Advertisment

Engineers Day 2023: କର୍ଣ୍ଣାଟକର ‘ଭାଗୀରଥୀ’ ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟ

ଭାରତରେ ‘ଇଞ୍ଜିନିୟର୍ସ ଦିବସ’ ପ୍ରତିବର୍ଷ ୧୫ ସେପ୍ଟେମ୍ବରରେ ପାଳନ କରାଯାଏ। ୧୫ ସେପ୍ଟେମ୍ବର ହେଉଛି ଭାରତୀୟ ସିଭିଲ୍ ଇଞ୍ଜିନିୟର ତଥା ରାଜନେତା ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ‘ଇଞ୍ଜିନିୟର୍ସ ଦିବସ’ ଭାବରେ ପାଳନ କରାଯାଏ।

ଅଦ୍ୟତନ ହୋଇଛି
Engineers Day 2023: history and ignificance

Engineers Day 2023: history and ignificance

Advertisment

ଭାରତରେ ‘ଇଞ୍ଜିନିୟର୍ସ ଦିବସ’ ପ୍ରତିବର୍ଷ ୧୫ ସେପ୍ଟେମ୍ବରରେ ପାଳନ କରାଯାଏ। ୧୫ ସେପ୍ଟେମ୍ବର ହେଉଛି ଭାରତୀୟ ସିଭିଲ୍ ଇଞ୍ଜିନିୟର ତଥା ରାଜନେତା ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ‘ଇଞ୍ଜିନିୟର୍ସ ଦିବସ’ ଭାବରେ ପାଳନ କରାଯାଏ।

Advertisment

ତେବେ ଏହି ‘ଇଞ୍ଜିନିୟର୍ସ ଦିବସ’ କାହିଁକି ପାଳନ କରାଯାଏ? ଏହାର ଗୁରୁତ୍ୱ କ’ଣ? କିଏ ଏହି ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟ ସେ ବିଷୟରେ ଜାଣିବା ପାଇଁ ଆସନ୍ତୁ ନଜର ପକେଇବା।

ମହତ୍ତ୍ୱ:

ଇଂଜିନିୟରିଂ ଏବଂ ଆଇଟି କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରଣୀ ଦେଶ ଭାବେ ପରିଗଣିତ। ଭାରତରେ ଅନେକ ଇଞ୍ଜିନିୟରିଂ ଅନୁଷ୍ଠାନ ଏବଂ ଅନେକ ଇଞ୍ଜିନିୟରିଂ ପାଠ୍ୟକ୍ରମ ଅଛି। ଦେଶକୁ ବିକଶିତ କରିବାରେ ଇଞ୍ଜିନିୟରମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ସେମାନଙ୍କୁ ଆଧୁନିକ ସମାଜର ମେରୁଦଣ୍ଡ ଭାବରେ ବିବେଚନା କରାଯାଏ। ଇଞ୍ଜିନିୟର ବିନା କୌଣସି ଦେଶର ବିକାଶ ଅସମ୍ଭବ।

Advertisment

ଏମ୍‌ ବିଶ୍ୱେଶ୍ୱରାୟ କିଏ:

୧୮୮୩ ମସିହାରେ ପୁନା ସାଇନ୍ସ କଲେଜରୁ ସିଭିଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ବମ୍ବେ ପବ୍ଲିକ୍ ୱାର୍କସ୍ ବିଭାଗରେ ସହକାରୀ ଇଞ୍ଜିନିୟର ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କ ଅବଦାନ ପାଇଁ ତାଙ୍କୁ କର୍ଣ୍ଣାଟକର ‘ଭାଗୀରଥୀ’ ମଧ୍ୟ କୁହାଯାଏ।

ରାଷ୍ଟ୍ର ନିର୍ମାଣରେ ଏମ୍‌ ବିଶ୍ୱେଶ୍ୱରାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଏଭଳି ପରିସ୍ଥିତିରେ, ତାଙ୍କ ଜନ୍ମଦିନ, ୧୫ ସେପ୍ଟେମ୍ବରକୁ ସାରା ଦେଶରେ ‘ଇଞ୍ଜିନିୟର୍ସ ଦିବସ’ ଭାବରେ ପାଳନ କରାଯାଏ। ଆଧୁନିକ ଭାରତର ବନ୍ଧ, ଜଳଭଣ୍ଡାର ଏବଂ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣରେ ସିଭିଲ୍ ଇଞ୍ଜିନିୟର ବିଶ୍ୱେଶ୍ୱରାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Advertisment

ସେ ହାଇଦ୍ରାବାଦ ପାଇଁ ବନ୍ୟା ସୁରକ୍ଷା ବ୍ୟବସ୍ଥାର ପରିକଳ୍ପନା କରିଥିଲେ, ଯାହା ତାଙ୍କୁ ଭାରତରେ ସେଲିବ୍ରିଟି ମାନ୍ୟତା ପ୍ରଦାନ କରିଥିଲା। ସେ ମୁଖ୍ୟ ଇଞ୍ଜିନିୟର ଭାବରେ ମୈସୁରରେ କୃଷ୍ଣ ରାଜ ସାଗର ଡ୍ୟାମ ନିର୍ମାଣ ଦାୟିତ୍ୱରେ ଥିଲେ। ସେ ମୈସୁର ରାଜ୍ୟର ୧୯ତମ ଦିୱାନ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କର ଆଶ୍ଚର୍ଯ୍ୟଜନକ ଅବଦାନକୁ ଦୃଷ୍ଟିରେ ରଖି ୧୯୫୫ ମସିହାରେ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ।

ବିଶ୍ୱେଶ୍ୱରାୟ ଦେଶରେ ସାର୍ MV ଭାବରେ ମଧ୍ୟ ଜଣାଶୁଣା। ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ଏମ୍‌ ବିଶ୍ୱେଶ୍ୱରାୟ ୧୮୬୧ରେ ମୈସୁରର କୋଲାର ଜିଲ୍ଲାର କକ୍କାବାଲାପୁର ତାଲୁକର ଏକ ତେଲୁଗୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କା ବାପାଙ୍କ ନାମ ଶ୍ରୀନିବାସ ଶାସ୍ତ୍ରୀ, ଯିଏ ସଂସ୍କୃତ ପଣ୍ଡିତ ତଥା ଆୟୁର୍ବେଦର ଡାକ୍ତର ଥିଲେ।

ତାଙ୍କ ଜନ୍ମଦିନରେ ଭାରତ ସରକାର ‘ଇଞ୍ଜିନିୟର୍ସ ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ୧୯୬୮ ମସିହାରେ ଏହା ଘୋଷଣା କରାଯାଇଥିଲା। ଏହା ପରେ ପ୍ରତିବର୍ଷ ଏହି ଦିନ ପାଳନ କରାଯାଏ।

Engineers Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ