Advertisment

ଚାଷୀଙ୍କ କାମରେ ଆସୁନି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଉଠା ଜଳସେଚନ

କୃଷି ଓ କୃଷକର ଉନ୍ନତି ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଉଛି।  ମାତ୍ର ବାସ୍ତବରେ ଏହି ଯୋଜନା କେତେ କାମରେ ଲାଗୁଛି, ତାକୁ ତଦାରଖ କରିବାପାଇଁ ପ୍ରଶାସନିକ ସ୍ତରରେ ଇଚ୍ଛାଶକ୍ତିର ଅଭାବ ରହୁଛି। ଚାଷୀଙ୍କ କ୍ଷେତକୁ ସହଜରେ ପାଣି ଯୋଗାଇଦେବା ପାଇଁ ବସା ଯାଇଥିବା ଉଠାଜଳସେଚନ ପଏଣ୍ଟ ଅକାମୀ ହୋଇ ପଡିଛି।

lift irrigation

lift irrigation

Advertisment

ବାସୁଦେବପୁର (କିରୀଟି ଦାସ): କୃଷି ଓ କୃଷକର ଉନ୍ନତି ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଉଛି।  ମାତ୍ର ବାସ୍ତବରେ ଏହି ଯୋଜନା କେତେ କାମରେ ଲାଗୁଛି, ତାକୁ ତଦାରଖ କରିବାପାଇଁ ପ୍ରଶାସନିକ ସ୍ତରରେ ଇଚ୍ଛାଶକ୍ତିର ଅଭାବ ରହୁଛି। ଚାଷୀଙ୍କ କ୍ଷେତକୁ ସହଜରେ ପାଣି ଯୋଗାଇଦେବା ପାଇଁ ବସା ଯାଇଥିବା ଉଠାଜଳସେଚନ ପଏଣ୍ଟ ଅକାମୀ ହୋଇ ପଡିଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ କାମରେ ଆସୁ ନ ଥିବାରୁ ଚାଷୀଙ୍କ ବଢୁଛି ଚିନ୍ତା।  

Advertisment

ବର୍ଷାକୁ ଚାହିଁ ଚାହିଁ ଚାଷୀ ଆଖିରୁ ଶୁଖିଲାଣି ପାଣି। କାଁ ଭାଁ ଲଘୁଚାପ ଜନିତ ବର୍ଷା ପରେ ଆଶା ବାନ୍ଧି ବିଲରେ ରୁଆ ପୋତା କାମ ସରିଛି। ହେଲେ ନିଅଣ୍ଟିଆ ବର୍ଷାକୁ ଅକାମୀ ଉଠାଜଳସେଚନ ପ୍ରକଳ୍ପ  ଏବେ ଚିନ୍ତା ବଢାଉଛି ଚାଷୀଙ୍କର। ବାସୁଦେବପୁର ଅଂଚଳରେ ରହିଛି ମୋଟ୍ ୨୨୭ଟି ଉଠାଜଳସେଚନ ପଏଣ୍ଟ। ସେଥିମଧ୍ୟରୁ ୩୫ଟି ସଂପୂର୍ଣ୍ଣ ଖରାପ ଥିବାବେଳେ ବାକି କାର୍ଯ୍ୟକ୍ଷମ ଥିବା ବିଭାଗ କହୁଛି। କିନ୍ତୁ ବ୍ଲକର ଶତାଧିକ ପ୍ରକଳ୍ପ ସଂପୂର୍ଣ୍ଣ ଅଚଳ ପଡିଥିବା ଚାଷୀ ଅଭିଯୋଗ କରିଛନ୍ତି। ଏପରିକି ପଏଣ୍ଟ ଗୁଡିକୁ ସଜାଡିବାକୁ  ବିଭାଗର ତତ୍ପରତା ନାହିଁ କିମ୍ବା ତଦାରଖ କରିବାକୁ କେହି ଆସୁନଥିବାବେଳେ କେବଳ ଯାହା କାଗଜ କଲମରେ ପ୍ରକଳ୍ପ କାମ ହେଉଛି। କିନ୍ତୁ ଚାଷୀଙ୍କ ଦୁଖ ଦୂର ହେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ପ୍ରକଳ୍ପ ଗୁଡିକ ସଂପୂର୍ଣ୍ଣ ଅଚଳ ପଡିଥିବାବେଳେ ଏନେଇ ବିଭାଗକୁ ଅବଗତ କରିଥିଲେ ମଧ୍ୟ କିଛି ଫଳ ମିଳୁନଥିବା ଚାଷୀ କହିଛନ୍ତି। ଏପରିକି ପାଣି ପଂଚାୟତ ଏବଂ ଉଠାଜଳସେଚନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଏପରି ସମସ୍ୟା ହେଉଥିବାବେଳେ ମରାମତି ଦାବି ହୋଇଛି। ଅନ୍ୟପଟେ ବିଭାଗୀୟ ଏସଡିଓ କହିଛନ୍ତି, ପ୍ରକଳ୍ପ ନିର୍ମାଣ ପରେ ପାଣି ପଂଚାୟତକୁ ହସ୍ତାନ୍ତର କରାଯାଇଛି। ଅଚଳ ପ୍ରକଳ୍ପ ମରାମତି ଦାୟିତ୍ୱ ଚାଷୀଙ୍କର ବୋଲି ସେ କହିଛନ୍ତି।

Irrigation Of Land Lift Irrigation Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ