ମେଲୋଡୀ କ୍ୱିନ୍ ଲତା ମଙ୍ଗେସକରଙ୍କ ମୃତ୍ୟୁ ପରେ ସାରା ଦେଶ ଶୋକରେ ପଡ଼ିଗଲା। ଏହା ପରେ ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ। ଲତା କୌଣସି ସରକାରୀ ପଦରେ ନଥିଲେ କି ସରକାରଙ୍କ ସହ ଜଡିତ କୌଣସି ବ୍ୟକ୍ତି ନଥିଲେ। ଏହା ପରେ ବି ତାଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ କରାଗଲା। ଏହି ଆଦେଶ କିଏ ଦେଇଥିଲେ, ଯେଉଁ କାରଣରୁ ଜାତୀୟ ପତାକାକୁ ଅଧା ନୁଆଁଇ ଦିଆଯାଇଥିଲା।
ଯେତେବେଳେ ବି ରାଷ୍ଟ୍ରୀୟ ଶୋକ ଘୋଷିତ ହୁଏ, ଜାତୀୟ ପତାକାକୁ ଅଧା ତଳକୁ ଖସାଯାଏ। ଏମିତିରେ କିଛି ନିର୍ଦ୍ଦିଷ୍ଟ ପଦବୀ ପାଇଁ ରାଷ୍ଟ୍ରୀୟ ଶୋକର ନିୟମ ସମ୍ବିଧାନରେ ତ ଅନ୍ତର୍ଭୁକ୍ତ ହୋଇଛି, କିନ୍ତୁ ଯଦି ଅନ୍ୟ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ, ତେବେ ଏହି ଅବସରରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବା ଉଚିତ କି ନୁହେଁ ତାହା ସ୍ଥିର କରିବାର ଅଧିକାର କେବଳ ରାଷ୍ଟ୍ରପତିଙ୍କ ରହିଛି।
Also Read
ତେଣୁ ଲତା ମଙ୍ଗେସକରଙ୍କ ମୃତ୍ୟୁକୁ ନେଇ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକର ନିଷ୍ପତ୍ତି ରାଷ୍ଟ୍ରପତି ହିଁ ନେଇଥିଲେ। ଏହା ପରେ ଏହାକୁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା। ଉଲ୍ଲେଖଥାଉ କି, ଲତାଜୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ମଧ୍ୟ ପ୍ରଦାନ କରାଯାଇଛି।
ଭାରତର ଫ୍ଲାଗ୍ କୋଡ୍ ଅନୁଯାୟୀ, “ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଜାତୀୟ ପତାକାକୁ ଅଧା ତଳକୁ ଖସାଯାଏ। ଏହି ପ୍ରୋଟୋକଲ୍ ନିୟମ ଅନୁଯାୟୀ ଦେଶ ବାହାରେ ଥିବା ଭାରତର ଦୂତାବାସ ଏବଂ ଉଚ୍ଚ ଆୟୋଗରେ ମଧ୍ୟ ଏହା କରାଯାଏ।
ରାଜକୀୟ ଶୋକରେ ରାଜକୀୟ ଅନ୍ତ୍ୟେଷ୍ଟି ଆୟୋଜନ କରାଯାଏ। ପାର୍ଥିବ ଶରୀରକୁ ତ୍ରିରଙ୍ଗାରେ ଘୋଡାଇ ଦିଆଯାଏ। ତୋପ ସଲାମୀ ଦିଆଯାଏ। ଏହା ସହିତ ଏକ ସାର୍ବଜନିନ ଛୁଟି ମଧ୍ୟ ଘୋଷଣା କରାଯାଇପାରେ।
ପୂର୍ବରୁ କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ଏହି ଘୋଷଣା କେବଳ ରାଷ୍ଟ୍ରପତିଙ୍କ ଦ୍ୱାରା ହେଉଥିଲା, କିନ୍ତୁ ନିକଟରେ ପରିବର୍ତ୍ତିତ ନିୟମ ଅନୁଯାୟୀ ବର୍ତ୍ତମାନ ରାଜ୍ୟମାନଙ୍କୁ ମଧ୍ୟ ଏହି ଅଧିକାର ଦିଆଯାଇଛି ଏବଂ କିଏ ରାଜକୀୟ ସମ୍ମାନ ପାଇବେ ଓ କିଏ ନ ପାଇବେ ସେମାନେ ମଧ୍ୟ ସ୍ଥିର କରିପାରିବେ।
୧୯୯୭ ମସିହାରେ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ କୁହାଯାଇଛି ଯେ ରାଜକୀୟ ସମାଧି ସମୟରେ ମଧ୍ୟ କୌଣସି ସାର୍ବଜନିକ ଛୁଟିଦିନର ଆବଶ୍ୟକତା ନାହିଁ। ସେହି ଅନୁଯାୟୀ, ରାଷ୍ଟ୍ରୀୟ ଶୋକ ସମୟରେ ବାଧ୍ୟତାମୂଳକ ସାର୍ବଜନିକ ଛୁଟିକୁ ରଦ୍ଦ କରିଦିଆଯାଇଛି। କେବଳ ସେତେବେଳେ ହିଁ ଛୁଟି ଘୋଷଣା କରାଯାଏ ଯେତେବେଳେ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ପଦବୀରେ ଥିବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ।