ପୋଷା କୁକୁରର ପଞ୍ଜୀକରଣ ନକରାଇଲେ ୫୦୦ରୁ ୫୦ ହଜାର ପର୍ଯ୍ୟନ୍ତ ଜୋରିମାନା !

ବିଗତ କିଛି ଦିନ ହେବ ସହରରେ କୁକୁର କାମୁଡ଼ିବା ସଂଖ୍ୟାରେ ବୃଦ୍ଧି ଘଟିଛି ବୋଲି କହିଛନ୍ତି ଏମସିଡିର ଅଫିସ । ଆଉ କୁକୁର କାମୁଡ଼ାକୁ ନେଇ ପଡ଼ୋଶୀ ପଡ଼ୋଶୀ କଳି ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । କୁକୁର କାମୁଡ଼ିବା କାରଣରୁ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ଦେଖାଯାଉଛି।

Dog registration

News Summary

ଦକ୍ଷିଣ ଏବଂ ପୂର୍ବ MCD ରେ ପୋଷା କୁକୁରଙ୍କର ପଞ୍ଜୀକରଣ ସଂଖ୍ୟା କମ୍

ପଞ୍ଜୀକରଣ ନକଲେ ୫୦୦ ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା

ନୂଆଦିଲ୍ଲୀ : ପୋଷା କୁକୁରର ପଞ୍ଜୀକରଣ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ । କୁକୁର ମାଲିକଙ୍କ ପାଇଁ ରାଜଧାନୀ ଦିଲ୍ଲୀରେ ନୂଆ ନିୟମ ଲାଗୁ ହୋଇଛି । କୁକୁର ପାଳିବାକୁ ହେଲେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । ନିୟମ ଉଲ୍ଲଂଘନ କଲେ ଦିଲ୍ଲୀ ଏମସିଡି ପକ୍ଷରୁ ଜୋରିମାନା ଆଦାୟ କରାଯିବ । ମାଲିକଙ୍କୁ ୫୦୦ ରୁ ୫୦ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିପାରେ । ରାଜଧାନୀର ସମସ୍ତ ତିନୋଟି (Municipal Corporation of Delhi)  ଏମସିଡିକୁ ମିଶାଇ ବର୍ତ୍ତମାନ ସୁଦ୍ଧା କେବଳ ୩ ହଜାର କୁକୁର ପଞ୍ଜୀକୃତ ହୋଇଛନ୍ତି, ସେଥିମଧ୍ୟରୁ କେବଳ ୪୮୮ କୁକୁର ଉତ୍ତର MCD ରେ ପଞ୍ଜୀକୃତ ହୋଇଛନ୍ତି।

କିଛି ଦିନ ହେବ ଦିଲ୍ଲୀ ସହରରେ କୁକୁର କାମୁଡ଼ିବା ସଂଖ୍ୟାରେ ବୃଦ୍ଧି ଘଟିଛି ବୋଲି କହିଛନ୍ତି ଏମସିଡିର ଅଫିସ । ଆଉ କୁକୁର କାମୁଡ଼ାକୁ ନେଇ ପଡ଼ୋଶୀ ପଡ଼ୋଶୀ କଳି ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । କୁକୁର କାମୁଡ଼ା କାରଣରୁ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ଦେଖାଯାଉଛି। ଆଉ ଏହି ସମସ୍ୟାର ସମାଧାନ କରିବା ପାଇଁ ତଥା ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏମସିଡି ପକ୍ଷରେ ସମ୍ଭବପର ହେଉନି । କାରଣ କୁକୁରଙ୍କ ଟିକାକରଣ କରାଯାଉ ନାହିଁ, ଫଳରେ ସେମାନଙ୍କୁ ରାବିସ୍ ଟିକା ଦିଆଯାଇଛି କି ତାହା ଜଣା ପଡ଼ୁନାହିଁ ।

ଦ୍ୱିତୀୟ ସମସ୍ୟା ହେଉଛି ସର୍ବସାଧାରଣ ପାର୍କରେ କୁକୁରଙ୍କୁ ବୁଲାଇବା ସହ ଅପରିଷ୍କାର କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଏଥିପାଇଁ ମଧ୍ୟ ଏମସିଡି କାହା ବିରୋଧରେ କୌଣସି ପଦକ୍ଷେପ ନେଇ ପାରୁନାହିଁ । ଏହାସହ ପୋଷା କୁୁକୁର ହଜିଗଲେ ତାକୁ ଖୋଜିବାରେ ମଧ୍ୟ ସମସ୍ୟା ଉପୁଜୁଛି । ଏହି ସମସ୍ୟାକୁ ନଜରରେ ରଖି ଏମସିଡି ପକ୍ଷରୁ ସମସ୍ତ ମାଲିକଙ୍କୁ କୁକୁରଙ୍କ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଦୁଇ ମାସ ମଧ୍ୟରେ କାମ ଶେଷ କରିବାକୁ ଚେତାବନୀ ମଧ୍ୟ ଦିଆଯାଇଛି ।

ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀମାନେ ଶାହାଦରା (ଦକ୍ଷିଣ) ଏବଂ ଉତ୍ତର ଜୋନ୍ ବାସିନ୍ଦାଙ୍କୁ ଆସନ୍ତା ଦୁଇ ମାସ ମଧ୍ୟରେ କୁକୁରକୁ ପଞ୍ଜୀକରଣ କରାଇନେବାକୁ ପରାମର୍ଶ ଦେଇଛନ୍ତି । ଦିଲ୍ଲୀରେ ରହୁଥିବା ଲୋକମାନେ ଆଗାମୀ ସମୟରେ ନିଶ୍ଚିତ ଭାବେ କୁକୁରଙ୍କ ପଞ୍ଜୀକରଣ କରାଇବେ । ଯଦି ସେମାନେ କୁକୁରମାନଙ୍କୁ ପଞ୍ଜୀକୃତ ନକରନ୍ତି, ତେବେ ଏମସିଡି ସେମାନଙ୍କ ବିରୋଧରେ ଏକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଅର୍ଥାତ୍ ୫୦୦ ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ପାଇଁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । 

ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଏମସିଡି ଅଞ୍ଚଳରେ ପ୍ରାୟ ୨୦୦୦ କୁକୁର ଏବଂ ପୂର୍ବ ଏମସିଡିରେ ପ୍ରାୟ ୩୦୦ କୁକୁରଙ୍କୁ ପଞ୍ଜୀକରଣ କରାଯାଇଛି । ତେବେ ଏହି ଦୁଇ ଜୋନରେ ମୋଟ କୁକୁର ସଂଖ୍ୟା ଜାଣିବା ପାଇଁ ଏମସିଡି ପକ୍ଷରୁ ସର୍ଭେ ଆରମ୍ଭ ହୋଇଛି ।