Advertisment

ଲୋକଙ୍କୁ ବିଭ୍ରାନ୍ତ ଓ ଭାରତରେ ଅସ୍ଥିରତା ପାଇଁ ପାକିସ୍ତାନ ଚଳାଇଥିଲା ୟୁଟ୍ୟୁବ୍‌ ଚ୍ୟାନେଲ, ବ୍ୟାନ୍‌ କରିଦେଲେ ସରକାର

ପ୍ରଥମ ଥର ପାଇଁ ନୂଆ ଆଇଟି ନିୟମ, ୨୦୨୧ ଅଧୀନରେ ଥିବା ଡିଜିଟାଲ୍ ମିଡିଆ ଏଥିକ୍ସ କୋଡ୍ ଅନ୍ତର୍ଗତ ଜରୁରୀକାଳୀନ କ୍ଷମତା ବା ଏମର୍‌ଜେନ୍ସି ପାଓ୍ୱାର୍ ପ୍ରୟୋଗ କରି, ଏଭଳି ଭାରତ-ବିରୋଧୀ ଅପପ୍ରଚାର ଚଳାଇଥିବା ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମକୁ ବ୍ୟାନ୍ କରାଯାଇଛି ।

Pakistan Youtube Channel

Pakistan Youtube Channel

Advertisment

ଖାଲି ଫେକ୍ ନ୍ୟୁଜ୍ କି ଫେକ୍ ଭିଡିଓ ନୁହେଁ । ଚାଲିଥିଲା ଭାରତ-ବିରୋଧୀ ଅପପ୍ରଚାର । ୱେବ୍ସାଇଟ୍ ଓ ୟୁଟ୍ୟୁବ୍‌କୁ ଅସ୍ତ୍ର କରି ଭାରତରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି ପାଇଁ କରାଯାଉଥିଲା ହୀନ ଉଦ୍ୟମ । ୟୁଟ୍ୟୁବ୍‌ ଚ୍ୟାନେଲ୍ ଗୁଡ଼ିକ ପାକିସ୍ତାନରୁ ଚାଲିଥିଲା ଏବଂ ଏଥିପାଇଁ ସାହାଯ୍ୟ ଯୋଗାଉଥିଲା ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ । ଏଭଳି ୨୦ଟି ୟୁଟ୍ୟୁବ୍‌ ଚ୍ୟାନେଲ୍ ଓ ୨ଟି ୱେବ୍‌ସାଇଟ୍‌କୁ ବ୍ଲକ୍ କରିଦେଇଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ।

Advertisment

ପ୍ରଥମ ଥର ପାଇଁ ନୂଆ ଆଇଟି ନିୟମ, ୨୦୨୧ ଅଧୀନରେ ଥିବା ଡିଜିଟାଲ୍ ମିଡିଆ ଏଥିକ୍ସ କୋଡ୍ ଅନ୍ତର୍ଗତ ଜରୁରୀକାଳୀନ କ୍ଷମତା ବା ଏମର୍‌ଜେନ୍ସି ପାଓ୍ୱାର୍ ପ୍ରୟୋଗ କରି, ଏଭଳି ଭାରତ-ବିରୋଧୀ ଅପପ୍ରଚାର ଚଳାଇଥିବା ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମକୁ ବ୍ୟାନ୍ କରାଯାଇଛି । ଏହା ଦେଶର ଅଖଣ୍ଡତା ଓ ଜାତୀୟ ସୁରକ୍ଷା ପ୍ରତି ଆଞ୍ଚ୍‌ ଆଣୁଥିବା ଦର୍ଶାଇ, ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ର ଏହି କଟକଣା ପାଇଁ ୟୁଟ୍ୟୁବ୍‌ ଓ ଟେଲିକମ୍ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

‘ପିଏମ୍ ମୋଦି କାଶ୍ମୀରରେ ହାର୍ ମାନିଲେ, ଧାରା ୩୭୦ ପୁଣି ଲାଗୁ ହେଲା ।ତାଲିବାନ ସେନା, କାବୁଲରୁ ଭାରତ ଅଭିମୁଖେ ବାହାରିଲା । ତୁର୍କୀ ରାଷ୍ଟ୍ରପତି ତାଇପ୍ ଏର୍ଡୋଗାନ୍ କାଶ୍ମୀରକୁ ୩୫ ହଜାର ଆତଙ୍କୀ ପଠାଇଲେ ।ତୁର୍କୀ ସେନା ପ୍ରତିଶୋଧ ନେବାକୁ ଅଯୋଧ୍ୟା ରାମ ମନ୍ଦିରରେ ପଶିଲା, ଇତ୍ୟାଦି ଇତ୍ୟାଦି ।’ ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ଏହିଭଳି ଭ୍ରମାତ୍ମକ ଭିଡିଓ ଛଡ଼ାଯାଉଥିଲା ବ୍ୟାନ୍ ହୋଇଥିବା ୟୁଟ୍ୟୁବ୍‌ ଚ୍ୟାନେଲ ଗୁଡ଼ିକରେ ।

Advertisment

ISI ସହଯୋଗରେ ଚାଲିଥିବା ଏହି ୟୁଟ୍ୟୁବ୍‌ ଚ୍ୟାନେଲ୍‌ରୁ ଅଧିକାଂଶ ନୟା ପାକିସ୍ତାନ ଗ୍ରୁପ୍ ଦ୍ୱାରା ଚାଲିଥିଲା । ବ୍ଲକ୍ ହୋଇଥିବା ୨୦ଟି ଚ୍ୟାନେଲ୍‌ରୁ ୧୫ଟି ଥିଲା ନୟା ପାକିସ୍ତାନର । କାଶ୍ମୀର, ଚାଷୀ ଆନ୍ଦୋଳନ, ଧାରା ୩୭୦ ଓ ଅଯୋଧ୍ୟା ଆଦି ବିବାଦୀୟ ପ୍ରସଙ୍ଗ ସହ ସଂଖ୍ୟାଲଘୁ, ପିଏମ୍ ମୋଦି, ଜେନେରାଲ୍ ବିପିନ ରାଓ୍ୱତଙ୍କ ସଂପର୍କିତ ଭ୍ରମାତ୍ମକ ଖବର ପ୍ରସାରଣ କରି ୨୦ ଲକ୍ଷ ସବ୍‌ସ୍କ୍ରାଇବ୍‌ର ହାତେଇଥିଲା ଏହି ଚ୍ୟାନେଲ୍ ।

ତେବେ କେବଳ ନୟା ପାକିସ୍ତାନ ନୁହେଁ; ଦି ନେକେଡ୍ ଟ୍ରୁଥ୍ ୪୮ ନ୍ୟୁଜ୍‌, ଜୁନେଦ୍ ହାଲିମ୍ ଅଫିସିଆଲ୍ ଆଦି ୨୦ଟି ଯାକ ୟୁଟ୍ୟୁବ୍‌ ଚ୍ୟାନେଲକୁ ମିଶାଇଲେ, ସେଗୁଡ଼ିକର ପ୍ରାୟ ୩୫ ଲକ୍ଷ ସବ୍‌ସ୍କ୍ରାଇବର୍ ଓ ୫୦ କୋଟି ଭିୟୁର୍ସିପ୍ ଥିଲା । ଏହି ୟୁଟ୍ୟୁବ୍‌ ଚ୍ୟାନେଲ ଗୁଡ଼ିକ ସୁରକ୍ଷା ସଂସ୍ଥାର ସ୍କାନରକୁ ଆସିବା ପରେ, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିଜସ୍ୱ ତଦନ୍ତ ଆରମ୍ଭ କରିଥିଲା । ଆଉ ଶେଷରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ