Advertisment

ରକ୍ଷା ବନ୍ଧନ; ୪୭୪ ବର୍ଷ ପରେ ଏଥର ପଡ଼ିଛି ମହାସଂଯୋଗ

ଆଉ ୨ ଦିନ ପରେ ପବିତ୍ର ରକ୍ଷାବନ୍ଧନ। ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ। ତେବେ ଏ ବର୍ଷ ରକ୍ଷା ବନ୍ଧନର ଏକ ସ୍ୱାତନ୍ତ୍ର୍ୟ ରହିଛି। କାରଣ ୪୭୪ ବର୍ଷ ପରେ ଏଥର ଏକ ମହାସଂଯୋଗ ପଡ଼ିଛି।

ଅଦ୍ୟତନ ହୋଇଛି
ରକ୍ଷା ବନ୍ଧନ; ୪୭୪ ବର୍ଷ ପରେ ଏଥର ପଡ଼ିଛି ମହାସଂଯୋଗ

Rakshya Bandhan

Advertisment

ଭୁବନେଶ୍ୱର:ଆଉ ୨ ଦିନ ପରେ ପବିତ୍ର ରକ୍ଷାବନ୍ଧନ। ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ। ଅଗଷ୍ଟ ୨୨ ତାରିଖ ରବିବାରରେ ପଡ଼ୁଛି ଏଥରର ରକ୍ଷାବନ୍ଧନ ପର୍ବ। ବିଶେଷତଃ ଶ୍ରାବଣମାସ ପୂର୍ଣ୍ଣିମା ତିଥିରେ ପଡେ ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା । ତେବେ ଏ ବର୍ଷ ରକ୍ଷା ବନ୍ଧନର ଏକ ସ୍ୱାତନ୍ତ୍ର୍ୟ ରହିଛି। କାରଣ ୪୭୪ ବର୍ଷ ପରେ ଏଥର ଏକ ମହାସଂଯୋଗ ପଡ଼ିଛି। 

Advertisment

ଜ୍ୟୋତିଷଙ୍କ କହିବା ଅନୁଯାୟୀ, ଏଥର ସିଂହରାଶିରେ ସୂର୍ଯ୍ୟ, ମଙ୍ଗଳ ଓ ବୁଧ ଗ୍ରହ ଏକାଠି ରହିବେ। ଏମିତି ସଂଯୋଗ ବହୁତ ଶୁଭଦାୟକ । ଗ୍ରହମାନଙ୍କର ଏପରି ଅପୂର୍ବ ସଂଯୋଗ ୪୭୪ ବର୍ଷ ପରେ ଆସିଥିବା କୁହାଯାଉଛି। ୧୫୪୭ରେ ଗ୍ରହଙ୍କର ଏପରି ସ୍ଥିତି ଥିବା କୁହାଯାଉଛି।

Advertisment

ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ରକ୍ଷାବନ୍ଧନ ଶ୍ରବଣ ନକ୍ଷତ୍ରରେ ପାଳନ କରାଯାଏ । ହେଲେ ଏଥର ରକ୍ଷା ବନ୍ଧନ ଶ୍ରାବଣ ପୂର୍ଣ୍ଣିମା ଧନିଷ୍ଠା ନକ୍ଷତ୍ରରେ ପାଳନ ହେବ। ଏଥର ରକ୍ଷା ବନ୍ଧନରେ ଭଦ୍ରାର ଛାଇ ରହିବନି ବୋଲି ଜ୍ୟୋତିଷ କହିଛନ୍ତି। ତେଣୁ ଭଉଣୀମାନେ ଦିନ ସାରା ଯେ କୌଣସି ମୁହୂର୍ତ୍ତରେ ଭାଇଙ୍କ ହାତରେ ରାଖି ବାନ୍ଧି ପାରିବେ। 
ଶୁଭ ମୁହୂର୍ତ୍ତ
ଏଥର ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ ସକାଳ ୫.୫୦ରୁ ଆରମ୍ଭ ହେବ। ସନ୍ଧ୍ୟା ୬ଟା ୩ ମିନିଟ ପର୍ଯ୍ୟନ୍ତ ଯେ କୌଣସି ସମୟରେ ରାକ୍ଷୀ ବାନ୍ଧି ପାରିବେ ଭଉଣୀ।  ଧନିଷ୍ଠା ନକ୍ଷତ୍ରୀରେ ଜନ୍ମ ବ୍ୟକ୍ତିଙ୍କର ଭାଇ-ଭଉଣୀ ସମ୍ପର୍କ ଭଲ ରହିଥାଏ। 

ଏହାବ୍ୟତତ ଏହିଦିନ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଏ। ଶ୍ରାବଣ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ବଡ଼ଭାଇ ବଳଭଦ୍ର ମାତା ରୋହିଣୀଙ୍କ ଗର୍ଭରୁ ଜନ୍ମ ହୋଇଥିଲେ। ଭଗବାନ ବଳଭଦ୍ର ମଧ୍ୟ ହଳଧର ଭାବେ ପୂଜା ପାଆନ୍ତି। ପ୍ରତିବର୍ଷ ଏହି ତିଥିରେ ହଳଧର ବଳଭଦ୍ରଙ୍କ ପୁଣ୍ୟ ଜନ୍ମୋତ୍ସବ ସହିତ ରକ୍ଷା ବନ୍ଧନ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ। ପରମ୍ପରା ଅନୁଯାୟୀ ଏହି ଦିନ ଗୋମାତା ପୁଜା ଏବଂ ଓଡ଼ିଶାର ଉପକୂଳବର୍ତ୍ତି ପାଇକ ପ୍ରବଣ ଜିଲ୍ଲା ମାନଙ୍କରେ ଗହ୍ମା ଡିହାଁ ମଧ୍ୟ ଏକ ବଳିଷ୍ଠ ପରମ୍ପରା। ଅବିଭକ୍ତ ପୁରୀ ଜିଲ୍ଲାରେ ରାକ୍ଷୀ ପୁର୍ଣ୍ଣୀମା ମଧ୍ୟ ଗହ୍ମା ପୁର୍ଣ୍ଣୀମା ଭାବେ ଜଣାଯାଏ।

Advertisment
 
Raksha Bandhan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ