ମାତୃଭୂମିର ମମତା ଆଗରେ ତୁଚ୍ଛ ହେଲା ୫୦ ଲକ୍ଷ ପ୍ୟାକେଜ ! ଦେଶ ସେବା ପାଇଁ ବିଦେଶୀ ଚାକିରି ଛାଡ଼ି ଆଇପିଏସ୍‌ ହେଲେ ପାଟନା ପୁଅ

ପାଟନା ଜିଲ୍ଲାର ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ପୁଅ ସନ୍ତୋଷ ମିଶ୍ର । ପିଲାବେଳୁ ସେ ବେଶ୍ ମେଧାବୀ ଥିଲେ । ବିହାର ସ୍କୁଲରୁ ଦଶମ ଏବଂ ଦ୍ୱାଦଶ ପାସ କରିବା ପରେ ସେ ପୁଣେ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ

ଦେଶ ସେବା ପାଇଁ ଉଚ୍ଚ ବେତନ ଚାକିରି ଛାଡ଼ିଥିବା ଭାରତ ମାତାର ସୁଯୋଗ୍ୟ ସନ୍ତାନ

ଜନ୍ମଭୂମି ପ୍ରତି ନୀବିଡ଼ ମମତା ହିଁ ଅସଲି ଦେଶପ୍ରେମ । ଦେଶର ଓ ଦେଶର ଉନ୍ନତି ଆଗରେ ଧନସମ୍ପତିର ମୋହର ବା ମୂଲ୍ୟ କେତେ ? ଏମିତି ଜଣେ ମହାନ୍ ମଣିଷ ହେଲେ ଆଇପିଏସ୍ ଅଧିକାରୀ ସନ୍ତୋଷ ମିଶ୍ର । ବିଦେଶୀ ମିଳିଥିବା ୫୦ ଲକ୍ଷ ଟଙ୍କା ପ୍ୟାକେଜର ଚାକିରି ଛାଡି ସେ ପୋଲିସ୍‌ ସେବାରେ ଯୋଗ ଦେଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିବା ରେସଲର ବଜରଙ୍ଗ ପୁନିଆ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହି ଆଇପିଏସ୍ ଅଧିକାରୀଙ୍କ ଫଟୋ ସେୟାର କରିଛନ୍ତି । ଏହା ସହିତ ତାଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି ।

ବଜରଙ୍ଗ ପୁନିଆ ତାଙ୍କ ପୋଷ୍ଟରେ ଆଇପିଏସ୍ ଅଧିକାରୀଙ୍କ ଦୁଇଟି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଆଇପିଏସ୍ ଅଧିକାରୀ ଜଣକ ସରକାରୀ ବିଦ୍ୟାଳୟର ପିଲାମାନଙ୍କୁ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳୁଛି । ଅଫିସ୍‌ କାମ ସାରିବା ପରେ ଅବଶିଷ୍ଟ ସମୟରେ ଆଇପିଏସ୍ ସନ୍ତୋଷ ମିଶ୍ର ଗରିବ, ଅସହାୟ ଏବଂ ଆର୍ଥିକ ଦୁର୍ବଳ ପିଲାମାନଙ୍କୁ ଶିକ୍ଷାଦାନ କରି ସମୟ ଅତିବାହିତ କରନ୍ତି ।

ଦିନ ଥିଲା ସେ ଆମେରିକାର ନ୍ୟୁୟର୍କ ସିଟିରେ ମାସିକ ୫୦ ଲକ୍ଷ ଟଙ୍କା ବେତନରେ ଚାକିରି କରୁଥିଲେ । ହେଲେ ଟଙ୍କାର ମୋହ କିମ୍ବାର ବିଦେଶର ଚାକଚକ୍ୟ ଭରା ଜୀବନ ତାଙ୍କୁ ବାନ୍ଧି ପାରିନଥିଲା । ଦେଶ ବାହାରକୁ ଚାକିରି ପାଇଁ ଯାଇଥିଲେ ସତ, ମନ ସବୁବେଳେ ଦେଶ ଆଡ଼କୁ ଟାଣୁଥିଲା । ଭାରତକୁ ଫେରି ଆସିବାକୁ ସେ ଛାଟିପିଟି ହେଉଥିଲେ । ଶେଷରେ ସେ ଭାରତ ଫେରିଆସିଥିଲେ ।

ସନ୍ତୋଷ ମିଶ୍ର ବର୍ତ୍ତମାନ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏସପି ଭାବରେ କାର୍ଯ୍ୟ କରୁଛନ୍ତି । ସେ ଟ୍ୱିଟରରେ ବହୁତ ଲୋକପ୍ରିୟ । ବିହାର ନିବାସୀ ସନ୍ତୋଷ ମିଶ୍ର ଜଣେ ୨୦୧୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ । ୨୦୧୧ ମସିହାରେ ସେ ଆମେରିକାର ସଫ୍ଟୱେୟାର ଇଞ୍ଜିନିୟର ଚାକିରି ଛାଡିଥିଲେ । ସେତେବେଳେ ଆମେରିକାରେ ତାଙ୍କର ଦରମା ୫୦ ଲକ୍ଷ ଟଙ୍କା ଥିଲା । ଚାକିରି ଛାଡ଼ି ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହୋଇଥିଲେ ଏବଂ ପ୍ରଥମ ପ୍ରୟାସରେ ଦେଶର ସବୁଠୁ ବଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଆଇପିଏସ୍ ଅଧିକାରୀ ହୋଇଥିଲେ ।

ପାଟନା ଜିଲ୍ଲାର ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ପୁଅ ସନ୍ତୋଷ ମିଶ୍ର । ପିଲାବେଳୁ ସେ ବେଶ୍ ମେଧାବୀ ଥିଲେ । ବିହାର ସ୍କୁଲରୁ ଦଶମ ଏବଂ ଦ୍ୱାଦଶ ପାସ କରିବା ପରେ ସେ ପୁଣେ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ୟୁରୋପର ଏକ କମ୍ପାନୀରେ ଚାକିରି ପାଇଁ ମନୋନୀତ ହୋଇଥିଲେ । ୟୁରୋପରେ ୪ ବର୍ଷ କାମ କରିବା ପରେ ସେ ଆମେରିକା ଯାଇଥିଲେ । ସେଠାରେ ସାତ ବର୍ଷ କାମ କରିବା ପରେ ସେ ଭାରତ ଫେରି ଆସିଥିଲେ । ମନ ସବୁବେଳେ ଦେଶ ସେବା ପାଇଁ ଡାକୁଥିଲା, ତେଣୁ ସେ ବାର୍ଷିକ ୫୦ଲକ୍ଷର ପ୍ୟାକେଜ୍ ଚାକିରି ଛାଡ଼ି ଦେଇଥିଲେ ।