Advertisment

ବଦଳୁନାହିଁ ଡ୍ରାଗନ, ନିଜ ଜିଦ୍‌ରେ ରହୁଛି ଅଟଳ

ଏଲ୍ଏସି ହେଉ କି ତାଇଓ୍ୱାନ୍ ସବୁଠି ଉଗ୍ର ଆଭିମୁଖ୍ୟ ଆପଣେଇଛି ଚୀନ୍ । ନିୟନ୍ତ୍ରଣ ରେଖାରୁ ସୈନ୍ୟ ପ୍ରତ୍ୟାହାର ନେଇ ତ୍ରୟୋଦଶ ପର୍ଯ୍ୟାୟ ସମାରିକସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲେ ମଧ୍ୟ ଭାରତର ଦାବିକୁ ଗ୍ରହଣ କରିବାକୁ ସିଧା ସିଧା ମନା କରିଦେଇଛି ପିଏଲ୍ଏ

undefined

India China Border Fight Update

Advertisment

ନୂଆଦିଲ୍ଲୀ: ଏଲ୍ଏସି ହେଉ କି ତାଇଓ୍ୱାନ୍ ସବୁଠି ଉଗ୍ର ଆଭିମୁଖ୍ୟ ଆପଣେଇଛି ଚୀନ୍ । ନିୟନ୍ତ୍ରଣ ରେଖାରୁ ସୈନ୍ୟ ପ୍ରତ୍ୟାହାର ନେଇ ତ୍ରୟୋଦଶ ପର୍ଯ୍ୟାୟ ସମାରିକସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲେ ମଧ୍ୟ ଭାରତର ଦାବିକୁ ଗ୍ରହଣ କରିବାକୁ ସିଧା ସିଧା ମନା କରିଦେଇଛି ପିଏଲ୍ଏ। ତେବେ ଚୀନର ଏଭଳି ବିସ୍ତାରବାଦୀ ନୀତିକୁ ଚ୍ୟାଲେଞ୍ଜ ଦେବା ଲାଗି କ୍ୱାର୍ଡ କେତେ ସମର୍ଥ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

Advertisment

ଏଲ୍ଏସିର ଉତ୍ତେଜନା ଲାଗି ରହିଥିବା ସ୍ଥାନଗୁଡିକରୁ ସୈନ୍ୟ ପ୍ରତ୍ୟାହାର ନେଇ ଦୁଇ ଦିନ ତଳେ ଅନୁଷ୍ଠିତ ହୋଇଥିଲା ଭାରତ-ଚୀନ୍ ତ୍ରୟୋଦଶ ପର୍ଯ୍ୟାୟ ମିଲିଟାରୀସ୍ତରୀୟ କଥାବାର୍ତ୍ତା। ତେବେ ଗତ ବର୍ଷ ମେରେ ଏକପାଖିଆ ଭାବେ ନୂଆ ସୀମା ଟାଣିଥିବା ଚୀନ୍, ଭାରତର କୌଣସି ଦାବିକୁ ବି ଗ୍ରହଣ କରିନଥିଲା। ଭାରତର ଦାବି ଅମୂଳକ ଓ ବାସ୍ତବତା ବାହାରେ ବୋଲି କହିଛି ବେଜିଂ। ଯେଉଁଠି ଅଛ, ସେଇଠି ରୁହ ବୋଲି ନୂଆଦିଲ୍ଲୀକୁ ସ୍ପଷ୍ଟ ବାର୍ତ୍ତାକୁ ଚେଷ୍ଟା କରିଛନ୍ତି ପିଏଲଏ ୱେଷ୍ଟର୍ଣ୍ଣ କମାଣ୍ଡର ମୁଖପାତ୍ର। ତେଣେ ଖୁବ୍ ଶୀଘ୍ର ସ୍ୱାଧୀନ ରାଷ୍ଟ୍ର ତାଇଓ୍ୱାନକୁ ମୂଳ ଚୀନ୍ ଭୁଖଣ୍ଡରେ ମିଶାଯିବ ବୋଲି ଚୀନ ଜାତୀୟ ଦିବସ ଅକ୍ଟୋବର ୧ରେ ଘୋଷଣା କରିଛନ୍ତି ରାଷ୍ଟ୍ରପତି ସି. ଜିନପିଙ୍ଗ। ତାସହିତ ଚୀନ୍‌ର ୫୬ରୁ ଅଧିକ ଫାଇଟର ଜେଟ୍ ଓ ପରମାଣୁ ବୋମା ବର୍ଷଣକାରୀ ବିମାନ ତାଇଓ୍ୱାନ ବାୟୁସୀମା ନିକଟରେ ଉଡିବା ଘଟଣା ଏହି କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରର ନିଦ ହଜାଇ ଦେଇଛି। ତେବେ ଏଲ୍ଏସି ହେଉ କି ତାଇଓ୍ୱାନ୍, ଚୀନ୍ ଏହାର ଆଭିମୁଖ୍ୟରେ ପରିବର୍ତ୍ତନ କରିବ ନାହିଁ ବୋଲି କୁହାଯାଉଛି।

Advertisment

ଚୀନର ବିସ୍ତାରବାଦୀ ନୀତିକୁ ଚ୍ୟାଲେଞ୍ଜ ଦେବାକୁ କ୍ୱାଡ୍ ଓ AUKUS ଭଳି ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାରଣ ଚୀନ୍ ନିଜକୁ ବିଶ୍ୱର ଏକ ମହାଶକ୍ତି ଭାବେ ପ୍ରମାଣିତ କରିସାରିଛି। ଅନ୍ୟପକ୍ଷରେ ଆଗାମୀ ଦିନର ଟ୍ୟାଙ୍କ୍ ଓ ମେସିନ୍ ଗନ୍ ବଦଳରେ ଡ୍ରୋନ୍ ଓ ସାଇବର ଜ୍ଞାନକୌଶଳ ମାଧ୍ୟମରେ ଯୁଦ୍ଧ ଲଢାଯିବ ବୋଲି କୁହାଯାଉଛି। ଚୀନ୍ ଇଲେକ୍ଟ୍ରୋନିକ୍ ଓ୍ୱାର୍ଫେୟାର କ୍ଷେତ୍ରରେ ବେଶ ଅଗ୍ରଗତି କରିସାରିଥିବା ବେଳେ ଭାରତ ବହୁ ପଛରେ ରହିଛି। ତେଣୁ ଏକ୍ଷେତ୍ରରେ ଭାରତ ଦକ୍ଷତା ବୃଦ୍ଧି ଲାଗି ଚାହୁଁଛନ୍ତି ଚୀନ ବିରୋଧୀ। ତାସହିତ ଆଫଗାନିସ୍ତାନ-ପାକିସ୍ତାନ ଟେରର୍ ନେଟଓ୍ୱର୍କର ମୁକାବିଲା ଲାଗି ଭାରତର ଭୌଗୋଳିକ ଅବସ୍ଥିତି ସାମରିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି। ସେଥିଲାଗି ଆମେରିକା ହେଉକି ବ୍ରିଟେନ୍, ଫ୍ରାନସ ହେଉ କି ଋଷିଆ କେହି ବି ଭାରତକୁ ଉପେକ୍ଷା କରିପାରିବେ ନାହିଁ। ଏଭଳି ସ୍ଥିତିରେ ଭାରତ ଚୀନ୍ ସହ ଆଖିରେ ଆଖି ମିଶାଇ ଛିଡ଼ା ହେବା ନିହାତି ଜରୁରୀ ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ।

ଜାତୀୟ ଓ ଅନ୍ତର୍ଜାତୀୟ ରାଜନୈତିକ ସ୍ଥିତିକୁ ଦେଖି ଚୀନ୍ ସମୟ ସମୟରେ ଏଭଳି ଭେଳିକି କରିଥାଏ ବୋଲି କହିଛନ୍ତି ବିଶେଷଜ୍ଞ। ଯେମିତିକି କରୋନା ସଂକ୍ରମଣରୁ ଦୃଷ୍ଟି ହଟାଇବା ଲାଗି ଲଦାଖ୍ ଷଡ଼ଯନ୍ତ୍ର ରଚିଥିଲା ବେଜିଂ। ସେହିପରି ଗତ ମାସ ୧୫ ତାରିଖରେ ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ ମଧ୍ୟରେ AUKUS ମେଣ୍ଟ ହେବା ପରେ, ବେଜିଂ ରାଗ ଗରଗର ହେଉଥିବା କୁହାଯାଉଛି। ଏହାସତ୍ତ୍ୱେ ଡ୍ରାଗନର ଗତିବିଧି ଉପରେ ସର୍ବଦା ସତର୍କ ଦୃଷ୍ଟି ରଖିବା ଜରୁରୀ ହୋଇଛି।

Advertisment
India China
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ