ ପର୍ଯ୍ୟନ୍ତ ଏହି ବିପଦ ରହିବ ? ଏସବୁ କୁ ନେଇ ସମସ୍ତଙ୍କ ମନ ମଧ୍ୟରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
cold

cold

Advertisment

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। କରୋନାର ଦ୍ୱିତୀୟ ଲହରରେ ଯେଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇଥିଲା, ଏହାଦେଖି ତୃତୀୟ ଲହରକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଦ୍ୱିତୀୟ ଲହର ପାଇଁ ଦାୟୀ କୁହାଯାଉଥିବା ଡେଲ୍‌ଟା ଭାରିଏଣ୍ଟ୍‌ଠୁ ଓମିକ୍ରନ୍‌ ୩ ଗୁଣା ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି।

Advertisment

ଓମିକ୍ରନ୍‌ କେବେ ପିକ୍‌ ସ୍ତରରେ ପହଞ୍ଚିବ ? କେତେଦିନ ପର୍ଯ୍ୟନ୍ତ ଏହି ବିପଦ ରହିବ ? ଏସବୁକୁ ନେଇ ସମସ୍ତଙ୍କ ମନ ମଧ୍ୟରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌କୁ ନେଇ ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ୍‌ ଡଃ ନରେଶ ତ୍ରେହାନ ଏସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି।

ଜାତୀୟ ଗଣମାଧ୍ୟମ ସଂସ୍ଥା News18ର ଏକ ରିପୋର୍ଟ ଅନୁସାରେ, ଡଃ ନରେଶ ତ୍ରେହାନଙ୍କ କହିବା ଅନୁସାରେ, ଯଦି ଦେଶରେ କରୋନାର ୨ଟି ଯାକ ଲହରକୁ ଦେଖିବା, ତା’ହେଲେ ଏହି ୨ଟି ଲହର ମଧ୍ୟରେ ପାଖାପାଖି ୩୨ ସପ୍ତାହ ବ୍ୟବଧାନ ଥିଲା। ପ୍ରଥମ ଲହର ସରିବା ପରେ ସମସ୍ତଙ୍କୁ ଲାଗିଥିଲା, କରୋନା ଭାଇରସ୍‌ର ଅନ୍ତ ଘଟିଛି। ହେଲେ ଦ୍ୱିତୀୟ ଲହରରେ ଏହା ଭୟଙ୍କର ରୂପ ନେଇ ଆସିଥିଲା। ଏସବୁ ଭିତରେ କରୋନାର ନୂଆ ଭାରିଏଣ୍ଟ୍‌ ବିଶ୍ୱର ୩୮ଟି ଦେଶକୁ ବ୍ୟାପିବା ସହ ଭାରତରେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ଏସବୁକୁ ଦୃଷ୍ଟିରେ ରଖିଲେ ଏହା କୁହାଯାଇପାରେ ଯେ, ପୁଣିଥରେ କରୋନା ଭାଇରସ୍‌ର ବିପଦ ଆସିଛି। 

Advertisment

ଡଃ ନରେଶ ତ୍ରେହାନ କହିଛନ୍ତି, ଓମିକ୍ରନ୍‌ ସଂକ୍ରମଣ ସେପ୍ଟେମ୍ବର-ଅକ୍ଟୋବରରୁ ହିଁ ବ୍ୟାପିଛି। ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ପ୍ରମାଣ ନାହିଁ। ଯଦି ପୂର୍ବ ୨ଟି ଭାରିଏଣ୍ଟ୍‌ର ସଂକ୍ରମଣର ଗତିକୁ ଦେଖିବା ତା’ହେଲେ ଓମିକ୍ରନ୍‌ ଜାନୁଆରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପିକ୍‌ ସ୍ତରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ତେବେ ଏହି ଲହର ଫେବୃଆରୀ ସୁଦ୍ଧା ସମାପ୍ତ ହୋଇଯିବାର ସମ୍ଭାବନା ମଧ୍ୟ ରହିଛି। ତେବେ ଓମିକ୍ରନ୍‌ ଭାରିଏଣ୍ଟ୍‌ କେତେ ବିପଜ୍ଜନକ ହେବ ତାହା ଏବେ ଅନୁମାନ କରାଯାଇ ପାରିବନି। 

ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ନୂଆ ଭାରିଏଣ୍ଟ୍‌ର ୨୧ଟି କେସ୍‌ ମିଳି ସାରିଲାଣି। ଡଃ ନରେଶ ତ୍ରେହାନ କହିଛନ୍ତି, ଯେଉଁ ବ୍ୟକ୍ତି ଓମିକ୍ରନ୍‌ ସଂକ୍ରମିତ ହୋଇଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି। ସେମାନଙ୍କୁ ଅଧିକ ଜ୍ୱର ହୋଇ ନାହିଁ କି ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇ ନାହିଁ। ଏପରିକି ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ମଧ୍ୟ ହୋଇନାହିଁ। ତେଣୁ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି ହେବାର ଆବଶ୍ୟକତା ବହୁତ୍‌ କମ୍‌ ଥିବା ଦେଖିବାକୁ ମିଳିଛି। ଲୋକମାନେ ଘରେ ସେମାନଙ୍କର ଚିକିତ୍ସା ଜାରି ରଖିଛନ୍ତି। ଯେଉଁମାନେ ଓମିକ୍ରନ୍‌ରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କୁ ଅଲଗା ରଖାଯାଉଛି। ଫଳରେ ତାଙ୍କ ଦ୍ୱାରା ଅନ୍ୟମାନେ ସଂକ୍ରମିତ ହେବେ ନାହିଁ। 

Advertisment

ଓମିକ୍ରନ୍‌ ଭାରିଏଣ୍ଟ୍‌ର ଲକ୍ଷଣ....

  • ଅଧିକ ଥକାପଣ ଅନୁଭବ କରିବା
  • ସାମାନ୍ୟ ମୁଣ୍ଡବିନ୍ଧା
  • ଶରୀରରେ ଯନ୍ତ୍ରଣା ଅନୁଭବ
  • ତଣ୍ଟି ଦରଜ ହେବା
  • ଶୁଖିଲା କାଶ
COVID19 Omicron Omicron Variant Omicron Symptoms
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ