Advertisment

ଭାରିଗଦାରେ ଜନବିରୋଧୀ କାମ କରୁଛନ୍ତି ରାଜ୍ୟ ସରକାର: ବୈଜୟନ୍ତ

କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଭାରିଗଦାଠାରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ଭାରିଗଦା ମେଗା ପ୍ରକଳ୍ପ ସ୍ଥଳକୁ ଯାଇ ଖରସ୍ରୋତା ସଂଗ୍ରାମ ସମିତି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ରାଜ୍ୟ ସରକାର ଜନଶୁଣାଣି ନକରି ଗୁପ୍ତରେ ପ୍ରକଳ୍ପ କରୁଛନ୍ତି।

undefined

jay panda

Advertisment

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଭାରିଗଦାଠାରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ଭାରିଗଦା ମେଗା ପ୍ରକଳ୍ପ ସ୍ଥଳକୁ ଯାଇ ଖରସ୍ରୋତା ସଂଗ୍ରାମ ସମିତି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ରାଜ୍ୟ ସରକାର ଜନଶୁଣାଣି ନକରି ଗୁପ୍ତରେ ପ୍ରକଳ୍ପ କରୁଛନ୍ତି। ଏହା ସରକାରଙ୍କ ଜନବିରୋଧୀ କାମ, ପରିବେଶ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ ବୋଲି କହିଛନ୍ତି ବୈଜୟନ୍ତ। ଏଥିସହ ଗିରଫ ହୋଇ ଜେଲରେ ଥିବା ଆନ୍ଦୋଳନକାରୀଙ୍କ ପରିବାର ଲୋକଙ୍କୁ ଭେଟି ନିଜର ସମବେଦନା ଜଣାଇଛନ୍ତି। ସେପଟେ ୧୪୪ ଧାରା ପ୍ରତ୍ୟାହାର ଏବଂ ପ୍ରକଳ୍ପ କାମକୁ ବିରୋଧ କରି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଗଣଧାରଣା ୧୭ ଦିନରେ ପହଞ୍ଚିଛି। ଆସନ୍ତା ୨ତାରିଖରୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଅନଶନ କରିବ ବୋଲି ଚେତାବନୀ ଦେଇଛି।

Advertisment

ସୂଚନା ଅନୁସାରେ, ଜଳପ୍ରକଳ୍ପକୁ ନେଇ ଜୋରସୋରରେ ଆନ୍ଦୋଳନ ହେଉଛି। କେନ୍ଦ୍ରାପଡ଼ା ଭାରିଗଦା ଭଙ୍ଗାରୁଜା ଘଟଣାରେ ୨୪ ଜଣଙ୍କୁ ୧୩ ଅଗଷ୍ଟରେ ଗିରଫ କରିଥିଲା ପୋଲିସ୍‌। ନିଜେ କେନ୍ଦ୍ରାପଡ଼ା ଏସ୍‌ପି ଏହି ସୂଚନା ଦେଇଥିଲେ। ପୋଲିସ ଉପସ୍ଥିତିରେ ତିନି ଚାରି ମଧ୍ୟରେ ପୁଣି ପ୍ରକଳ୍ପ କାମ ହେବ ବୋଲି ସେ ସୂଚନା ଦେଇଥିଲେ। ଭାରିଗଦାରେ ଥିବା ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ଅଗଷ୍ଟ ୧୨ରେ ଜୋରସୋରରେ ହଙ୍ଗାମା କରିଥିଲେ। ବ୍ୟାପକ ଭଙ୍ଗାରୁଜା ମଧ୍ୟ ହୋଇଥିଲା। ଏହାପରେ ରାତିରେ କେନ୍ଦ୍ରାଞ୍ଚଳ ଆଇଜି ଓ ଜିଲ୍ଲାପାଳ ବାରମ୍ବାର ବୈଠକ କରିଥିଲେ। ପରେ ଆଳି ଓ ରାଜକନିକା ବ୍ଲକର ବିଭିନ୍ନ ଗାଁରେ ପଶି ଅନେକ ଲୋକଙ୍କୁ ପୋଲିସ ଉଠାଇ ନେଇଥିବାର ସୂଚନା ମିଳିଥିଲା।

Advertisment

ରାଜକନିକା ଭାରିଗଦାରେ ୮୬୮ କୋଟି ଟଙ୍କା ବ୍ୟୟରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଏହା ଜରିଆରେ ଭଦ୍ରକ ଜିଲ୍ଲାର ୪ଟି ବ୍ଳକ୍ ବାସୁଦେବପୁର, ଚାନ୍ଦବାଲି, ତିହିଡି ଏବଂ ଧାମନଗରକୁ ପିଇବା ପାଣି ଯୋଗାଇ ଦିଆଯିବ। ୨ବର୍ଷ ପୂର୍ବେ ଏଥିପାଇଁ ଟେଣ୍ଡର ସରିଛି। ତେବେ ପ୍ରକଳ୍ପ ଆରମ୍ଭରୁ ବିକ୍ଷୋଭ, ଧାରଣା ଓ ମାନବ ଶୃଙ୍ଖଳ କରି ବିରୋଧ କରି ଆସୁଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। ସମିତିର ଅଭିଯୋଗ, ପ୍ରକଳ୍ପ ହେଲେ ଏଠି ନଦୀ ଶୁଖିଯିବ, ଲୁଣା ମାଡ଼ି ଚାଷ ଉଜୁଡ଼ିଯିବ ଓ ଖରାଦିନେ ଉତ୍କଟ ପାନୀୟ ଜଳ ସଙ୍କଟ ଉପୁଜିବ। ଯାହାକୁ ନେଇ ସ୍ଥାନୀୟ ଲୋକ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରୁଛନ୍ତି।

Odisha Kendrapara Baijayant Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ