Advertisment

Parenting Tips: ଆପଣଙ୍କ ପିଲା ଭଲ ପଢୁନି, ଲୋକଙ୍କୁ ଖରାପ ବ୍ୟବହାର କରୁଛି କି… ପରିବର୍ତ୍ତନ କରିଦିଅନ୍ତୁ ଘରର ଏହି ପରିବେଶ

ଯଦି ଆପଣଙ୍କ ପିଲା ପାଠ ପଢୁ ନାହିଁ, ଅଧିକ ମୋବାଇଲ୍ ଦେଖୁଛି ଏବଂ ଲୋକଙ୍କ ସହିତ ଭଲ ବ୍ୟବହାର କରୁନି ତେବେ ଏହା ତା’ର ଭୁଲ୍ ନୁହେଁ। ଏନେଇ ବାପାମାଆଙ୍କର ମଧ୍ୟ ଭୁଲ ରହିଛି। ତେବେ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ ଏବଂ ଘରର ପରିବେଶକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ଉଚିତ।

ଅଦ୍ୟତନ ହୋଇଛି
Before imparting knowledge to the child make 3 changes in home environment

Before imparting knowledge to the child make 3 changes in home environment

Advertisment

ଯଦି ଗୋଲାପ ଗଛରେ ଫୁଲ ନ ହୁଏ ତେବେ ଏହା ଫୁଲ କିମ୍ବା ଗଛର ଭୁଲ ନୁହେଁ। ବରଂ ଗୋଲାପ ଗଛରେ ଭଲ ଫୁଲ ଆଣିବାକୁ ହେଲେ ମାଳି ଗଛର ମୁଳରେ ଭଲ୍ ମାଟି, ସାର ଏବଂ ଜଳ ଯୋଗାଇଦେବା ଜରୁରୀ। ସେହିପରି ଗଛ ଯେପରି ଆବଶ୍ୟକତା ଅନୁଯାୟୀ ବାୟୁ ଏବଂ ସୂର୍ଯ୍ୟକିରଣ ପାଇପାରିବ ତାହାକୁ ମାଳି ଧ୍ୟାନ ଦେବା ଉଚିତ।

Advertisment

ଏହା କରିପାରିଲେ ଗଛରେ ଫୁଲ ଫୁଟିବା ଆରମ୍ଭ କରେ ଏବଂ ବଗିଚା ଭରିଯାଏ। ପିଲାମାନଙ୍କୁ ପାଳିବା ନେଇ ପ୍ୟାରେଣ୍ଟିଂ ମଧ୍ୟ ଏହିଭଳି ଏକ ଉପାୟ। ଯଦି ଆପଣ ଚାହାନ୍ତି ଆପଣଙ୍କ ପିଲା ସବୁକିଛି ଭଲ କରୁ, ଭଲ ପାଠ ପଢୁ, ଲୋକଙ୍କ ସହିତ ଭଲ ଆଚରଣ କରୁ ତେବେ ଏନେଇ ସେମାନଙ୍କ ପାଇଁ ଏକ ଭଲ ପରିବେଶ ସୃଷ୍ଟି କରିବା ଜରୁରୀ।

ଯଦି ଆପଣଙ୍କ ପିଲା ପାଠ ପଢୁ ନାହିଁ, ଅଧିକ ମୋବାଇଲ୍ ଦେଖୁଛି ଏବଂ ଲୋକଙ୍କ ସହିତ ଭଲ ବ୍ୟବହାର କରୁନି ତେବେ ଏହା ତା’ର ଭୁଲ୍ ନୁହେଁ। ଏନେଇ ବାପାମାଆଙ୍କର ମଧ୍ୟ ଭୁଲ ରହିଛି। ତେବେ ନିମ୍ନଲିଖିତ ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ ଏବଂ ଘରର ପରିବେଶକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ଉଚିତ।

Advertisment

ପଢା ଘରେ ରଖନ୍ତୁ ନାହିଁ ଏହି ଜିନିଷ:

ଯଦି ଆପଣଙ୍କର ପିଲା କହୁଛି ଯେ ତାଙ୍କୁ ପାଠ ପଢିବାକୁ ଭଲ ଲାଗୁନି ବା ପାଠପଢାରେ ମନ ଲାଗୁନି ତେବେ ଆପଣ ସତର୍କ ହୋଇଯିବା ଉଚିତ। ସର୍ବପ୍ରଥମେ, ପାଠପଢା ସ୍ଥାନର ପରିବେଶ ଯାଞ୍ଚ କରନ୍ତୁ ଯେ ସେଠାରେ କିଛି ବିଚଳିତ କରିବା ଭଳି ଜିନିଷ ନାହିଁ ତ। ଯଦି ତାଙ୍କ ଚାରିପାଖରେ କିଛି ଖେଳନା, ଟିଭି କିମ୍ବା ମୋବାଇଲ୍ ଥାଏ, ତେବେ ଏହାକୁ ତୁରନ୍ତ ହଟାନ୍ତୁ।

ସବୁବେଳେ ପାଠ ପଢିବାକୁ ଡାକନ୍ତୁ ନାହିଁ:

ପଢିବାର ଏକ ସ୍ଥିର ରୁଟିନ୍ ପ୍ରସ୍ତୁତ କରନ୍ତୁ ଏବଂ ତାଙ୍କୁ ସବୁବେଳେ ପାଠ ପଢିବାକୁ ଡାକନ୍ତୁ ନାହିଁ, ଯଦି ଆପଣ ତାଙ୍କ ପ୍ରତି ପ୍ରତି ଗମ୍ଭୀର ଥାଆନ୍ତି ତେବେ ସେ ନିଜେ ମଧ୍ୟ ନିଜ ପଢା ପାଇଁ ଗମ୍ଭୀର ହେବେ। ପାଠ ପଢା ବେଳେ ତାଙ୍କୁ କୌଣସି ପ୍ରକାର କାମ କରିବାକୁ କୁହନ୍ତୁ ନାହିଁ କିମ୍ବା ଯଦି ସେ ଭୁଲ୍ କରନ୍ତି ତେବେ ତାଙ୍କୁ ପାଟି କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ସେ ପାଠ ପଢାରୁ ଦୂରେଇ ଯିବେ।

Advertisment

ନିଜେ ମୋବାଇଲ୍ ଦେଖିବା ବନ୍ଦ କରନ୍ତୁ:

ଯଦି ଆପଣ ପିଲା ପାଇଁ ଥରେ ମୋବାଇଲ୍ ଦେଖିବାକୁ ମନା କରନ୍ତି, ତେବେ ସେ ଏହାକୁ ଦଣ୍ଡ ଭଳି ଅନୁଭବ କରିବେ। କେବଳ ଏତିକି ନୁହେଁ, ଯଦି ଆପଣ ତାଙ୍କୁ ମୋବାଇଲକୁ ଦେଖିବା ପାଇଁ ମନା କରୁଛନ୍ତି ଏବଂ ନିଜେ ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ଦେଖୁଛନ୍ତି, ତେବେ ଏହା ଠିକ୍ ନୁହେଁ। କାରଣ ପିଲାମାନେ ଦେଖିକି ହିଁ ଶିଖିଥାଆନ୍ତି।

ଖରାପ ବ୍ୟବହାର ନ କରିବା:

କେବଳ ଦୁଇଟି କାରଣରୁ ପିଲାମାନେ ଖରାପ ବ୍ୟବହାର କରନ୍ତି। ପ୍ରଥମେ, ଯଦି ସେମାନେ ଏପରି ଏକ ପରିବେଶରେ ଅଛନ୍ତି ଯେଉଁଠାରେ ଲୋକମାନେ ପରସ୍ପର ସହ ଖରାପ ବ୍ୟବହାର କରୁଛନ୍ତି, ପାଟିତୁଣ୍ଡ କରୁଛନ୍ତି, ଗାଳି ଦେଉଛନ୍ତି, କିମ୍ବା ଝଗଡା କରୁଛନ୍ତି ତେବେ ସେମାନେ ମଧ୍ୟ ଏହାକୁ ଅନୁକରଣ କରିବେ।

ସେହିପରି ଦ୍ୱିତୀୟ କାରଣ ହେଉଛି ଯଦି ପିଲା ସହିତ ଆପଣଙ୍କ କୌଣସି ସଂଯୋଗ ରୁହେ ନାହିଁ ଏବଂ ସେ ଆପଣଙ୍କ ଧ୍ୟାନକୁ ଆକର୍ଷଣ କରିବା ପାଇଁ ଏପରି ବ୍ୟବହାର କରିପାରେ। ଏହି ଦୁଇଟି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ସେମାନଙ୍କୁ ଉନ୍ନତି କରିବାର ସୁଯୋଗ ଦିଅନ୍ତୁ।

Parental Control Parents Parenting Tips Parents Guide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ