Advertisment

ନିଦ୍ରାହୀନତା ହୃଦଘାତର କାରଣ ହୋଇପାରେ

ଦିନକୁ ଦିନ ବଢୁଥିବା ଚାପ ଓ ମହାମାରୀ କାରଣରୁ ଘରେ ରହିବାକୁ ବାଧ୍ୟ ହେବା ଆମ ନିଦକୁ ଅଧିକ ପ୍ରଭାବିତ କରିଛି। ଭଲ ନିଦ ଅଭାବରୁ ଆମେ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରୁ, ଏହା ଆମ ହୃଦୟକୁ ମଧ୍ୟ ବହୁତ ପ୍ରଭାବିତ କରିଥାଏ। ବିଶେଷଜ୍ଞମାନେ ନିର୍ଦ୍ଦେଶ ଦେଇଛନ୍ତି ଯେ ରାତିରେ ୭ ରୁ ୧୦ ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ। ଏହି ସମୟରେ ଶରୀ ନିଜକୁ ସୁସ୍ଥ କରାଏ।

Lack of sleep cause heart attack

Lack of sleep cause heart attack

Advertisment

ଦିନକୁ ଦିନ ବଢୁଥିବା ଚାପ ଓ ମହାମାରୀ କାରଣରୁ ଘରେ ରହିବାକୁ ବାଧ୍ୟ ହେବା ଆମ ନିଦକୁ ଅଧିକ ପ୍ରଭାବିତ କରିଛି। ଭଲ ନିଦ ଅଭାବରୁ ଆମେ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରୁ, ଏହା ଆମ ହୃଦୟକୁ ମଧ୍ୟ ବହୁତ ପ୍ରଭାବିତ କରିଥାଏ। ବିଶେଷଜ୍ଞମାନେ ନିର୍ଦ୍ଦେଶ ଦେଇଛନ୍ତି ଯେ ରାତିରେ ୭ ରୁ ୧୦ ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ। ଏହି ସମୟରେ ଶରୀ ନିଜକୁ ସୁସ୍ଥ କରାଏ। କିନ୍ତୁ ଏହା ଜଣାପଡିଛି ଯେ ଗତ କିଛି ଦଶନ୍ଧି ମଧ୍ୟରେ ଲୋକଙ୍କ ନିଦ ଦୁଇ ଘଣ୍ଟା ହ୍ରାସ ପାଇଛି। କେବଳ ଏତିକି ନୁହେଁ, ଭଲ ନିଦ ଅଭାବରୁ ଲୋକଙ୍କ ହୃଦଘାତ ହେବାର ସମ୍ଭାବନା ମଧ୍ୟ ବଢିଯାଇଛି। ତେବେ ଅନିୟମିତ ଜୀବନଶୈଳୀ, ମୋବାଇଲ୍, ଖାଦ୍ୟ ନିଦ୍ରାହିନତାର କାରଣ ହୋଇଛି।

Advertisment
Lack of sleep cause heart attackନିଦ୍ରାହୀନତା ହୃଦଘାତର କାରଣ ହୋଇପାରେ

ରୋଗ ଏବଂ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର(ସିଡିସି) ଅନୁଯାୟୀ, ଶରୀରକୁ ସୁସ୍ଥ ରଖିବା ପାଇଁ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣେ ସୁସ୍ଥ ବୟସ୍କଙ୍କ ପାଇଁ, ରାତିରେ ଅତି କମରେ ୭ ଘଣ୍ଟା ଶୋଇବା ଜରୁରୀ। ଏହା ହୃଦ୍ ରୋଗରୁ ରକ୍ଷା କରିଥାଏ। ସିଡିସି ଅନୁଯାୟୀ, ପ୍ରତି ତିନି ଜଣ ଆମେରିକୀୟଙ୍କ ମଧ୍ୟରୁ ଜଣେ ନିଦ୍ରାହୀନତାରେ ପୀଡିତ। ଏହି ସମସ୍ୟା ଦିନେ କିମ୍ବା ଦୁଇ ଦିନ ପାଇଁ ଠିକ ଅଛି, କିନ୍ତୁ ଯଦି ଏହା ଅନେକ ଦିନ ପର୍ଯ୍ୟନ୍ତ ଜାରି ରହେ, ତେବେ ଏହା ହୃଦଘାତର କାରଣ ହୋଇଥାଏ।

Advertisment

ସୁଖ ନିଦ୍ରା ଦ୍ୱାରା ହୃଦସ୍ପନ୍ଦନ, ରକ୍ତଚାପ ଓ ମେଟାବୋଲିଜିମ୍ କମ୍ ହୋଇଥାଏ, ଯାହା ହୃଦୟର ମାଂସପେଶୀକୁ ବିଶ୍ରାମ ଦେବା ପାଇଁ ସମୟ ଦେଇଥାଏ, କିନ୍ତୁ ଯେତେବେଳେ ଏହା ନ ହୁଏ ତେବେ ବ୍ୟକ୍ତି ଉଚ୍ଚ ରକ୍ତଚାପ, ଟାଇପ୍-୨ ମଧୁମେହ, ମୋଟାପଣର ଶୀକାର ହୋଇପାରେ। ଏହା ବ୍ୟତୀତ ଉଦାସୀନତା ମଧ୍ୟ ବଢିପାରେ।

ହେଲ୍‌ଥସଟ୍ ଅନୁଯାୟୀ, ପ୍ରତି ଦଶ ଜଣଙ୍କ ମଧ୍ୟରୁ ଜଣେ ନିଦ୍ରାହୀନତାରେ ପୀଡିତ। ଯାହା ସିଧାସଳଖ ହୃଦୟ ସ୍ୱାସ୍ଥ୍ୟ ସହିତ ଜଡିତ। ଏପରି ପରିସ୍ଥିତିରେ, ସର୍ବଦା ମନେରଖିବା ଜରୁରୀ ଯେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ହୃଦୟ କାର୍ଯ୍ୟ କରିଥାଏ ଏବଂ ଏହାକୁ ସତେଜ କରିବା ପାଇଁ ୭ ରୁ ୮ ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ

Advertisment
Health Heart Attack Lack Of Sleep
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ