Advertisment

କାହିଁକି ମାଇଲଷ୍ଟୋନ୍‌ର ରଙ୍ଗ ହୋଇଥାଏ ଅଲଗା; ଜାଣିବା ଜରୁରୀ

ରାସ୍ତାରେ ଯିବାବେଳେ ମାଇଲଷ୍ଟୋନ୍‌ ସୂଚେଇଥାଏ ବିଭିନ୍ନ ସ୍ଥାନର ଦୂରତା। ତେବେ ଏଗୁଡିକ ହୋଇଥାଏ ବିଭିନ୍ନ ରଙ୍ଗର। ଏହି ରଙ୍ଗ ମଧ୍ୟ ଦେଇଥାଏ ଅନେକ ସୂଚନା। ଆସନ୍ତୁ ସେ ବିଷୟରେ ଜାଣିନେବା, ଯାହା ଅନେକ କାମରେ ଆସିବ।

ଅଦ୍ୟତନ ହୋଇଛି
Why milestone are different in colour

Why milestone are different in colour

Advertisment

ଏମିତି ଅନେକ ଜିନିଷ ଅଛି ଯାହାକୁ ଆମେ ପ୍ରାୟତଃ ସବୁଦିନେ କିନ୍ତୁ ସେଗୁଡ଼ିକ ବିଷୟରେ ସବୁ କିଛି ଜାଣୁନା। ରାସ୍ତାରେ ଯିବାବେଳେ ଆମେ ଅନେକ ସମୟ ଏପରି କିଛି ଜିନିଷ ଦେଖୁ, ତାହା ହେଉଛି ମାଇଲ୍‌ଷ୍ଟୋନ୍। ଆପଣ ନିଶ୍ଚିତ ଭାବରେ ରାସ୍ତାର ପାର୍ଶ୍ୱରେ ମାଇଲଖୁଣ୍ଟ ଦେଖିଥିବେ କେତେକ ହଳଦିଆ ରଙ୍ଗର, କେତେକ ସବୁଜ ରଙ୍ଗର ହୋଇଥିବାବେଳେ କେତେକ ମଧ୍ୟ କଳା କିମ୍ବା କମଳା ରଙ୍ଗର ହୋଇଥାଏ।

Advertisment

ଆମେ ଯେତେବେଳେ ରାସ୍ତାରେ କେଉଁ ସ୍ଥାନକୁ ଯାଉ ବିଭିନ୍ନ ଜାଗାରୁ ସେ ସ୍ଥାନର ଦୂରତା ଜାଣିବାକୁ ଇଛା କରୁ। ଏନେଇ ରାସ୍ତାରେ ୧କିମି ବ୍ୟବଧାନରେ ମାଇଲ୍‌ଷ୍ଟୋନ୍ ଥାଏ। ତେବେ ମାଇଲ୍‌ଷ୍ଟୋନ୍‌ଗୁଡିଏ ସମାନ ରଙ୍ଗର ହୋଇ ନଥାଏ। ସେଗୁଡିକର ରଙ୍ଗ ଭିନ୍ନ ଭିନ୍ନ ହେବା ପଛରେ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥ ମଧ୍ୟ ଅଛି ଯାହାକୁ ଖୁବ୍ କମ୍ ଲୋକ ଜାଣନ୍ତି। ତେବେ ମାଇଲଷ୍ଟୋନ୍‌ର ଏଭଳି ବିଭିନ୍ନ ରଙ୍ଗର ଅର୍ଥ କ’ଣ ଆସନ୍ତୁ ସେ ବିଷୟରେ ଜାଣିନେବା।

ହଳଦିଆ ରଙ୍ଗର ମାଇଲଷ୍ଟୋନ୍‌:

ଯଦି ଆପଣ ରାସ୍ତାରେ ଯାଉଛନ୍ତି ଏବଂ ଆପଣ ହଳଦିଆ ରଙ୍ଗର ମାଇଲଷ୍ଟୋନ୍‌ ଦେଖୁଛନ୍ତି, ତେବେ ବୁଝନ୍ତୁ ଯେ ସେହି ରାସ୍ତାଟି ଏକ ଜାତୀୟ ରାଜପଥ। ଜାତୀୟ ରାଜପଥର ମାଇଲଷ୍ଟୋନ୍‌ଗୁଡିକ ହଳଦିଆ ରଙ୍ଗର ହୋଇଥାଏ। ଜାତୀୟ ରାଜପଥ ସଡକର ନିର୍ମାଣ ଏବଂ ଉନ୍ନତି ଦାୟିତ୍ୱ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ହାତରେ ଥାଏ। ଦେଶରେ NH 24, NH 8 ପରି ଅନେକ ଜାତୀୟ ରାଜପଥ ଅଛି।

Advertisment

ସବୁଜ ରଙ୍ଗର ମାଇଲଷ୍ଟୋନ୍‌:

ଯଦି ଆପଣ ରାସ୍ତରେ ସବୁଜ ରଙ୍ଗର ମାଇଲଷ୍ଟୋନ୍‌ ଦେଖନ୍ତି, ତେବେ ଜାଣିବେ ଯେ ସେହି ରାସ୍ତାଟି ହେଉଛି ଏକ ରାଜ୍ୟ ରାଜପଥ। ସେହି ରାସ୍ତାର ନିର୍ମାଣ ଏବଂ ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ଥାଏ। ସାଧାରଣତଃ ରାଜ୍ୟଗୁଡିକରେ ପ୍ରବେଶ କରିବା ପରେ, ଏହି ରାଜପଥଗୁଡିକ ବିଭିନ୍ନ ସହରକୁ ଯିବା ପାଇଁ ବ୍ୟବହୃତ ହୋଇଥାଏ।

କଳା, ନୀଳ ଓ ଧଳା ରଙ୍ଗର ମାଇଲଷ୍ଟୋନ୍‌:

ଆପଣ ବି ଅନେକ ସମୟରେ ରାସ୍ତା ପାର୍ଶ୍ୱରେ କଳା, ନୀଳ ଓ ଧଳା ମାଇଲଷ୍ଟୋନ୍‌ ଦେଖିଥିବେ। ଏହାର ଅର୍ଥ ହେଉଛି ଆପଣ ଏକ ପ୍ରମୁଖ ସହର କିମ୍ବା ଜିଲ୍ଲାରେ ପ୍ରବେଶ କରିଛନ୍ତି। ଏହି ରାସ୍ତା ନିର୍ମାଣ ଏବଂ ରକ୍ଷଣାବେକ୍ଷଣର ଦାୟିତ୍ୱ ସହରର ମ୍ୟୁନିସିପାଲିଟି କର୍ପୋରେସନ ଉପରେ ରହିଥାଏ।

Advertisment

କମଳା ରଙ୍ଗର ମାଇଲଷ୍ଟୋନ୍‌:

ଯଦି ଆପଣ ବାଟରେ କମଳା ରଙ୍ଗର ମାଇଲଷ୍ଟୋନ୍‌ ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ଯେ ଆପଣ କୌଣସି ଏକ ଗ୍ରାମରେ ପ୍ରବେଶ କରିଛନ୍ତି। କମଳା ରଙ୍ଗର ପଟି ମଧ୍ୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ସହିତ ଜଡିତ।

Knowledge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ