Advertisment

International Mountain Day 2023: ପର୍ବତକୁ ସମ୍ମାନ କରିବାର ୫ଟି ଉପାୟ

ପ୍ରତିବର୍ଷ ୧୧ ଡିସେମ୍ବରରେ ‘ଆନ୍ତର୍ଜାତୀୟ ପର୍ବତ ଦିବସ’ ପାଳନ କରାଯାଏ। ସମଗ୍ର ବିଶ୍ୱରେ ଥିବା ପର୍ବତଗୁଡିକ ପ୍ରକୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ। ତେବେ ଆସନ୍ତୁ ପର୍ବତକୁ ସମ୍ମାନ କରିବାର ୫ଟି ଉପାୟ ବିଷୟରେ ଜାଣିନେବା।

ଅଦ୍ୟତନ ହୋଇଛି
International Mountain Day 2023 Protection of mountain ecosystems

International Mountain Day 2023 Protection of mountain ecosystems

Advertisment

ପ୍ରତିବର୍ଷ ୧୧ ଡିସେମ୍ବରରେ ‘ଆନ୍ତର୍ଜାତୀୟ ପର୍ବତ ଦିବସ’ ପାଳନ କରାଯାଏ। ସମଗ୍ର ବିଶ୍ୱରେ ଥିବା ପର୍ବତଗୁଡିକ ପ୍ରକୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ଦିନ ପାଳନ କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପର୍ବତ ସଂରକ୍ଷଣ କରିବା ସମୟରେ ନିରନ୍ତର ବିକାଶକୁ ଉତ୍ସାହିତ କରିବା। ମିଳିତ ଜାତିସଂଘ (UN) ମାନବ ଜୀବନରେ ପର୍ବତଗୁଡିର ମହତ୍ତ୍ୱ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଚିହ୍ନିବା ପାଇଁ ‘ଆନ୍ତର୍ଜାତୀୟ ପର୍ବତ ଦିବସ’ ପାଳନ କରିବାର ପରମ୍ପରା ଆରମ୍ଭ କରିଥିଲା।

Advertisment

ଇତିହାସ:

୧୯୯୨ରେ ପାହାଡ ପର୍ବତର ସଂରକ୍ଷଣକୁ ନେଇ ବିଶ୍ୱର ଦୃଷ୍ଟି ପଡିଲା, ଯେତେବେଳେ ପରିବେଶ ଏବଂ ବିକାଶକୁ ନେଇ ଜାତିସଂଘର ସମ୍ମିଳନୀରେ ଏଜେଣ୍ଡା ୨୧ ର ଅଧ୍ୟାୟ ୧୩, "ଦୁର୍ବଳ ଇକୋସିଷ୍ଟମର ପରିଚାଳନା: ସ୍ଥାୟୀ ପର୍ବତ ବିକାଶ" ଉପରେ ଗୁରୁତ୍ୱାରୋପ କରାଗଲା।

ମିଳିତ ଜାତିସଂଘର ସାଧାରଣ ସଭା ୨୦୦୨କୁ ଆନ୍ତର୍ଜାତୀୟ ପର୍ବତର ବର୍ଷ ଘୋଷଣା କଲା। ଏହି ଘୋଷଣା ପରେ ୧୧ ଡିସେମ୍ବର ୨୦୦୩ରେ ପ୍ରଥମ ‘ଆନ୍ତର୍ଜାତୀୟ ପର୍ବତ ଦିବସ’ ପାଳନ କରାଯାଇଥିଲା। ସେବେଠାରୁ ଏହି ବିଶେଷ ଦିନ ପାଳନ କରିବାର ପରମ୍ପରା ଚାଲିଆସୁଛି।

Advertisment

ମହତ୍ତ୍ୱ:

ପର୍ବତ ପରିବେଶକୁ ଗମ୍ଭୀରତାର ସହ ନେବା ପାଇଁ ‘ଆନ୍ତର୍ଜାତୀୟ ପର୍ବତ ଦିବସ’ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହାର ପ୍ରଭାବ ପର୍ବତ ପର୍ଯ୍ୟଟନ ଉପରେ ମଧ୍ୟ ପଡ଼େ। ଏହାର ପରିଣାମ ସ୍ୱରୂପ, ଗତ କିଛି ବର୍ଷ ମଧ୍ୟରେ ପର୍ବତ ପର୍ଯ୍ୟଟନର ଲୋକପ୍ରିୟତା ବୃଦ୍ଧି ପାଇଛି। ଏହା ଏଠାରେ ରହୁଥିବା ଲୋକଙ୍କ ପାଇଁ ଆର୍ଥିକ ଗୁରୁତ୍ୱ ମଧ୍ୟ ରଖେ, କାରଣ ଏହା ଅର୍ଥନୀତିକୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ତେବେ ପର୍ଯ୍ୟଟକଙ୍କ ଅସାବଧାନତା ହେତୁ ପରିବେଶ ନଷ୍ଟ ହେବା ଏବଂ ପାର୍ବତ୍ୟ ଇକୋସିଷ୍ଟମ ଦୁର୍ବଳ ହେବାର ଆଶଙ୍କା ମଧ୍ୟ ବଢିଛି। ଏଭଳି ପରିସ୍ଥିତିରେ ପ୍ରତ୍ୟେକ ନାଗରିକଙ୍କ ଏହା ପ୍ରଥମ କର୍ତ୍ତବ୍ୟ ହେବା ଉଚିତ୍ ଯେ କିପରି ପରିବେଶକୁ ସୁରକ୍ଷା ଦେଇ ଜୈବ ବିବିଧତାକୁ ବଜାୟ ରଖାଯିବ।

Advertisment

ପର୍ବତକୁ ସମ୍ମାନ କରିବାର ୫ଟି ଉପାୟ:

ଯାତ୍ରାରେ ଯତ୍ନବାନ:

ଯେତେ ସମ୍ଭବ ସେତେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ବାଛନ୍ତୁ। ଏନେଇ ଚାଲିବା, ବାଇକ୍, ସର୍ବସାଧାରଣ ପରିବହନ ବ୍ୟବସ୍ଥା, କିମ୍ବା ଅନ୍ୟ ପର୍ବତପ୍ରେମୀଙ୍କ ସହିତ କାରପୁଲ ବ୍ୟବହାର କରିପାରିବେ।

ଅଞ୍ଚଳର ସମ୍ମାନ:

ସ୍ଥାନୀୟ ପର୍ଯ୍ୟଟନର ପ୍ରଭାବ ବିଷୟରେ ସଚେତନ ହେବାକୁ ନ ଭୁଲିବା। ସେହି ଅଞ୍ଚଳଗୁଡିକ ସହିତ ଏପରି ବ୍ୟବହାର କରନ୍ତୁ ଯେପରି ଏହା ନିଜ ଘର ପଛପଟ!

ଆବର୍ଜନା ନ ପକାଇବା:

ପାହାଡ ପର୍ବତ ଉପରେ କୌଣସି ଆବର୍ଜନା ପକାନ୍ତୁ ନାହିଁ। ଯଦି ସମ୍ଭବ ହେଉଛି ତେବେ ପଡିଥିବା ଆବର୍ଜନାକୁ ସଫା କରିଦିଅନ୍ତୁ।

ଭୋଜି ପ୍ରତି ସଚେତନ:

ପର୍ବତ ଉପରେ ଭୋଜି କରିବାରେ ଯତ୍ନବାନ ହେବା ଉଚିତ। ଏଠାରେ ନିଆଁ ଜାଣି ଭୋଜି କରିବା ଦ୍ୱାରା ଏହାର ନକରାତ୍ମକ ପ୍ରଭାବ ବୃକ୍ଷଲତା ଉପରେ ପଡେ।

ନଷ୍ଟ ନ କରିବା:

ପାହାଡ ପର୍ବତକୁ ବିଭିନ୍ନ ଗଛ ଓ ଫୁଲ ସୁନ୍ଦର କରିଥାଏ। ତେଣୁ ପର୍ବତାଞ୍ଚଳରେ ବୁଲିବା ବେଳେ ଗଛ ଡାଳ, ପତ୍ର କିମ୍ବା ଫୁଲ ନଷ୍ଟ କରନ୍ତୁ ନାହିଁ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ