Astrospeak
  • Live TV
  • Read In English

ଜନ୍ମ ହଉ ହଉ ମୁଣ୍ଡରେ ପଶିଲା ‘ପୁଷ୍ପା’ ଭୂତ; ଷ୍ଟାଇଲ୍ କରି ଦେଖେଇଦେଲେ

‘ପୁଷ୍ପା’ ଭୂତ କାହାକୁ ଛାଡୁନି। ସେ ପିଲା ହେଉ କି ଯୁବକ, ବୁଢା ହେଉ କି ବୁଢି କିମ୍ବା କୌଣସି ଡକ୍ଟର କି ଶିକ୍ଷକ ହୁଅନ୍ତୁ ସମସ୍ତେ ଏହା କବଳରେ। ନବଜାତ ଶିଶୁ ବି ଏଥିରୁ ମୁକୁଳି ପାରିନି। ସେ ଯାହା କରୁଛି ଆପଣ ବି ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ।

New born child started acting Pushpa Allu Arjun style
ଜନ୍ମ ହଉ ହଉ ମୁଣ୍ଡରେ ପଶିଲା ‘ପୁଷ୍ପା’ ଭୂତ; ଷ୍ଟାଇଲ୍ କରି ଦେଖେଇଦେଲେ

ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର ଭୂତ ଏଯାଏ ବି ଲୋକଙ୍କ ମନରୁ ଯାଇ ନାହିଁ। ଏହି ଫିଲ୍ମ ରିଲିଜ୍ ହେବା ଦିନଠାରୁ ଏହାର ଗୀତ ଏବଂ ସଂଳାପ ଲୋକଙ୍କ ହୃଦୟ ଏବଂ ମନରେ ଏପରି ଏକ ଯାଦୁ ସୃଷ୍ଟି କରିଛି ଯେ ସମସ୍ତେ ଫିଲ୍ମର ଗୀତ ଏବଂ ସଂଳାପ ଉପରେ ରିଲ୍ ତିଆରି କରୁଛନ୍ତି ଏବଂ ଏହାକୁ ସୋସିଆଲ୍ ମିଡିଆରେ ଶେୟାର କରୁଛନ୍ତି। ଏପରି କି ସେ ବିବାହ ହେଉ କି ପାର୍ଟୀ, ସବୁ ଜାଗାରେ ଲୋକମାନେ ଶ୍ରୀବଲି ଗୀତରେ ନାଚୁଥିବା ଦେଖାଯାଏ।

ଏହାକୁ ତ ନେଇ ଆପଣ ଅନେକ ଭାଇରାଲ ଭିଡିଓ ଦେଖିଥିବେ କିନ୍ତୁ ବର୍ତ୍ତମାନ ଏମିତି ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବା ଥୟ। କାରଣ ଏହି ଭିଡିଓଟି ଏକ ନବଜାତ ଶିଶୁର। ତା’ ମୁଣ୍ଡରେ ବି ଚଢିଛି ‘ପୁଷ୍ପା’ ଭୂତ। ସେ ଜନ୍ମ ହେବା ମାତ୍ରେ ପୁଷ୍ପା ଷ୍ଟାଇଲ୍‌ ଦେଖେଇଛି।

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ, ଏହି ଶିଶୁଟି ଜନ୍ମ ହେବା ମାତ୍ରେ ‘ପୁଷ୍ପା’ ଚଳଚ୍ଚିତ୍ରରୁ ପ୍ରସିଦ୍ଧ ସଂଳାପ 'ମୈ ଜୁକେଗା ନହି'ରେ ଅଭିନୟ କରୁଥିବା ଦେଖାଯାଏ। ଏହି ଭିଡିଓ ଦେଖି କେହି ବି ଆଶ୍ଚର୍ଯ୍ୟ ହୋଇଯାଇପାରେ।

ଶିଶୁଟି ଜନ୍ମ ହେବା ମାତ୍ରେ କ୍ୟାମେରା ଆଗରେ ଅଲୁ ଅର୍ଜୁନଙ୍କ ସିଗ୍ନେଚର ଷ୍ଟାଇଲ୍ ଦେଖଉଛି। ଫିଲ୍ମରେ ଅଲୁ ଯେପରି ଷ୍ଟାଇଲ୍‌ରେ ନିଜ ହାତକୁ ଦାଢିରେ ଘଷି ଆଣଟି, ଶିଶୁଟି ସେହିଭଳି କରୁଥିବା ଦେଖାଯାଏ। ଶିଶୁଟିର ଏହି ଅଭିନୟ ଏତେ ନିଖୁଣ ଲାଗୁଛି ଯେ ଏପର୍ଯ୍ୟନ୍ତ କୌଣସି ବଡ ଲୋକ ମଧ୍ୟ ଏପରି କରି ନଥିବେ।

ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ କରୁଥିବା ଦେଖାଯାଏ। ଲୋକମାନେ ଏହି ଭିଡିଓକୁ ବାରମ୍ବାର ଦେଖୁଛନ୍ତି। ଏବେ ସମସ୍ତେ ଏହି ନବଜାତ ଶିଶୁର ପ୍ରଶଂସକ ହୋଇଗଲେଣି। ଭିଡିଓଟି ଇନଷ୍ଟାଗ୍ରାମରେ giedde ନାମକ ଏକ ପେଜ୍‌ରୁ ଶେୟାର କରାଯାଇଛି। ଲୋକମାନେ ଏହି ଭିଡିଓରେ ବହୁତ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଏହା ହେଉଛି ପୁଷ୍ପାରାଜଙ୍କ ପୁଅ କମଲରାଜ। ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି - ଲାଗୁଛି ଯେ ତାଙ୍କ ମା’ ପୁଷ୍ପା ଫିଲ୍ମକୁ ବହୁତ ଥର ଦେଖିଛନ୍ତି।