GST
ଆଉ କିଛି ଦିନ ପରେ ଆସିବ ବର୍ଷ-୨୦୨୨। ନୂଆ ବର୍ଷ ନେଇ ଆସିବ ନୂଆ ନିୟମ । ଏହି ଦିନଠୁ ଦେଶରେ କିଛି ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଜାଣନ୍ତୁ କଣ ସେହି ନିୟମ।
ବଢିବ ଜିଏସ୍ଟି ଦର
GSTନୂଆବର୍ଷରୁ ଜିଏସ୍ଟି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ୧ ଜାନୁଆରୀରୁ ରେଡିମେଡ୍ ଗାରମେଣ୍ଟ୍ସରେ ଜିଏସଟି ଦର ୫ ପ୍ରତିଶତରୁ ବୃଦ୍ଧି ପାଇ ୧୨ ପ୍ରତିଶତ ହୋଇଯିବ। ଏଥିରେ ରେଡିମେଡ୍ ଗାରମେଣ୍ଟ୍ସର ଦାମ୍ ବଢିବ। ଜିଏସଟଟିରେ ବୃଦ୍ଧି ହେବା ଯୋଗୁଁ ରିଟେଲ୍ କାରବାର ପ୍ରଭାବିତ ହୋଇପାରେ। ନୂଆ ବର୍ଷରୁ ରେଡିମେଡ୍ ଗାରମେଣ୍ଟ୍ସ କ୍ରୟ ପାଇଁ ଗ୍ରାହକଙ୍କୁ ଅଧିକ ପଇସା ଦେବାକୁ ପଡିବ।
ଚିନ୍ତାରେ ସାଧରଣ ନାଗରିକ
Readymade Garmentsସାଧାରଣ ଲୋକମାନେ ମଧ୍ୟ ଜିଏସଟି ଦର ବଢିବା ଯୋଗୁଁ ଖୁସି ନାହାଁନ୍ତି । ଲୋକଙ୍କ କହିବାନୁସାରେ ଜିଏସଟି ବଢିବା ଯୋଗୁଁ କପଡ଼ା ରେଟ୍ ବହୁତ ବଢିଯିବ। ଯାହା ଫଳରେ ସାଧାରଣ ନାଗରିକଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ଜିଏସଟି ବଢିବା ପରେ ଗ୍ରାହକଙ୍କ ସହ ବେପାରୀମାନେ ଅଧିକ ଚିନ୍ତାରେ ପଡ଼ିବେ ।
ଅନଲାଇନ୍ ଫୁଡିଂ ମହଙ୍ଗା
Delivery Boyଡ୍ରେସ୍ ବ୍ୟତୀତ ଯଦି ଆପଣ ଅନଲାଇନରୁ ଖାଦ୍ୟ ମଗାଇବେ ତେବେ ମଧ୍ୟ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପଡ଼ିବ । କାରଣ ୧ ଜାନୁୟାରୀରୁ ଅନଲାଇନ୍ ଫୁଡ୍ ଡେଲିଭରୀ ଆପ୍ ଜୋମାଟୋ ଓ ସ୍ୱିଗିରୁ ଖାଦ୍ୟ ଅର୍ଡର କଲେ କମ୍ପାନୀକୁ ଟ୍ୟାକ୍ସ ପୈଠ କରିବାକୁ ପଡ଼ିବ।
କମ୍ପାନୀ ଆଦାୟ କରିବେ ଟଙ୍କା
Online Orderନୂଆବର୍ଷରୁ ଫୁଡ୍ ଡେଲିଭରୀ ଆପ୍ସରେ ମଧ୍ୟ ୫ ପ୍ରତିଶତ ଜିଏସଟି ଲାଗିବ । ୟୁଜର୍ସଙ୍କ ଉପରେ ଏହାର କୌଣସି ଫରକ ପଡିବନି କାରଣ ଏହା ପୂର୍ବରୁ କ୍ଲିୟର ହୋଇସାରିଛି ଯେ, ସରକାର ଏହି ଟ୍ୟାକ୍ସ ଗ୍ରାହକଙ୍କଠୁ ନେବେନି । ବରଂ ଆପ୍ କମ୍ପାନୀମାନଙ୍କଠାରୁ ଆଦାୟ କରିବେ । ତେବେ କମ୍ପାନୀଙ୍କ ଉପରେ ଚାପ ପଡିଲେ ସେମାନେ ଗ୍ରାହକଙ୍କଠାରୁ କୌଣସି ବି ଉପାୟରେ ପଇସା ଆଦାୟ କରିପାରନ୍ତି । ଅର୍ଥାତ୍ ନୂଆ ବର୍ଷରୁ ଅନଲାଇନ୍ ଫୁଡ୍ ଅର୍ଡର କରୁଥିବା ଗ୍ରାହକଙ୍କ ଉପରେ ବୋଝ ବଢିପାରେ ।
ପୋଷ୍ଟ ପେମେଣ୍ଟ ବ୍ୟାଙ୍କର କଟକଣା
Online Bankingଗ୍ରାହକଙ୍କ ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ। ଜାନୁଆରି ପହିଲାଠାରୁ ଆଇପିପିବି ଖାତାଧାରକ ଏକ ଲିମିଟ ଟଙ୍କା ଜମା ଓ ଉଠାଣ ଉପରେ ଚାର୍ଜ ଦେବେ । ନୂଆ ବର୍ଷରୁ ବାଣିଜ୍ୟ ସଞ୍ଚୟ ଖାତାରୁ ପ୍ରତିମାସ ୪ ଥର ବିନା ଶୁଳ୍କରେ ଟଙ୍କା ଉଠାଇ ହେବ। କିନ୍ତୁ ପଞ୍ଚମ ଥରଠାରୁ ପ୍ରତି ଉଠାଣ ଉପରେ ଗ୍ରାହକଙ୍କୁ ୨୫ ଟଙ୍କା ଦେବାକୁ ପଡିବ। ହେଲେ ବାଣିଜ୍ୟ ସଞ୍ଚୟ ଖାତାରେ ଟଙ୍କା ଜମା କରିବା ନେଇ କୌଣସି ଦେୟ ଲାଗିବ ନାହିଁ ବୋଲି ଜଣାପଡିଛି । ସେହିପରି ସେଭିଙ୍ଗ ଆକାଉଣ୍ଟରେ ଗୋଟିଏ ମାସରେ ୧୦ ହଜାର ଟଙ୍କା ଜମା କରିବା ପାଇଁ କୌଣସି ଦେୟ ଲାଗିବ ନାହିଁ । ଏହି ଲିମିଟଠାରୁ ଅଧିକ ଜମା କରିବା ପାଇଁ ଗ୍ରାହକଙ୍କଠାରୁ ଅତିରିକ୍ତ ଦେୟ ଆଦାୟ କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ମହଙ୍ଗା ହେବ ଅନଲାଇନ୍ କ୍ୟାବ୍
Online Cabନୂଆବର୍ଷରୁ ସାରା ଦେଶରେ ମହଙ୍ଗା ହେବାକୁ ଯାଉଛି ଅନଲାଇନ୍ କ୍ୟାବ୍ ସେବା। ତେବେ ଆପଣ ପୂର୍ବରୁ ଅନଲାଇନରେ କ୍ୟାବ୍ ବୁକ୍ କରି ଯାତ୍ରା କଲେ ଯେତିକି ଟଙ୍କା ଦେଉଥିଲେ, ଏବେ ତା’ଠାରୁ ଅଧିକ ଟଙ୍କା ଦେବାକୁ ପଡିବ। କେନ୍ଦ୍ର ସରକାରଙ୍କ ଜିଏସଟି କାଉନସିଲ୍ ବୈଠକରେ ଆପ୍ ବେସଡ୍ କ୍ୟାବ୍ ସର୍ଭିସକୁ ଜିଏସଟି ଅର୍ନ୍ତଭୁକ୍ତ କରାଯିବ ବୋଲି ସୂଚନା ରହିଛି। ଯଦି ଅନଲାଇନ୍ କ୍ୟାବ୍ ସେବାରେ ଜିଏସଟି ଟ୍ୟାକ୍ସ ମିଶାଯିବ, ତେବେ ଯାତ୍ରୀଙ୍କୁ କ୍ୟାବ୍ ବୁକ୍ କରିବାକୁ ଅଧିକ ଟଙ୍କା ଦେବାକୁ ପଡିବ। ନୂଆବର୍ଷ ଆରମ୍ଭରୁ ଏହି ନୂଆ ନିୟମ ସାରା ଦେଶରେ ଲାଗୁ ହେବା ନେଇ ସୂଚନା ମିଳିଛି।
ପିଲାର ଟିକା ପାଇଁ ପଞ୍ଜୀକରଣ
Co-win App୨୦୨୨ର ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧ରୁ ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ। ଜାନୁଆରୀ ୩ରୁ ସାରାଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ କରୋନା ବିରୋଧୀ ଟିକା ଦିଆଯିବ। ଏହା ପୂର୍ବରୁ ପିଲାମାନେ ଟିକା ପାଇଁ ନିଜର ନାଁ ପଞ୍ଜୀକରଣ କରିବେ। ପ୍ରାପ୍ତ ବୟସ୍କଙ୍କ ଭଳି ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନେ କୋୱିନ ଦ୍ୱାରା ଜାନୁଆରୀ ୧ରୁ ଟିକା ପାଇଁ ନିଜ ନାଁ ପଞ୍ଜୀକରଣ କରି ପାରିବେ। ଅତିରିକ୍ତ ସ୍ଲଟ ଭାବେ ଛାତ୍ରଛାତ୍ରୀମାନେ ଆଇଡି କାର୍ଡ ବ୍ୟବହାର କରି ଟିକା ପାଇଁ ପଞ୍ଜୀକରଣ କରିପାରିବେ। କାରଣ ସବୁ ପିଲାମାନଙ୍କ ପାଖରେ ଆଧାର କାର୍ଡ ନାହିଁ। ତେଣୁ କୋୱିନ ପ୍ଲାଟଫର୍ମରେ ଆଇଡି କାର୍ଡର ବିକଳ୍ପ ରଖାଯାଇଛି ବୋଲି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି।
ଟଙ୍କା କାଢ଼ିବା ଓ ଭର୍ତ୍ତି ମହଙ୍ଗା
ATMନୂଆବର୍ଷ ପରଠୁ ଏଟିଏମରୁ ଟଙ୍କା କାଢ଼ିବା ଓ ଟଙ୍କା ଭର୍ତ୍ତି ମେସିନରେ ଟଙ୍କା ଜମା କରିବା ହେବ ମହଙ୍ଗା। ମାଗଣା ଟଙ୍କା ଉଠାଣ ସୀମା ପରେ ଯଦି ଟଙ୍କା ଉଠାନ୍ତି, ତେବେ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଦେୟ ଦେବାକୁ ପଡ଼ିବ। ୨୦୨୨ ଜାନୁୟାରୀ ପହିଲାରୁ କାରବାର ପିଛା ୨୦ ଟଙ୍କା ବଦଳରେ ୨୧ ଟଙ୍କା ଦେବାକୁ ହେବ। ଏବେ ପ୍ରତି ମାସରେ ପାଞ୍ଚଥର ଏଟିଏମରୁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ କୌଣସି ଶୁଳ୍କ ଆଦାୟ କରୁନାହିଁ। ତେବେ ବାଲାନ୍ସ ଯାଞ୍ଚ ଠାରୁ ଆରମ୍ଭ କରି ମିନି ଷ୍ଟେଟମେଣ୍ଟ କିମ୍ବା PIN ପରିବର୍ତ୍ତନ ପର୍ଯ୍ୟନ୍ତ ସମସ୍ତ ଅଣ-ଆର୍ଥିକ କାରବାର ମାଗଣା ଥିବା ଆରବିଆଇ ପକ୍ଷରୁ ଜାରି ହୋଇଥିବା ସର୍କୁଲାରରେ କୁହାଯାଇଛି।
ଛୋଟ ପ୍ଲାଷ୍ଟିକ୍ ଜିନିଷ ବନ୍ଦ
Ice Creamଦିନକୁ ଦିନ ଚିନ୍ତା ବଢ଼ାଉଛି ପ୍ଲାଷ୍ଟିକ୍। ଏହାର ବହୁଳ ବ୍ୟବହାର ହେଉଥିବାରୁ ସରକାର ନୂଆ ବର୍ଷରୁ ଆଣୁଛନ୍ତି ନୂଆ ନିୟମ। ଚକୋଲେଟ୍ ଏବଂ ଆଇସ୍କ୍ରିମ୍ରେ ଲାଗୁଥିବା ପ୍ଲାଷ୍ଟିକ୍ ଷ୍ଟିକ୍ ସମେତ ଛୋଟ ଛୋଟ ପ୍ଲାଷ୍ଟିକ୍ ଜିନିଷ ୧ ଜାନୁଆରୀ ୨୦୨୨ରୁ ବ୍ୟାନ୍ ହେବ। କେବଳ ଚକୋଲେଟ୍ କି ଆଇସ୍କ୍ରିମ୍ ନୁହେଁ, ପ୍ଲାଷ୍ଟିକ ପ୍ଲେଟ୍, କପ୍, ଗ୍ଲାସ୍, ଚାମଚ, ଛୁରୀ, ପାତ୍ର, ଟ୍ରେ, କାନ ସଫା, ବେଲୁନ୍ ଷ୍ଟିକ୍, ସାଜସଜ୍ଜା ଥର୍ମୋକଲ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ଏବେ ଏସବୁ ପ୍ଲାଷ୍ଟିକ ଜିନିଷ ବ୍ୟବହାର କଲେ ଅଧିକ ଦାମ୍ ଦେବାକୁ ପଡ଼ିବ। ସଂସଦରେ ଏହି ସୂଚନା ଦିଆଯାଇ ସାରିଛି।
ଦିଲ୍ଲୀରେ ପୁରୁଣା ଗାଡି ଚାଲିବନି
Car In scrapsପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ୨୦୨୨ ଜାନୁଆରୀ ୧ ଠାରୁ ଦିଲ୍ଲୀର ରାଜରାସ୍ତାରେ କୌଣସି ପ୍ରକାରର ପୁରୁଣା ଗାଡ଼ି ଚାଲି ପାରିବ ନାହିଁ। ଦିଲ୍ଲୀର ପରିବହନ ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ୧୦ ବର୍ଷରୁ ଅଧିକ ପ୍ରାୟ ୨ ଲକ୍ଷ ପୁରୁଣା ଗାଡ଼ିଗୁଡ଼ିକର ମାଲିକଙ୍କୁ ନୋ-ଅବଜେକସନ ପ୍ରମାଣପତ୍ର ଦିଆଯିବ। ଏହାଦ୍ୱାରା ସେମାନେ ଅନ୍ୟ ସ୍ଥାନରେ ନିଜ ଗାଡ଼ିର ପୁନଃ ପଞ୍ଜୀକରଣ କରିପାରିବେ। କିନ୍ତୁ ୧୫ ବର୍ଷ କିମ୍ବା ତା’ ଠାରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକ ପାଇଁ କୌଣସି ପ୍ରକାରର ଏନଓସି ଦିଆଯିବନି।
ହାତରେ ଆଉ ମାତ୍ର କେଇଟା ଦିନ ବାକି। ନୂଆ ବର୍ଷଠାରୁ ନୂଆ ନିୟମ ସମସ୍ତେ ମାନିବାକୁ ହେବ। କେତେକ କ୍ଷେତ୍ରରେ ସାଧାରଣ ଲୋକ ଆଶ୍ୱସ୍ତି ଲାଭ କରିବେ। ଆଉ କେତେକ କ୍ଷେତ୍ରରେ କ୍ଷତି ସହିବେ ବ୍ୟବସାୟୀ ଓ ଖାଉଟି। କହିବାକୁ ଗଲେ, ବର୍ଷ ୨୦୨୨ରୁ ସମସ୍ତଙ୍କ ପକେଟ୍ ଉପରେ ପ୍ରଭାବ ପଡିବାକୁ ଯାଉଛି। ସାଧାରଣ ନାଗରିକଙ୍କୁ ଅନେକ ଜିନିଷରେ ଟ୍ୟାକ୍ସର ସାମ୍ନା କରିବାକୁ ପଡିବ। ନୂଆ ବର୍ଷ ଆପଣଙ୍କ ପାଇଁ ଖୁସି ଆଣୁଛି କିନ୍ତୁ ଦରବୃଦ୍ଧି ନେଇ ଚିନ୍ତା ମଧ୍ୟ ଆଣୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/GST_1640861086.jpg)