କଙ୍ଗନା କହିଲେ ଦେଶକୁ ଭିକ୍ଷାରେ ମିଳିଛି ସ୍ୱାଧୀନତା, ଜବାବ ଦେଲେ ବରୁଣ ଗାନ୍ଧି ! ତା’ପରେ କଙ୍ଗନା କହିଲେ..

ଦେଶର ସ୍ୱାଧୀନତା ସଂପର୍କରେ କଙ୍ଗନା ରାଣାୱତ ଦେଇଥିବା ବିବୃତ୍ତିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଭିକ୍ଷାରେ ଦେଶ ସ୍ୱାଧୀନତା ପାଇଛି, ଏଭଳି ବୟାନକୁ ନେଇ ବରୁଣ ଗାନ୍ଧି ତାଙ୍କୁ ଟାର୍ଗେଟ୍‌ କରିଥିଲେ । ହେଲେ ଏବେ ଏହାର ପାଲଟା ଜବାବ ଦେଇଛନ୍ତି କଙ୍ଗନା ।

Kangna Ranawat

ପୁଣି ବିବାଦରେ କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା । କିଛି ଦିନର ନିରବତା ପରେ ପୁଣି କଙ୍ଗନାଙ୍କୁ ନେଇ ଢ଼େର ଚର୍ଚ୍ଚା । ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛନ୍ତି ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ । ତାଙ୍କର ବିବାଦୀୟ ଟ୍ୱିଟ୍‌ ପାଇଁ ଟ୍ୱିଟର ପକ୍ଷରୁ ତାଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ରଦ୍ଦ କରାଯାଇଥିଲା । ତଥାପି ସେ ଚୁପ୍‌ ବସିନଥିଲେ । ଇନ୍‌ଷ୍ଟାଗ୍ରାମ୍‌ର ସହାୟତା ନେଇଥିଲେ । ଏବେ କଙ୍ଗନାକୁ ନେଇ ଉଠିଛି ବଡ଼ ବିବାଦ । ବରୁଣ ଗାନ୍ଧି ଓ କଙ୍ଗନାଙ୍କ ମଧ୍ୟରେ ଆରମ୍ଭ ହୋଇଛି ୱାର୍‌ ।

ଦେଶର ସ୍ୱାଧୀନତା ସଂପର୍କରେ କଙ୍ଗନା ରାଣାୱତ ଦେଇଥିବା ବିବୃତ୍ତିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଭିକ୍ଷାରେ ଦେଶ ସ୍ୱାଧୀନତା ପାଇଛି, ଏଭଳି ବୟାନକୁ ନେଇ ବରୁଣ ଗାନ୍ଧି ତାଙ୍କୁ ଟାର୍ଗେଟ୍‌ କରିଥିଲେ । ହେଲେ ଏବେ ଏହାର ପାଲଟା ଜବାବ ଦେଇଛନ୍ତି କଙ୍ଗନା । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବରୁଣ ଗାନ୍ଧୀଙ୍କ ଟ୍ୱିଟ୍ ପୋଷ୍ଟ କରି ରାଗ ସୁଝାଇଛନ୍ତି । ସେଥିରେ ସେ ଲେଖିଛନ୍ତି ‘ଗାନ୍ଧୀଙ୍କୁ ଭିକ୍ଷାରେ ମିଳିଥିଲା ସ୍ୱାଧୀନତା । ଯାଆ ଏବେ ଆହୁରି କାନ୍ଦ ।’ କଙ୍ଗନାଙ୍କ ଏହି ପୋଷ୍ଟ ଅନେକଙ୍କୁ କଷ୍ଟ ଦେଇଛି । ସମସ୍ତେ ଏବେ କଙ୍ଗନାଙ୍କୁ ସମାଲୋଚନା କରିଛନ୍ତି । ଟ୍ୱିଟରରେ ଏବେ ତାଙ୍କ ନାଁ ଟ୍ରେଣ୍ଡରେ ରହିଛି ।

ରାଗ ସୁଝାଇଲେ କଙ୍ଗନା

ପୁଣି ଥରେ ଭୁଲ କାରଣ ପାଇଁ ଚର୍ଚ୍ଚାରେ କଙ୍ଗନା ରାଣାୱତ । ଦେଶକୁ ସ୍ୱାଧୀନତା ଭିକ୍ଷାରେ ମିଳିଛି ବୋଲି ତାଙ୍କ ବୟାନ ଉପରେ ବରୁଣ ଗାନ୍ଧି ଟ୍ୱିଟ୍‌ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ଏହି ଟ୍ୱିଟ୍‌ର ଫଟୋ ନେଇ କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଛନ୍ତି । ଆଉ ସେଥିରେ ବରୁଣ ଗାନ୍ଧିଙ୍କୁ ଟାର୍ଗେଟ କରି ଲେଖିଛନ୍ତି ଯେ, ମୁଁ ସ୍ପଷ୍ଟ ଭାବରେ କହିଥିଲି ଯେ ୧୮୫୭ର ବିପ୍ଳବକୁ ନିୟନ୍ତ୍ରିତ କରାଯାଇଥିଲା । ଯେଉଁଥିପାଇଁ ବ୍ରିଟିଶ ସରକାର ପକ୍ଷରୁ ଅଧିକ ଅତ୍ୟାଚାର କରାଯାଇଥିଲା । ଏହାର ପ୍ରାୟ ଏକ ଶତାବ୍ଦୀ ପରେ ଆମ ଦେଶକୁ ସ୍ୱାଧୀନତା ମିଳିଥିଲା, ତାହା ପୁଣି ଗାନ୍ଧୀଙ୍କୁ ଭିକ୍ଷାରେ ଦିଆଯାଇଥିଲା । ଯାଆ ଏବେ ଆହୁରି କାନ୍ଦ ।

କ’ଣ କହିଥିଲେ କଙ୍ଗନା ?

ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗଦେଇ କଙ୍ଗନା ରାଣାୱତ କହିଥିଲେ ଯେ, କଂଗ୍ରେସ ରାଜ୍‌ ବ୍ରିଟିଶ ଶାସନର ପରବର୍ତ୍ତୀ ରୂପ ଥିଲା । ବାସ୍ତବରେ ଦେଶକୁ ୨୦୧୪ରେ ସ୍ୱାଧୀନତା ମିଳିଛି । ତାଙ୍କ ଇଶାରା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଆଡ଼ୁକୁ ଥିଲା । କଙ୍ଗନା ଏହା ମଧ୍ୟ କହିଥିଲେ ଯେ, ୧୯୪୭ରେ ଦେଶକୁ ଭିକ୍ଷାରେ ସ୍ୱାଧୀନତା ମିଳିଥିଲା ।

ବରୁଣ ଗାନ୍ଧୀଙ୍କ ଟ୍ୱିଟ୍‌

କଙ୍ଗନାଙ୍କ ଏହି ବିବୃତ୍ତିରେ ବରୁଣ ଗାନ୍ଧି ଟୁଇଟ୍ କରିଥିଲେ ଯେ, କେତେବେଳେ ମହାତ୍ମା ଗାନ୍ଧିଙ୍କ ତ୍ୟାଗ ଓ ତପସ୍ୟାକୁ ଅପମାନ ତ ଆଉ କେତେବେଳେ ତାଙ୍କ ହତ୍ୟାକାରୀକୁ ସମ୍ମାନ । ଆଉ ଏବେ ସହିଦ୍‌ ମଙ୍ଗଳ ପାଣ୍ଡେଙ୍କଠାରୁ ଆରମ୍ଭ କରି ରାଣୀ ଲକ୍ଷ୍ମୀବାଇ, ଭାଗତ ସିଂହ, ଚନ୍ଦ୍ରଶେଖର ଆଜାଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ତିରସ୍କାର । ଏଭଳି ଚିନ୍ତାଧାରାକୁ କ’ଣ କୁହାଯିବ ? ପାଗଳାମୀ ନା ଦେଶଦ୍ରୋହୀ ।