Advertisment

Birthday of Lal Bahadur Shastri 2024: ଶାସ୍ତ୍ରୀଙ୍କ ସଚ୍ଚୋଟତା; ପୁଅର ଏହି ଛୋଟ ଭୁଲ୍ ପାଇଁ ଗଣିଥିଲେ ଟଙ୍କା

ଦୁର୍ନୀତି ବିରୋଧରେ ତାଙ୍କର ନିଷ୍ପତ୍ତି ଏବଂ ତାଙ୍କର ନମ୍ର ସ୍ୱଭାବ ପାଇଁ ଲାଲ ବାହାଦୂର ଶାସ୍ତ୍ରୀ ବେଶ ଜଣାଶୁଣା। ତାଙ୍କର ସରଳତା, ସଚ୍ଚୋଟତା ଏବଂ ଦେଶପ୍ରେମ ପାଇଁ ସେ ଯୁଗେ ଯୁଗେ ପୂଜ୍ୟ। ଆଜି ଏହି ମହାମାନବଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ ଜାଣିବା।

ଅଦ୍ୟତନ ହୋଇଛି
Lal Bahadur Shastri the worshiper of honesty

Lal Bahadur Shastri the worshiper of honesty

Advertisment

ଆଜି ଦେଶର ଦୁଇ ମହାନ ବ୍ୟକ୍ତିଙ୍କ ଜନ୍ମଦିନ। ଗାନ୍ଧିଜୀଙ୍କ ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ମଧ୍ୟ ଏହି ଦିନ ଜନ୍ମ ହୋଇଥିଲେ। ଲାଲ ବାହାଦୂର ଶାସ୍ତ୍ରୀ ୦୨ ଅକ୍ଟୋବର ୧୯୦୪ରେ ୟୁପିର ମୋଗଲସରାଇରେ ଜନ୍ମଗ୍ରହଣ କରିଥିଲେ।

Advertisment

ଶାସ୍ତ୍ରୀ ଜୀଙ୍କର ଉଚ୍ଚତା କମ ଥିଲେ ମଧ୍ୟ ତାଙ୍କର ବଡ ବଡ ନିଷ୍ପତ୍ତି ଏବଂ ଉଚ୍ଚ ଚିନ୍ତାଧାରା ପାଇଁ ସେ ଯୁଗେ ଯୁଗେ ସ୍ମରଣୀୟ। ସେ ତାଙ୍କ ଜୀବନସାରା ସାଧାରଣ ଲୋକଙ୍କ ସ୍ୱାର୍ଥକୁ ସମର୍ଥନ କରୁଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମରେ ଶାସ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଜବାହର ଲାଲ୍ ନେହରୁଙ୍କ ପରେ ସେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

୧୯୬୫ର ଇଣ୍ଡୋ-ପାକ୍ ଯୁଦ୍ଧ ସମୟରେ ଶାସ୍ତ୍ରୀଙ୍କୁ ତାଙ୍କର ନେତୃତ୍ୱ ତଥା ତାଙ୍କର ପ୍ରତୀକାତ୍ମକ ସ୍ଲୋଗାନ୍ ‘ଜୟ ଜୱାନ୍, ଜୟ କିସାନ୍’ ପାଇଁ ସ୍ମରଣ କରାଯାଇଥାଏ। ଦୁର୍ନୀତି ବିରୋଧରେ ନିଆଯାଇଥିବା ନିଷ୍ପତ୍ତି ଏବଂ ତାଙ୍କର ନମ୍ର ସ୍ୱଭାବ ପାଇଁ ସେ ବେଶ ଜଣାଶୁଣା। ତାଙ୍କର ସରଳତା, ସଚ୍ଚୋଟତା ଏବଂ ଦେଶପ୍ରେମ ପାଇଁ ସେ ଯୁଗେ ଯୁଗେ ପୂଜ୍ୟ। ଆଜି ଏହି ମହାମାନବଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ ଜାଣିବା।

Advertisment

ଶାସ୍ତ୍ରୀଙ୍କ ଜନ୍ମ:

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନରେ ହିଁ ଲାଲ ବାହାଦୂର ଶାସ୍ତ୍ରୀ ଜନ୍ମ ହୋଇଥିଲେ। ୨ ଅକ୍ଟୋବର ୧୯୦୪ ରେ ଉତ୍ତରପ୍ରଦେଶର ମୁଗଲସରାଇରେ ଜନ୍ମଗ୍ରହଣ କରିଥିବା ଶାସ୍ତ୍ରୀଙ୍କୁ ତାଙ୍କ ପିଲାଦିନରେ ସମସ୍ତେ ନହ୍ନେ ବୋଲି ଡାକୁଥିଲେ।

Birthday of Lal Bahadur Shastri ଚରଖାରେ ସୂତା କାଟୁଥିବା ବେଳେ ଲାଲ ବାହାଦୂର ଶାସ୍ତ୍ରୀ

ତାଙ୍କୁ ଯେତେବେଳେ ମାତ୍ର ଦେଢ ବର୍ଷ ହୋଇଥିଲା ତାଙ୍କର ପିତୃ ବିୟୋଗ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ମାମୁଁଙ୍କ ସହ ରହିବାକୁ ପଠାଗଲା। ସେ ପାଠ ପଢିବା ପାଇଁ ମାଇଲ୍ ମାଇଲ୍ ବାଟ ପାଦରେ ଚାଲି ଚାଲି ଯାଉଥିଲେ। କିନ୍ତୁ ଦେଶର ସ୍ୱାଧୀନତା ପାଇଁ ଲଢିବାକୁ ନିଷ୍ପତ୍ତି ନେଇଥିବା ଶାସ୍ତ୍ରୀ ୧୬ ବର୍ଷ ବୟସରେ ପାଠପଢା ଛାଡିଥିଲେ। ସେ ୧୭ ବର୍ଷ ବୟସରେ ଜେଲ୍‌ ଯାଇଥିଲେ କିନ୍ତୁ ନାବାଳକ ଥିବାରୁ ତାଙ୍କୁ ମୁକ୍ତ କରାଯାଇଥିଲା।

Advertisment

ଶାସ୍ତ୍ରୀଜୀଙ୍କର ନମ୍ର ଗୁଣ:

ପ୍ରଧାନମନ୍ତ୍ରୀ ହେବା ପରେ ଶାସ୍ତ୍ରୀଜୀ କୌଣସି ଏକ ରାଜ୍ୟ ଗସ୍ତ କରିବାର ଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ଯାତ୍ରା ବାତିଲ କରିବାକୁ ପଡିଲା। ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ଶାସ୍ତ୍ରୀଜୀଙ୍କୁ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ରହିବା ପାଇଁ ପ୍ରଥମ ଶ୍ରେଣୀ ବ୍ୟବସ୍ଥା କରାଯାଇଛି। ଏହା ଜାଣି ଶାସ୍ତ୍ରୀଜୀ ତାଙ୍କୁ କହିଥିଲେ ଯେ ସେ ଜଣେ ତୃତୀୟ ଶ୍ରେଣୀର ବ୍ୟକ୍ତି, ତାଙ୍କ ପାଇଁ ପ୍ରଥମ ଶ୍ରେଣୀ ବ୍ୟବସ୍ଥାର ଆବଶ୍ୟକତା କ’ଣ?

Birthday of Lal Bahadur Shastri ଏକ ବିଶେଷ ମୁହୂର୍ତ୍ତରେ ଲାଲ ବାହାଦୂର ଶାସ୍ତ୍ରୀ

ଶାସ୍ତ୍ରୀଙ୍କ ସଚ୍ଚୋଟତା:

ଶାସ୍ତ୍ରୀଜୀଙ୍କ ପୁଅ ଥରେ ତାଙ୍କ ଅଫିସ୍ କାର୍ ବ୍ୟବହାର କରିବାରୁ ଶାସ୍ତ୍ରୀଜୀ କାର୍‌ର ବ୍ୟକ୍ତିଗତ ବ୍ୟବହାର ପାଇଁ ସରକାରୀ ଆକାଉଣ୍ଟରେ ସମ୍ପୂର୍ଣ୍ଣ ରାଶି ପ୍ରଦାନ କରିଥିଲେ।

ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେତେବେଳେ ଲାଲ ବାହାଦୂର ଶାସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କର ନା କୌଣସି ଘର ଥିଲା ନା କୌଣସି ଜାଗାବାଡି। ତାଙ୍କ ନାମରେ କେବଳ ଏକ ଲୋନ୍ ଥିଲା, ଯାହା ସେ ପ୍ରଧାନମନ୍ତ୍ରୀ ହେବା ପରେ ଫିଏଟ୍ କାର୍‌ କିଣିବାକୁ ସରକାରଙ୍କଠାରୁ ନେଇଥିଲେ। ଶାସ୍ତ୍ରୀଜୀଙ୍କର ମୃତ୍ୟୁ ପରେ ଯେତେବେଳେ ତାଙ୍କ ପରିବାରକୁ ଋଣ ପରିଶୋଧ କରିବାକୁ କୁହାଯାଇଥିଲା, ସେମାନେ ପରିବାରକୁ ମିଳୁଥିବା ପେନ୍‌ସନ୍‌ରୁ ଋଣ ପରିଶୋଧ କରିଥିଲେ।

ପୁଅର ପଦୋନ୍ନତିରେ ରୋକ୍:

ଯେତେବେଳେ ଲାଲ ବାହାଦୂର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ସେ ତାଙ୍କ ନିଜ ପୁଅର ପଦୋନ୍ନତିକୁ ରୋକିଦେଇଥିଲେ। ସେ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ ତାଙ୍କ ଚାକିରିରେ ଅନ୍ୟାୟ ଭାବରେ ପଦୋନ୍ନତି ପାଇଛନ୍ତି। ଏହା ତାଙ୍କୁ କ୍ରୋଧିତ କରିଥିଲା ଆଉ ସେ ତୁରନ୍ତ ତାଙ୍କ ପଦୋନ୍ନତି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କୁହାଯାଏ ଯେ ତାଙ୍କ ପୁଅକୁ ପଦୋନ୍ନତି ଦେଇଥିବା ଅଧିକାରୀଙ୍କ ଉପରେ ସେ ବହୁତ ରାଗିଥିଲେ ମଧ୍ୟ। ଶାସ୍ତ୍ରୀ ଜୀଙ୍କର ଏହି ନିଷ୍ପତ୍ତି ଅନ୍ୟ ନେତାଙ୍କ ପାଇଁ ପ୍ରେରଣାର ଉତ୍ସ।

Birthday of Lal Bahadur Shastri ପରିବାର ସହ ଲାଲ ବାହାଦୂର ଶାସ୍ତ୍ରୀ

ମୃତ୍ୟୁ ରହସ୍ୟ:

୧୧ ଜାନୁଆରୀ ୧୯୬୬ରେ ଲାଲ ବାହାଦୂର ଶାସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଉଜବେକିସ୍ତାନର ତାସ୍‌କେଣ୍ଟରେ ଶାସ୍ତ୍ରୀଜୀଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ଭାରତ-ପାକିସ୍ତାନ ଯୁଦ୍ଧ ପରବର୍ତ୍ତି ପରିସ୍ଥିତି ସମ୍ପର୍କରେ ଏକ ଚୁକ୍ତିନାମା କରିବାକୁ ଶାସ୍ତ୍ରୀଜୀ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାନଙ୍କୁ ଭେଟିବା ପାଇଁ ତାସ୍‌କେଣ୍ଟ ଯାଇଥିଲେ। ବୈଠକର କିଛି ଘଣ୍ଟା ପରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂପୂର୍ଣ୍ଣ ଭଲ ଥିଲା। କିନ୍ତୁ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଇଥିଲା।

କେବଳ ଏତିକି ନୁହେଁ, ଯେତେବେଳେ ତାଙ୍କ ମୃତଦେହ ଭାରତକୁ ଅଣାଯାଇଥିଲା, ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ତାଙ୍କ ଶରୀରରେ କ୍ଷତ ଚିହ୍ନ ଥିଲା। କିନ୍ତୁ ତାଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ କରିବାକୁ ବସିଥିବା ରାଜନାରାୟଣ ଅନୁସନ୍ଧାନ କମିଟି କୌଣସି ବୈଧ ଫଳାଫଳ ଦେଇ ନ ଥିଲା। ସଂସଦୀୟ ଲାଇବ୍ରେରୀରେ ମଧ୍ୟ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟର କୌଣସି ରେକର୍ଡ ନାହିଁ।

Lal Bahadur Shastri Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ