ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଭୋଟ୍ ଦେବା ପରେ ଏକଜିଟ୍ ପୋଲର ଆନୁମାନିକ ଫଳାଫଳ ମାର୍ଚ୍ଚ ୦୭ ତାରିଖ ରାତି ୦୮ ରୁ ଆରମ୍ଭ ହୋଇଛି। ଦେଖିବାକୁ ଗଲେ ଏହା ପ୍ରକୃତ ଫଳାଫଳ ନୁହେଁ, କିନ୍ତୁ ଲୋକମାନଙ୍କର ଭୋଟ୍ ଦେବାର ପ୍ରବୃତ୍ତି ମାଧ୍ୟମରେ ଅନୁମାନ କରାଯାଏ ଯେ ଫଳାଫଳ କାହା ପାଖକୁ ଯାଇପାରେ।
ଫେବୃଆରୀ ଏବଂ ମାର୍ଚ୍ଚରେ ଗୋଆ, ପଞ୍ଜାବ, ମଣିପୁର, ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ଏହି ପାଞ୍ଚଟି ରାଜ୍ୟରେ ଭୋଟ୍ ଗଣନା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବ। ଅନୁମାନ କରାଯାଉଛି ଯେ କେତେକ ରାଜ୍ୟରେ ସମସ୍ତ ଫଳାଫଳ ଗୋଟିଏ ଦିନରେ ଆସିବ ତ ଆଉ କେତେକର ଫଳାଫଳ ପରଦିନ ଆସିବ।
Also Read
ଯେହେତୁ ଏକଜିଟ୍ ପୋଲର ସଠିକତାକୁ ନେଇ ସବୁବେଳେ ପ୍ରଶ୍ନ ଉଠେ, ତେଣୁ ଏହି ଏକଜିଟ୍ ପୋଲ୍ କ’ଣ ଏବଂ ନିର୍ବାଚନ ଫଳାଫଳ ବିଷୟରେ ପୂର୍ବାନୁମାନ କେତେ ସଠିକ୍ ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।
୧. ଏକଜିଟ୍ ପୋଲ୍ କ’ଣ ଏବଂ ସେଗୁଡିକ କିପରି କରାଯାଏ?
ଏକଜିଟ୍ ପୋଲ୍ ଭୋଟ୍ ଦେବା ପରେ ମତଦାନ ବୁଥ୍ରୁ ବାହାରିଥିବା ଲୋକଙ୍କ ଟ୍ରେଣ୍ଡ ଉପରେ ଆଧାରିତ। ଏହା ମାଧ୍ୟମରେ, ଅନୁମାନ କରାଯାଏ ଯେ ଫଳାଫଳ କୁଆଡେ ଯିବ। ଏଥିରେ ଅନେକ ଭୋଟରଙ୍କ ସହ ଆଲୋଚନା କରାଯାଏ। ଆଜିକାଲି ଏ କାମ କରିବା ନେଇ ଅନେକ ସଂସ୍ଥା ବାହାରିଲେଣି।
୨. ଭୋଟ୍ ପରେ କାହିଁକି, ପୂର୍ବରୁ କାହିଁକି ନୁହେଁ?
ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ର ଧାରା ୧୨୬ଏ ଅନୁଯାୟୀ, ଭୋଟ୍ ବେଳେ କିଛି ବି ହେବା ଉଚିତ ନୁହେଁ, କାରଣ ଏହା ଭୋଟରଙ୍କ ମନୋବିଜ୍ଞାନ ଉପରେ ପ୍ରଭାବ ପକାଇବ କିମ୍ବା ଭୋଟ୍ ଦେବାର ନିଷ୍ପତ୍ତି ଉପରେ ପ୍ରଭାବ ପକାଇବ। ଭୋଟ୍ ପରେ ଦେଢ ଘଣ୍ଟା ପର୍ଯ୍ୟନ୍ତ ଏକଜିଟ୍ ପୋଲ୍ ଟେଲିକାଷ୍ଟ ହୋଇପାରିବ ନାହିଁ।
୩. ଏକଜିଟ୍ ପୋଲ୍ ସବୁବେଳେ ଠିକ୍ କି?
ଏହା ସବୁବେଳେ ଠିକ୍ ହୋଇ ନଥାଏ। ଅତୀତରେ ଏକଜିଟ୍ ପୋଲ୍ ଦ୍ୱାରା କରାଯାଇଥିବା ପୂର୍ବାନୁମାନ ଭୁଲ୍ ହୋଇଛି। ଅନେକ ଥର ଏକଜିଟ୍ ପୋଲ୍ ଫଳାଫଳର ସମ୍ପୂର୍ଣ୍ଣ ବିପରୀତ ହୋଇଛି।
୪. ମତାମତ ପୋଲ୍ ଏବଂ ଏକଜିଟ୍ ପୋଲ୍ ମଧ୍ୟରେ ପାର୍ଥକ୍ୟ କ’ଣ?
ଭୋଟ୍ ଦେବାର ବହୁ ପୂର୍ବରୁ ଭୋଟରଙ୍କ ଆଚରଣ ଏବଂ ସେମାନେ କ’ଣ କରିପାରିବେ ତାହା ଜାଣିବା ପାଇଁ ମତାମତ ପୋଲ୍ ହୁଏ। ଏଥିରୁ କୁହାଯାଇ ପାରେ ଯେ ଭୋଟର କାହା ପକ୍ଷ ନେଉଛି। କିନ୍ତୁ ଏକଜିଟ୍ ପୋଲ୍ ସବୁବେଳେ ଭୋଟ୍ ଦେବା ପରେ ହୋଇଥାଏ।
୫. କେବେ ଆରମ୍ଭ ହେଲା?
୧୯୬୭ରେ ଏହା ସାମ୍ନାକୁ ଆସିଥିଲା ବୋଲି ବିଶ୍ୱାସ କରାଯାଏ। ଡଚ୍ ସମାଜ ବିଜ୍ଞାନୀ ତଥା ପୂର୍ବତନ ରାଜନେତା ମାର୍ସେଲ ୱାନ୍ ଡେନ୍ ଦେଶରେ ନିର୍ବାଚନ ସମୟରେ ଏକଜିଟ୍ ପୋଲ୍ କରିଥିଲେ। ଏହି ବର୍ଷ ଆମେରିକାରେ ପ୍ରଥମ ଥର ପାଇଁ ଏକ ରାଜ୍ୟ ନିର୍ବାଚନ ସମୟରେ ଏହା କରାଯାଇଥିଲା। ଉଲ୍ଲେଖଥାଉ କି ଏକଜିଟ୍ ପୋଲ୍ ପରିକଳ୍ପନା ୧୯୪୦ ମସିହାରେ ହୋଇଥିବା କୁହାଯାଏ।
୬. ଏହାକୁ ବିରୋଧ କାହିଁକି ?
ସାଧାରଣତଃ ଏହା ନା ସେଭଳି ବୈଜ୍ଞାନିକ ସମ୍ମତ ନା ସେଭଳି ଏକ ମାସ୍ ସହିତ ଆଲୋଚନା ହୋଇ ପ୍ରସ୍ତୁତ ହୋଇଥାଏ। ସେଥିପାଇଁ ଅନୁମାନ ସବୁବେଳେ ବାସ୍ତବତା ଠାରୁ ଦୂରରେ ରୁହେ। ଅନେକ ଦେଶରେ ଏହାକୁ ନିଷିଦ୍ଧ କରିବାକୁ ଦାବି କରାଯାଇଛି। ଭାରତରେ ୨୦୧୪ ଲୋକସଭା ନିର୍ବାଚନରେ ନିର୍ବାଚନ ଆୟୋଗ ଏହାକୁ ନିଷିଦ୍ଧ କରିଥିଲେ। ବର୍ତ୍ତମାନ ବିଶ୍ୱର ଅଧିକାଂଶ ଲୋକ ଏହାକୁ ବିଶ୍ୱାସଯୋଗ୍ୟ ମନେକରନ୍ତି ନାହିଁ।