Advertisment

କରୋନା ବେଳେ ଖରାପ ଖବର; ଶ୍ୱାସରୁ ବି ବ୍ୟାପୁଛି ଯକ୍ଷ୍ମା ସଂକ୍ରମଣ

ଦୁନିଆର ସବୁଠାରୁ ସଂକ୍ରାମକ ଘାତକ ରୋଗ ମଧ୍ୟରୁ ଟିବି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସାଧାରଣତଃ ଫୁସଫୁସ୍‌ ସମ୍ବନ୍ଧୀୟ ଏହି ସଂକ୍ରମଣ କାଶ ମାଧ୍ୟମରେ ବ୍ୟାପିଥାଏ। କିନ୍ତୁ ବର୍ତ୍ତମାନ ଏକ ସୂଚନା ମୁତାବକ ଏହା ଶ୍ୱାସକ୍ରିୟା ମାଧ୍ୟମରେ ମଧ୍ୟ ବ୍ୟାପିପାରେ। ଦୈନିକ ଜାଗରଣର ଏକ ସୂଚନା ଅନୁଯାୟୀ ଦକ୍ଷିଣ ଆଫ୍ରିକାର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ 'କେବଳ କାଶ ଦ୍ୱାରା ନୁହେଁ ବରଂ ଶ୍ୱାସ ଦ୍ୱାରା ମଧ୍ୟ ଯକ୍ଷ୍ମା ସଂକ୍ରମଣ ହୋଇପାରେ।'

TB is caused by the breath of infected person

TB is caused by the breath of infected person

Advertisment

ଦୁନିଆର ସବୁଠାରୁ ସଂକ୍ରାମକ ଘାତକ ରୋଗ ମଧ୍ୟରୁ ଟିବି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସାଧାରଣତଃ ଫୁସଫୁସ୍‌ ସମ୍ବନ୍ଧୀୟ ଏହି ସଂକ୍ରମଣ କାଶ ମାଧ୍ୟମରେ ବ୍ୟାପିଥାଏ। କିନ୍ତୁ ବର୍ତ୍ତମାନ ଏକ ସୂଚନା ମୁତାବକ ଏହା ଶ୍ୱାସକ୍ରିୟା ମାଧ୍ୟମରେ ମଧ୍ୟ ବ୍ୟାପିପାରେ। ଦୈନିକ ଜାଗରଣର ଏକ ସୂଚନା ଅନୁଯାୟୀ ଦକ୍ଷିଣ ଆଫ୍ରିକାର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ 'କେବଳ କାଶ ଦ୍ୱାରା ନୁହେଁ ବରଂ ଶ୍ୱାସ ଦ୍ୱାରା ମଧ୍ୟ ଯକ୍ଷ୍ମା ସଂକ୍ରମଣ ହୋଇପାରେ।' ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କାଶକୁ ଯକ୍ଷ୍ମା ବ୍ୟାପିବାର ସବୁଠାରୁ ବଡ ମାଧ୍ୟମ ବୋଲି ବିବେଚନା କରାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ ୯୦ ପ୍ରତିଶତ ଯକ୍ଷ୍ମା ଜୀବାଣୁ ଶ୍ୱାସ ଦ୍ୱାରା ବାହାରୁଥିବା ଏରୋସୋଲ କିମ୍ବା ଜଳବୁନ୍ଦା ମାଧ୍ୟମରେ ବ୍ୟାପିପାରେ। ସବୁଠାରୁ ବିପଦପୂର୍ଣ୍ଣ ଯେ କରୋନା ଭାଇରସ୍ ସମୟରେ ଏହିପରି ଅନୁସନ୍ଧାନ ସାମ୍ନାକୁ ଆସିଛି।

Advertisment
TB is caused by the breath of infected personଶ୍ୱାସରୁ ବି ବ୍ୟାପୁଛି ଯକ୍ଷ୍ମା ସଂକ୍ରମଣ

ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ କାଶରୁ ବାହାରୁଥିବା ଜଳବୁନ୍ଦା ତୁଳନାରେ ଶ୍ୱାସରୁ ବାହାରୁଥିବା ଏରୋସୋଲ ଅଧିକ ସମୟ ବାୟୁରେ ରହିପାରେ ଓ ବହୁ ଦୂର ପର୍ଯ୍ୟନ୍ତ ବ୍ୟାପିପାରେ। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଯକ୍ଷ୍ମା ଅନୁସନ୍ଧାନ ଏବଂ ଏହାକୁ ମୁକାବିଲା ପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି।

Advertisment

ଅନୁସନ୍ଧାନର ଫଳାଫଳକୁ ବ୍ୟାଖ୍ୟା କରି କେପ୍‌ଟାଉନ୍ ବିଶ୍ୱବିଦ୍ୟାଳୟର ରିଆନ୍ ଡିଙ୍କେଲ୍ କହିଛନ୍ତି, “କାଶ ସମୟରେ ଅଧିକ ଜୀବାଣୁ ବାହାରିଥାଏ ଏଥିରେ କୌଣସି ସନ୍ଦେହ ନାହିଁ, କିନ୍ତୁ ଶ୍ୱାସକ୍ରିୟାଜନିତ ସଂକ୍ରମଣର ଗମ୍ଭୀରତା ଅନ୍ୟ ଏକ କାରଣ ଅଟେ। ଯଦି ସଂକ୍ରମିତ ବ୍ୟକ୍ତି ଦିନରେ ୨୨ହଜାର ଥର ଶ୍ୱାସକ୍ରିୟା କରେ ଏବଂ ପ୍ରାୟ ୫୦୦ ଥର କାଶେ, ଏଭଳି ପରିସ୍ଥିତିରେ ସମୁଦାୟ ଜୀବାଣୁ ତୁଳନାରେ କେବଳ ୭ ପ୍ରତିଶତ ଜୀବାଣୁ କାଶ ଦ୍ୱାରା ବ୍ୟାପିଥାଏ। ତେଣୁ, ଏକ ବସ୍ କିମ୍ବା ବିଦ୍ୟାଳୟ କୋଠରୀରେ, ଯେଉଁଠାରେ ଲୋକମାନେ ଦୀର୍ଘ ସମୟ ଏକାଠି ବିତାଇଥା’ନ୍ତି, ସେଠାରେ ଅନେକ ଶ୍ୱାସ ଦ୍ୱାରା ଅଧିକ ସଂକ୍ରମଣ ହୋଇପାରେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, କରୋନା ମହାମାରୀ ପରେ ଯକ୍ଷ୍ମା ଦୁନିଆରେ ସବୁଠାରୁ ମାରାତ୍ମକ ସଂକ୍ରମଣ। WHO ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଯକ୍ଷ୍ମା ଯୋଗୁଁ ୧୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। କରୋନା ଲକ୍‌ଡାଉନ୍ ଯୋଗୁଁ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୦ରେ ୫୮ ଲକ୍ଷ ଲୋକଙ୍କଠାରେ ଯକ୍ଷ୍ମା ସଂକ୍ରମଣ ଚିହ୍ନଟ ହୋଇଥିଲା। WHO ଆକଳନ ଅନୁଯାୟୀ ସଂକ୍ରମିତର ପ୍ରକୃତ ସଂଖ୍ୟା ପ୍ରାୟ ଏକ କୋଟି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଜାଣତରେ ଅନ୍ୟମାନଙ୍କୁ ସଂକ୍ରମିତ କରୁଛନ୍ତି।

Advertisment
Health TB Tests
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ