Advertisment

କୃଷିର ଗାଁ ଲାଭାଗଡା, ଚାଷ କରି ଲୋକେ ଧନୀ

ଦେଶରେ କୃଷିକୁ ନେଇ ସଂକଟ ଦେଖାଦେଇଥିଲେ ବି ଏମିତି ଗାଁ ଅଛି ଯେଉଁଠି ଚାଷୀ ହେଉଛି ଧନୀ। ଗାଁର ପ୍ରତ୍ୟେକ୍ ଲୋକ ଚାଷ ଉପରେ ନିର୍ଭରଶୀଳ। ଏଠି ପନିପରିବା ଠାରୁ ଆରମ୍ଭ କରି ହୁଏ ମାଛ, ବତକ ଓ ଅନ୍ୟାନ୍ୟ ପଶୁପକ୍ଷୀ ଚାଷ। ଗାଁ ବର୍ଷସାରା ସବୁଜୀମାରେ ଭରପୂର। ଏହା ସମ୍ଭବ କେବଳ ଜଳ ସଂରକ୍ଷଣ ଯୋଗୁଁ।

ଅଦ୍ୟତନ ହୋଇଛି
In this village everyone does farming

In this village everyone does farming

Advertisment

କୃଷିକୁ ନେଇ ଭାରତରେ ଦେଖାଦେଇଛି ସଂକଟ। ଚାଷୀ ଆତ୍ମହତ୍ୟା ଅନେକ ସମୟରେ ମୁଖ୍ୟ ଖବର ହୋଇ ରହୁଛି। ଚାଷୀଟିଏ ଓଳିଏ ଉପାସ ରହିଲେ ଓଳିଏ ଖାଉଛି। ନା ଭଲ ଘରେ ରହିପାରୁଛି ନା ନିଜ ପିଲାକୁ ଭଲ ଶିକ୍ଷା ଦେଇପାରୁଛି। କିନ୍ତୁ ଏହି ଭାରତରେ ମଧ୍ୟ ଏମିତି ଗାଁ ଅଛି ଯେଉଁଠି ଚାଷୀ ମୁହଁରେ ସବୁ ବେଳେ ହସ।

Advertisment

ଝାଡଖଣ୍ଡର ରାଜଧାନୀ ରାଞ୍ଚି ଜିଲ୍ଲାର ବୁଢମୁ ବ୍ଲକ୍‌ ଅନ୍ତର୍ଗତ ଲାଭାଗଡା ଗାଁର ଚାଷୀମାନେ ଖୁବ ଖୁସିରେ ଜୀଉଛନ୍ତି। କୂଅ ଓ ପୋଖରୀଗୁଡ଼ିକ ପାଣିରେ ପରିପୂର୍ଣ୍ଣ। ଏଠାରେ ଥିବା ଜମି କେବେ ବି ପଡିଆ ପଡେନି। ବର୍ଷ ବର୍ଷ ଧରି ପସଲରେ ହସୁଥାଏ ଜମି। ଲୋକେ କେବେ ବି ଆର୍ଥିକ ସଂକଟର ସମ୍ମୁଖିନ ହେବା ଦେଖାଯାଏ ନାହିଁ। ସେମାନଙ୍କ ଆୟ ବୃଦ୍ଧି ପାଇ ଚାଲିଛି। ଏହା ସହିତ ସେମାନଙ୍କର ଜୀବନଧାରଣ ମାନ ମଧ୍ୟ ଉନ୍ନତ ହୋଇଛି। ତେବେ ଏହି ପରିବର୍ତ୍ତନ ପଛରେ ରହିଛି ଜଳ ସଂରକ୍ଷଣ। କାରଣ ଜଳ ବିନା ଚାଷ ସମ୍ଭବ ନୁହେଁ। ଗାଁରେ ପାଣି ଅଛି ତ ଚାଷ ଅଛି। ପଶୁପାଳନ ସାଙ୍ଗକୁ ଅନ୍ୟାନ୍ୟ କୃଷିଭିତ୍ତିକ କାର୍ଯ୍ୟ ମଧ୍ୟ ଭଲରେ ହୋଇପାରିବ।

Advertisment

ପ୍ରାୟ ତିନିବର୍ଷ ପୂର୍ବେ ଗାଁର ଅବସ୍ଥା ଏପରି ଥିଲା ଯେ ପର୍ଯ୍ୟାପ୍ତ ପରିମାଣର ବର୍ଷା ପରେ ମଧ୍ୟ ବର୍ଷାଦିନ ବ୍ୟତୀତ ଅନ୍ୟ ଦିନରେ ଗାଁର ଅଧିକାଂଶ ଜମି ଖାଲି ପଡୁଥିଲା। କାରଣ ଅନ୍ୟ ଦିନରେ ଫସଲ ପାଇଁ ଲୋକଙ୍କ ପାଖରେ ପାଣିର ଅଭାବ ଥିଲା। ଚାଷ କଥା ତ ଛାଡ ଲୋକମାନେ ପିଇବା ପାଇଁ ମଧ୍ୟ ପାଣି ପାଉ ନ ଥିଲେ। କୃଷି ଅଭାବରୁ ଗ୍ରାମବାସୀ ଦାଦନ ଖଟିବାକୁ ସୁରଟ ଯିବାକୁ ବାଧ୍ୟ ହେଉଥିଲେ।

କିପରି ଆସିଲା ପରିବର୍ତ୍ତନ

ଗାଁର ମୁଖିଆ ସତ୍ୟନାରାୟଣ ମୁଣ୍ଡାଙ୍କ କହିବା କଥା, ଗାଁର ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଲାଭାଗଡା ଗ୍ରାମକୁ ଜଳ ଗ୍ରାମ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଏହା ପରେ ଗାଁରେ ବହୁ ପରିମାଣରେ ଟିସିବି ଖନନ କରାଗଲା। ଆଜି ଗାଁରେ ପ୍ରାୟ ୮୦୦ ଟିସିବି ଅଛି। ଏହା ବ୍ୟତୀତ ଚାରୋଟି ପୋଖରୀ ଖୋଳା ଯାଇଥିଲା। ଫଳରେ, ଗୋଟିଏ ବର୍ଷାଋତୁ ଗଲା ପରେ ଗାଁର ଜଳ ସ୍ତର ଉଚ୍ଚକୁ ବୃଦ୍ଧି ପାଇଲା। ବର୍ଷ ବର୍ଷ ଧରି କୂଅ ଓ ପୋଖରୀରେ ଜଳ ଭରି ରହିଲା। ଏହାଦ୍ୱାରା ଗ୍ରାମବାସୀଙ୍କ ପାଇଁ ଚାଷ କାମ ସହଜ ହୋଇଗଲା।

Advertisment

ବୃଦ୍ଧି ପାଇଲା କୃଷି ଉତ୍ପାଦନ

ଗାଁରେ ପ୍ରଚୁର ଜଳ ମିଳିବା ପରେ ଗାଁର ଲୋକମାନେ ବହୁ ପରିମାଣରେ ପନିପରିବା ଉତ୍ପାଦନ ଆରମ୍ଭ କରିଦେଲେ। ଫଳସରେ ବର୍ତ୍ତମାନ ବର୍ଷାଋତୁରେ, ଯେତେବେଳେ ପନିପରିବା ଚାଷ କମ୍ ହୁଏ, ଗାଁରୁ ପ୍ରତିଦିନ ସ୍ଥାନୀୟ ବଜାରକୁ ୨୫୦-୩୦୦ କ୍ୱିଣ୍ଟାଲ ପନିପରିବା ପଠାଯାଏ। ଡିସେମ୍ବର-ଜାନୁଆରୀରେ ଏଠାରେ ଅନେକ ଭରା ଗାଡିରେ ପନିପରିବା ବଜାରକୁ ପଠାଯାଏ। ଏହାଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇଛି। ବର୍ତ୍ତମାନ ଲୋକେ ନିଜ ପରିଶ୍ରମରେ ଛାତ ଘର ନିର୍ମାଣ କରୁଛନ୍ତି, ଗାଁରେ ସମୃଦ୍ଧି ଆସିଛି।

In this village everyone does farmingକୃଷିର ଗାଁ ଲାଭାଗଡା, ଚାଷ କରି ଲୋକେ ଧନୀ

ଉଦ୍ୟାନ କୃଷି ଏବଂ ପଶୁପାଳନ ଉପରେ ଗୁରୁତ୍ୱ

ଜଳର ଉପସ୍ଥିତି ଗ୍ରାମବାସୀଙ୍କ ସମ୍ମୁଖରେ ଅନେକ ରୋଜଗାରର ସୁଯୋଗ ଖୋଲିଦେଲା। ଗାଁରେ ପ୍ରାୟ ୧୪ ଏକର ଜମିରେ ଆମ୍ବ ଚାଷ କରାଯାଇଛି। ଏହା ବ୍ୟତୀତ ଲୋକମାନେ ପଶୁପାଳନ ମଧ୍ୟ କରୁଛନ୍ତି। ପ୍ରତିଦିନ ଗାଁରୁ ୨୫୦-୩୦୦ ଲିଟର କ୍ଷୀର ଡାଏରୀ ଫାର୍ମକୁ ପଠାଯାଏ। ଗାଁ ମୁଖିଆ କହିଛନ୍ତି ଯେ ପୂର୍ବରୁ ଜଳ ଅଭାବରୁ ଗୋଚର ଭୂମିରର ମଧ୍ୟ ଅଭାବ ରହିଥିଲା। ​​ତେଣୁ ଲୋକମାନେ ପଶୁପାଳନ କରିପାରୁ ନ ଥିଲେ। ଏବେ ପାଣିର ଅଭାବ ଦୂର ହୋଇଥିବାରୁ ଲୋକେ ପଶୁପାଳନ ସହିତ ମାଛ ଚାଷ ଓ ବତକ ଚାଷ ମଧ୍ୟ କରୁଛନ୍ତି।

ଲାଭାଗଡା ହେଉଛି ରାଞ୍ଚିର ଏକ ସୁଦୂର ଗ୍ରାମ। ଏଠାରେ ପ୍ରାୟ ୩୦୦ ଲୋକ ବାସ କରନ୍ତି। ଗାଁର ୯୫ ପ୍ରତିଶତ ଲୋକ ଜୀବିକା ନିର୍ବାହ ପାଇଁ କୃଷି ଉପରେ ନିର୍ଭର କରନ୍ତି। ଜଳର ଉପଲବ୍ଧତା ଯୋଗୁଁ ଗାଁ ଏବେ ବର୍ଷସାରା ସବୁଜୀମାରେ ଭରପୂର।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ