ପୋଲିସକୁ ମହଙ୍ଗା ପଡିଲା ରାତି ଅଧିଆ ଚଢାଉ, ଡକାୟତ ଭାବି ଛେଚିଲେ ଗ୍ରାମବାସୀ

ଗଂଜେଇ କାରବାର ଧରିବାକୁ ଯାଇ ଆକ୍ରମଣର ଶିକାର ହେଲା ମାଲକାନଗିରି ପୋଲିସ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳରେ ପୋଲିସକୁ ମାଡ଼ ମାରିଲେ ସ୍ଥାନୀୟ ଲୋକେ ।

ଆକ୍ରମଣର ଶିକାର ହେଲା ମାଲକାନଗିରି ପୋଲିସ ।

News Summary

ଡକାୟତ ଭାବି ଗ୍ରାମବାସୀ ମାରିଥିବା କହିଲେ

କୋରାପୁଟକୁ ରେଡ ପାଇଁ ଆସିଥିଲା ମାଲକାନଗିରି ପୋଲିସ

ପୋଲିସକୁ ବହେ ଛେଚିଲେ ଗ୍ରାମବାସୀ । ମାଲକାନଗିରି ପୋଲିସକୁ ମହଙ୍ଗା ପଡିଲା ରାତି ଅଧିଆ ଗାଁରେ ଚଢାଉ କରି ଗଞ୍ଜେଇ ଧରିବା । ପୋଲିସକୁ ଡକାୟତ ଭାବି ଗାଁ ଲୋକେ ମାଡ଼ ମାରିବା ସହ ସେମାନେ ନେଇ ଆସିଥିବା ୨ଟି ବାଇକକୁ ନିଜ ଅକ୍ତିଆରରେ ରଖିଥିଲେ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗାଁରେ ଘଟିଛି ଏଭଳି ଘଟଣା ।

ଗ୍ରାମବାସୀଙ୍କ ପ୍ରତିରୋଧ ପରେ ୩ଜଣ ପୋଲିସ ମଧ୍ୟରୁ ୨ ଜଣ ସେଠାରୁ ଚାଲି ଆସିଥିବା ବେଳେ ମାଟିଖାଲ ବାସିନ୍ଦା ଜଣକୁ ଅଟକ ରଖିଥିଲା । ତେବେ ମାଛକୁଣ୍ଡ ପୋଲିସ ଗ୍ରାମକୁ ଯାଇ ପୋଲିସ ଅଫିସରଙ୍କୁ ଉଦ୍ଧାର କରି କୋରାପୁଟ୍ ଏସପିଙ୍କ ନିକଟରେ ହାଜର କରିଛନ୍ତି । ପରେ ତାଙ୍କର ଚିକିତ୍ସା କରାଯାଇଛି ।

ସୂଚନା ଅନୁସାରେ ମାଟିଖାଲ ଗାଁକୁ ପୋଲିସ ଗଞ୍ଜେଇ ରେଡ କରିବା ଲାଗି ରାତି ଅଧରେ ଆସିଥିଲେ । ପ୍ରଥମେ କିଛି ଲୋକଙ୍କ କବାଟ ବାଡାଇବା ସହ କିଛି ମହିଳାଙ୍କୁ ଭୟଭୀତ କରିଥିଲେ ବୋଲି ଗ୍ରାମବାସୀ କହିଛନ୍ତି । ଗ୍ରାମବାସୀ ଏହାର ପ୍ରତିରୋଧ କରିବା ପରେ ପୋଲିସ ସେମାନଙ୍କୁ ଡରାଇବା ଲାଗି ବ୍ଲାଙ୍କ ଫାୟାରିଂ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଗଞ୍ଜେଇରେଡ ଲାଗି ମାଲକାନଗିରି ଏସଡିପିଓ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଆହତ ପୋଲିସ କର୍ମଚାରୀ ।