Advertisment

୫୦ ଗରିବ ପିଲାଙ୍କୁ କୋଳେଇ ନେଇଛନ୍ତି ଶିକ୍ଷକ, ଗଢୁଛନ୍ତି ଜୀବନ

ଶିକ୍ଷକ ସାଜିଛନ୍ତି ଭାଗ୍ୟ ବିଧାତା। ୫୦ ଜଣ ଗରିବ ପିଲାଙ୍କୁ ଆଦରୀ ନେଇ ଦେଖୁଛନ୍ତି ସେମାନଙ୍କର ଭବିଷ୍ୟର ସ୍ୱପ୍ନ। ଇଛା ସେମାନେ ବି ଦୁନିଆରେ ବଡ ମଣିଷ ହୋଇ ଠିଆହୁଅନ୍ତୁ।

ଅଦ୍ୟତନ ହୋଇଛି
Proud the teacher adopting 50 children

Proud the teacher adopting 50 children

Advertisment

କୁହାଯାଏ, ମଣିଷ ଟଙ୍କା ପାଇଁ ନୁହେଁ, ବରଂ ନିଜ ମହାନତା ପାଇଁ ବଡ ହୋଇଥାଏ। ନିଜର ବିଶାଳ ହୃଦୟ ଯୋଗୁଁ ଭଲ ମଣିଷର ପରିଚୟ ତିଆରି କରେ। ସମାଜ ପାଇଁ କିଛି କରିବାର ଆଶା ରଖି ଆଗକୁ ବଢେ। ଏହି ସମାଜରେ କିଛି ଖଳ ପ୍ରକୃତିର ଲୋକ ଥିଲେ ମଧ୍ୟ ଏହାରି ଭିତରେ ବଞ୍ଚି ରହିଛନ୍ତି ଅନେକ ମହାନ ବ୍ୟକ୍ତି, ଯେଉଁମାନଙ୍କ ପାଇଁ ଆଜି ସମାଜ ବଞ୍ଚି ରହିଛି।

Advertisment

ଏହି ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଶିକ୍ଷାକୁ ଗୁରୁତ୍ୱ ଦିଅନ୍ତି ଓ ଏହାର ପ୍ରଚାର ପ୍ରସାର ନେଇ ଦିନ ରାତି ଏକ କରିଦିଅନ୍ତି। ଏହି ଭଳି କିଛି ଲୋକଙ୍କ ପରିଶ୍ରମ ଓ ତ୍ୟାଗ ଏ ସମାଜକୁ ଶିକ୍ଷିତ କରି ଚାଲିଛି। ଏହି ଭଳି ଜଣେ ବ୍ୟକ୍ତି ହେଉଛନ୍ତି ସୁନୀଲ୍ ଜୋସ୍। ରାସ୍ତା କଡରେ ରହୁଥିବା ଅନେକ ଗରିବ ପିଲାଙ୍କୁ ମଣିଷ କରିବା ତାଙ୍କର ଲକ୍ଷ। ଏନେଇ ସେ କରୁଛନ୍ତି କଠୋର ପରିଶ୍ରମ। ସେମାନଙ୍କୁ ପାଠ ପଢେଇବାର ଦାୟିତ୍ୱ ନେଇଛନ୍ତି ସୁନୀଲ। ୫୦ ଜଣ ଗରୀବ ପିଲାଙ୍କୁ ସେ କୋଳେଇ ନେଇ ଚାଲିଛନ୍ତି ତାଙ୍କ ଲକ୍ଷ ପଥରେ। ମନରେ ଆଶା, ଏମାନଙ୍କୁ ଦୁନିଆର ଆଲୋକ ଦେଖେଇବା।

ସୁନୀଲ୍ ଜୋସ୍ ରାଜସ୍ଥାନର ଅଜମେରରେ ରୁହନ୍ତି। ସେ ଉଡାନ ସୋସାଇଟିରେ ଜଣେ ଘରୋଇ ଶିକ୍ଷକ ଭାବେ କାମ କରନ୍ତି। ଶିକ୍ଷା ଦେବା ସହ ସେ ଗରୀବ ପିଲାମାନଙ୍କ ଜୀବନରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଣିବାର ଦାୟିତ୍ୱ ମଧ୍ୟ ନେଇଛନ୍ତି। ସୁନୀଲ ସେହି ୫୦ ପିଲାଙ୍କୁ ଆପଣେଇ ନେଇଛନ୍ତି ଯେଉଁମାନଙ୍କର ବାପା ମା ସେମାନଙ୍କୁ ଦୁଇ ଓଳି ଭଲରେ ଖାଇବାକୁ ଦେଇ ପାରୁ ନାହାନ୍ତି। ସେମାନଙ୍କ ପାଖରେ ପାଠ ପଡିବାକୁ ବା ଟଙ୍କା କୋଉଠୁ ଆସିବ। ସେମାନେ ତ ଭିକ ମାଗିଲେ ଏ ପେଟ ଚାଖଣ୍ଡକୁ ଦାନା ଦିଅନ୍ତି। ଏହି ପିଲାମାନଙ୍କର ଭବିଷ୍ୟତକୁ ଉଜ୍ଜ୍ୱଳ କରିବାର ସ୍ୱପ୍ନ ଦେଖୁଛନ୍ତି ସୁନୀଲ୍।

Advertisment

ଏହି ପ୍ରୟାଶରେ ସୁନୀଲ ସେମାନଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ। ସେ କୁହନ୍ତି ଯେ ଏହି ପିଲାମାନଙ୍କୁ ବସ୍ତିରେ ଥିବା ଝୁମ୍ପୁଡି ଘରୁ ଆଣି ସ୍କୁଲରେ ପହଞ୍ଚେଇବା ନେଇ ସେ ଏକ ଭ୍ୟାନର ମଧ୍ୟ ବ୍ୟବସ୍ଥା କରିଛନ୍ତି। ସବୁ ପିଲାମାନେ ସରକାରୀ ସ୍କୁଲରେ ପଢୁଥିବାରୁ ସ୍କୁଲ୍ ତରଫରୁ ସେମାନଙ୍କୁ ମଧ୍ୟାହ୍ନ ଭୋଜନର ତ ବ୍ୟବସ୍ଥା ହୋଇଯାଏ। କିନ୍ତୁ ସ୍କୁଲ୍‌ ସରିବା ପରେ ସବୁ ପିଲା ଭ୍ୟାନ୍‌ରେ ବସି ସୁନୀଲଙ୍କ ଘରକୁ ଆସନ୍ତି। ସେଠାରେ ସୁନୀଲ ତାଙ୍କର ଏକ୍ସତ୍ରା କ୍ଲାସ୍ ନିଅନ୍ତି। ଏହା ପରେ ସେମାନେ ତାଙ୍କ ଘରେ ରାତ୍ରୀ ଭୋଜନ ମଧ୍ୟ କରନ୍ତି ଓ ଘରକୁ ଫେରନ୍ତି।

ଏହି ମହାନ କାମରେ ସୁନୀଲଙ୍କୁ ମଧ୍ୟ ଅନ୍ୟ ଶିକ୍ଷକମାନେ ସହଯୋଗର ହାତ ବଢେଇଛନ୍ତି। ସୁନୀଲ ଜଣେ ଗଣିତର ଶିକ୍ଷକ ହୋଇଥିବା ବେଳେ ସେ ନିଜ ଦରମାରୁ କାଟି ପିଲାମାନଙ୍କ ଭବିଷ୍ୟତ ତିଆରି କରୁଛନ୍ତି। ପିଲାମାନଙ୍କର ଖାଇବା ବ୍ୟବସ୍ଥା କରିବା ସହିତ ସେମାନଙ୍କ ପିନ୍ଧିବା ପାଇଁ ପୋଷାକ ମଧ୍ୟ ଯୋଗେଇ ଦେଉଛନ୍ତି। ଏହି ସମାଜରେ ସୁନୀଲଙ୍କ ପରି ଶିକ୍ଷକ ଥିବାରୁ ଆଜି ଏ ଦୁନିଆ ଆଗକୁ ବଢୁଛି। ତେବେ ଆସନ୍ତୁ ସୁନୀଲଙ୍କ ଏହି ମହାନ କାମ ପାଇଁ ତାଙ୍କୁ ଉତ୍ସାହିତ କରିବା।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ