ଲେମ୍ବୁ ଦାମ ବୃଦ୍ଧି ନେଇ ଚିନ୍ତିତ କି, ବିକଳ୍ପ ଭାବେ ଖାଆନ୍ତୁ ଏହିସବୁ ଖାଦ୍ୟ

ଲେମ୍ବୁକୁ ଭିଟାମିନ୍-ସି ର ସବୁଠାରୁ ସହଜ ଏବଂ ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। ଏବେ ଲେମ୍ବୁରେ ନିଆଁ ଲାଗିଛି। ଏପରି ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ଏହାକୁ କିଣିବା ଭାରୀ ହୋଇପାରେ। ଏଭଳି ପରିସ୍ଥିତିରେ ଭିଟାମିନ୍-ସି ପାଇବା ପାଇଁ ଲେମ୍ବୁ ବ୍ୟତୀତ ଖାଦ୍ୟରେ ଆଉ କେଉଁ ଜିନିଷ ନିଆଯାଇପାରେ?

ଲେମ୍ବୁ ଦାମ ବୃଦ୍ଧି ନେଇ ଚିନ୍ତିତ କି, ବିକଳ୍ପ ଭାବେ ଖାଆନ୍ତୁ ଏହିସବୁ ଖାଦ୍ୟ

କରୋନା ସଂକ୍ରମଣ ଠାରୁ ଆମେ ସମସ୍ତେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚେଷ୍ଟା କରୁଛୁ। ଅଧ୍ୟୟନରୁ ଜଣାପଡିଛି ଯେ ଭିଟାମିନ୍-ସି ଓ ଡିରେ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।

ଲେମ୍ବୁକୁ ଭିଟାମିନ୍-ସି ର ସବୁଠାରୁ ସହଜ ଏବଂ ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। ପ୍ରକାଶଥାଉ ଯେ ୧୦୦ ଗ୍ରାମ ଲେମ୍ବୁରୁ ୫୩ ମିଗ୍ରା ଭିଟାମିନ୍-ସି ମିଳେ। ସୁସ୍ଥ ରହିବାକୁ ଜଣେ ବ୍ୟକ୍ତି ପ୍ରତିଦିନ ୬୫-୯୦ ମିଗ୍ରା ଭିଟାମିନ୍-ସି ଆବଶ୍ୟକ କରେ। କିନ୍ତୁ ଏବେ ଲେମ୍ବୁରେ ନିଆଁ ଲାଗିଛି। ଏହାର ଦର ଆକାଶ ଛୁଆଁ। ଏପରି ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ଏହାକୁ କିଣିବା ଭାରୀ ହୋଇପାରେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ଭିଟାମିନ୍-ସି ପାଇବା ପାଇଁ ଲେମ୍ବୁ ବ୍ୟତୀତ ଖାଦ୍ୟରେ ଆଉ କେଉଁ ଜିନିଷ ନିଆଯାଇପାରେ?

ଲେମ୍ବୁ ବ୍ୟତୀତ କମଳା, ଅଙ୍ଗୁର, ଅଁଳା ପରି ଅନ୍ୟ ଖଟା ଫଳଗୁଡ଼ିକରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍-ସି ଥାଏ। ଗୋଟିଏ ମଧ୍ୟମ ଆକାରର କମଳାରେ ୭୦ ମିଲିଗ୍ରାମ ଭିଟାମିନ୍ ସି ଥାଏ। କମଳା ଚର୍ମ ସହିତ ଅନେକ ପେଟ ସମସ୍ୟା ପାଇଁ ଲାଭ ହୋଇଥାଏ। ସେହିପରି ୧୦୦ ଗ୍ରାମ ଅଙ୍ଗୁରରୁ ପ୍ରାୟ ୩୨ମିଗ୍ରା ଭିଟାମିନ୍-ସି ମିଳେ।

ଭିଟାମିନ୍ ସି’ରେ ଭରା କିୱି:

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କିୱି ମଧ୍ୟ ଭଲ ବୋଲି ବିବେଚନା କରାଯାଏ। ଏହା ଭିଟାମିନ୍-ସି ର ଏକ ସମୃଦ୍ଧ ଉତ୍ସ ଅଟେ, ଏବଂ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଶରୀରକୁ ଅନେକ ପ୍ରକାରର ଗମ୍ଭୀର ଏବଂ କ୍ରନିକ୍‌ ରୋଗରୁ ରକ୍ଷା କରିଥାଏ। ୧୦୦ ଗ୍ରାମ କିୱିରେ ୯୨ ମିଗ୍ରା ଭିଟାମିନ୍-ସି ମିଳେ। ପ୍ରତିଦିନ ଗୋଟିଏ କିୱି ଫଳ ସାମିଲ କରିବା ଉଚିତ।

ସବୁଜ ପନିପରିବା:

ସବୁଜ ପନିପରିବାରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍-ସି ମିଳିଥାଏ। ୧୦୦ଗ୍ରାମ ପାଳଙ୍ଗରୁ ୨୮ ମିଗ୍ରା ଭିଟାମିନ୍-ସି ଥାଏ। ଏନେଇ ଖାଦ୍ୟରେ ଶାଗକୁ ସାମିଲ କରନ୍ତୁ।

ଟମାଟୋ:

ଲାଲ ଟମାଟୋ ଭିଟାମିନ୍ ସି ରେ ମଧ୍ୟ ଭରପୂର। ଗୋଟିଏ କପ୍ ଟମାଟୋରେ ପ୍ରାୟ ୨୫ ମିଗ୍ରା ଭିଟାମିନ୍-ସି ଥାଏ। ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଶରୀରକୁ କ୍ରନିକ୍‌ ରୋଗର ବିପଦରୁ ସୁରକ୍ଷିତ ରଖିବାରେ ସହାୟକ ହୋଇଥାଏ।