Advertisment

କାହିଁକି ଥାଏ ରୋଷେଇ ଗ୍ୟାସ୍ ସିଲିଣ୍ଡରରେ ଏକ ସାଂକେତିକ ନମ୍ବର

ଆଜିକାଲି ପ୍ରାୟ ସମସ୍ତେ ନିଜ ଘରେ ରୋଷେଇ ଗ୍ୟାସ୍ ବ୍ୟବହାର କରୁଛନ୍ତି। ଏହିସବୁ ସିଲିଣ୍ଡରରେ ଏକ ସଂକେତ ଲେଖାଯାଇଥାଏ, ଏହା ପ୍ରାୟ ଦେଖିଥିବେ। ଏହା ବିଷୟରେ ଜାଣିଥିଲେ ଆପଣଙ୍କ ଜୀବନ ସୁରକ୍ଷିତ ହୋଇପାରିବ।

ଅଦ୍ୟତନ ହୋଇଛି
Why is code written on LPG gas cylinder

Why is code written on LPG gas cylinder

Advertisment

ବର୍ତ୍ତମାନ ପ୍ରତ୍ୟେକ ଲୋକ ଘରେ ରୋଷେଇ ଗ୍ୟାସ୍ ବ୍ୟବହାର କରିବା ସାଧାରଣ ହୋଇଯାଇଛି। ଭାରତ ସରକାର ମଧ୍ୟ ଉଜ୍ଜଳା ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କୁ ମାଗଣା ଏଲ୍‌ପିଜି ସିଲିଣ୍ଡର ଯୋଗେଇ ଦେଉଛନ୍ତି। ଆପଣ ଯଦି ସିଲିଣ୍ଡରକୁ ଭଲ ଭାବେ ଦେଖିବେ, ତେବେ ଆପଣ ଏହାର ଉପର ଭାଗରେ ଲେଖାଥିବା ଏକ ସଂଖ୍ୟାକୁ ନିଶ୍ଚୟ ଦେଖିପାରିବେ। ଏହି ସଂଖ୍ୟା ସମସ୍ତ ସିଲିଣ୍ଡର ଉପରେ ଲେଖା ଯାଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଏହି ସଂଖ୍ୟାଗୁଡ଼ିକର ଅର୍ଥ କ’ଣ ଏବଂ ସେଗୁଡ଼ିକ ସିଲିଣ୍ଡର ଉପରେ କାହିଁକି ଲେଖାଯାଏ।

Advertisment

ତେବେ ଏହି ଗ୍ୟାସ୍ ସିଲିଣ୍ଡର ଉପରେ କାହିଁକି ଏହି ସଂକେତଗୁଡ଼ିକ ଲେଖାଯାଇଥାଏ ଆସନ୍ତୁ ଜାଣିନେବା। ମନେରଖନ୍ତୁ, ଆପଣଙ୍କ ସୁରକ୍ଷା ପାଇଁ ଏହି ସଂକେତ ଗୁଡ଼ିକ ସିଲିଣ୍ଡରରେ ପ୍ରିଣ୍ଟ୍ ହୋଇଥାଏ। ସାଧାରଣତଃ ଏହି ସଂକେତଗୁଡ଼ିକର ଆରମ୍ଭରେ A, B, C, D ଲେଖାଯାଇଥାଏ। ଏହି ଇଂରାଜୀ ଅକ୍ଷରଗୁଡ଼ିକର ୪ଟି ଗ୍ରୁପ୍ ରହିଛି। ଏହି ଅକ୍ଷରଗୁଡ଼ିକ ବର୍ଷର ୧୨ ମାସ ସହିତ ଜଡିତ।

ସିଲିଣ୍ଡର୍‌ରେ ଲେଖା ସଂକେତଗୁଡିକ କ’ଣ:

ଜାନୁୟାରୀ, ଫେବୃଆରୀ ଏବଂ ମାର୍ଚ୍ଚ ମାସ ପାଇଁ ‘A’ ଅକ୍ଷରକୁ ବ୍ୟବହାର କରାଯାଉଥିବାବେଳେ ‘B’ ଅକ୍ଷରକୁ ଏପ୍ରିଲ୍, ମେ ଏବଂ ଜୁନ୍ ମାସ ପାଇଁ ବ୍ୟବହାର କରାଯାଏ। ସେହିଭଳି ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ପାଇଁ ‘C’ ଅକ୍ଷରକୁ ବ୍ୟବହାର କରାଯାଉଥିବାବେଳେ ‘D’ ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର ପାଇଁ ବ୍ୟବହୃତ ହୁଏ। ତେବେ ଏହି ଅକ୍ଷରଗୁଡିକ ସହିତ ଲେଖାଯାଉଥିବା ସଂଖ୍ୟାଗୁଡିକ ବର୍ଷକୁ ସୂଚିତ କରେ। ତେଣୁ ଯଦି ଆପଣଙ୍କ ସିଲିଣ୍ଡରରେ A.21 ଲେଖା ହୋଇଛି ତେବେ ଏହାର ଅର୍ଥ ହେଉଛି ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚ ୨୦୨୧।

Advertisment

ଏହି ସଂକେତ କ’ଣ ପାଇଁ:

ବର୍ତ୍ତମାନ ଆପଣ ଜାଣିଗଲେ ଯେ ଆପଣଙ୍କ ସିଲିଣ୍ଡରରେ ଲେଖାଯାଇଥିବା ଏହି ଇଂରାଜୀ ବର୍ଣ୍ଣମାଳା ଓ ସଂଖ୍ୟାଗୁଡ଼ିକର ସଂକେତ କ’ଣ। ତେବେ ସିଲିଣ୍ଡରରେ ଏହି ସୂଚନା କ’ଣ ପାଇଁ ଦିଆଯାଇଛି, ଆସନ୍ତୁ ସେ ବିଷୟରେ ଜାଣିନେବା। ବାସ୍ତବରେ, ଏହି ତାରିଖ ଖାଦ୍ୟ ସାମଗ୍ରୀ ପରି ରୋଷେଇ ଗ୍ୟାସ୍ ସିଲିଣ୍ଡରର ଅବଧି ତାରିଖ ଦର୍ଶାଏ। ଯଦି ଆପଣଙ୍କର ସିଲିଣ୍ଡର B.22 ଲେଖା ହୋଇଛି ତେବେ ଏହାର ଅର୍ଥ ହେଉଛି ଯେ ଆପଣଙ୍କର ସିଲିଣ୍ଡର ଅବଧି ତାରିଖ ଏପ୍ରିଲ୍, ମେ ଓ ଜୁନ୍ ୨୦୨୨ରେ ଶେଷ ହେବାକୁ ଯାଉଛି।

ଏହି ସଂଖ୍ୟାଗୁଡ଼ିକ ସିଲିଣ୍ଡରର ପରୀକ୍ଷଣ ସମୟକୁ ମଧ୍ୟ ଦର୍ଶାଇଥାଏ। ଉପରୋକ୍ତ ଉଦାହରଣ ଅନୁଯାୟୀ, ଏପ୍ରିଲ, ମେ ଓ ଜୁନ୍ ୨୦୨୨ରେ ଏହି ସିଲିଣ୍ଡର ପରୀକ୍ଷା କରାଯିବ। ଯଦି ଆପଣ ଏଭଳି ଏକ ସିଲିଣ୍ଡର ନିଅନ୍ତି ଯାହାର ପରୀକ୍ଷଣ ତାରିଖ ଅର୍ଥାତ୍ ଅବଧି ତାରିଖ ଅତିକ୍ରମ କରିସାରିଛି, ତେବେ ସେହି ସିଲିଣ୍ଡର ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ।

Advertisment

କେତେ ହୋଇଥାଏ ସିଲିଣ୍ଡରର ଆୟୁଷ:

ପ୍ରକାଶଥାଉ ଯେ ଘରେ ବ୍ୟବହୃତ LPG ସିଲିଣ୍ଡରଗୁଡିକ BIS 3196 ମାନକ ବ୍ୟବହାର କରି ନିର୍ମିତ ହୋଇଥାଏ ଏବଂ ଏହାର ଅବଧି ୧୫ ବର୍ଷ। ଏହି ସମୟରେ, LPG ସିଲିଣ୍ଡର ୨ ଥର ପରୀକ୍ଷଣ କରାଯାଏ । ପ୍ରଥମ ପରୀକ୍ଷା ୧୦ ବର୍ଷ ପରେ ହୋଇଥିବା ବେଳେ ଦ୍ୱିତୀୟଟି ୫ ବର୍ଷ ପରେ କରାଯାଏ।

Knowledge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ