ମଝି ଆକାଶରେ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ସାଂସଦ

ଅଚେତ୍‌ ହେବା ଦେଖିବା ପରେ ସାଙ୍ଗେ ସାଙ୍ଗେ ବିମାନରେ ଥିବା କର୍ମଚାରୀମାନେ ଡାକ୍ତର କିଏ ଅଛନ୍ତି କି ବୋଲି ପଚାରିଥିଲେ। କର୍ତ୍ତୃପକ୍ଷଙ୍କ ଏପରି ଘୋଷଣା ପରେ କାଳ ବିଳମ୍ବ ନକରି ଜଗତସିଂହପୁରର ସାସଂଜ ଡାକ୍ତର ରାଜଶ୍ରୀ ମଲ୍ଲିକ ନିଜ ସିଟ୍‌ରୁ ଉଠି ତାଙ୍କର ଚିକିତ୍ସା କରିଥିଲେ।

MP SAVE LIFE

News Summary

ମଝି ଆକାଶରେ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ସାଂସଦ

ପ୍ଲେନ ଭିତରେ ଅଚେତ୍‌ ହୋଇପଡିଲେ ଯାତ୍ରୀ

ମାସ୍କ ଓ ମସାଜ୍‌ ଦେଇ ରକ୍ଷା କଲେ ପ୍ରାଣ

ମଝି ଆକାଶରେ ଉଡୁଥିଲା ପ୍ଲେନ୍‌। ସମସ୍ତେ ନିଜନିଜ ଗନ୍ତବ୍ୟ ସ୍ଥଳକୁ ଯିବା ନେଇ ଉତ୍ସାହିତ ବି ଥିଲେ । ହେଲେ ହଠାତ୍‌ ଜଣେ ବ୍ୟକ୍ତି ଅସୁସ୍ଥ ହୋଇ ପଡିଲେ। ଖାଲି ଅସୁସ୍ଥ ହେଲେ ତାହା ନୁହେଁ ବରଂ ଉଡନ୍ତା ବିମାନରେ ଅଚେତ୍‌ ହୋଇଗଲେ। ଅଚେତ୍‌ ହେବା ଦେଖିବା ପରେ ସାଙ୍ଗେ ସାଙ୍ଗେ ବିମାନରେ ଥିବା କର୍ମଚାରୀମାନେ ଡାକ୍ତର କିଏ ଅଛନ୍ତି କି ବୋଲି ପଚାରିଥିଲେ । କର୍ତ୍ତୃପକ୍ଷଙ୍କ ଏପରି ଘୋଷଣା ପରେ କାଳ ବିଳମ୍ବ ନକରି ଜଗତସିଂହପୁରର ସାସଂଜ ଡାକ୍ତର ରାଜଶ୍ରୀ ମଲ୍ଲିକ ନିଜ ସିଟ୍‌ରୁ ଉଠି ତାଙ୍କର ଚିକିତ୍ସା କରିଥିଲେ।

ପ୍ଲେନ୍‌ ଲ୍ୟାଣ୍ଡିଂ ହେବାକୁ ପାଖାପାଖି ୨୦ ମିନିଟ୍‌ ଥିଲା...ଆଉ ଏତିକି ସମୟ ଭିତରେ ଅସୁସ୍ଥ ବ୍ୟକ୍ତିଙ୍କୁ ଅକ୍ସିଜେନ୍‌ ଦେବା ସହିତ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ ରାଜଶ୍ରୀ। ଚିକିତ୍ସା ପାଇବା ପରେ ସାମାନ୍ୟ ସୁସ୍ଥ ମନେ କରିଥିଲେ ଯାତ୍ରୀ ଜଣକ।