Advertisment

ରାଜ୍ୟରେ ଘାଇଁ ଘାଇଁ ବଢୁଛି ଡେଙ୍ଗୁ ମିଟର; ୨ ହଜାର ଡେଇଁଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଯୁଆଡ଼େ ଦେଖିବ, ସେଆଡ଼େ ଡେଙ୍ଗୁ । ଭୁବନେଶ୍ୱରରୁ ବଲାଙ୍ଗିର, ପୁରୀରୁ ବାଲେଶ୍ୱର ସବୁଠି ଆତଙ୍କ ମଚାଇଲାଣି ହୁ ହୁ ବଢୁଥିବା ଡେଙ୍ଗୁ ଜ୍ୱର । ରାଜଧାନୀ ଭୁବନେଶ୍ୱରରେ ଅଣାୟତ୍ତ ହେବା ପରେ ଏବେ ରାଜ୍ୟର ଅନ୍ୟ ଅଞ୍ଚଳକୁ ଡେଇଁଛି ଡେଙ୍ଗୁ।

Dengue In Odisha

Dengue In Odisha

Advertisment

ଗତବର୍ଷ ତୁଳନାରେ ଚଳିତ ବର୍ଷ ଏଇ ସମୟ ସୁଦ୍ଧା ରାଜ୍ୟରେ ପ୍ରାୟ ଦେଢ଼ଗୁଣାରେ ପହଞ୍ଚିଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ୨୦୨୨ ଅଗଷ୍ଟ ୧୬ ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୪୪୧ରୁ ଏବର୍ଷ ୨ ହଜାର ୧୧୧ ଛୁଇଁଛି । ଏପଟେ ଖାଲି ରାଜ୍ୟ ରାଜଧାନୀ ନୁହେଁ, ରାଜ୍ୟର ଆହୁରି ଅନେକ ଅଞ୍ଚଳକୁ ଡରାଇଲାଣି ଡେଙ୍ଗୁ । ଖୋର୍ଦ୍ଧା ବାଦ୍ ପୁରୀ, କଟକ, ବାଲେଶ୍ୱର ଓ  ଜଗତସିଂହପୁର ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ ଅଙ୍କ ପାର କରିବା ପରେ ସ୍ଥିତି ଅଣାୟତ୍ତ । ସେପଟେ ରାଜ୍ୟର ସବୁ ଜିଲ୍ଲାରେ ଭୟାବହ ସ୍ଥିତି ନାହିଁ ଏବଂ ସଚେତନ ହେଲେ ମୁକାବିଲା ସମ୍ଭବ ବୋଲି ଆଶ୍ୱାସନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

Advertisment

ଯୁଆଡ଼େ ଦେଖିବ, ସେଆଡ଼େ ଡେଙ୍ଗୁ । ଭୁବନେଶ୍ୱରରୁ ବଲାଙ୍ଗିର, ପୁରୀରୁ ବାଲେଶ୍ୱର ସବୁଠି ଆତଙ୍କ ମଚାଇଲାଣି ହୁ ହୁ ବଢୁଥିବା ଡେଙ୍ଗୁ ଜ୍ୱର । ରାଜଧାନୀ ଭୁବନେଶ୍ୱରରେ ଅଣାୟତ୍ତ ହେବା ପରେ ଏବେ ରାଜ୍ୟର ଅନ୍ୟ ଅଞ୍ଚଳକୁ ଡେଇଁଛି ଡେଙ୍ଗୁ। ଜଗତସିଂହପୁର ଜିଲ୍ଲାର ସଦର ମହକୁମା ହସ୍ପିଟାଲରେ ଏବେ ବଢ଼ି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏହାରି ଭିତରେ ୧୦୦ ପାର ହେବା ପରେ ଡେଙ୍ଗୁକୁ ନେଇ ବଢ଼ିଛି ଡର । ଏପଟେ ବଲାଙ୍ଗିରରେ ବି କାୟା ବଢାଇବା ଆରମ୍ଭ କଲାଣି ଡେଙ୍ଗୁ । ଗୋଟିଏ ପଟେ ସହରରେ ମଶାଙ୍କ ପ୍ରାଦୁର୍ଭାବ ଅନ୍ୟପଟେ ଭୀମଭୋଇ ମେଡିକାଲରେ ଭର୍ତ୍ତି ହେଲେଣି ୬ରୁ ଅଧିକ ଆକ୍ରାନ୍ତ ।

ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ଲୋକଙ୍କ ଭିତରେ ସୃଷ୍ଟି କଲାଣି କୋକୁଆ ଭୟ । କାରଣ ରାଜ୍ୟର ଏବେ ୫ ଜିଲ୍ଲା ସମ୍ପୂର୍ଣ୍ଣ ଡେଙ୍ଗୁ କବଜାରେ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଖୋର୍ଦ୍ଧା ପରେ ପରୀ, କଟକ, ବାଲେଶ୍ୱର ଓ  ଜଗତସିଂହପୁର ଜିଲ୍ଲାରେ ୩ ଅଙ୍କ ଡେଇଲାଣି ଆକ୍ରାନ୍ତଙ୍କ ସଂଖ୍ୟା ।

Advertisment

ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୧୫୫, ବାଲେଶ୍ୱରରୁ ୧୭୯, ପୁରୀରୁ ୧୫୦, କଟକରୁ ୧୨୫ ଏବଂ ଜଗତସିଂହପୁରରୁ ୧୦୧ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ପରେ ଏ ସଂଖ୍ୟା ଅନ୍ୟ ଜିଲ୍ଲା ଲାଗି ଚିନ୍ତା ବଢାଇଛି । ସେପଟେ ସର୍ଭିଲାନ୍ସ ଓ ଟେଷ୍ଟିଂ ବଢ଼ିଥିବାରୁ ସଂଖ୍ୟା ବଢ଼ିଛି ଏବଂ ରାଜ୍ୟର କେବଳ ୫ ଜିଲ୍ଲାକୁ ଛାଡ଼ି ଦେଲେ ଅନ୍ୟ ଜିଲ୍ଲାରେ ସ୍ଥିତି ସେଭଳି ଭୟାବହ ନାହିଁ । ଲୋକେ ସଚେତନ ହେଲେ ହିଁ,  ଡେଙ୍ଗୁକୁ ମାତ୍ ଦିଆଯାଇ ପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏଣେ ରାଜଧାନୀ ଭୁବନେଶ୍ୱର ଡେଙ୍ଗୁର ହଟସ୍ପଟ୍ ପାଲଟି ସାରିଥିବାରୁ ଏଠି ଏବେ ସର୍ଭେଲାନ୍ସ, ଟେଷ୍ଟିଂ ଓ ସଚେତନତାକୁ ବ୍ୟାପକ କରିଛି ବିଏମସି । ଗତ ୧୦ ତାରିଖରୁ ଆରମ୍ଭ ହୋଇଛି ଘର ଘର ଅଭିଯାନ । ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କୁ ବି ବିଭିନ୍ନ ଉପାୟରେ ସଚେତନ କରାଯାଉଛି । ଏହାସତ୍ତ୍ୱେ ରାଜଧାନୀରେ ଶହ ଶହ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ମହାନଗର ନିଗମ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।

Advertisment

ଗତବର୍ଷ ଅଗଷ୍ଟ ୧୬ ସୁଦ୍ଧା ରାଜ୍ୟରେ ୧ ହଜାର ୪୪୧ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବର୍ଷ ସେହି ନିର୍ଦ୍ଦିଷ୍ଟ ସମୟ ଭିତରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ୧୧୧ରେ ପହଞ୍ଚିଛି ।

Dengue In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ